Posted inଫୁରସତ

ଗୁଲିଗପ ଇତିହାସକୁ ବଦଳାଇପାରେ ନାହିଁ

କୋଣାର୍କଠାରେ ସୂର୍ଯ୍ୟଙ୍କ ଉପାସନାର ସବିଶେଷ ଆଲୋଚନା ଅନେକଙ୍କ ମନରେ ପ୍ରଶ୍ନ ଉଠାଇପାରେ। ଇତିହାସ ବା ଐତିହ୍ୟ ପ୍ରସଙ୍ଗରେ ଉପାସନା ଧାରାକୁ ଏତେ ଗୁରୁତ୍ୱ ଦେବାର କାରଣ କ’ଣ! ସ୍ବାଭାବିକ। କୋଣାର୍କକୁ ନେଇ ଯେଉଁମାନେ ଆଲୋଚନା କରିଛନ୍ତି, ସେମାନେ ଉପାସନାର ଗଭୀରତା ଭିତରକୁ ପ୍ରବେଶ କରି ନ ଥିଲେ। କରିଥିଲେ ଲେଖି ନ ଥାନ୍ତେ ବିଷନ ସ୍ବରୂପ ମହାଶୟ ଯେ ପ୍ରଥମେ ଏହା ଶିବ ମନ୍ଦିର ଥିଲା। ସେଇ ଶିବ ମନ୍ଦିରର ନାଟମନ୍ଦିର ଏକ କୁଡ଼ିଆଘର ଥିଲା। ଏଠାରେ ମୂଳରୁ ବୁଦ୍ଧଦେବଙ୍କ ରଥଯାତ୍ରା ହେଉଥିଲା।
ମାଦଳାପାଞ୍ଜିର ମତକୁ ଗୋଳମାଳିଆ ଢଙ୍ଗରେ ପ୍ରକାଶ କଲେ ବିଷନ ସ୍ବରୂପ। ପ୍ରଥମେ କହିଲେ ପୁରନ୍ଦରକେଶରୀ କୋଣାର୍କଠାରେ ଲାଙ୍ଗୁଳା ନରସିଂହଦେବଙ୍କ ପୂର୍ବରୁ ଏକ ସୂର୍ଯ୍ୟମନ୍ଦିର ନିର୍ମାଣ କରିଥିଲେ ବୋଲି ମାଦଳା ପାଞ୍ଜିରେ ଅଛି। କିନ୍ତୁ ଏହି ପାଞ୍ଜି ଘର କୋଣରେ ବସି କଳ୍ପନା ସାହାଯ୍ୟରେ ଲେଖାଯାଇଛି। ପ୍ରକୃତ ମାଦଳା ପାଞ୍ଜି କଳାପାହାଡ଼ ପୋଡ଼ି ଦେଇଥିଲା। କଳାପାହାଡ଼ର ଆକ୍ରମଣ ଇତିହାସରେ ମାଦଳା ପାଞ୍ଜି ପୋଡ଼ିବା ଘଟଣା ମୋଟେ ନାହିଁ। ଅଥଚ ମାଦଳା ମତକୁ ପରିତ୍ୟାଗ କରି ଆବୁଲଫଜଲଙ୍କ ମତକୁ ସମର୍ଥନ କରିଛନ୍ତି।
ଆମେ ଜାଣିଛେ ଆଇନ- ଇ- ଆକବରୀ ପୁସ୍ତକରେ ଅଛି- ୭୩୦ ବର୍ଷ ପୂର୍ବେ ନରସିଂହଦେବ ମନ୍ଦିର ନିର୍ମାଣ କରିଥିଲେ। ଆବୁଲଫଜଲ ୧୫୮୦ ମସିହାରେ ଓଡ଼ିଶା ଆସିଥିଲେ। ୧୫୮୦ରୁ ୭୩୦ ବର୍ଷ ଫେଡ଼ିଦେଲେ ୮୫୦ ମସିହା ହେଉଛି। ନରସିଂହଦେବ ଜନ୍ମ ହୋଇ ନ ଥିଲେ କି ଗଙ୍ଗବଂଶ ଓଡ଼ିଶାରେ ଶାସନ କରି ନ ଥିଲେ ସେତେବେଳକୁ। କୋଣାର୍କକୁ ଆସିଥିବା ଲୋକ, ବିଷୟବସ୍ତୁ ବୁଝିଥିବା ଲୋକ ଏପରି ଭୁଲ୍‌ ଲେଖିବେନି। ବିଷନ ସ୍ବରୂପ ଏଇ ଗୁଲିଗପକୁ ଗ୍ରହଣ କରିଛନ୍ତି। ଯଦି ତଥ୍ୟ ଏବଂ ଇତିହାସ ଭିତରକୁ ପ୍ରବେଶ କରିଥାନ୍ତେ ତା’ହେଲେ ଏପରି ମତ ଦେଇ ନ ଥାନ୍ତେ। ଏସବୁ ଗୋଳମାଳିଆ ମତକୁ ତଉଲେଇବା ପରେ ପଣ୍ଡିତ କୃପାସିନ୍ଧୁ ଲେଖିଥିଲେ ଶ୍ରୀ ବିଷନ ସ୍ବରୂପ ଓଡ଼ିଶାର ସ୍ବତନ୍ତ୍ର ଇତିହାସ ତିଆରି କରିବାର ଚେଷ୍ଟାରେ ଅଛନ୍ତି…।
ଓଡ଼ିଶାରେ ଗାନ୍ଧର୍ବକଳାର ଦେବୀ ହେଉଛନ୍ତି ‘ଗେଲବାଈ’, ଯିଏ ନୃତ୍ୟ-ଗୀତର ଆରାଧ୍ୟା ଦେବୀ। ସଙ୍ଗୀତକୁ ଜୀବନର ସାଙ୍ଗିତିକତାରେ ସମୀକରଣ କରିବାରେ ଯିଏ ନିଜକୁ ଉତ୍ସର୍ଗ କରିଥିଲେ, ତାଙ୍କୁ ଓଡ଼ିଆମାନେ ଦେବୀଙ୍କର ମର୍ଯ୍ୟାଦା ଦେଇଛନ୍ତି। ପୁରୀରେ ‘ଗେଲବାଈ‘ ଦେବୀଙ୍କର ପୂଜା ଆଜି ବି କରାଯାଉଛି। ଶାରଦୀୟ ଦୁର୍ଗାପୂଜାରେ ତାଙ୍କର ମୃଣ୍ମୟୀ ବିଗ୍ରହ ନିର୍ମାଣ କରାଯାଉଛି। ପୁରୀ ଗୋସାଣୀଯାତରେ ଦେବୀ ଗେଲବାଈଙ୍କ ମୃଣ୍ମୟୀ ମୂର୍ତ୍ତି ଶ୍ରୀମନ୍ଦିରର ସିଂହଦ୍ୱାର ଗୋସାଣୀ ମେଳଣକୁ ଆଜି ବି ଆସୁଛନ୍ତି। ପ୍ରତୀକାତ୍ମକ ଭାବରେ ଓଡ଼ିଆ ଶିଳ୍ପୀ ମନ୍ଦିରରେ ଦେବୀ ଗେଲବାଈଙ୍କର ଅନୁକୃତି ପଥରରେ ଖଞ୍ଜି ଦେଇଛନ୍ତି। ପରମ୍ପରା ବଞ୍ଚତ୍ରହୁ ମନ୍ଦିର ଗାତ୍ରରେ। ସେମାନେ ମଣିଷକୁ କୌତୁକ ପ୍ରଦାନ କରିଥାନ୍ତି। ଖୁସି ଦେଇଥାନ୍ତି। ଆନନ୍ଦରେ ମନକୁ ଆନ୍ଦୋଳିତ କରିଥାନ୍ତି। ଅଥଚ ବାହାରିଆ ଲେଖକ ୟାକୁ ବୁଝିନାହାନ୍ତି। ଲେଖିଲେ ଏସବୁ ବୌଦ୍ଧାବଶେଷ।
କୋଣାଦିତ୍ୟର ଅନ୍ୟ ଗୋଟିଏ ନାମ ‘ମୈତ୍ରେୟ ବନ’। ବାହାରିଆ ଆଲୋଚକ ଲେଖିଲେ ବୁଦ୍ଧଦେବଙ୍କ ନାମ ଅନୁସାରେ ମୈତ୍ରେୟବନ ହୋଇଥିଲା। ସନାତନ ପରମ୍ପରାର ମହର୍ଷି ମୈତ୍ରେୟ ତପସ୍ୟା କରି ଏହି କ୍ଷେତ୍ରରେ ସିଦ୍ଧିଲାଭ କରିଥିଲେ। ଏହି ବର୍ଣ୍ଣନାକୁ ସେ ଏଡ଼େଇ ଯାଇଛନ୍ତି। ଅନ୍ୟ ଦିଗଟି ମନେହୁଏ ସେ ଜାଣିପାରି ନାହାନ୍ତି। ସୂର୍ଯ୍ୟଙ୍କର ଦ୍ୱାଦଶନାମ ମଧ୍ୟରେ ‘ମିତ୍ର’ ଅନ୍ୟତମ ନାମ।
ଅର୍କବଟ ପ୍ରସଙ୍ଗରେ ମତ ଦେଇଛନ୍ତି ଯେ, ହିନ୍ଦୁମାନେ ବଟବୃକ୍ଷକୁ ପବିତ୍ର ମନେ କରନ୍ତି, ତାହା ବୌଦ୍ଧ ପ୍ରଥାର ଅନୁକରଣ। ସେ ଶ୍ରୀମାର୍କଣ୍ଡ ମହର୍ଷି ଓ କଳ୍ପବଟ ତଥା ମହର୍ଷି ଅଙ୍ଗିରାଙ୍କ ଆଶ୍ରମର କାମ୍ୟବଟ ପ୍ରସଙ୍ଗ ଭୁଲିଯାଇଛନ୍ତି ବୋଧହୁଏ। କାମ୍ୟବଟ ଏତେ ବିରାଟ ଯେ ତା’ ମୂଳରେ ଏକ ଗୁମ୍ଫା ସୃଷ୍ଟି ହୋଇଥିଲା। ସେ ଗୁମ୍ଫା ଏବେ ଅଛି। ନଇଁ ନଇଁ ଭିତରକୁ ଯିବାକୁ ହୁଏ। ତାରି ଭିତରେ ସେ ତପସ୍ୟା କରୁଥିଲେ। ଏହା ବୁଦ୍ଧଦେବଙ୍କ ସମୟର ପୂର୍ବ କଥା। ବାଲ୍ମୀକି ରାମାୟଣରେ ଦେବୀ ସୀତା ‘ଶ୍ୟାମବଟ’କୁ ପୂଜା କରୁଥିବା ଘଟଣା ସେ ପାସୋରି ଯାଇଛନ୍ତି ବୋଲି ମନେହୁଏ। ସବୁ ତଥ୍ୟକୁ ଇତିହାସ ଲେଖିଲାବେଳେ ଏକପାଖିଆ ସେଇମାନେ କରିପାରିବେ, ଯେଉଁମାନେ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇ କଲମ ଚାଳନା କରନ୍ତି। ନ ହେଲେ କ’ଣ ଲେଖିଥାନ୍ତେ କୋଣାର୍କରୁ ଯେଉଁ ସୂର୍ଯ୍ୟ ବିଗ୍ରହ ଯାଇ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ସେ ବୌଦ୍ଧ ବିଗ୍ରହ?

ଡ. ସୁରେନ୍ଦ୍ର କୁମାର ମିଶ୍ର

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?