ମଙ୍ଗଳରେ ମିଳିଲା କାର୍ବନ

ନୂଆଦିଲ୍ଲୀ, ୨୦ା୧: ପୃଥିବୀରେ ଜୀବନର ମୂଳ ଆଧାର କାର୍ବନର ଉପସ୍ଥିତି ଅନ୍ୟଗ୍ରହରେ ଅଛି କି ନାହିଁ ଜାଣିବା ବୈଜ୍ଞାନିକଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିବାବେଳେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର କ୍ୟୁରିଓସିଟି ରୋଭର ଏ ଦିଗରେ ନୂଆ ଆଶା ସଞ୍ଚାର କରିଛି। ପୃଥିବୀରେ ଜୈବିକ ପ୍ରକ୍ରିୟାକୁ ସମ୍ଭବ କରୁଥିବା କାର୍ବନ ମଙ୍ଗଳ ପୃଷ୍ଠରେ ରହିଥିବାର ସଙ୍କେତ ମିଳିଛି। ମଙ୍ଗଳରୁ ସଂଗୃହୀତ ନମୁନାରେ କାର୍ବନ ଉପସ୍ଥିତି ସମ୍ପର୍କରେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି।
ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, ମଙ୍ଗଳପୃଷ୍ଠର ନମୁନାରେ କାର୍ବନର ସଙ୍କେତ ମିଳିବା ବେଶ ଉତ୍ସାହଜନକ। କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଏହି ଗ୍ରହରେ ହଜାର ହଜାର ବର୍ଷ ପୂର୍ବରୁ ଜୀବନ ମହଜୁଦ୍‌ ରହିଥିଲା। କାରଣ ମଙ୍ଗଳରେ ପୂର୍ବରୁ କିମ୍ବା ଏବେ ଜୀବସତ୍ତାର ଉପସ୍ଥିତି ନେଇ ସେପରି କୌଣସି ପ୍ରମାଣ ସେଥିରୁ ମିଳିନାହିଁ। କେବଳ ନମୁନା ଆଧାରରେ ଏ ସମ୍ପର୍କରେ ସିଦ୍ଧାନ୍ତରେ ପହଞ୍ଚି ହେବ ନାହିଁ ବୋଲି ସାମ୍ପଲ ଆନାଲିସିସ୍‌ ଆଟ୍‌ ମାର୍ସ (ଏସ୍‌ଏଏମ୍‌)ରେ କାର୍ଯ୍ୟ କରିଥିବା ପଲ୍‌ ମହାଫି କହିଛନ୍ତି। ତେବେ କେଉଁ ଜିନିଷରୁ ମଙ୍ଗଳ ନମୁନାରେ କାର୍ବନ ଠାବ ହୋଇଛି ଏବଂ ଏହା ମଧ୍ୟରେ ଆଉ କ’ଣ ତଥ୍ୟ ଲୁଚି ରହିଛି ତାହା ଜାଣିବା ନିମନ୍ତେ ଗବେଷଣା ଚାଲିଥିବା ସେ ପ୍ରକାଶ କରିଛନ୍ତି। ପୃଥିବୀରେ ଜୀବନର ଲକ୍ଷଣ ଆଧାରରେ ବହୁ ବର୍ଷ ପୂର୍ବେ ସେଠାରେ ଥିବା ବ୍ୟାକ୍ଟେରିଆ ଭଳି ଜୀବଙ୍କଠାରୁ ନିର୍ଗତ ମିଥେନରୁ ଏହି ସଙ୍କେତ ମିଳିଥାଇପାରେ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି।
ଅତିବାଇଗଣୀ ରଶ୍ମିର ସଂସ୍ପର୍ଶରେ ଆସି ମିଥେନ୍‌ ବଡ଼ମାତ୍ରାରେ ଗ୍ୟାସ୍‌ରେ ପରିଣତ ହେବା ସହ ଅଧିକ କମ୍ପ୍ଲେକ୍ସ ମଲିକଲରେ ପରିଣତ ହେବାର ସମ୍ଭାବନା ରହିଛି।
ଏକ ହାଇପୋଥେସିସ୍‌ ଅନୁସାରେ, ବର୍ଷା ଯୋଗୁ ଏହି କାର୍ବନ କଣିକା ମଙ୍ଗଳପୃଷ୍ଠକୁ ଆସିଥାଇପାରେ ଏବଂ ସେଠାରେ ଦୀର୍ଘଦିନ ଧରି ରହିଥାଇପାରେ ବୋଲି କୁହାଯାଉଛି। ସେହିପରି ଆଉ ଏକ ଯୁକ୍ତି ଅନୁସାରେ ଏହି ଗ୍ରହରେ ଅତିବାଇଗଣୀ ରଶ୍ମି କାର୍ବନ ଡାଇଅକ୍ସସାଇଡ୍‌ ବା ଅଙ୍ଗାରକାମ୍ଳ ଗ୍ୟାସ୍‌ ସଂସ୍ପର୍ଶରେ ଆସି ସେଥିରୁ କାର୍ବନ ଅଣୁ ସୃଷ୍ଟି ହୋଇଥାଇପାରେ, ଯାହା କି ଉକ୍ତ ନମୁନାରେ ମିଳିଛି। ତେବେ ଏ ସମସ୍ତ ଥିଓରି କେଉଁଟି କେତେ ସତ୍ୟ ତାହା ଅନୁସନ୍ଧାନ ପରେ ଜଣାପଡ଼ିବ ବୋଲି ନାସା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri