Posted inଜାତୀୟ

‘କଂଗ୍ରେସ ସରକାର ସମୟରେ ମୁଁ ଏହି ଭୁଲ କରିଥିଲି…’, ଏମିତି କାହିଁକି କହିଲେ ରାହୁଲ

ନୂଆଦିଲ୍ଲୀ,୨୫।୭: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର କହିଛନ୍ତି ଯେ ତାଙ୍କ ଦଳ କ୍ଷମତାରେ ଥିବା ସମୟରେ ଜାତିଗତ ଜନଗଣନା ନକରିବା ତାଙ୍କର ଭୁଲ ଥିଲା, କିନ୍ତୁ ଏବେ ସେ ଏହି ଭୁଲକୁ ସଂଶୋଧନ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ସେ କହିଛନ୍ତି ଯେ ଜାତିଗତ ଜନଗଣନା ପ୍ରସଙ୍ଗ ଏକ ରାଜନୈତିକ ଭୂମିକମ୍ପ ଯାହା ଦେଶର ରାଜନୈତିକ ଭୂମିକୁ ଦୋହଲାଇ ଦେଇଛି।

କଂଗ୍ରେସର ‘ଓବିସି ଭାଗୀଦାରୀ ନ୍ୟାୟ ସମ୍ମିଳନୀ’କୁ ସମ୍ବୋଧିତ କରି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, ‘ମୁଁ ୨୦୦୪ରୁ ରାଜନୀତି କରିଆସୁଛି। ଯେତେବେଳେ ମୁଁ ନିଜକୁ ମୂଲ୍ୟାଙ୍କନ କରେ, ମୁଁ ପାଏ ଯେ କେଉଁଠି ମୁଁ ଭଲ କାମ କରିଛି ଏବଂ କେଉଁଠି ମୋର ଅଭାବ ଅଛି… ଆଦିବାସୀ, ଦଳିତ ଏବଂ ସଂଖ୍ୟାଲଘୁଙ୍କ ବିଷୟରେ ହେଉ, ମୋତେ ଭଲ ନମ୍ବର ମିଳିବା ଉଚିତ। ମହିଳା ପ୍ରସଙ୍ଗରେ ମୋତେ ଭଲ ନମ୍ବର ମିଳିବା ଉଚିତ, କିନ୍ତୁ ଯେତେବେଳେ ମୁଁ ପଛକୁ ଫେରି ଦେଖେ, ଗୋଟିଏ କଥା ସ୍ପଷ୍ଟ ଯେ ଗୋଟିଏ ଜିନିଷର ଅଭାବ ଥିଲା। ମୁଁ କରିଥିବା ଏହି ଗୋଟିଏ ଭୁଲ ହେଉଛି ଯେ ମୁଁ ଓବିସି ବର୍ଗ (ସ୍ବାର୍ଥ)କୁ ଯେପରି ଭାବରେ ସୁରକ୍ଷା ଦେବା କଥା ସେପରି କରିନଥିଲି। ଏହାର କାରଣ ହେଉଛି ଯେ ମୁଁ ସେତେବେଳେ ଆପଣଙ୍କ ପ୍ରସଙ୍ଗଗୁଡ଼ିକୁ ଗଭୀର ଭାବରେ ବୁଝିପାରି ନଥିଲି।’

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, ଦଳିତଙ୍କ ଅସୁବିଧା ବୁଝିବା ସହଜ… ଆଦିବାସୀଙ୍କ ସମସ୍ୟା ମଧ୍ୟ ସହଜରେ ବୁଝିହେବ, କିନ୍ତୁ ଓବିସିଙ୍କ ଅସୁବିଧା କିମ୍ବା ସମସ୍ୟାଗୁଡ଼ିକ ସହଜରେ ଦୃଶ୍ୟମାନ ହେଉନାହିଁ। ମୁଁ ଦୁଃଖିତ ଯେ ଯଦି ମୁଁ ଆପଣଙ୍କ ଇତିହାସ ଏବଂ ସମସ୍ୟାଗୁଡ଼ିକ ବିଷୟରେ ଅଧିକ ଜାଣିଥାନ୍ତି, ତେବେ ମୁଁ ସେହି ସମୟରେ (ଯେତେବେଳେ କଂଗ୍ରେସ କ୍ଷମତାରେ ଥିଲା) ଜାତି ଜନଗଣନା କରାଇଥାନ୍ତି। ସେହି ସମୟ ଚାଲିଯାଇଛି, କିନ୍ତୁ ଏହା ମୋର ଭୁଲ। … ଏହା କଂଗ୍ରେସର ଭୁଲ ନୁହେଁ, ଏହା ମୋର ଭୁଲ।’


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟ ସେବା ଠପ୍‌; ଲକ୍ଷ ଲକ୍ଷ ଉପଭୋକ୍ତା ଆଉଟଲୁକ (Outlook) ବ୍ୟବହାର କରିବାରେ ସମସ୍ୟା; OpenAI ଉପରେ ମଧ୍ୟ ପ୍ରଭାବ

ଓ୍ବାଶିଂଟନ,୧୩।୧୧: ଗୁରୁବାର ଏବଂ ଶୁକ୍ରବାର ସକାଳେ ଏକ ବୈଷୟିକ ତ୍ରୁଟି ଯୋଗୁ ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟର ଅନେକ ପ୍ରମୁଖ ପ୍ଲାଟଫର୍ମ ପ୍ରଭାବିତ ହୋଇଥିଲା। ଆଉଟଲୁକ (Outlook), ମାଇକ୍ରୋସଫ୍ଟ ଟିମ୍ସ…

୨ ନିଖୋଜ ଏସ୍‌ପିଓଙ୍କ ଗୁଳିବିଦ୍ଧ ମୃତଦେହ ଜବତ

ଜମ୍ମୁ,୧୩।୧୧(ପି.ଟି): ଜମ୍ମୁ-କଶ୍ମୀରର କିସ୍ତୱାଡ୍‌ ଜିଲାର ଦୁର୍ଗମ ଦଚ୍ଛନ ଅଞ୍ଚଳରୁ ନିଖୋଜ ହେବାର ଗୋଟିଏ ଦିନ ପରେ ଗୁରୁବାର ସକାଳେ ୨ଜଣ ସ୍ବତନ୍ତ୍ର ପୋଲିସ ଅଧିକାରୀ (ଏସ୍‌ପିଓ)ଙ୍କ ଗୁଳିବିଦ୍ଧ…

କେଜ୍ରିୱାଲଙ୍କୁ ହତ୍ୟା ଧମକ: ଲରେନ ଗ୍ୟାଙ୍ଗ୍‌ ସଦସ୍ୟଙ୍କ ୭ କୋଟି ଟଙ୍କା ଦାବି

ମୋହାଲି, ୧୨ା୧୧: ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ଜର୍ନେଲ ସିଂହଙ୍କ ଅଭିଯୋଗ ଆଧାରରେ ପଞ୍ଜାବ ପୋଲିସ ଏକ ମାମଲା ରୁଜୁ କରିଛି। ଦଳର ନେତା…

ଦୂର ହେବ LPG ଚିନ୍ତା, ଗ୍ୟାସ ସଂରକ୍ଷିତ କରି ରଖିବାକୁ ସରକାର କରିଛନ୍ତି ବଡ଼ ଯୋଜନା!

ନୂଆଦିଲ୍ଲୀ,୧୨।୧୧: ଭାରତ କର୍ନାଟକର ମାଙ୍ଗାଲୁରୁରେ ଦେଶର ସବୁଠାରୁ ବଡ଼ ଏଳପିଜି (LPG) ଭଣ୍ଡାର ଗୁମ୍ଫା ନିର୍ମାଣ କରିଛି। ଭୂପୃଷ୍ଠରୁ ପ୍ରାୟ ୧୬୦ ମିଟର ତଳେ ଅବସ୍ଥିତ ଏହି…

ଛାତ୍ରୀଙ୍କ ପ୍ରତି ଅନୁପଯୁକ୍ତ ଆଚରଣ ଅଭିଯୋଗରେ ଡିୟୁ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଗଲା

ନୂଆଦିଲ୍ଲୀ,୧୨।୧୧: ଦିଲ୍ଲୀ ବିଶ୍ୱବିଦ୍ୟାଳୟ (DU) ଅଧୀନସ୍ଥ ସତ୍ୟବତୀ କଲେଜର ଜଣେ ପ୍ରଫେସରଙ୍କ ବିରୁଦ୍ଧରେ ଜଣେ ଛାତ୍ରୀଙ୍କ ପ୍ରତି ଅନୁଚିତ ଆଚରଣ କରିଥିବା ନେଇ ଅଭିଯୋଗ ଆସିବା ପରେ,…

‘ଏକ୍ସ’ (X) ୟୁଜର୍ସଙ୍କ ଅନୁରୋଧ ପୂରଣ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୧୧: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ସାମ ପିତ୍ରୋଡାଙ୍କ ମଧ୍ୟରେ ସୋସିଆଲ ମିଡିଆରେ ହୋଇଥିବା ଆଦାନପ୍ରଦାନ ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି।…

ଟେକ୍‌-ଅଫ୍‌ ବେଳେ ରନ୍‌ୱେରୁ ଖସିଲା ହେଲିକପ୍ଟର, ମହିଳା ପାଇଲଟ୍‌…

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରର ସୋଲାପୁର ବିମାନବନ୍ଦରରେ ଗୁରୁବାର ଏକ ଅଘଟଣ ଘଟିଛି । ଉଡ଼ାଣ ଭରିବା ସମୟରେ ଏକ ଟ୍ରେନିଂ ବିମାନ ରନ୍‌ୱେରୁ ଖସିଯାଇଛି । ଜଣେ ମହିଳା…

୨୦ ଫୁଟ୍‌ର ଜୀବନ୍ତ ଅଜଗର ପିଠିରେ ପିଲାଙ୍କ ଖେଳ! ସାପକୁ ସ୍ଲାଇଡ୍‌ କରି ମଜା ନେଲେ ଶିଶୁ, ଭିଡିଓ ଭାଇରାଲ୍‌

ସୋସିଆଲ୍‌ ମିଡିଆରେ ଏବେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓଟି ଇଣ୍ଡୋନେସିଆର ବୋଲି ଦାବି କରାଯାଉଛି । ଏଥିରେ କିଛି ପିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?