Posted inଜାତୀୟ

ଦିଲ୍ଲୀ-କେନ୍ଦ୍ର ମୁହାଁମୁହିଁ: ମୁହଁ ଖୋଲିଲେ ଅଡିଟ୍‌ କମିଟି ମୁଖ୍ୟ

ନୂଆଦିଲ୍ଲୀ,୨୬।୬: କୋଭିଡ୍‌ର ଦ୍ୱିତୀୟ ଲହର ଶୀର୍ଷରେ ଥିବାବେଳେ ଦିଲ୍ଲୀ ଅକ୍ସିଜେନ ଅଭାବକୁ ବଢ଼େଇ ଚଢ଼େଇ ପ୍ରକାଶ କରିଥିବା କହିବା ଉଚତ୍‌ ହେବ ନାହିଁ। ଏଭଳି ମନ୍ତବ୍ୟ ଦେଇଛନ୍ତି ଏମ୍ସ ମୁଖ୍ୟ ଡ. ରଣଦୀପ ଗୁଲେରିଆ, ଯିଏକି ଅକ୍ସିଜେନ ଅଡିଟ୍‌ କମିଟିର ନେତୃତ୍ୱ ନେଇଥିଲେ। ଅକ୍ସିଜେନ ବିବାଦକୁ ନେଇ କେନ୍ଦ୍ର ସରକାର ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମୁହାଁମୁହିଁ ହୋଇଛନ୍ତି।

ମୋ ମତରେ ଆମେ ସେଭଳି କହିପାରିବା ନାହିଁ। ଏହି ମାମଲା ଏବେ ସୁପ୍ରିମକୋର୍ଟରେ। ଶୀର୍ଷ କୋର୍ଟ ଏ ସମ୍ପର୍କରେ କ’ଣ କହୁଛନ୍ତି, ତାହାକୁ ଅପେକ୍ଷା କରିବାକୁ ପଡ଼ିବ। ସକ୍ରିୟ ମାମଲା ଓ ଅନ୍ୟ କାରଣକୁ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ଡ. ଗୁଲେରିଆ କହିଛନ୍ତି।

ଦିଲ୍ଲୀ ସରକାର ଆବଶ୍ୟକତାଠାରୁ ୪ ଗୁଣ ଅଧିକ ଅକ୍ସିଜେନ ଦାବି କରିଥିଲା। ଯାହା ଫଳରେ ଅନ୍ୟ ରାଜ୍ୟଗୁଡ଼ିକୁ ଅକ୍ସିଜେନ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଅଡିଟ୍‌ କମିଟି ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ଏହା ଦର୍ଶାଯାଇଥିବା ଦାବି କରିଥିଲା ଭାଜପା। ତେବେ ସମସ୍ତ ରିପୋର୍ଟକୁ ଖଣ୍ଡନ କରିବା ସହ ଏଏପି ବିରୋଧୀଙ୍କ ଦାବିକୁ ମିଛ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ନୌରେ ବୁଲ୍‌ଡୋଜର ଶୋଭାଯାତ୍ରା

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶରେ ଭୋଟ ଗଣନା ଜାରି ରହିଛି। ଏଥିରେ ଭାଜପା ଆଗରେ ଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଲକ୍ଷ୍ନୋଠାରେ ଭାଜପା...

ଜମି ବିବାଦକୁ ନେଇ ରକ୍ତ ସଂଘର୍ଷ: ୯ ମୃତ, ୨୫ ଆହତ

ଲକ୍ଷ୍ନୌ, ୧୭।୭: ଉତ୍ତର ପ୍ରଦେଶର ସୋନଭଦ୍ରରେ ବୁଧବାର ଏକ ଜମି ବିବାଦକୁ ଏକ ବିରାଟ ସଂଘର୍ଷ ଉପୁଜିଛି। ଉଭୟ ପକ୍ଷରୁ ହୋଇଥିବା ଗୁଳିବର୍ଷଣରେ ୯ ଜଣଙ୍କ...

ଧୋଲାଭିରା ୟୁନେସ୍କୋ ଐତିହ୍ୟ ତାଲିକାରେ…

ନୂଆଦିଲ୍ଲୀ,୨୮।୭: ଗୁଜରାଟର କଚ୍ଛଠାରେ ଥିବା ହରପ୍ପାନ୍‌ ସଭ୍ୟତା ସମୟର ପୁରାତନ ସହର ଧୋଲାଭିରାକୁ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ)ର ବିଶ୍ୱ ଐତିହ୍ୟ...

୪,୫୦୦ ଟଙ୍କାରେ ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ୍‌: କେନ୍ଦ୍ର ସରକାରଙ୍କ ତାଗିଦ୍‌

ନୂଆଦିଲ୍ଲୀ,୨୨।୩: ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ୍‌ କରିବା ପ୍ରକ୍ରିୟା ରବିବାରଠାରୁ ଆରମ୍ଭ ହୋଇଛି। ତେବେ ଏହି ଟେଷ୍ଟ୍‌ ପାଇଁ ୪,୫୦୦ଟଙ୍କାରୁ ଅଧିକ ନ ନେବାକୁ କେନ୍ଦ୍ର...

ଲଖିମପୁର ହିଂସା: ଅଭିଯୁକ୍ତ ଆଶିଷ ମିଶ୍ର ଡେଙ୍ଗୁରେ ପୀଡ଼ିତ!

ଲକ୍ଷ୍ନୌ,୨୪ ।୧୦: ଲଖିମପୁର ଖେରି ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ପୋଲିସ ରିମାଣ୍ଡରରେ ଥିବା ବେଳେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିବା ସୂଚନା...

ଯୋଗୀଙ୍କୁ ଭେଟିବା ପରେ ଶିବପାଲଙ୍କୁ ନେଇ ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୩୧।୩: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ସରିଥିଲେ ମଧ୍ୟ ରାଜନୈତିକ ଚର୍ଚ୍ଚା ଥମିବାର ନାଁ ଧରୁନି। ନିର୍ବାଚନ ପୂର୍ବରୁ ଏସପି ନେତା ଅଖିଳେଶ ଯାଦବ ଏବଂ ତାଙ୍କ...

ମହାରାଷ୍ଟ୍ର ସଙ୍କଟ: ସରକାର ଗଠନ ପାଇଁ ମୁମ୍ବାଇରେ ଭାଜପା ଦିଲ୍ଲୀରେ କଂଗ୍ରେସର ବୈଠକ

ନୂଆଦିଲ୍ଲୀ,୧୬।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ମନ୍ଥନ ଚାଲିଛି। ଗୋଟିଏ ପରେ ଭାଜପା ମୁମ୍ବାଇରେ ବୈଠକ କରୁଥିବା ବେଳେ ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ କଂଗ୍ରେସ ବୈଠକ...

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ନୀରଜ ଚୋପ୍ରା କହିଲେ, ଶୀଘ୍ର ନ୍ୟାୟ ପାଇବା ଉଚିତ୍‌

ନୂଆଦିଲ୍ଲୀ,୨୮।୪: ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ)ର ସଭାପତି ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଷ୍ଟ୍ରାଇକର ଆଜି ଷଷ୍ଠ ଦିନ। ଏବେ ଅନେକ ରାଜନେତା...

Advertisement
Archives

Model This Week