ସୁଟକେସ୍‌ରୁ ଯୁବକଙ୍କ ମୃତଦେହ ଜବତ ମାମଲା: ସ୍ତ୍ରୀଙ୍କ ସମେତ ୩ ଗିରଫ

ଖୋର୍ଦ୍ଧା ଅଫିସ,୨୩।୧: ହରିପୁର ଜଙ୍ଗଲରୁ ରବିବାର ଏକ ସୁଟକେସରୁ ରଣପୁର ଥାନା ଲାଖପଡ଼ା ଗ୍ରାମର ମନୋରଞ୍ଜନ ମହାପାତ୍ରଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା। ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ମନୋରଞ୍ଜନଙ୍କ ସ୍ତ୍ରୀଙ୍କ ସମେତ ୨ଜଣ ପୁରୁଷ ବନ୍ଧୁଙ୍କୁ ସୋମବାର ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଏଥିସହ ଘଟଣାରେ ବ୍ୟବହୃତ ହୋଇଥିବା ନୀଳରଙ୍ଗର ସୁଟକେସ୍‌, ପ୍ଲାଷ୍ଟିକ ଦୌଡି, ଗୋଟିଏ ଓଢଣୀ, ହଳେଚପଲ ଓ ପଲସର ବାଇକ୍‌କୁ ପୋଲିସ ଜବତ କରିଛି। ଏନେଇ ଥାନାରେ ଏକ ହତ୍ୟା ମାମଲା(ନଂ.୧୧/୨୩) ରୁଜୁ କରାଯାଇଛି। ସୋମବାର ନାଚୁଣୀ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ସିଦ୍ଧାର୍ଥ କଠାରିଆ ଏହି ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ ମନୋରଞ୍ଜନଙ୍କ ସ୍ତ୍ରୀ ତଥା ଚାନ୍ଦପୁର ଥାନା ରାଜଜଙ୍କିଆ ଗ୍ରାମର ନିଲି ଦାସ(୨୫), ଟାଙ୍ଗୀ ଥାନା ଅଞ୍ଚଳର ତାଙ୍କ ସାଙ୍ଗ ବିକ୍ରମ କୁମାର ସାହୁ(୨୯) ଏବଂ ଚାନ୍ଦପୁର ଥାନା ଅଞ୍ଚଳର ସମ୍ପର୍କୀୟ ଭାଇ ମିଟୁ ଦାସ(୨୬)। ଅନ୍ୟପକ୍ଷେ ପୋଲିସ ହତ୍ୟାକାଣ୍ଡର ସିନ୍‌ ରିକ୍ରିଏସନ କରିଛି।

ଅନ୍ୟପକ୍ଷେ ମନୋରଞ୍ଜନଙ୍କ ବିରୋଧରେ ନୟାଗଡ଼ ଜିଲାର ୨ଟି ଡକାୟତ ମାମଲାରେ ଜାମିନ ବିହୀନ ଗିରଫ ପରୱାନା ରହିଥିବା ଏସ୍‌ପି କହିଛନ୍ତି। ମନୋରଞ୍ଜନ ମଦ୍ୟପାନ କରି ସ୍ତ୍ରୀ ନିଲିଙ୍କୁ ଶାରୀରିକ ନର୍ଯାତନା ଦେଇ ଆସୁଥିଲେ। ଯନ୍ତ୍ରଣା ଅସହ୍ୟ ହେବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଏସ୍‌ପି ସୂଚନା ଦେଇଛନ୍ତି।

ଏସ୍‌ପିଙ୍କ ସୂଚନା ମୁତାବକ, ମୃତକ ମନୋରଞ୍ଜନ ଚାନ୍ଦପୁର ଥାନା ରାଜ ଜଙ୍କିଆ ଗ୍ରାମର ନିଲି ଦାସଙ୍କୁ ବିବାହ କରିଥିଲେ। ତେବେ ଗାଁରେ ଲୋକଙ୍କ ସହ ମନୋରଞ୍ଜନଙ୍କ ତିକ୍ତତା ବଢିବାରୁ ସେ ପରିବାର ସହ ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଅଞ୍ଚଳରେ ରହୁଥିଲେ।
ଗତ ୨୦ ତାରିଖ ମନୋରଞ୍ଜନ ମଦ୍ୟପାନ କରି ସ୍ତ୍ରୀ ନିଲିଙ୍କୁ ମାଡ଼ ମାରିଥିଲେ। ଫଳରେ ନିଲି ସ୍ବାମୀଙ୍କଠୁ ମୁକ୍ତି ପାଇବା ପାଇଁ ହତ୍ୟା ଯୋଜନା କରିଥିଲେ। ଏଥିପାଇଁ ସେ ତାଙ୍କ ସାଙ୍ଗ ବିକ୍ରମ ଏବଂ ସମ୍ପର୍କୀୟ ଭାଇ ମିଟୁଙ୍କ ସହଯୋଗ ଲୋଡିଥିଲେ। ଯୋଜନା ମୁତାବକ, ୨୧ ତାରିଖ ସାରେ ଅଭିଯୁକ୍ତ ବିକ୍ରମ ଚାନ୍ଦପୁର ବଜାରରୁ ଏକ ସୁଟକେସ୍‌ କିଣି ମନୋରଞ୍ଜନ ଚଣ୍ଡେଶ୍ୱର ସ୍ଥିତ ଘରକୁ ଯାଇଥିଲେ। ସେଠାରେ ମନୋରଞ୍ଜନକୁ ପ୍ରଚୁର ମଦ୍ୟ ପାନ କରାଇଥିଲେ। ପରେ ସମସ୍ତେ ମିଶ ମନୋରଞ୍ଜନଙ୍କ ବେକକୁ ଚିପି ହତ୍ୟା କରିଥିଲେ। ଉକ୍ତ ରାତିରେ ମନୋରଞ୍ଜନଙ୍କ ମୃତଦେହକୁ ସୁଟକେସ୍‌ରେ ପୁରାଇ ନାଚୁଣୀ ହରିପୁର ଜଙ୍ଗଲକୁ ନେଇ ଫୋପାଡି ଦେଇଥିଲେ। ଖବରଦାତା ସମ୍ମିଳନୀରେ ବାଲୁଗାଁ ଏସ୍‌ଡିପିଓ ମାନସ ରଞ୍ଜନ ବାରିକ, ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା, ଟାଙ୍ଗି ଥାନା ଅଧିକାରୀ ଦିଗବିଜୟ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri