Posted inଜାତୀୟ

ଜାତି ଗଣନା, କୋଟା ସୀମା ଉଚ୍ଛେଦ ବିରୋଧୀଙ୍କ ବ୍ରହ୍ମାସ୍ତ୍ର

ନୂଆଦିଲ୍ଲୀ,୧୯ା୪(ପି.ଟି.): ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ବିରୋଧୀ ଦଳଗୁଡ଼ିକର ମେଣ୍ଟ ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ। ତେବେ ଭାଜପାକୁ କ୍ଷମତାରୁ ହଟାଇବାକୁ ଜାତିଭିତ୍ତିକ ଜନଗଣନା ଏବଂ ସ୍ଥାନ ସଂରକ୍ଷଣ ସୀମା ହ୍ରାସ ଦାବି ଲାଗି ବିରୋଧୀଙ୍କ ମିଳିତ ଦାବି ସେମାନଙ୍କୁ ଏକାଠି ରଖିବାରେ ସହାୟକ ହୋଇପାରେ। ଉପରୋକ୍ତ ଦାବି ସେମାନଙ୍କ ପାଇଁ ଭାଜପା ଏବଂ ହିନ୍ଦୁତ୍ୱ ବିରୋଧରେ ବ୍ରହ୍ମାସ୍ତ୍ର ହେବ ବୋଲି କେତେଜଣ ନେତା ଅନୁଭବ କରୁଥିବା କହିଛନ୍ତି। ଜାତି ଜନଗଣନା ଏବଂ ସଂରକ୍ଷଣ ପ୍ରସଙ୍ଗ କେବଳ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବ ନାହିଁ ବରଂ ବହୁ ପଛୁଆ ବର୍ଗଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାରେ ସହାୟକ ହେବ। ଏହି ବର୍ଗ କିଛିବର୍ଷ ହେଲା ଭାଜପା ଆଡ଼କୁ ଢଳିଥିଲେ। ନିକଟରେ ଡିଏମ୍‌କେ ପକ୍ଷରୁ ଡକାଯାଇଥିବା ବିରୋଧୀ ନେତାମାନଙ୍କ ବୈଠକରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତା ତେଜସ୍ବୀ ଯାଦବ କହିଥିଲେ, ଭାଜପାର ଧ୍ରୁବୀକରଣ ରାଜନୀତିକୁ ପ୍ରତିହତ କରିବାକୁ ହେଲେ ସାମାଜିକ ନ୍ୟାୟଭିତ୍ତିକ ରାଜନୀତି ସର୍ବଶ୍ରେଷ୍ଠ ଉପାୟ। କଂଗ୍ରେସ ସେହି ସୂତ୍ରକୁ ଆପଣାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କର୍ନାଟକର କୋଲାରରେ ନିର୍ବାଚନ ପ୍ରଚାର ବେଳେ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ ଉଠାଇବା ସହ ସ୍ଥାନ ସଂରକ୍ଷଣ ଲାଗି ରହିଥିବା ୫୦ ପ୍ରତିଶତ କୋଟା ସୀମାକୁ ହଟାଇଦେବାକୁ ଦାବି କରିଥିଲେ। ଭାଜପା ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ଅପମାନିତ କରିଥିବା ରାହୁଲ ଅଭିଯୋଗ କରିଥିଲେ।
ଦରଦାମ୍‌ ବୃଦ୍ଧି, ବେରୋଜଗାରୀ ଆଦି ସାଧାରଣ ପ୍ରସଙ୍ଗରେ ବିରୋଧୀ ଏକାଠି ସ୍ବର ଉଠାଉଥିବାବେଳେ ଆଦାନୀ ଭଳି କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ସାମଞ୍ଜସ୍ୟ ରହୁନାହିଁ। ତେବେ ଜାତି ଜନଗଣନା ଓ କୋଟା ଉଚ୍ଛେଦ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଏଭଳି ଅସ୍ତ୍ର ପାଇଛନ୍ତି, ଯାହାକୁ ଏକାଥରକେ ଏକାଧିକ ଟାର୍ଗେଟକୁ ଲକ୍ଷ୍ୟଭେଦ କରାଯାଇପାରିବ ବୋଲି କୁହାଯାଉଛି। କଂଗ୍ରେସ ଏହି ପ୍ରସଙ୍ଗକୁ ଜୋର୍‌ଦାର କରିଥିବାବେଳେ ଏହାଦ୍ୱାରା ଆଞ୍ଚଳିକ ଦଳଗୁଡ଼ିକୁ ନିକଟତର କରାଇପାରିବ। ଅନ୍ୟ ପକ୍ଷରେ ବିରୋଧୀ ମେଣ୍ଟରେ କଂଗ୍ରେସ ବଡ଼ଭାଇ ଭୂମିକା ନେଇପାରେ ବୋଲି ଆଞ୍ଚଳିକ ଦଳଗୁଡ଼ିକର ଆଶଙ୍କା ଥିବାରୁ ସେମାନଙ୍କ ନିଜସ୍ବ ଏଜେଣ୍ଡାକୁ ଗୁରୁତ୍ୱ ମିଳି ନ ପାରେ ବୋଲି ଭାବୁଛନ୍ତି। ବିହାରରେ ଶାସକ ମହାମେଣ୍ଟର ଅଂଶୀଦାର ଥିବା ଜେଡିୟୁ ଏବଂ ଆର୍‌ଜେଡି ସମେତ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଜାତି ଜନଗଣନା ଲାଗି ଦୀର୍ଘଦିନ ହେଲା ଦାବି କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ...

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ...

ପୁଣି ଆହତ ହେଲେ ମମତା ବାନାର୍ଜୀ, ହେଲିକପ୍ଟର ଚଢ଼ିବା ବେଳେ ଗୋଡ଼ ଖସିଲା…

କୋଲକାତା,୨୭।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ଗୋଡ ଖସିଯିବା ଯୋଗୁ ସେ ପଡିଯାଇଥିଲେ ।...

‘କଂଗ୍ରେସ ମୁସଲମାନଙ୍କ ଭୋଟ୍‌ ଚାହୁଁଛି ହେଲେ ପ୍ରାର୍ଥୀ ନୁହେଁ’

ନୂଆଦିଲ୍ଲୀ,୨୭।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ନ ଦେବାରୁ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କଂଗ୍ରେସ ନେତା ଆରିଫ...

ଧନଞ୍ଜୟ ସିଂଙ୍କୁ ଝଟକା: ଜାମିନ ମଞ୍ଜୁର, ହେଲେ ଲଢିପାରିବେନି ନିର୍ବାଚନ

ପ୍ରୟାଗରାଜ,୨୭।୪: ଆହ୍ଲାବାଦ ହାଇକୋର୍ଟ ଜୈନପୁରର ପୂର୍ବତନ ଏମପି ଧନଞ୍ଜୟ ସିଂଙ୍କ ଜାମିନକୁ ଅନୁମୋଦନ କରିଛନ୍ତି କିନ୍ତୁ ତାଙ୍କ ଦଣ୍ଡାଦେଶ ଶୁଣାଣିକୁ ମନା କରି ଦେଇଛନ୍ତି। ଏହି...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

‘ଜୟ ଶ୍ରୀରାମ’ ଲେଖି ପରୀକ୍ଷାରେ ପାସ୍‌, ମିଳିଛି ୬୦% ମାର୍କ

ଲକ୍ଷ୍ନୌ,୨୭।୪: ପରୀକ୍ଷା ଖାତାରେ କିଛି ଛାତ୍ରୀଛାତ୍ର ଗୀତ କିମ୍ବା ଫିଲ୍ମ ସମ୍ପର୍କରେ ଲେଖିଥିବା ମାମଲା ନିଶ୍ଚୟ ଶୁଣିଥିବେ। ଆଉ ଏହି ପରୀକ୍ଷା ଖାତା ଭାଇରାଲ ହେବା...

ଏଏପି ବିଧାୟକ ଅମାନତୁଲ୍ଲାଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ

ନୂଆଦିଲ୍ଲୀ,୨୭।୪: ଶନିବାର (ଏପ୍ରିଲ ୨୭ରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri