Odisha Elections 2024
Posted inଫୁରସତ

ଭାରତୀୟ ଲାଇସେନ୍ସରେ ଏସବୁ ଦେଶରେ ଚଳାଇ ହେବ କାର-ବାଇକ

ନୂଆଦିଲ୍ଲୀ: ପ୍ରାୟ ସମସ୍ତେ ଦେଶ ବାହାରେ ଭ୍ରମଣ କରିବାକୁ ଭଲ ପାଆନ୍ତି, କିନ୍ତୁ ଅଧିକାଂଶ ଦେଶରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ଏକ ପ୍ରକାର ପରିବହନର ସାହାଯ୍ୟ ନେବାକୁ ପଡେ। ଏପରି କିଛି ଦେଶ ଅଛନ୍ତି ଯେଉଁମାନେ ଭାରତୀୟମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ ସହିତ କାର ଚଳାଇବାକୁ ଅନୁମତି ଦିଅନ୍ତି। ଅର୍ଥାତ୍‌ ଏମିତି କିଛି ଦେଶ ଅଛନ୍ତି ଯେଉଁମାନେ ଭାରତୀୟ ଲାଇାସନ୍ସକୁ ଅନୁମତି ଦେଇଥାଆନ୍ତି। ଫଳରେ ସେଠାରେ ଜଣେ ବ୍ୟକ୍ତି ଭାରତୀୟ ଲାଇସେନ୍ସରେ କାର ଓ ବାଇକ ଚଳାଇ ପାରନ୍ତି।
ଯୁକ୍ତରାଷ୍ଟ୍ର ଆମେରିକା
ଆମେରିକା ଭାରତୀୟମାନଙ୍କୁ ନିଜର ଡ୍ରାଇଭିଂ ଲାଇସେନ୍ସ ସହିତ ଏକ କାର ଚଳାଇବାକୁ ଅନୁମତି ଦେଇଥାଏ, ଯାହା ଆମେରିକାରେ ପ୍ରବେଶ ତାରିଖଠାରୁ ଏକ ବର୍ଷ ପାଇଁ ବୈଧ ଅଟେ। ଏହା ଭାରତର ଯେକୌଣସି ଆଞ୍ଚଳିକ ଭାଷାରେ ହୋଇପାରେ, କିନ୍ତୁ ଏହାକୁ ଇଂରାଜୀରେ ଅନୁବାଦ କରାଯିବା ଆବଶ୍ୟକ।

ଅଷ୍ଟ୍ରେଲିଆ
ଅଷ୍ଟ୍ରେଲିଆର କେତେକ ଅଞ୍ଚଳରେ ଭାରତୀୟ ଲାଇସେନ୍ସ ସହିତ କାର ଚଳାଇବାକୁ ଅନୁମତି ତିନି ବର୍ଷ ପାଇଁ ଦିଆଯାଇଥିବାବେଳେ ଅନ୍ୟ ସ୍ଥାନରେ ଏହା ଏକ ବର୍ଷ ପାଇଁ ଦିଆଯାଇଥାଏ। ତେବେ ଉତ୍ତର ଅଷ୍ଟ୍ରେଲିଆ ଗସ୍ତ ସମୟରେ ଭାରତରୁ ଏକ ଆନ୍ତର୍ଜାତୀୟ ଅନୁମତି ରହିବା ଆବଶ୍ୟକ।
କାନାଡା
ଭାରତୀୟମାନେ ଡ୍ରାଇଭିଂ ଲାଇସେନ୍ସ ସହିତ ୬୦ ମାସ ପାଇଁ କାନାଡାରେ ଏକ କାର ଚଳାଇ ପାରିବେ। ଏହା ପରେ ଯଦି ସେମାନେ ଏକ କାର ଚଳାଇବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଅନୁମତି ଦରକାର।
ଇଂଲଣ୍ଡ
ଭାରତୀୟ ଲାଇସେନ୍ସ ସହିତ ଆପଣ ଇଂଲଣ୍ଡ, ୱେଲ୍ସ, ସ୍କଟଲ୍ୟାଣ୍ଡ ଏବଂ ଉତ୍ତର ଆୟର୍ଲାଣ୍ଡରେ ଏକ ବର୍ଷ ପାଇଁ ଏକ କାର ଚଳାଇ ପାରିବେ। ତଥାପି, ଏଠାରେ କେବଳ ଏକ ର୍ନିଦ୍ଦିଷ୍ଟ ପ୍ରକାରର କାର / ବାଇକ ଚଲାଇବାକୁ ଅନୁମତି ଦିଆଯାଇଛି ଏବଂ ଲାଇସେନ୍ସ ମଧ୍ୟ ଇଂରାଜୀରେ ହେବା ଜରୁରୀ ।
ନିଉଜିଲାଣ୍ଡ
ଏହି ଦେଶରେ ମଧ୍ୟ ଭାରତରୁ ଯାତ୍ରା କରୁଥିବା ଲୋକଙ୍କୁ ଏକ ବର୍ଷ ପାଇଁ କାର ଚଳାଇବାକୁ ଅନୁମତି ଦିଆଯାଇଛି, ଏହା ପରେ ସେମାନଙ୍କୁ ନ୍ୟୁଜିଲ୍ୟାଣ୍ଡ ଲାଇସେନ୍ସ କିମ୍ବା ଆନ୍ତର୍ଜାତୀୟ ଅନୁମତି ଆବଶ୍ୟକ ଏବଂ ଗାଡି ଚଳାଇବା ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଥିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ...

ମା’ ଖୁସି ପାଇଁ..ସବୁ ଖୁସି ପାଦ ତଳେ ଥୋଇ ଦେଇଥିବା ସୁଯୋଗ୍ୟ ସନ୍ତାନ…

ମା’;  ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri