Posted inଜାତୀୟ

ବରୁଣଙ୍କ ନୀତିକୁ ଗ୍ରହଣ କରିପାରିବି ନାହିଁ: ରାହୁଲ

ହୋଶିଆରପୁର,୧୮।୧: ଭାଇ ବରୁଣ ଗାନ୍ଧୀଙ୍କୁ ଭେଟିବା ଏବଂ କୋଳାଗ୍ରତ କରିବାକୁ ପ୍ରସ୍ତୁତ ଅଛି, ହେଲେ ତାଙ୍କ ନୀତି ଆଦର୍ଶକୁ ଗ୍ରହଣ କରିପାରିବି ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର କହିଛନ୍ତି। ଭାରତ ଯୋଡ଼ୋ ଯାତ୍ରାରେ ଭାଜପା ଏମ୍‌ପି ବରୁଣ ଯୋଗ ଦେଇପାରିବେ କି ବୋଲି ଖବରଦାତାମାନେ ପ୍ରଶ୍ନ କରିବାରୁ ରାହୁଲ କହିଥିଲେ, ସେମାନଙ୍କ ନୀତି ଆଦର୍ଶ ଭିନ୍ନ ହୋଇଥିବାରୁ ସମସ୍ୟା ସୃଷ୍ଟି ହୋଇପାରେ। ବରୁଣ ଭାଜପାରେ ଅଛନ୍ତି। ସେ ଏଠାକୁ ଆସିଲେ ତାଙ୍କ ପାଇଁ ସମସ୍ୟା ହେବ। ତେବେ ସେ ବରୁଣଙ୍କୁ ଭେଟି ପାରିବେ ଏବଂ କୋଳାଗ୍ରତ କରିପାରିବେ ବୋଲି ହୋଶିଆରପୁରରେ ଖବରଦାତା ସମ୍ମିଳନୀକୁ ରାହୁଲ କହିଛନ୍ତି। ତାଙ୍କ ପରିବାରର ଏକ ନୀତି ଆଦର୍ଶ ରହିଛି କିନ୍ତୁ ବରୁଣ ଅଲଗା ନୀତି ଗ୍ରହଣ କରିଛନ୍ତି, ଯାହାକୁ ସେ ଗ୍ରହଣ କରିପାରିବେ ନାହିଁ ବୋଲି ରାହୁଲ କହିଥିଲେ। ସେ କଦାପି ଆର୍‌ଏସ୍‌ଏସ୍‌ ଅଫିସ୍‌କୁ ଯାଇପାରିବେ ନାହିଁ। ତୁମେ ମୋ ତଣ୍ଟି କାଟିଦେଇପାର, ତଥାପି ମୁଁ ସେଠାକୁ ଯିବି ନାହିଁ ବୋଲି କଂଗ୍ରେସ ନେତା କହିଥିଲେ।
ଆର୍‌ଏସ୍‌ଏସ୍‌ ଏବଂ ଭାଜପା ସରକାରୀ ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରୁଥିବା ରାହୁଲ ଅଭିଯୋଗ କରିଛନ୍ତି। ଗଣମାଧ୍ୟମ, ଅମଲାତନ୍ତ୍ର, ନିର୍ବାଚନ କମିଶନ ଏବଂ ନ୍ୟାୟପାଳିକା ଉପରେ ମଧ୍ୟ ଚାପ ପକାଯାଉଛି। ସେଥିପାଇଁ ଦେଶରେ ସ୍ବାଭାବିକ ଗଣତାନ୍ତ୍ରିକ ପ୍ରକ୍ରିୟା ଏବେ ଉଭାନ ହୋଇଯାଇଥିବା କଂଗ୍ରେସ ନେତା କହିଛନ୍ତି। ଏହା ଗୋଟିଏ ରାଜନୈତିକ ଦଳର ଅନ୍ୟ ଦଳ ସହ ଲଢ଼େଇ ନୁହେଁ। ଏହା ଶାସକ ଦଳ ଏବଂ ଆର୍‌ଏସ୍‌ଏସ୍‌ ନିୟନ୍ତ୍ରଣରେ ଥିବା ଅନୁଷ୍ଠାନ ଏବଂ ବିରୋଧୀଙ୍କ ମଧ୍ୟରେ ଲଢ଼େଇ। ସେଥିରୁ ଗୋଟିଏ ହେଲା ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ ବୋଲି ରାହୁଲ କହିଥିଲେ। ସେ ପଞ୍ଜାବରେ ଏଏପି ସରକାରକୁ ମଧ୍ୟ ସମାଲୋଚନା କରିଛନ୍ତି। ପଞ୍ଜାବର ଶାସନ କେବଳ ପଞ୍ଜାବରୁ ହେବା ଉଚିତ, ଦିଲ୍ଲୀରୁ ନୁହେଁ। ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ରିମୋଟ କଣ୍ଟ୍ରୋଲ ହେବା ଉଚିତ ନୁହେଁ ବୋଲି କଂଗ୍ରେସ ନେତା ସୋମବାର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୃଷକ ସଂଗଠନର ଚେତାବନୀ: ନିଆଁ ସହ ନ ଖେଳନ୍ତୁ ସରକାର

ନୂଆଦିଲ୍ଲୀ,୨୩।୧୨: କୃଷକ ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ୨୮ତମ ଦିନରେ ପହଞ୍ଚିଛି। ଏହି ଆନ୍ଦୋଳନକୁ ଶେଷ କରିବା ପାଇଁ ସରକାର ପୁଣି ଥରେ ବୁଝାମଣା ପାଇଁ...

ଶିବସେନା-ଭାଜପା ଗଠନ କରନ୍ତୁ ସରକାର: ପାଓ୍ବାର

ମୁମ୍ବାଇ,୬।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅଙ୍କକଷା ଛିଡୁନି। ଏପରିସ୍ଥଳେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ବୁଧବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଶିବସେନା-ଭାଜପା...

ଫସର ଫାଟିବ ଚାଇନାର ଚାଲ: ସୀମାରେ ଜଗିଲାଣି ଟି-୯୦ ଭୀଷ୍ମ ଟ୍ୟାଙ୍କ

ନୂଆଦିଲ୍ଲୀ,୩୦।୬: ଲଦ୍ଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ଭାରତ-ଚାଇନା ମଧ୍ୟରେ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି। ଭାରତ, ଚାଇନାର ସବୁ ପ୍ରକାର ଚାଲକୁ ପଣ୍ଡ କରିବା ଯୋଜନାରେ...

ଜନତା କର୍ଫ୍ୟୁ ପୂର୍ବରୁ ଦେଶବାସୀଙ୍କୁ ମୋଦିଙ୍କ ଆହ୍ବାନ: ସତର୍କ ହୁଅ, ଭୟ କରନି

ନୂଆଦିଲ୍ଲୀ,୨୨।୩: ଜନତା କର୍ଫ୍ୟୁ ପାଳନର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପୁଣିଥରେ ଦେଶବାସୀଙ୍କ ସହଯୋଗ ଲୋଡ଼ିଛନ୍ତି। କରୋନା ସଂକ୍ରମଣ ରୋକିବା ଦିଗରେ ସତର୍କ...

ଫିଙ୍ଗର-୪ରେ ଭାରତୀୟ ସେନା

ଲେହ, ୧୦।୯: ଏଲ୍‌ଏସିରେ ଭାରତ ଚାଇନା ମୁହାଁମୁହିଁ ହୋଇଛନ୍ତି। ପୂର୍ବ ଲଦାଖ ଅଞ୍ଚଳରେ ଚାଇନା ୫୦ ହଜାର ସୈନ୍ୟ ମୁତୟନ କରିଥିବାବେଳେ ଭାରତ ମଧ୍ୟ ସମାନ...

ନବାବଙ୍କୁ ୪ଦିନ ରଖି ଜେରା କରିବ ଇଡି

ମୁମ୍ବାଇ,୩।୩: ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ତଥା ଏନ୍‌ସିପି ନେତା ନବାବ ମଲିକଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଗୁରୁବାର ପିଏମ୍‌ଏଲ୍‌ଏର ସ୍ବତନ୍ତ୍ର କୋର୍ଟ ନବାବଙ୍କ ରିମାଣ୍ଡ ଅବଧି...

ସୁକମା ଏନ୍‌କାଉଣ୍ଟର: ମହିଳା ମାଓବାଦୀ ମୃତ

ରାୟପୁର,୯।୭: ଛତିଶଗଡ଼ର ମାଓବାଦୀ ପ୍ରଭାବିତ ସୁକମା ଜିଲାରେ ମାଓବାଦୀ ବିରୋଧୀ ଅଭିଯାନ ସଫଳ ହୋଇଛି। ମଙ୍ଗଳବାର ଚିନ୍ତାଗୁମ୍ପା ଅଞ୍ଚଳର ଡବ୍ବାକୋଣ୍ଟା ଗଁା ନିକଟସ୍ଥ ଜଙ୍ଗଲରେ ଥିବା...

ତାଲିବାନ-ଭାରତ ସମ୍ପର୍କରେ ସୁଧାର, ଆରମ୍ଭ ହେବ ବିମାନ ସେବା…

ନୂଆଦିଲ୍ଲୀ/କାବୁଲ, ୧୨।୬ : ଭାରତ ଏବଂ ତାଲିବାନ ମଧ୍ୟରେ ସମ୍ପର୍କରେ ସୁଧାର ହେବାରେ ଲାଗିଛି। ତାଲିବାନ ଆଫଗାନିସ୍ତାନରେ କ୍ଷମତା ଗ୍ରହଣ କରିବା ପରେ ପ୍ରଥମ ଥର...

Advertisement
Archives

Model This Week