Posted inଫୁରସତ

ବର୍ଷ ବର୍ଷ ଧରି ବିମାନବନ୍ଦରରେ ପାର୍କିଂ ହୋଇଛି କାର୍‌, ଫି’ ଜାଣିଲେ ମାଲିକଙ୍କ ଉଡ଼ିଯିବ ହୋସ୍‌

ବାଲି ଏୟାରପୋର୍ଟ ବା ବିମାନବନ୍ଦରର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଏକ କାର ପାର୍କିଂ ହୋଇଥିବା ଫଟୋ ଶେୟାର କରାଯାଇଛି। ଏହି କାର୍‌ଟି ଦୀର୍ଘବର୍ଷ ଧରି ପାର୍କିଂ ସ୍ଥାନରେ ରଖାଯାଇଛି। ଏବେ ଏହାର ପାର୍କିଂ ଫି’ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ଭାରତରେ ପାର୍କିଂ ପାଇଁ ଲୋକେ ନିଜ କାର୍‌ ବିଷୟରେ ଚିନ୍ତା କରନ୍ତି। କାଳେ କେଉଁ ଦୁର୍ବୃତ୍ତ ଆସି ଗାଡ଼ି ଭାଙ୍ଗି ଦେବ କି ନେଇ ଯିବ ଏପରି ଅନେକ କଥା ଚିନ୍ତା କରିଥାନ୍ତି। ମାତ୍ର ସୋସିଆଲ ମିଡିଆରେ ବାଲି ବିମାନବନ୍ଦରର ପାର୍କିଂ ସ୍ଥାନରୁ ଗତ ଏକ ବର୍ଷ ଧରି ପାର୍କିଂ ହୋଇଥିବା ଏକ କାର୍‌ର ଫଟୋ ଶେୟାର କରାଯାଇଛି। ଏପର୍ଯ୍ୟନ୍ତ ଏହି ଧଳା ରଙ୍ଗର କାର୍‌ ଦେଖିବାକୁ କେହି ଆସୁନାହାନ୍ତି।

ଇଣ୍ଡୋନେସିଆର ରାଜଧାନୀ ବାଲିର ସ୍ଥାନୀୟ ପୋଲିସ ଗତ ଏକ ବର୍ଷ ଧରି ପାର୍କିଂ ସ୍ଥାନରେ ରଖାଯାଇଥିବା କାର୍‌ ମାଲିକକୁ ଖୋଜୁଛି। ଏହି କାର୍‌ଟି ଏକ ବର୍ଷ ପୂର୍ବେ ଗୁଷ୍ଟି ନଗୁରା ରାୟ ବିମାନବନ୍ଦରରେ ପାର୍କିଂ କରାଯାଇଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ମାଲିକ ଏହାକୁ ନେବାକୁ ଆସିନାହାନ୍ତି। ହୋଣ୍ଡା ଏଚ୍‌ ଆର ଭି ଏକ ବର୍ଷରୁ ଅଧିକ ହେବ ପାର୍କିଂ କରାଯାଇଛି। କୁହାଯାଉଛି, ଏହା ନଭେମ୍ବର ୨୦୨୦ରେ ବିମାନବନ୍ଦରରେ ରଖାଯାଇଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଏହାକୁ ନେବାକୁ ଆସିନାହାନ୍ତି। ପୋଲିସ ଏହାର ମାଲିକଙ୍କୁ ଖୋଜୁଛି।

ଇଣ୍ଡୋନେସିଆର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଲିର ପୋଲିସ ଟ୍ରାଫିକ ନିର୍ଦ୍ଦେଶକ କମ୍ବୁସ ପ୍ରିୟୋଣ୍ଟୋ ଏହି ମାମଲାକୁ ନିଶ୍ଚିତ କରିଛନ୍ତି। ବର୍ତ୍ତମାନ କାରର ସଂଖ୍ୟା ଆଧାରରେ ଏହାର ମାଲିକଙ୍କୁ ଚିହ୍ନଟ କରାଯିବ ଏବଂ କାର୍‌ ନେବାକୁ କୁହାଯିବ। ସେ କହିଛନ୍ତି ଯେ, ପ୍ଲେଟ ନମ୍ବର ଆଧାରରେ ବ୍ୟକ୍ତିଙ୍କ ସୂଚନା ସଂଗ୍ରହ କରାଯାଉଛି। ତାଙ୍କ ନାମ ଏବଂ ଠିକଣା ନିଶ୍ଚିତ ହେବା ମାତ୍ରେ ତାଙ୍କୁ କାରର ପାର୍କିଂ ଫି’ ଦେଇ କାର ନେବାକୁ କୁହାଯିବ।

ତେବେ ପାର୍କିଂ ଫି’ ବାବଦକୁ ୧.୫ ଲକ୍ଷ ଲକ୍ଷ ଟଙ୍କା ଭଡ଼ା ଲାଗିବ ବୋଲି କିଛି ଦିନ ପୂର୍ବରୁ ବିମାନବନ୍ଦର କର୍ତ୍ତୃପକ୍ଷ ଏହି କାର୍‌ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସକୁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲା, ଏହି ଧଳା ରଙ୍ଗର କାର ଏଠାରେ ବର୍ଷେରୁ ଅଧିକ ହେବ ପାର୍କିଂ ହୋଇଛି। ବର୍ତ୍ତମାନ ଏହି କାର୍‌ ନେବା ପୂର୍ବରୁ ଏହାର ମାଲିକଙ୍କୁ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ। ଏହା ପରେ ହିଁ ଏହି କାର୍‌କୁ ସେଠାରୁ ହଟାଇବାକୁ ଅନୁମତି ଦିଆଯିବ। ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ଯେ, ଏହି କାରର ମାଲିକଙ୍କ ସହ କୌଣସି ଅଘଟଣ ଘଟିଛି ନା ଆଉ କେଉଁ କାରଣରୁ ସେ କାର୍‌ ନେଇ ନାହାନ୍ତି। ଅନୁସନ୍ଧାନ ପରେ ହିଁ ଏହି ମାମଲା ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, କାଲିମେଳାରୁ ମହାରାଷ୍ଟ୍ରର ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ

କାଲିମେଳା,୧୩।୮: ରୋଗୀ ବୁହା ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଖବର ସାମ୍ନାକୁ ଆସିଛି। କାଲିମେଳା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri