ଗଞ୍ଜେଇ ଚାଲାଣ ବେଳେ ଆଇନଜୀବୀଙ୍କ ଲୋଗୋ ଲାଗିଥିବା କାର ଜବତ

ଲୋଇସିଂହା,୨୩।୮(ସୁଶାନ୍ତ ବାରିକ)-ବଲାଙ୍ଗୀର ଜିଲା ଲୋଇସିଂହା ପୋଲିସ ପକ୍ଷରୁ ସାଲେଭାଟ-ମୂର୍ଶୁଣ୍ଡି ରାସ୍ତାରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ ବେଳେ ଏକ କାର ଧରାପଡିଛି। ଲୋଇସିଂହା ପୋଲିସ ପ୍ରାୟ ୧୨ କିମି ଗୋଡ଼ାଇ ସମ୍ପୃକ୍ତ ଗାଡ଼ିକୁ ଧରିଛି। ଫେରାର ଚାଲାଣକାରୀଙ୍କୁ ପୋଲିସ ଧରିବାକୁ ଉଦ୍ୟମ ଚଳାଇଛି।

ସୂଚନା ଅନୁଯାୟୀ ଶନିବାର ଏକ କାର ନଂ. ଓଡ଼ି ୩୩ ଏଏଲ ୭୨୨୩ ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଲୋଇସିଂହା ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ସୁବର୍ଣ୍ଣପୁର ଜିଲା ତରଭା ଅଞ୍ଚଳରୁ ଜାତୀୟ ରାଜପଥ ଦେଇ ଉକ୍ତ କାରଟି ଆସୁଥିବା ନେଇ ସୂଚନା ପାଇ ଲୋଇସିଂହା ଥାନା ଅଧିକାରୀ ଯାଜ୍ଞସେନୀ ନାୟକଙ୍କ ନେତୃତ୍ୱରେ ଦୁଇଟି ଟିମ ବିଭିନ୍ନ ଛକରେ ଜଗି ରହିଥିଲେ। ହେଲେ ପୋଲିସକୁ ଦେଖି ଉକ୍ତ କାରଟି ବରଗଡ ପଟକୁ ଦ୍ରୁତ ଗତିରେ ଫେରାର ମାରିଥିଲା। ଉକ୍ତ ଗଞ୍ଜେଇ ବୋଝେଇ କାରଟି ସାଲେଭଟାରୁ ମୁର୍ଷୁଣ୍ଡି ରାସ୍ତାରେ ଫେରାର ହେବାକୁ ଉଦ୍ୟମବେଳେ ରାସ୍ତା ଭୁଲିଯାଇ ଏକ ନାଳ ପାର୍ଶ୍ୱକୁ ଚାଲିଯାଇଥିଲା। ହେଲେ ଚାଲାଣକାରୀ ରାସ୍ତା ନ ପାଇ ଗାଡ଼ିକୁ ଛାଡ଼ି ଚମ୍ପଟ ମାରିଥିଲେ।

ଲୋଇସିଂହା ପୋଲିସ କାରକୁ ଜବତ କରିଛି। ମାଜିିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗାଡ଼ିରେ ଥିବା ଗଞ୍ଜେଇ ମାପ ହେଲା ପରେ କେତେ ଅଛି ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଏହି ଗାଡ଼ିକୁ ଏସ୍କର୍ଟ କରୁଥିବା ଏକ ଗାଡ଼ିକୁ ତରଭା ପୋଲିସ ଅଟକ ରଖିଥିବା ବେଳେ ଗଞ୍ଜେଇ ଚାଲାଣ କରୁଥିବା କାରର ଅଭିଯୁକ୍ତ ଫେରାର ହୋଇଥିବା ଜଣାପଡିଛି । ଉକ୍ତ କାରରେ ଓକିଲଙ୍କ ଷ୍ଟିକର ରହିଥିବା ଦେଖିବାକୁ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା ରେଞ୍ଜର ସମୀକ୍ଷା କଲେ ଡିଏଫଓ, ବିଦ୍ୟୁତ ପ୍ରହରୀ…

ପାଟଣା,୫।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କାର୍ଯ୍ୟାଳୟରେ ବୁଧବାର ରେଞ୍ଜସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦୁଝର ବନଖଣ୍ଡର ଡିଭିଜନାଲ ଫରେଷ୍ଟ…

ଖଣ୍ଡାଦେଉଳି ଅଞ୍ଚଳରେ ଶୋକର ଛାୟା, ୪ ଥର ସରପଞ୍ଚ ହୋଇଥିଲେ କମ୍ରେଡ ଲିଙ୍ଗରାଜ

ଗଞ୍ଜାମ,୫।୮(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡାଦେଉଳି ପଂଚାୟତର ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ସିପିଏମ ନେତା କମ୍ରେଡ ଲିଙ୍ଗରାଜ ପଲେଇଙ୍କ ଦେହାନ୍ତ ହୋଇଛି ।…

ଏମିତି କହି କାନ୍ଦି ପକାଇଲେ ଶେଖ ହାସିନା, ସ୍ୱପ୍ନର ବାଂଲାଦେଶ….

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ଦେଇଥିବା ଉଦ୍‌ବୋଧନରେ ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି…

ଚିଲିକାରୁ ୧୦୦ ଏକର ବେଆଇନ ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ,୫।୮ (କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକା ହ୍ରଦରୁ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ତହସିଲ ପ୍ରଶାସନ…

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri