Posted inଫୁରସତ

ବର୍ଷ ବର୍ଷ ଧରି ବିମାନବନ୍ଦରରେ ପାର୍କିଂ ହୋଇଛି କାର୍‌, ଫି’ ଜାଣିଲେ ମାଲିକଙ୍କ ଉଡ଼ିଯିବ ହୋସ୍‌

ବାଲି ଏୟାରପୋର୍ଟ ବା ବିମାନବନ୍ଦରର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଏକ କାର ପାର୍କିଂ ହୋଇଥିବା ଫଟୋ ଶେୟାର କରାଯାଇଛି। ଏହି କାର୍‌ଟି ଦୀର୍ଘବର୍ଷ ଧରି ପାର୍କିଂ ସ୍ଥାନରେ ରଖାଯାଇଛି। ଏବେ ଏହାର ପାର୍କିଂ ଫି’ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ଭାରତରେ ପାର୍କିଂ ପାଇଁ ଲୋକେ ନିଜ କାର୍‌ ବିଷୟରେ ଚିନ୍ତା କରନ୍ତି। କାଳେ କେଉଁ ଦୁର୍ବୃତ୍ତ ଆସି ଗାଡ଼ି ଭାଙ୍ଗି ଦେବ କି ନେଇ ଯିବ ଏପରି ଅନେକ କଥା ଚିନ୍ତା କରିଥାନ୍ତି। ମାତ୍ର ସୋସିଆଲ ମିଡିଆରେ ବାଲି ବିମାନବନ୍ଦରର ପାର୍କିଂ ସ୍ଥାନରୁ ଗତ ଏକ ବର୍ଷ ଧରି ପାର୍କିଂ ହୋଇଥିବା ଏକ କାର୍‌ର ଫଟୋ ଶେୟାର କରାଯାଇଛି। ଏପର୍ଯ୍ୟନ୍ତ ଏହି ଧଳା ରଙ୍ଗର କାର୍‌ ଦେଖିବାକୁ କେହି ଆସୁନାହାନ୍ତି।

ଇଣ୍ଡୋନେସିଆର ରାଜଧାନୀ ବାଲିର ସ୍ଥାନୀୟ ପୋଲିସ ଗତ ଏକ ବର୍ଷ ଧରି ପାର୍କିଂ ସ୍ଥାନରେ ରଖାଯାଇଥିବା କାର୍‌ ମାଲିକକୁ ଖୋଜୁଛି। ଏହି କାର୍‌ଟି ଏକ ବର୍ଷ ପୂର୍ବେ ଗୁଷ୍ଟି ନଗୁରା ରାୟ ବିମାନବନ୍ଦରରେ ପାର୍କିଂ କରାଯାଇଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ମାଲିକ ଏହାକୁ ନେବାକୁ ଆସିନାହାନ୍ତି। ହୋଣ୍ଡା ଏଚ୍‌ ଆର ଭି ଏକ ବର୍ଷରୁ ଅଧିକ ହେବ ପାର୍କିଂ କରାଯାଇଛି। କୁହାଯାଉଛି, ଏହା ନଭେମ୍ବର ୨୦୨୦ରେ ବିମାନବନ୍ଦରରେ ରଖାଯାଇଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଏହାକୁ ନେବାକୁ ଆସିନାହାନ୍ତି। ପୋଲିସ ଏହାର ମାଲିକଙ୍କୁ ଖୋଜୁଛି।

ଇଣ୍ଡୋନେସିଆର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଲିର ପୋଲିସ ଟ୍ରାଫିକ ନିର୍ଦ୍ଦେଶକ କମ୍ବୁସ ପ୍ରିୟୋଣ୍ଟୋ ଏହି ମାମଲାକୁ ନିଶ୍ଚିତ କରିଛନ୍ତି। ବର୍ତ୍ତମାନ କାରର ସଂଖ୍ୟା ଆଧାରରେ ଏହାର ମାଲିକଙ୍କୁ ଚିହ୍ନଟ କରାଯିବ ଏବଂ କାର୍‌ ନେବାକୁ କୁହାଯିବ। ସେ କହିଛନ୍ତି ଯେ, ପ୍ଲେଟ ନମ୍ବର ଆଧାରରେ ବ୍ୟକ୍ତିଙ୍କ ସୂଚନା ସଂଗ୍ରହ କରାଯାଉଛି। ତାଙ୍କ ନାମ ଏବଂ ଠିକଣା ନିଶ୍ଚିତ ହେବା ମାତ୍ରେ ତାଙ୍କୁ କାରର ପାର୍କିଂ ଫି’ ଦେଇ କାର ନେବାକୁ କୁହାଯିବ।

ତେବେ ପାର୍କିଂ ଫି’ ବାବଦକୁ ୧.୫ ଲକ୍ଷ ଲକ୍ଷ ଟଙ୍କା ଭଡ଼ା ଲାଗିବ ବୋଲି କିଛି ଦିନ ପୂର୍ବରୁ ବିମାନବନ୍ଦର କର୍ତ୍ତୃପକ୍ଷ ଏହି କାର୍‌ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସକୁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲା, ଏହି ଧଳା ରଙ୍ଗର କାର ଏଠାରେ ବର୍ଷେରୁ ଅଧିକ ହେବ ପାର୍କିଂ ହୋଇଛି। ବର୍ତ୍ତମାନ ଏହି କାର୍‌ ନେବା ପୂର୍ବରୁ ଏହାର ମାଲିକଙ୍କୁ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ। ଏହା ପରେ ହିଁ ଏହି କାର୍‌କୁ ସେଠାରୁ ହଟାଇବାକୁ ଅନୁମତି ଦିଆଯିବ। ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ଯେ, ଏହି କାରର ମାଲିକଙ୍କ ସହ କୌଣସି ଅଘଟଣ ଘଟିଛି ନା ଆଉ କେଉଁ କାରଣରୁ ସେ କାର୍‌ ନେଇ ନାହାନ୍ତି। ଅନୁସନ୍ଧାନ ପରେ ହିଁ ଏହି ମାମଲା ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri