Posted inଜାତୀୟ

ଜାତି ଗଣନା, କୋଟା ସୀମା ଉଚ୍ଛେଦ ବିରୋଧୀଙ୍କ ବ୍ରହ୍ମାସ୍ତ୍ର

ନୂଆଦିଲ୍ଲୀ,୧୯ା୪(ପି.ଟି.): ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ବିରୋଧୀ ଦଳଗୁଡ଼ିକର ମେଣ୍ଟ ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ। ତେବେ ଭାଜପାକୁ କ୍ଷମତାରୁ ହଟାଇବାକୁ ଜାତିଭିତ୍ତିକ ଜନଗଣନା ଏବଂ ସ୍ଥାନ ସଂରକ୍ଷଣ ସୀମା ହ୍ରାସ ଦାବି ଲାଗି ବିରୋଧୀଙ୍କ ମିଳିତ ଦାବି ସେମାନଙ୍କୁ ଏକାଠି ରଖିବାରେ ସହାୟକ ହୋଇପାରେ। ଉପରୋକ୍ତ ଦାବି ସେମାନଙ୍କ ପାଇଁ ଭାଜପା ଏବଂ ହିନ୍ଦୁତ୍ୱ ବିରୋଧରେ ବ୍ରହ୍ମାସ୍ତ୍ର ହେବ ବୋଲି କେତେଜଣ ନେତା ଅନୁଭବ କରୁଥିବା କହିଛନ୍ତି। ଜାତି ଜନଗଣନା ଏବଂ ସଂରକ୍ଷଣ ପ୍ରସଙ୍ଗ କେବଳ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବ ନାହିଁ ବରଂ ବହୁ ପଛୁଆ ବର୍ଗଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାରେ ସହାୟକ ହେବ। ଏହି ବର୍ଗ କିଛିବର୍ଷ ହେଲା ଭାଜପା ଆଡ଼କୁ ଢଳିଥିଲେ। ନିକଟରେ ଡିଏମ୍‌କେ ପକ୍ଷରୁ ଡକାଯାଇଥିବା ବିରୋଧୀ ନେତାମାନଙ୍କ ବୈଠକରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତା ତେଜସ୍ବୀ ଯାଦବ କହିଥିଲେ, ଭାଜପାର ଧ୍ରୁବୀକରଣ ରାଜନୀତିକୁ ପ୍ରତିହତ କରିବାକୁ ହେଲେ ସାମାଜିକ ନ୍ୟାୟଭିତ୍ତିକ ରାଜନୀତି ସର୍ବଶ୍ରେଷ୍ଠ ଉପାୟ। କଂଗ୍ରେସ ସେହି ସୂତ୍ରକୁ ଆପଣାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କର୍ନାଟକର କୋଲାରରେ ନିର୍ବାଚନ ପ୍ରଚାର ବେଳେ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ ଉଠାଇବା ସହ ସ୍ଥାନ ସଂରକ୍ଷଣ ଲାଗି ରହିଥିବା ୫୦ ପ୍ରତିଶତ କୋଟା ସୀମାକୁ ହଟାଇଦେବାକୁ ଦାବି କରିଥିଲେ। ଭାଜପା ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ଅପମାନିତ କରିଥିବା ରାହୁଲ ଅଭିଯୋଗ କରିଥିଲେ।
ଦରଦାମ୍‌ ବୃଦ୍ଧି, ବେରୋଜଗାରୀ ଆଦି ସାଧାରଣ ପ୍ରସଙ୍ଗରେ ବିରୋଧୀ ଏକାଠି ସ୍ବର ଉଠାଉଥିବାବେଳେ ଆଦାନୀ ଭଳି କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ସାମଞ୍ଜସ୍ୟ ରହୁନାହିଁ। ତେବେ ଜାତି ଜନଗଣନା ଓ କୋଟା ଉଚ୍ଛେଦ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଏଭଳି ଅସ୍ତ୍ର ପାଇଛନ୍ତି, ଯାହାକୁ ଏକାଥରକେ ଏକାଧିକ ଟାର୍ଗେଟକୁ ଲକ୍ଷ୍ୟଭେଦ କରାଯାଇପାରିବ ବୋଲି କୁହାଯାଉଛି। କଂଗ୍ରେସ ଏହି ପ୍ରସଙ୍ଗକୁ ଜୋର୍‌ଦାର କରିଥିବାବେଳେ ଏହାଦ୍ୱାରା ଆଞ୍ଚଳିକ ଦଳଗୁଡ଼ିକୁ ନିକଟତର କରାଇପାରିବ। ଅନ୍ୟ ପକ୍ଷରେ ବିରୋଧୀ ମେଣ୍ଟରେ କଂଗ୍ରେସ ବଡ଼ଭାଇ ଭୂମିକା ନେଇପାରେ ବୋଲି ଆଞ୍ଚଳିକ ଦଳଗୁଡ଼ିକର ଆଶଙ୍କା ଥିବାରୁ ସେମାନଙ୍କ ନିଜସ୍ବ ଏଜେଣ୍ଡାକୁ ଗୁରୁତ୍ୱ ମିଳି ନ ପାରେ ବୋଲି ଭାବୁଛନ୍ତି। ବିହାରରେ ଶାସକ ମହାମେଣ୍ଟର ଅଂଶୀଦାର ଥିବା ଜେଡିୟୁ ଏବଂ ଆର୍‌ଜେଡି ସମେତ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଜାତି ଜନଗଣନା ଲାଗି ଦୀର୍ଘଦିନ ହେଲା ଦାବି କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri