Posted inଖେଳ

ଚେସାବ୍ଲ ମାଷ୍ଟର୍ସ: କାର୍ଲସେନ ଚାମ୍ପିୟନ

ଓସ୍‌ଲୋ, ୭।୭: ରୁଷିଆ ଜନ୍ମିତ ଡଚ୍‌ ଚେସ୍‌ ତାରକା ଆନିଶ୍‌ ଗିରିଙ୍କୁ ଫାଇନାଲରେ ହରାଇ ବିଶ୍ୱ ଚାମ୍ପିୟନ ମ୍ୟାଗ୍ନ କାର୍ଲସେନ ଅନ୍‌ଲାଇନ୍‌ ଚେସାବ୍ଲ ମାଷ୍ଟର୍ସ ଚେସ୍‌ ଟାଇଟଲ ହାସଲ କରିଛନ୍ତି। ପ୍ରଥମ ଗେମ୍‌ରେ ପ୍ରଭାବୀ ବିଜୟ ହାସଲ କରିଥିବା ନରଓ୍ବେର କାର୍ଲସେନ ଦ୍ୱିତୀୟ ମ୍ୟାଚରେ ମଧ୍ୟ ସହଜରେ ବିଜୟୀ ହୋଇଥିଲେ। ଗେମ୍‌କୁ ପ୍ରତ୍ୟାବର୍ତ୍ତନ ପାଇଁ ଗିରି ଅନେକ ସୁଯୋଗ ପାଇଥିଲେ ହେଁ ତାହାର ସଦୁପଯୋଗ କରିପାରି ନ ଥିଲେ। କାର୍ଲସେନ ଟୁର୍‌ର ଏହାଥିଲା ତୃତୀୟ ଇଭେଣ୍ଟ। ଜୁନ୍‌ ୨୦ରୁ ଏହା ଆରମ୍ଭ ହୋଇଥିଲା। ପ୍ରତିଯୋଗିତାରେ ୧୨ ଜଣ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଗ୍ରାଣ୍ଡମାଷ୍ଟର ଭାଗ ନେଇଥିଲେ। ”ଗତ ତିନୋଟି ମ୍ୟାଚରେ ମୁଁ ଯେପରି ଖେଳିଥିଲି ଗିରି ଫାଇନାଲରେ ତା’ଠାରୁ ଉନ୍ନତ ପ୍ରଦର୍ଶନ କରିଥିଲେ। ମାତ୍ର ବିଜୟୀ ହୋଇଥିବାରୁ ମୁଁ ଭାଗ୍ୟବାନ“ ବୋଲି କାର୍ଲସେନ କହିଛନ୍ତି। କରୋନା ଭାଇରସ ସଂକ୍ରମଣ ଜନିତ ସଙ୍କଟ ସମୟରେ କାର୍ଲସେନ ଖେଳିଥିବା ୫ ଅନ୍‌ଲାଇନ୍‌ ଚେସ୍‌ ଟୁର୍ନାମେଣ୍ଟ ମଧ୍ୟରୁ ଏହାଥିଲା ୪ର୍ଥ ବିଜୟ। ମ୍ୟାଗ୍ନସ କାର୍ଲସେନ ଟୁର୍‌ର ୪ର୍ଥ ଇଭେଣ୍ଟ ଚେସ୍‌ର ଲିଜେଣ୍ଡ ମାନଙ୍କୁ ନେଇ ଚଳିତମାସ ୨୧ରୁ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଛକା ମାରି ନାକ ଭାଙ୍ଗିଦେଲେ

ବେଙ୍ଗାଲୁରୁ,୧୩।୩: ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଶନିବାର ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଛକାରେ ଜଣେ ଦର୍ଶକ ଆହତ ହୋଇଛନ୍ତି।...

କଳିଙ୍ଗ ଷ୍ଟାଡିୟମରେ ଭାରତ-ନେଦରଲାଣ୍ଡ୍ସ ହକି ମ୍ୟାଚ ଆଜି: ପ୍ରୋ ଲିଗ୍‌ରୁ ଅଲିମ୍ପିକ୍ସ ପ୍ରସ୍ତୁତି

ଭୁବନେଶ୍ୱର, ୧୭।୧(କ୍ରୀଡ଼ା ପ୍ରତିନିଧି)- ଆଉ ଏକ ହାଇ ପ୍ରୋଫାଇଲ ହକି ମୁକାବିଲା ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ। ହକି ବିଶ୍ୱକପ ସମେତ ଅନେକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ...

ସୟଦ ମୁସ୍ତାକ ଅଲି ଟି୨୦ : ମୁମ୍ବାଇକୁ ଜିତାଇଲେ ସୂର୍ଯ୍ୟ କୁମାର

ସୁରତ, ୨୬।୧୧ (ପି.ଟି.)- ଏଠାରେ ଚାଲିଥିବା ସୟଦ ମୁସ୍ତାକ ଅଲି ଟି୨୦ ପ୍ରତିଯୋଗିତାର ସୁପର ଲିଗ ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ...

ବୁମରାଙ୍କ ସମକକ୍ଷ ସାମି

ବିଶାଖାପାଟଣା,୬୧୦- ଭାରତୀୟ ପେସର ମହମ୍ମଦ ସାମି ରବିବାର ନିଜ ସାଥୀ ପେସର ଯଶପ୍ରୀତ ବୁମରାଙ୍କ ସମକକ୍ଷ ହୋଇଛନ୍ତି ଏଠାରେ ଭାରତ ଓ ଦକ୍ଷିଣ ଅାଫ୍ରିକା ମଧ୍ୟରେ...

କ୍ରମାଗତ ପରାଜୟ ଧାରା ଭାଙ୍ଗିଲା ଶ୍ରୀଲଙ୍କା

ଲଣ୍ଡନ,୨୨।୫(ଏଏଫ୍‌ପି)- କ୍ରମାଗତ ୮ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ହାରିବା ପରେ ଶ୍ରୀଲଙ୍କା ବିଶ୍ୱକପ୍‌ ପୂର୍ବରୁ ପ୍ରଥମ ବିଜୟ ସ୍ବାଦ ଚାଖିଛି। ଏଡିନ୍‌ବର୍ଗଠାରେ ସ୍କଟଲାଣ୍ଡ ବିପକ୍ଷରେ ଖେଳାଯାଇଥିବା...

ଆଜିର ମ୍ୟାଚ୍‌କୁ ନେଇ ବଢିଲା ସସ୍‌ପେନ୍ସ

ମୁମ୍ବାଇ,୨୦।୪: ଆଇପିଏଲ ୨୦୨୨ ଉପରେ କରୋନା ଛାୟା ପଡିଛି। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଆଉ ଜଣେ ଖେଳାଳି କରୋନା ଆକ୍ରାନ୍ତ...

ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟ: ସୁବିଧାଜନକ ସ୍ଥିତିରେ ଭାରତ ଏ

ମହୀଶୂର,୧୯।୯(ପି.ଟି.)- ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ଏ’ ବିପକ୍ଷ ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଭାରତ ଏ’ ଉନ୍ନତ ବ୍ୟାଟିଂ ଓ ବୋଲିଂ କରି...

ଆଇପିଏଲ୍‌ରେ ସବୁଠୁ ଅଧିକ ଟଙ୍କା ରୋଜଗାର କରନ୍ତି ଏହି ୫ କ୍ରିକେଟର୍‌

ଆଇପିଏଲକୁ ‘ଇଣ୍ଡିଆନ ପଇସା ଲିଗ’ ମଧ୍ୟ କୁହାଯାଏ। କାରଣ ଏହି ମେଗା ଟି -୨୦ ଲିଗରେ ଖେଳୁଥିବା ଖେଳାଳିମାନେ କୋଟିପତିଙ୍କଠାରୁ କମ ନୁହଁନ୍ତି। ଆସନ୍ତୁ ଦେଖିବା...

Advertisement
Archives

Model This Week