Posted inଜାତୀୟ

ଶୁଭେନ୍ଦୁ ଅଧିକାରୀଙ୍କ ବଢିଲା ଅଡୁଆ

କୋଲକତା,୯।୭: ପଶ୍ଚିମବଙ୍ଗର ନନ୍ଦିଗ୍ରାମର ଭାରତୀୟ ଜନତା ପାର୍ଟିର ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ କୋଣ୍ଟାଇ ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ ହୋଇଛି। ଶୁଭେନ୍ଦୁଙ୍କ ପୂର୍ବତନ ସୁରକ୍ଷା କର୍ମୀଙ୍କ ସ୍ତ୍ରୀ ଏହି ମାମଲା ରୁଜୁ କରିଛନ୍ତି। ଶୁଭେନ୍ଦୁଙ୍କ ନାଁରେ ଅଭିଯୋଗ ରହିଛି ଯେ, ସେ କୁଆଡେ ସୁରକ୍ଷା କର୍ମୀଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସକାଇ ଥିଲେ। ଫଳରେ ସେ ଆତ୍ମହତ୍ୟା କରିଥିବା ସମ୍ପୃକ୍ତ ସୁରକ୍ଷା କର୍ମୀଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଏହି ମାମଲା ୨୦୧୮ରେ ଘଟିଥିଲା। ୨୦୧୮ରେ ଶୁଭେନ୍ଦୁ ଅଧିକାରୀଙ୍କ ସୁରକ୍ଷା କର୍ମୀ ଆତ୍ମହତ୍ୟା କରିଥିଲେ। ସୁବ୍ରତ ଚକ୍ରବର୍ତ୍ତୀ ନାମକ ଏହି ସୁରକ୍ଷାକର୍ମୀ ୧୩ ଅକ୍ଟୋବର ୨୦୧୮ରେ କାନ୍ଥିରେ ଥିବା ତାଙ୍କ ଭଡା ଘରେ ନିଜ ଉପରକୁ ରିଭଲଭର ସାହାଯ୍ୟରେ ଗୁଳି ଚଳାଇଥିଲେ। ଗୁଳି ଚଳାଇବାର ଦୁଇ ଦିନ ପରେ ସେ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ। ସେତେବେଳେ ଶୁଭେନ୍ଦୁ ଅଧିକାରୀ ଟିଏମସିରେ ଥିଲେ ଏବଂ ରାଜ୍ୟର ପରିବହନ ମନ୍ତ୍ରୀ ମଧ୍ୟ ଥିଲେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଶୁଭେନ୍ଦୁ ଭାଜପାରେ ଯୋଗ ଦେଇଥିଲେ ଏବଂ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ବିପକ୍ଷରେ ନିର୍ବାଚନ ଲଢି ଜିତିଥିଲେ। ଏବେ ସେ ରାଜ୍ୟର ବିରୋଧୀ ଦଳର ନେତା ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଗଣା ସହାୟତା ଉପରେ ଭୋଟର ନିଷ୍ପତ୍ତି ନିଅନ୍ତୁ: କଂଗ୍ରେସ

ନୂଆଦିଲ୍ଲୀ,୨୯ା୧୦(ଆଇଏଏନ୍‌ଏସ୍‌): ମାଗଣା ସହାୟତା ପ୍ରସଙ୍ଗରେ ଭୋଟରମାନେ ନିଷ୍ପତ୍ତି ନେବା ଉଚିତ ବୋଲି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନିର୍ବାଚନ କମିଶନଙ୍କୁ ଜଣାଇଛି। କ୍ଷେତ୍ର ଅଧିକାର, ପ୍ରବର୍ତ୍ତନତା,...

ସରକାରୀ ବାବୁଙ୍କ କାମର ସମୀକ୍ଷା କରିବେ ମୋଦି ସରକାର…

ନୂଆଦିଲ୍ଲୀ,୨୭।୭: ଏଣିକି ସରକାରୀ ବାବୁଙ୍କ କାମର ସମୀକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ପକ୍ଷରୁ କରାଯିବ। ଖରାପ ପ୍ରଦର୍ଶନ କରିଥିବା ସରକାରୀ ବାବୁଙ୍କୁ ସମୟ ପୂର୍ବରୁ...

ଏଠାରେ ଭଗବାନଙ୍କୁ ପ୍ରସାଦ ରୂପେ ଅର୍ପଣ କରାଯାଉଛି ମାସ୍କ

ବାରାଣସୀ,୧୭।୭: ଦେଶରେ ମହାମାରୀ କରୋନା ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।...

ବିରୋଧୀ ଏକତାକୁ ଝଟକା

ନୂଆଦିଲ୍ଲୀ,୨୪-୫- :ଭାଜପାକୁ କ୍ଷମତାଠାରୁ ଦୂରେଇ ରଖିବା ଲାଗି ବିରୋଧୀ ଦଳଗୁଡିକ ପକ୍ଷରୁ ଶେଷ ପର୍ଯ୍ୟନ୍ତ ଉଦ୍ୟମ ଜାରି ରହିଥିଲା। ନିର୍ବାଚନ ପୂର୍ବରୁ ବିଭିନ୍ନ ମଞ୍ଚରେ କଂଗ୍ରେସ ସମେତ...

କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ତୁରନ୍ତ କର

ନୂଆଦିଲ୍ଲୀ,୫।୨ କୋଭିଡ୍‌ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କାର୍ଯ୍ୟ ତ୍ୱରାନ୍ବିତ କରିବା ଲାଗି ନୋଡାଲ ଅଫିସର ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ...

ସପ୍ତାହେ ପରେ ପୁଣି ବଢ଼ିଲା ଦୈନିକ ମୃତ୍ୟୁ ସଂଖ୍ୟା, ଚିନ୍ତାରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ, ୧।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ବିବାଦରେ ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବା

ଜାମନଗର,୨୪।୧୧: ଗୁଜୁରାଟ ବିଧାନସଭାର ଉତ୍ତର ଜାମନଗର ଆସନ ନିର୍ବାଚନ ବହୁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଆସନରୁ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବା ଲଢୁଛନ୍ତି।...

ଜାତୀୟ ଜଳମାର୍ଗ ବିଲ୍‌:ବିରୋଧ କରିଥିଲେ ଅଧିକାଂଶ ରାଜ୍ୟ

ନୂଆଦିଲ୍ଲୀ,୨୦-୯(ପି.ଟି.):କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ଜାତୀୟ ଜଳମାର୍ଗ ବିଲ୍‌କୁ ବିଭିନ୍ନ ରାଜ୍ୟ ବିରୋଧ କରିଥିଲେ। ଏପରିକି ଭାଜପା ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ଏହା ସପକ୍ଷରେ ନ...

Advertisement
Archives

Model This Week