Posted inଖେଳ

ସେମିରେ ପରାଜୟ ପରେ ଖେଳାଳିଙ୍କ ଘର ଆଗରେ ବାଣ ଫୁଟାଇ ନାଚିଲେ

ଡେରାଡୁନ,୫।୮: ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲରେ ଆର୍ଜେଣ୍ଟିନାଠାରୁ ହାରିବା ପରେ ଭାରତୀୟ ମହିଳା ହକି ଦଳର ସ୍ବର୍ଣ୍ଣ ପଦକ ହାତେଇବା ଆଶା ମାଟିରେ ମିଶିଯାଇଛି। ହେଲେ ଏହି ପରାଜୟ ପରେ ଉତ୍ତରାଖଣ୍ଡର ହରିଦ୍ୱାର ଜିଲାରେ ମହିଳା ଦଳର ସଦସ୍ୟା ବନ୍ଦନା କାଟାରିୟାଙ୍କ ଘର ଆଗରେ ବାଣ ଫୁଟାଇ ନାଚିଥିଲେ ଦୁଇ ଜଣ ଦୃର୍ବୁତ୍ତ। ବନ୍ଦନାଙ୍କ ପରିବାର ସଦସ୍ୟଙ୍କୁ ପରିହାସ କରିବା ସହ ଜାତିଭିତ୍ତିକ କମେଣ୍ଟ କରିଥିଲେ। ଏ ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଆର୍ଜେଣ୍ଟିନାଠାରୁ ପରାଜୟ ମିଳିବା ପରେ ଦୁଇ ଜଣ ବ୍ୟକ୍ତି ରୋଶନାବାଦ ଅଞ୍ଚଳରେ ବନ୍ଦନାଙ୍କ ଘର ଆଗରେ ବୁଧବାର ସନ୍ଧ୍ୟାରେ ବାଣ ଫୁଟାଇ ନାଚିଥିଲେ ବୋଲି ସିଡ୍‌କଲ ଥାନା ଅଧିକାରୀ କହିଛନ୍ତି।

କୋଳାହଳ ଶୁଣି ଘରୁ ବାହାରିଥିଲେ ବନ୍ଦନାଙ୍କ ପରିବାର ସଦସ୍ୟ। ସେମାନଙ୍କୁ କମେଣ୍ଟ କରି କହିଥିଲେ, ଟିମ୍‌ ଇଣ୍ଡିଆର ପରାଜୟର କାରଣ ଦଳରେ ବହୁ ଦଳିତ ଖେଳାଳି ଥିଲେ। ଏହାପରେ ବନ୍ଦନାଙ୍କ ପରିବାର ସଦସ୍ୟ ଓ ଉକ୍ତ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିଯୋଗୁ ବନ୍ଦନାଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ।

ଏହି ଘଟଣାରେ ବିଜୟ ପାଲ ନାମକ ଜଣେ ଯୁବକଙ୍କୁ ଆଇପିସି ଦଫା ୫୦୪ (ଜାଣିଶୁଣି ଅପମାନିତ କରିବା) ଓ ଏସ୍‌ସି-ଏସ୍‌ଟି ଆଇନ ଅଧୀନରେ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଣ୍ଡୋ-ପାକ୍‌ କ୍ୱାଲିଫାୟର ୟୁରୋପରେ ନୁହେଁ: ଏଫ୍‌ଆଇଏଚ୍‌

ନୂଆଦିଲ୍ଲୀ, ୪ା୯ (ପି.ଟି.)-ୟୁରୋପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅଲିମ୍ପିକ କ୍ୱାଲିଫାଇଂ ମ୍ୟାଚ ଖେଳାଯିବା କୌଣସି ଯୋଜନା ନ ଥିବା ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇ୍‌ଏଚ୍‌)...

ବିବାହ ତାରିଖ ଘୋଷଣା କଲେ ହସନ ଅଲି

କରାଚୀ, ୨ା୮ (ପି.ଟି.)-ପାକିସ୍ତାନ ପେସ୍‌ ବୋଲର ହସନ ଅଲିଙ୍କ ଜଣେ ଭାରତୀୟଙ୍କୁ ବିବାହ ନେଇ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା, ତାହାର ଅବସାନ ଘଟିଛି।...

ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଆବେଦନ କଲେ ରମେଶ

ବେଙ୍ଗାଲୁରୁ ୧୭ା୬ (ପି.ଟି.): ଭାରତୀୟ ପୁରୁଷ ହକି ଦଳର ପୂର୍ବତନ ହକି କୋଚ୍‌ ରମେଶ ପରମେଶ୍ୱରନ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଆବେଦନ କରିଛନ୍ତି। କୋଚିଂରେ...

ଦ୍ୱିତୀୟ ଟେଷ୍ଟରେ ଭାରତର ଟିମ୍‌ ଇଲେଭେନ୍‌ରେ ହୋଇପାରେ ବଡ଼ ପରିବର୍ତ୍ତନ

ଡୋମିନିକା,୧୫।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡୋମିନିକାରେ ଖେଳାଯାଇଛି। ଯେଉଁଥିରେ ଟିମ ଇଣ୍ଡିଆ ଏକ...

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: କୋହଲି ନଂ.୧, ରୋହିତ ନଂ. ୨

ଦୁବାଇ,୨୮।୧(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗ୍‌ର ବ୍ୟାଟିଂ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନରେ ରହିଥିବା...

ଅଲିମ୍ପିକ୍‌ରେ ସାମିଲ ହୋଇପାରେ କ୍ରିକେଟ୍‌

ନୂଆଦିଲ୍ଲୀ,୨୨।୧: ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ ଗେମ୍ସରେ କ୍ରିକେଟ ଅନ୍ତର୍ଭୁକ୍ତ କରିବା ପାଇଁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିଜର ଅଭିଯାନକୁ ତ୍ୱରାନ୍ବିତ କରିଛି। ଆୟୋଜକ...

ସ୍ତ୍ରୀଙ୍କ ପାଇଁ ଫେସ୍‌ବୁକ୍‌ ଛାଡିଥିଲେ ଏହି କ୍ରିକେଟର୍‌, ଜାଣନ୍ତୁ କାହିଁକି

ଭାରତର ଷ୍ଟାର୍‌ ବୋଲର ଭୁବନେଶ୍ୱର କୁମାର ୨୦୧୭ରେ ପଡୋଶୀ ନୁପୁର ନାଗରଙ୍କୁ ବିବାହ କରିଥିଲେ। ନୁପୁର ପେଶାରେ ଜଣେ ଇଞ୍ଜିନିୟର। ଏମଏନସି କମ୍ପାନୀରେ ଇଞ୍ଜିନିୟର ଭାବେ...

ଟାଇଟଲ ବଜାୟ ରଖିଲେ ସରିତା

ଅଲମାଟି, ୧୬ା୪ (ପି.ଟି.)-ଭାରତର ସରିତା ମୋର୍‌ ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନଶିପ୍‌ ୫୯କେଜି ଶ୍ରେଣୀରେ ତାଙ୍କ ଟାଇଟଲ ବଜାୟ ରଖିଛନ୍ତି। ଅନ୍ୟପକ୍ଷରେ ସୀମା ବିସ୍‌ଲା (୫୦କେଜି) ଓ...

Advertisement
Archives

Model This Week