Posted inଜାତୀୟ

‘ମାତା-ପିତାଙ୍କ ସେବା ପୁଅ-ଝିଅଙ୍କ ଦାୟିତ୍ୱ, ବୋହୂ-ଜ୍ୱାଇଁଙ୍କର ନୁହେଁ‘: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୭।୮: ମାତା-ପିତାଙ୍କ ସେବା କରିବା ପୁଅ ଏବଂ ଝିଅର ଦାୟିତ୍ୱ, ବୋହୂ ଏବଂ ଜ୍ୱାଇଁ ଏଥିପାଇଁ ଦାୟୀ ନୁହଁନ୍ତି। କୌଣସି ବ୍ୟକ୍ତି ନିଜ ସ୍ତ୍ରୀକୁ କିମ୍ୱା କୌଣସି ମହିଳା ନିଜ ସ୍ୱାମୀଙ୍କୁ ମାତା-ପିତାଙ୍କ ସେବା କରିବା ପାଇଁ ବାଧ୍ୟ କରିପାରିବେ ନାହିଁ। ଘରର ସମସ୍ତ କାମରେ ପୁରୁଷ ଏବଂ ମହିଳାଙ୍କର ସମାନ ଭାଗିଦାରୀ ଏବଂ ସମାନ ଦାୟିତ୍ୱ ରହିବା ଉଚିତ। ଏପରି ସ୍ଥିତିରେ ଯଦି ମାତା-ପିତାଙ୍କ ସେବା କରିବାର ଅଛି, ତେବେ ପୁଅ-ଝିଅ କରନ୍ତୁ, ବୋହୂ-ଜ୍ୱାଇଁ ଯଦି ନ କରିବାକୁ ଚାହାଁନ୍ତି ତେବେ ସେମାନଙ୍କୁ ଏଥିପାଇଁ ବାଧ୍ୟ କରନ୍ତୁ ନାହିଁ। ହଁ, ଯଦି ସମ୍ପର୍କ ଏବଂ ଆପଣାପଣ ଦେଖାଇ ବୋହୂ-ଜ୍ୱାଇଁ ସେବା କରୁଛନ୍ତି ତେବେ ସେମାନଙ୍କୁ ଅଟକାଇ ବି ପାରିବେ ନାହିଁ, କିନ୍ତୁ ପୁଅ-ଝିଅଙ୍କୁ ପ୍ରଥମେ ନିଜ ଦାୟିତ୍ୱ ବୁଝିବାକୁ ହେବ।

କର୍ନାଟକ ହାଇକୋର୍ଟ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ଏବଂ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଜଷ୍ଟିସ ଚିଲ୍ଲାକୁର ସୁମଲତା ଅଗଷ୍ଟ ୩ ତାରିଖରେ ନେଲମଙ୍ଗଲା ତାଲୁକାର ଜଣେ ବାସିନ୍ଦାଙ୍କ ଆବେଦନକୁ ଖାରଜ କରିଥିଲେ ଏବଂ ମାମଲାର ନିଷ୍ପତ୍ତି ନେଇଥିଲେ। ଜଷ୍ଟିସ ସୁମଲତା ଆଦେଶ ଦେଇଥିଲେ ଯେ ଜ୍ୱାଇଁ କିମ୍ୱା ବୋହୂ ଶାଶୂ-ଶ୍ୱଶୁରଙ୍କ ଯତ୍ନ ନିଜ ଇଚ୍ଛାରେ କରିପାରିବେ, ଏହାକୁ ନେଇ ସେମାନଙ୍କ ସହ ଜବରଦସ୍ତି କରାଯାଇପାରିବ ନାହିଁ। ହାଇକୋର୍ଟରେ ତୁମକୁରୁ ଫ୍ୟାମିଲି କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା। ଫ୍ୟାମିଲି କୋର୍ଟ ଆବେଦନକାରୀଙ୍କୁ ନିଜ ସ୍ତ୍ରୀଙ୍କୁ ଭରଣପୋଷଣ (ଗୁଜାରା ଭତ୍ତା) ବାବଦକୁ ୫୦୦୦ ଟଙ୍କା ଏବଂ ନିଜର ନାବାଳକ ଝିଅର ଖର୍ଚ୍ଚ ପାଇଁ ୪୦୦୦ ଟଙ୍କା ଦେବାକୁ ଆଦେଶ ଦେଇଥିଲେ।

ଆବେଦନକାରୀ ତୁମକୁରୁ ଫ୍ୟାମିଲି କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି କହିଥିଲେ ଯେ ସେ ଜଣେ ଶ୍ରମିକ ଏବଂ କୁଲି କାମ କରନ୍ତି। ସ୍ତ୍ରୀ ଏବଂ ଝିଅର ଭରଣପୋଷଣ ପାଇଁ ଧାର୍ଯ୍ୟ କରାଯାଇଥିବା ଅର୍ଥରାଶି ବହୁତ ଅଧିକ, କାରଣ ତାଙ୍କୁ ନିଜର ବୃଦ୍ଧ ମାତା-ପିତାଙ୍କ ଯତ୍ନ ନେବାକୁ ପଡ଼ୁଛି। ବିବାହର ୬ ମାସ ପରେ ହିଁ ସ୍ତ୍ରୀଙ୍କର ଶାଶୂ-ଶ୍ୱଶୁରଙ୍କ ପ୍ରତି ବ୍ୟବହାର ବଦଳିଯାଇଥିଲା। ସେ ଶାଶୂ-ଶ୍ୱଶୁରଙ୍କ ସେବା କରିବା ଏବଂ ଘରର ସମସ୍ତ କାମ କରିବାକୁ ସଫା ସଫା ମନା କରିଦେଇଥିଲେ। ସ୍ତ୍ରୀ ପ୍ରାୟତଃ ଝଗଡ଼ା କରି ତାଙ୍କର କିମ୍ୱା ତାଙ୍କ ମାତା-ପିତାଙ୍କ ଅନୁମତି ବିନା ନିଜ ବାପଘରକୁ ଚାଲିଯାଉଥିଲେ। ଏହି ଯୁକ୍ତି ବିରୋଧରେ ଜଷ୍ଟିସ ସୁମଲତା ରାୟ ଶୁଣାଇଥିଲେ ଏବଂ ଆବେଦନକୁ ଖାରଜ କରିଥିଲେ।

ଜଷ୍ଟିସ ସୁମଲତା କହିଥିଲେ ଯେ ଆବେଦନକାରୀଙ୍କ ଯୁକ୍ତିରୁ ଲାଗୁଛି ଯେ ସେ ସ୍ତ୍ରୀଙ୍କୁ ଘର କାମ କରିବା ଏବଂ ନିଜ ମାତା-ପିତାଙ୍କ ସେବା କରିବା ପାଇଁ ଜଣେ କର୍ମଚାରୀ ଭାବେ ନିଯୁକ୍ତି ଦେଇଛନ୍ତି। ସ୍ତ୍ରୀ ଅନୁମତି ବିନା ବାପଘରକୁ ଚାଲିଗଲେ, ଏହି ଯୁକ୍ତିରୁ ଜଣାପଡ଼ୁଛି ଯେ ସୱାମୀ ନିଜ ସ୍ତ୍ରୀଙ୍କ ବ୍ୟବହାର, ପସନ୍ଦ-ନାପସନ୍ଦକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ଏବଂ ତାଙ୍କ ଉପରେ ହୁକୁମ ଚଲାଇବାକୁ ଚାହୁଁଛନ୍ତି। ଜଣେ ଭାରତୀୟ ମହିଳା ଯେତେବେଳେ ଇଚ୍ଛା କରନ୍ତି କିମ୍ୱା ଆବଶ୍ୟକତା ଅନୁଭବ କରନ୍ତି, ନିଜ ମାତା-ପିତାଙ୍କୁ ଦେଖା କରିବାକୁ ଯାଇପାରିବେ, ଏଥିପାଇଁ ତାଙ୍କୁ କାହାରି ଅନୁମତି ନେବାର ଆବଶ୍ୟକତା ନାହିଁ। ତେଣୁ ସୱାମୀଙ୍କ ଆବେଦନ ଖାରଜ କରାଯାଉଛି ଏବଂ ତାଙ୍କୁ ସ୍ତ୍ରୀ-ଝିଅଙ୍କୁ ମେଣ୍ଟେନାନ୍ସ (ଭରଣପୋଷଣ) ଦେବାକୁ ହିଁ ପଡ଼ିବ।

ଜଷ୍ଟିସ ସୁମଲତା ରାୟରେ କହିଥିଲେ ଯେ ବିବାହ ସ୍ତ୍ରୀ କିମ୍ୱା ସୱାମୀଙ୍କୁ ନିୟନ୍ତ୍ରଣ କରିବାର ଲାଇସେନ୍ସ ନୁହେଁ, ବରଂ ଏହା ଏକ ପବିତ୍ର ବନ୍ଧନ, ଯାହା ୨ ଜଣଙ୍କୁ ଆପସରେ ଯୋଡ଼ିଥାଏ। ରୀତିନୀତି ପାଳନ କରି ୨ ଜଣ ବ୍ୟକ୍ତି ସୱାମୀ-ସ୍ତ୍ରୀ ହୁଅନ୍ତି, କିନ୍ତୁ ସେମାନଙ୍କ ସମ୍ପର୍କର ଆଧାର ହେଉଛି ବିଶ୍ୱାସ, ସମ୍ମାନ, ଭଲପାଇବା ଏବଂ ଏକାପରକୁ ଇଜ୍ଜତ ଦେବା। ମହିଳାଙ୍କର ନିଜ ଜୀବନର କୌଣସି ବି ନିଷ୍ପତ୍ତି ନେବାର ମୌଳିକ ଅଧିକାର ରହିଛି। ସୱାମୀ ନିଜ ସ୍ତ୍ରୀଙ୍କୁ ନିଜର ଇଚ୍ଛା କିମ୍ୱା ଆଶା ଅନୁସାରେ ସାଙ୍ଗରେ ରହିବା ଏବଂ ଜୀବନଜାପନ କରିବା ପାଇଁ ବାଧ୍ୟ କରିପାରିବେ ନାହିଁ। ବିବାହ ଜଣେ ବ୍ୟକ୍ତି ଦ୍ୱାରା ଅନ୍ୟ ଜଣଙ୍କର ପରିଚୟ, ସୱାଧୀନତା ଏବଂ ଇଚ୍ଛାକୁ ନିୟନ୍ତ୍ରଣ କିମ୍ୱା ଦୁର୍ୱଳ କରିବାର ଲାଇସେନ୍ସ ନୁହେଁ, ବରଂ ପାରସ୍ପରିକ ବୁଝାମଣାର ବନ୍ଧନ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?