ସୁଟକେସ୍‌ରୁ ଯୁବକଙ୍କ ମୃତଦେହ ଜବତ ମାମଲା: ସ୍ତ୍ରୀଙ୍କ ସମେତ ୩ ଗିରଫ

ଖୋର୍ଦ୍ଧା ଅଫିସ,୨୩।୧: ହରିପୁର ଜଙ୍ଗଲରୁ ରବିବାର ଏକ ସୁଟକେସରୁ ରଣପୁର ଥାନା ଲାଖପଡ଼ା ଗ୍ରାମର ମନୋରଞ୍ଜନ ମହାପାତ୍ରଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା। ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ମନୋରଞ୍ଜନଙ୍କ ସ୍ତ୍ରୀଙ୍କ ସମେତ ୨ଜଣ ପୁରୁଷ ବନ୍ଧୁଙ୍କୁ ସୋମବାର ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଏଥିସହ ଘଟଣାରେ ବ୍ୟବହୃତ ହୋଇଥିବା ନୀଳରଙ୍ଗର ସୁଟକେସ୍‌, ପ୍ଲାଷ୍ଟିକ ଦୌଡି, ଗୋଟିଏ ଓଢଣୀ, ହଳେଚପଲ ଓ ପଲସର ବାଇକ୍‌କୁ ପୋଲିସ ଜବତ କରିଛି। ଏନେଇ ଥାନାରେ ଏକ ହତ୍ୟା ମାମଲା(ନଂ.୧୧/୨୩) ରୁଜୁ କରାଯାଇଛି। ସୋମବାର ନାଚୁଣୀ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ସିଦ୍ଧାର୍ଥ କଠାରିଆ ଏହି ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ ମନୋରଞ୍ଜନଙ୍କ ସ୍ତ୍ରୀ ତଥା ଚାନ୍ଦପୁର ଥାନା ରାଜଜଙ୍କିଆ ଗ୍ରାମର ନିଲି ଦାସ(୨୫), ଟାଙ୍ଗୀ ଥାନା ଅଞ୍ଚଳର ତାଙ୍କ ସାଙ୍ଗ ବିକ୍ରମ କୁମାର ସାହୁ(୨୯) ଏବଂ ଚାନ୍ଦପୁର ଥାନା ଅଞ୍ଚଳର ସମ୍ପର୍କୀୟ ଭାଇ ମିଟୁ ଦାସ(୨୬)। ଅନ୍ୟପକ୍ଷେ ପୋଲିସ ହତ୍ୟାକାଣ୍ଡର ସିନ୍‌ ରିକ୍ରିଏସନ କରିଛି।

ଅନ୍ୟପକ୍ଷେ ମନୋରଞ୍ଜନଙ୍କ ବିରୋଧରେ ନୟାଗଡ଼ ଜିଲାର ୨ଟି ଡକାୟତ ମାମଲାରେ ଜାମିନ ବିହୀନ ଗିରଫ ପରୱାନା ରହିଥିବା ଏସ୍‌ପି କହିଛନ୍ତି। ମନୋରଞ୍ଜନ ମଦ୍ୟପାନ କରି ସ୍ତ୍ରୀ ନିଲିଙ୍କୁ ଶାରୀରିକ ନର୍ଯାତନା ଦେଇ ଆସୁଥିଲେ। ଯନ୍ତ୍ରଣା ଅସହ୍ୟ ହେବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଏସ୍‌ପି ସୂଚନା ଦେଇଛନ୍ତି।

ଏସ୍‌ପିଙ୍କ ସୂଚନା ମୁତାବକ, ମୃତକ ମନୋରଞ୍ଜନ ଚାନ୍ଦପୁର ଥାନା ରାଜ ଜଙ୍କିଆ ଗ୍ରାମର ନିଲି ଦାସଙ୍କୁ ବିବାହ କରିଥିଲେ। ତେବେ ଗାଁରେ ଲୋକଙ୍କ ସହ ମନୋରଞ୍ଜନଙ୍କ ତିକ୍ତତା ବଢିବାରୁ ସେ ପରିବାର ସହ ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଅଞ୍ଚଳରେ ରହୁଥିଲେ।
ଗତ ୨୦ ତାରିଖ ମନୋରଞ୍ଜନ ମଦ୍ୟପାନ କରି ସ୍ତ୍ରୀ ନିଲିଙ୍କୁ ମାଡ଼ ମାରିଥିଲେ। ଫଳରେ ନିଲି ସ୍ବାମୀଙ୍କଠୁ ମୁକ୍ତି ପାଇବା ପାଇଁ ହତ୍ୟା ଯୋଜନା କରିଥିଲେ। ଏଥିପାଇଁ ସେ ତାଙ୍କ ସାଙ୍ଗ ବିକ୍ରମ ଏବଂ ସମ୍ପର୍କୀୟ ଭାଇ ମିଟୁଙ୍କ ସହଯୋଗ ଲୋଡିଥିଲେ। ଯୋଜନା ମୁତାବକ, ୨୧ ତାରିଖ ସାରେ ଅଭିଯୁକ୍ତ ବିକ୍ରମ ଚାନ୍ଦପୁର ବଜାରରୁ ଏକ ସୁଟକେସ୍‌ କିଣି ମନୋରଞ୍ଜନ ଚଣ୍ଡେଶ୍ୱର ସ୍ଥିତ ଘରକୁ ଯାଇଥିଲେ। ସେଠାରେ ମନୋରଞ୍ଜନକୁ ପ୍ରଚୁର ମଦ୍ୟ ପାନ କରାଇଥିଲେ। ପରେ ସମସ୍ତେ ମିଶ ମନୋରଞ୍ଜନଙ୍କ ବେକକୁ ଚିପି ହତ୍ୟା କରିଥିଲେ। ଉକ୍ତ ରାତିରେ ମନୋରଞ୍ଜନଙ୍କ ମୃତଦେହକୁ ସୁଟକେସ୍‌ରେ ପୁରାଇ ନାଚୁଣୀ ହରିପୁର ଜଙ୍ଗଲକୁ ନେଇ ଫୋପାଡି ଦେଇଥିଲେ। ଖବରଦାତା ସମ୍ମିଳନୀରେ ବାଲୁଗାଁ ଏସ୍‌ଡିପିଓ ମାନସ ରଞ୍ଜନ ବାରିକ, ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା, ଟାଙ୍ଗି ଥାନା ଅଧିକାରୀ ଦିଗବିଜୟ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri