୩ ଆର୍‌ଟିଆଇ କର୍ମୀଙ୍କ ନାଁରେ ମାମଲା

ଭୁବନେଶ୍ୱର,୪।୪(ସତ୍ୟଜିତ୍‌ ରାଉତ)ନବୀନ ଓଡ଼ିଶା ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ସୁରକ୍ଷା ସମ୍ପର୍କିତ ମିଥ୍ୟା ତଥ୍ୟ ପ୍ରଘଟ ଅଭିଯୋଗକୁ କମିଶନରେଟ୍‌ ପୋଲିସ ଗୁରୁତ୍ୱର ସହ ନେଇଛି। ପାଣ୍ଡିଆନ୍‌ଙ୍କ ସୁରକ୍ଷାରେ ୭୪ ପୋଲିସ ନିୟୋଜିତ ହୋଇଥିବା ନେଇ ସୂଚନା ଅଧିକାରୀ ଆଇନ ବଳରେ କମିଶନରେଟ୍‌ ପୋଲିସର ରିଜର୍ଭ ପୋଲିସ ଅଫିସ୍‌ ପକ୍ଷରୁ ଚିଠି ଦ୍ୱାରା ତଥ୍ୟ ମିଳିଥିବା ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓସା) ପକ୍ଷରୁ କୁହାଯାଇଥିଲା। ତେବେ କମିଶନରେଟ୍‌ ପୋଲିସ ପକ୍ଷରୁ ଏହାକୁ ମିଛ ଚିଠି ବୋଲି ଅଭିଯୋଗ କରାଯାଇଛି। ଏ ସଂକ୍ରାନ୍ତରେ ରିଜର୍ଭ ଇନ୍ସପେକ୍ଟର ଭଗବାନ ପାଣିଗ୍ରାହୀ ଶହୀଦନଗର ଥାନାରେ ଏତଲା ଦେଇଛନ୍ତି। ପୋଲିସ ଉକ୍ତ ଏତଲାକୁ ଆଧାର କରି ଆଇପିସି ଦଫା ୪୧୯, ୪୨୦, ୪୬୫, ୪୬୮, ୪୬୯, ୪୭୧, ୫୦୫, ୩୪ ସହ ୬୬ଡି ଆଇଟି ଆକ୍ଟରେ ଏକ ମାମଲା (ନଂ.୧୯୩/୨୦୨୪) ରୁଜୁ କରି ତଦନ୍ତ ଜାରି ରଖିଛି। ଏହି ମାମଲାରେ ପୋଲିସ ୩ଜଣ ସୂଚନା ଅଧିକାର କର୍ମୀଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ସେମାନେ ହେଲେ ପ୍ରଦୀପ ପ୍ରଧାନ, ପ୍ରକାଶ ଚନ୍ଦ୍ର ଦାସ ଓ ଶ୍ରୀକାନ୍ତ ପାକଳ। ତେବେ ଏହି ମାମଲାରେ ଅଧିକ ତଦନ୍ତ କରାଯାଉଥିବା ନେଇ ଶହୀଦନଗର ଥାନାଧିକାରୀ ଅଶୋକ ନାୟକ ସୂଚନା ଦେଇଛନ୍ତି।
ଗତ ମାର୍ଚ୍ଚ ୨୯ରେ ଓସା ପକ୍ଷରୁ ଏହି ତଥ୍ୟ ସମ୍ବଳିତ ଚିଠି ସମ୍ବନ୍ଧରେ ଖବରଦାତା ସମ୍ମିଳନୀ କରି ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା। ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରାଯାଇ ପାଣ୍ଡିଆନଙ୍କ ସୁରକ୍ଷାରେ ନିୟୋଜିତ ହୋଇଥିବା ପୋଲିସ କର୍ମୀଙ୍କୁ ପ୍ରତ୍ୟାହାର କରିବାକୁ ଓସା ଦାବି କରିଥିଲା। ଏହା ପରେ ଏହି ପ୍ରସଙ୍ଗରେ ଭାଜପା ପକ୍ଷରୁ ମଧ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଏନେଇ ଅଭିଯୋଗ କରାଯାଇଥିଲା। ତେବେ ଓସା ପକ୍ଷରୁ ଏହି ତଥ୍ୟ ଆର୍‌ଟିଆଇ ଆଇନ ବଳରେ ରିଜର୍ଭ ପୋଲିସ ଅଫିସରୁ ମିଳିଥିବା ନେଇ ଦାବି କରୁଥିବାବେଳେ କମିଶନରେଟ ପୋଲିସ ଏହାକୁ ମିଛ ଚିଠି କହି ଏତଲା ଦେବା ପରେ ଏବେ ଏହା ଏକ ଭିନ୍ନ ପ୍ରସଙ୍ଗ ହୋଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବାରୁ ଆର୍‌ଟିଆଇ କର୍ମୀଙ୍କ ପାଇଁ ଅଡୁଆ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି, ଏହି ତଥ୍ୟ ସମ୍ବଳିତ ଚିଠି ଆମେ ତିଆରି କରିନାହୁଁ। ଏହି ଚିଠି ସରକାରୀ ଦସ୍ତାବିଜ୍‌ରୁ ଆମ ପାଖରୁ ଆସିଛି। ତେଣୁ ଏହି ଚିଠି କେଉଁଠି ପ୍ରସ୍ତୁତ ହୋଇଛି ତାହାର ଫୋରେନ୍‌ସିକ୍‌ ଯାଞ୍ଚ୍‌ ହେଉ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ବିମାନବନ୍ଦରରେ ଭିସ୍ତାରା ବିମାନର ଜରୁରୀ ଅବତରଣ, ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ…

ଭୁବନେଶ୍ୱର,୧।୫: ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ଭିସ୍ତାରାର ଏକ ବିମାନ। କୁଆପଥର ମାଡ଼ ଯୋଗୁ ବିମାନର ଓ୍ବିଣ୍ଡ ସିଲ୍‌ ଭାଙ୍ଗିଯାଇଥିଲା। ଏଣୁ ଟେକ୍‌ଅପ୍‌ କରିବାର...

ଖଲ୍ଲିକୋଟ ଆସନ ଲାଗି ବିଜେଡିରୁ ହଟିଲା ସସ୍‌ପେନ୍ସ: ସୂର୍ଯ୍ୟମଣିଙ୍କୁ ମିଳିଲା ଟିକେଟ

ପୁରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୨ଦିନ...

ମେ’ ୬ରେ ଓଡ଼ିଶା ଆସିବେ ମୋଦି: ଏହି ୨ ଜିଲାକୁ କରିବେ ଗସ୍ତ

ଭୁବନେଶ୍ୱର,୧।୫: ଆସନ୍ତା ନିର୍ବାଚନକୁ ନେଇ ପ୍ରଚାର ଜୋରସୋରରେ ଚାଲିଛି। କେନ୍ଦ୍ରର ଅନେକ ହେଭିଓ୍ବେଟ୍‌ ନେତା ଓଡ଼ିଶା ଗସ୍ତରେ ଆସି ପ୍ରଚାର କରୁଛନ୍ତି। ଏହି କ୍ରମରେ ପୁଣି...

ବଲାଙ୍ଗୀର ଲୋକସଭା ଭାଜପା ପ୍ରାର୍ଥୀ ସଙ୍ଗୀତାଙ୍କ ସମ୍ପତ୍ତି ୫୦.୯୨ କୋଟି

ବଲାଙ୍ଗୀର, ୧ା୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟରେ ୨୦୨୪ ନିର୍ବାଚନ ସକାଶେ...

ରାଜ୍ୟର ଜଣେ ସାନ ବାବୁ ସରକାରଙ୍କୁ ହାଇଜାକ୍‌ କରିଛନ୍ତି: ସାଂଘାତିକ ଅଭିଯୋଗ ଆଣିଲେ ଅପରାଜିତା

ଭୁବନେଶ୍ୱର,୧।୫: ରାଜ୍ୟ ସରକାର ଏବଂ ବିଜେଡିକୁ ବୁଧବାର ଟାର୍ଗେଟ୍‌ କରିଛନ୍ତି ଭାଜପା ଏମ୍‌ପି ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ସେ ନାଁ...

ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲ୍‌ର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ,୧।୩ (ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଚାନ୍ଦିପୁର ଡିଆରଡିଓ ଅଧିନସ୍ଥ ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲର ବୁଧବାର...

୭ ବେଳକୁ ସାରା ରାଜ୍ୟରେ କମିବ ତାତି!

ଭୁବନେଶ୍ୱର,୧।୫: ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ତା’ ମଧ୍ୟରୁ ଦୁଇ ଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ।...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri