Posted inଜାତୀୟ

ଜାତିଗତ ପ୍ରମାଣପତ୍ର ଆବେଦନକାରୀଙ୍କ ଜୀବନଶୈଳୀ ଆଧାରରେ ମନା କରିହେବ ନାହିଁ…

ମୁମ୍ବାଇ, ୨୩।୨ : ଜାତିଗତ ପ୍ରମାଣପତ୍ର ଆବେଦନକାରୀଙ୍କ ଜୀବନଶୈଳୀ ଆଧାରରେ ମନା କରିହେବ ନାହିଁ। ଏହା ଆଫିନିଟ୍‌ ଟେଷ୍ଟ୍‌ ହୋଇପାରେ କିନ୍ତୁ ଲିଟମସ୍‌ ଟେଷ୍ଟ୍‌ ନୁହେଁ ବୋଲି ବମ୍ବେ ହାଇକୋର୍ଟ ଏକ ମାମଲାର ବିଚାର କରି କହିଛନ୍ତି। ସମୟ ସହିତ କୌଣସି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଜୀବନଧାରଣ ମାନରେ ଉନ୍ନତି ଆସିବା ସହିତ ଦୈନଦିନ ଜୀନଶୈଳୀରେ ବହୁ ପରିବର୍ତ୍ତନ ହୋଇଥାଏ।

କିନ୍ତୁ ଏଭଳି ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଆବେଦନକାରୀ ସମ୍ପୃକ୍ତ ସମ୍ପ୍ରଦାୟର ନୁହେଁ ବୋଲି କହି ଜାତିଗତ ପ୍ରମାଣପତ୍ର ଦେବାକୁ ମନା କରିହେବ ନାହିଁ ବୋଲି କୋର୍ଟ କହିଛନ୍ତି।

ବିଚାରପତି ଏସ୍‌.ଭି.ଗଙ୍ଗାପୁରଓ୍ବାଲା ଏବଂ ଏସ୍‌.ଜି.ଡିଗେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଏଭଳି ରାୟ ପ୍ରଦାନ କରିଛନ୍ତି।

କଲେଜରେ ନାମ ଲେଖାଇବା ସମୟରେ ଜଣେ ଛାତ୍ରଙ୍କ ଜାତିଗତ ପ୍ରମାଣପତ୍ରକୁ ସ୍କୃଟିନି କମିଟି ପକ୍ଷରୁ ମିଥ୍ୟା ବୋଲି କୁହାଯାଇଥିଲା। ଛାତ୍ରଙ୍କ ଜୀବନଶୈଳୀକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ଏଭଳି ନିଷ୍ପତ୍ତିଗ୍ରହଣ କରାଯାଇଥିଲା। ଏହାକୁ ଭେରିଫିକେଶନ ପାଇଁ ପଠାଯିବା ସହିତ ଭିଜିଲାନ୍‌ ସେଲ୍‌କୁ ପଠାଇ ଦିଆଯାଇଥିଲା।

ଛାତ୍ରଙ୍କ ସମ୍ପର୍କୀୟ ଭାଇ ଭଉଣୀ କଲେଜରେ ଅଧ୍ୟୟନ କରୁଛନ୍ତି। ମାତ୍ର ତାଙ୍କର ଜାତିଗତ ପ୍ରମାଣପତ୍ରକୁ ମନା କରାଯାଇଥିଲା। ପରେ ଛାତ୍ର ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାପଟେନ୍‌ଙ୍କ ହାତରେ ବଲ ଧରାଇଲା ଭାଜପା…

ଚଣ୍ଡିଗଡ଼,୩୦।୯: ପଞ୍ଜାବର ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଭାଜପା ପକ୍ଷରୁ କ୍ୟାପଟେନ୍‌ଙ୍କ ହାତରେ ବଲ୍‌ ଧରାଇ ଦିଆଯାଇଛି...

ମୋଦିଙ୍କ ସହ କଥା ହେଲେ ରୁଷିଆ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୮ ।୯: ଚାଇନା ସହ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ସହ ଟେଲିଫୋନ...

ଏହି ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆର୍‌ଟିପିସିଆର ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୪।୧୨: କରୋନାର ନୂଆ ସଂକ୍ରମଣକୁ ନେଇ ଭାରତ ସରକାର ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି। ଗତ ତିନି ଦିନ ମଧ୍ୟରେ ସରକାର ତିନୋଟି ଉଚ୍ଚ ସ୍ତରୀୟ ବୈଠକ...

ବିଶ୍ୱ ଜଳବାୟୁ ଜରୁରୀ ପରିସ୍ଥିତି ଘୋଷଣା କଲେ ୧୧ ହଜାର ବୈଜ୍ଞାନିକ

ନୂଆଦିଲ୍ଲୀ, ୭।୧୧(ପି.ଟି.): ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବକୁ ନେଇ ବୈଜ୍ଞାନିକମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ୧୫୩ଟି ରାଷ୍ଟ୍ରର ୧୧ହଜାରରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ବିଶ୍ୱ ଜଳବାୟୁ ଜରୁରୀ ପରିସ୍ଥିତି...

ନିର୍ବାଚନ ବେଳେ ପ୍ଲାଷ୍ଟିକ୍‌ ବ୍ୟବହାର ବିରୋଧରେ ପିଟିଶନ: କେନ୍ଦ୍ର, ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୧୦ା୧(ପି.ଟି.): ନିର୍ବାଚନ ବେଳେ ପ୍ଲାଷ୍ଟିକ୍‌ ବ୍ୟାନର, ହୋର୍ଡିଂ ଇତ୍ୟାଦିର ବ୍ୟବହାରକୁ ବିରୋଧ କରି ଦାଏର ଏକ ପିଟିଶନ ଉପରେ ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାର ଓ...

ସୀମାରେ ଚାଇନାର ୫ଜି ଭିତ୍ତିଭୂମି

ନୂଆଦିଲ୍ଲୀ,୨୮ା୮(ଆଇଏଏନ୍‌ଏସ୍‌): ଭାରତ-ଚାଇନା ସୀମା ବିବାଦ ଲାଗି ରହିଥିବାବେଳେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ବେଜିଂ ପଞ୍ଚମ ପିଢ଼ି ଓ୍ବାୟରଲେସ୍‌ ଟେକ୍ନୋଲେଜି ୫ଜି ଭିତ୍ତିଭୂମି ପ୍ରତିଷ୍ଠା କରିଛି। ସମ୍ପୃକ୍ତ...

୬ମାସ ପରେ ନଜରବନ୍ଦୀରୁ ମୁକୁଳିଲେ ଫାରୁକ

ଶ୍ରୀନଗର,୧୩।୩: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫରେନ୍ସ ନେତା ଫାରୁକ ଅବଦ୍ଦୁଲାଙ୍କ ନଜରବନ୍ଦୀ ଶେଷ ହୋଇଛି। ରାଜ୍ୟ ସରକାର ଶୁକ୍ରବାର ତାଙ୍କର ନଜରବନ୍ଦୀ ହଟାଇବା...

ଆମେ କଂଗ୍ରେସ ସହ ଅଛୁ: ଦେବଗୌଡା

ନୂଆଦିଲ୍ଲୀ,୧୮।୫: ଜେଡି(ଏସ୍‌) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବଗୌଡା କହିଛନ୍ତି ଆମେ କଂଗ୍ରେସ ସହ ଅଛୁ। ହେଲେ ଏ ସମ୍ପର୍କରେ ଏବେ ସେ...

Advertisement
Archives

Model This Week