ୟୁକ୍ରେନରେ ୩୦ ଦିନ ପାଇଁ ଲାଗୁହେବ ଜରୁରିକାଳୀନ ପରିସ୍ଥିତି

କ୍ୱିଭ୍‌,୨୩ା୨: ରୁଷିଆର ସେନା ଦ୍ୱାରା ଆକ୍ରମଣ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ୟୁକ୍ରେନରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି। ବୁଧବାର ୟୁକ୍ରେନର ସୁରକ୍ଷା ପରିଷଦ ସମସ୍ତ ଅଞ୍ଚଳରେ ୩୦ ଦିନିଆ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛି। ଯଦିଓ ଡୋନେସ୍କ ଏବଂ ଲୁହାନସ୍କକୁ ବାଦ୍‌ ଦିଆଯାଇଛି, ସେଠାରେ ଜରୁରିକାଳୀନ ପରିସ୍ଥିତି ଲାଗୁ ହେବ ନାହିଁ। ବିଚ୍ଛିନ୍ନତାବାଦୀମାନଙ୍କୁ ଉପଯୁକ୍ତ ଉତ୍ତର ଦେବାକୁ ୟୁକ୍ରେନ ସୈନ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କୁହାଯାଉଛି।

ଏନ୍‌ଏସଡିସି ସଚିବ ଓଲେକ୍ସି ଡାନିଲୋଭ ବୁଧବାର କହିଛନ୍ତି, ଡୋନେସ୍କ ଏବଂ ଲୁହାନସ୍କ ଅଞ୍ଚଳ ବ୍ୟତୀତ ୟୁକ୍ରେନର ଜାତୀୟ ସୁରକ୍ଷା ଏବଂ ପ୍ରତିରକ୍ଷା ପରିଷଦ (NSDC) ଜରୁରିକାଳୀନ ପରିସ୍ଥିତି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି। ଜରୁରିକାଳୀନ ସମୟସୀମା ମଧ୍ୟ ବୃଦ୍ଧି କରାଯାଇପାରିବ ବୋଲି ସେ କହିଛନ୍ତି।

ଡାନିଲୋଭ ଗଣମାଧ୍ୟମକୁ କହିଛନ୍ତି, ଆଜି ଜରୁରିକାଳୀନ ପରିସ୍ଥିତି ଘୋଷଣା କରିବା ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏହା ଉପରେ ଏକ ନିଷ୍ପତ୍ତି ନିଆଯାଇଛି। ଆମର ନିୟମ ଅନୁଯାୟୀ, ଭର୍କୋଭନା ରାଡା (ୟୁକ୍ରେନର ସଂସଦ) ୪୮ ମିନିଟ୍‌ ମଧ୍ୟରେ ଏହି ନିଷ୍ପତ୍ତିକୁ ଅନୁମୋଦନ କରିବା ଜରୁରୀ। ଡୋନେସ୍କ ଏବଂ ଲୁହାନସ୍କ ବ୍ୟତୀତ ସମଗ୍ର ୟୁକ୍ରେନରେ ଜରୁରିକାଳୀନ ପରିସ୍ଥିତି ଲାଗୁ ହେବ।

ଦେଶର ବିଭିନ୍ନ ଅଞ୍ଚଳରେ ପରିସ୍ଥିତିକୁ ଦେଖି ଜରୁରିକାଳୀନ ପରିସ୍ଥିତିରେ କୋହଳ କିମ୍ବା କଟକଣା ଜାରି କରାଯିବ। ସେ କହିଛନ୍ତି, ୩୦ ଦିନ ପାଇଁ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯିବ। ଆବଶ୍ୟକ ପଡ଼ିଲେ ଏହାକୁ ୬୦ ଦିନ ପାଇଁ ମଧ୍ୟ ବୃଦ୍ଧି କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇ ଭଞ୍ଜନଗର ଜଳଭଣ୍ଡାରରେ ବୁଡିଗଲେ ୬ ସାଙ୍ଗ, ୨ମୃତ

ଭଞ୍ଜନଗର,୧୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳଭଣ୍ଡାରରେ ବୁଡ଼ି ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ…

ରିଲ୍ସ କରିବା ହେଲା କାଳ, ଚଳନ୍ତା ଟ୍ରେନରୁ ଖସିପଡି ଯୁବକ ଗୁରୁତର

ସିମୁଳିଆ,୧୯ା୪(ସନ୍ତୋଷ କୁମାର ନାୟକ): ବାରମ୍ବାର ସଚେତନତା ସତ୍ତ୍ବେ ମଧ୍ୟ ସଚେତନ ହେଉନାହାନ୍ତି ଯୁବତୀ ଯୁବକ । ବେଳେ ବେଳେ ଏହି ରିଲ୍ସ ନିଶା ଜୀବନ ମଧ୍ୟ ନେଉଛି…

ଟ୍ରମ୍ପଙ୍କ କଡ଼ା ଚେତାବନୀ, ଇରାନକୁ ଶେଷ କରିବାର ସମୟ ଆସିଯାଇଛି….

ଓ୍ବାଶିଂଟନ,୧୯ା୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦିନ ଇରାନକୁ ସମ୍ପୂର୍ଣ୍ଣ ଭାବରେ ନିଶ୍ଚିହ୍ନ କରିଦେବା ପାଇଁ ଧମକ ଦେଇଥିଲେ । ଟ୍ରମ୍ପ କହିଥିଲେ ଯେ ଇରାନ…

ଟିଭି ଦେଖିବାକୁ ମନାକଲେ ମା’, ଝୁଲିପଡିଲେ ନାବାଳିକା

ସିମୁଳିଆ,୧୯ା୪(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା କୁପୁରା ଅଞ୍ଚଳରେ ଅଭାବନୀୟ ଘଟଣା । ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ନାବାଳିକା । ମୃତକ…

ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ; ୧୬ମୃତ, ବଢ଼ିପାରେ ମୃତ୍ୟୁ ସଂଖ୍ୟା

ଚେନ୍ନାଇ,୧୯ା୪: ତାମିଲନାଡୁର ବିରୁଧୁନଗର ଜିଲାରେ ଥିବା ଏକ ବାଣ ତିଆରି ୟୁନିଟରେ ଏକ ବଡ଼ ବିସ୍ଫୋରଣ ଘଟିଛି। ବାଣ କାରଖାନାରେ ହୋଇଥିବା ଏହି ଭୟଙ୍କର ବିସ୍ଫୋରଣରେ ଏପର୍ଯ୍ୟନ୍ତ…

ଓଲଟିଲା ମାଛ ବୋଝେଇ ଅଟୋ

ବାଲିଗୁଡ଼ା,୧୯ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ମୁସୁକୁଲିସ୍ଥିତ ବୁଲାଣି ନିକଟରେ ରବିବାର ମାଛ ବୋଝେଇ ହୋଇଥିବା ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ…

ଶିକ୍ଷାରେ ଅବହେଳା ହେଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ, ଛାତ୍ରୀଛାତ୍ର ଫେଲ୍‌ ହେଲେ ଦାୟୀ ରହିବେ ଶିକ୍ଷକ

କୋରାପୁଟ,୧୯ା୪(ଅମିତାଭ ବେହେରା): ବିଦ୍ୟାଳୟରେ ଶିକ୍ଷାରେ ଅବହେଳା କିମ୍ବା ତ୍ରୁଟି ଦେଖାଦେଲେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ…

ରକ୍ତରଞ୍ଜିତ ହେଲା ଲଖୁଆପଡା, ରାତିଅଧରେ ୯ ଜଣଙ୍କୁ ଶାବଳରେ ଆକ୍ରମଣ କଲେ ମାନସିକ ବିକାରଗ୍ରସ୍ତ ଯୁବକ

ବଡ଼ଗାଁ,୧୯ା୪(ଅଶୋକ ଷଡଙ୍ଗୀ):  ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଲଖୁଆପଡା ଗାଁ ଦାଣ୍ଡ ଶନିବାର ରାତିରେ ରକ୍ତରଞ୍ଚିତ ହୋଇଥିଲା। ଜଣେ ମାନସିକ ବିକାରଗ୍ରସ୍ତ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri