ମହୀଶୂର ଫିଲ୍ମ ନିର୍ମାତାଙ୍କୁ କାନ୍ସ ଲା ସିନେଫ୍‌ ପ୍ରଥମ ପୁରସ୍କାର

କାନ୍ସ,୨୫ା୫(ପି.ଟି.): ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଭାରତକୁ ବଡ଼ ସଫଳତା ମିଳିଛି। ମହୀଶୂରର ଫିଲ୍ମ ନିର୍ମାତା ଚିଦାନନ୍ଦ ଏସ୍‌ ନାଏକଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ସନ୍‌ଫ୍ଲାଓ୍ବାର୍ସ ଓ୍ବେୟାର ଦି ଫାଷ୍ଟ ଓ୍ବାନ୍ସ ଟୁ ନୋ’ ଗୁରୁବାର ଲା ସିନେଫ ପ୍ରଥମ ପୁରସ୍କାର ପାଇଛି। ପୁଣେର ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ର ଟେଲିଭିଜନ ବିଭାଗରେ ନିଜର ବର୍ଷିକିଆ ପାଠ୍ୟକ୍ରମ ଶେଷ କରିବା ପରେ ଚିଦାନନ୍ଦ ଉକ୍ତ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। କୁକୁଡ଼ା ଚୋରି କରିଥିବା ଜଣେ ବୃଦ୍ଧାଙ୍କ ଉପରେ ରହିଥିବା କନ୍ନଡ଼ ଲୋକକଥା ଆଧାରରେ ଉକ୍ତ ଫିଲ୍ମ ପ୍ରସ୍ତୁତ ହୋଇଛି। ଲା ସିନେଫ୍‌ ତୃତୀୟ ପୁରସ୍କାର ମାନସୀ ମାହେଶ୍ୱରୀଙ୍କ ଆନିମେଶନ ଫିଲ୍ମ ‘ବୁନିଉଡ୍‌’କୁ ମିଳିଛି। ମିରଟରେ ଜନ୍ମିତ ଏବଂ ଦିଲ୍ଲୀ ଏନ୍‌ଆଇଏଫ୍‌ଟିରେ ପଢ଼ିଥିବା ମାହେଶ୍ୱରୀ ବ୍ରିଟେନ ନ୍ୟାଶନାଲ ଫିଲ୍ମ ଆଣ୍ଡ ଟେଲିଭିଜନ ସ୍କୁଲ୍‌ର ଛାତ୍ରୀ ଭାବେ ଏହି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଦ୍ୱିତୀୟ ପୁରସ୍କାର ଦୁଇଟି ଫିଲ୍ମ ମଧ୍ୟରେ ଭାଗ କରାଯାଇଛି। କଲମ୍ବିଆ ୟୁନିଭର୍ସିଟିର ଅସ୍ୟା ସେଗାଲୋଭିଚ୍‌ଙ୍କ ନିର୍ଦ୍ଦେଶିତ ‘ଆଉଟ୍‌ ଅଫ୍‌ ଦି ଓ୍ବାଡୋ ଥ୍ରୁ ଦି ଓ୍ବାଲ୍‌’ ଏବଂ ଆରିଷ୍ଟଟଲ ୟୁନିଭର୍ସିଟିର ନିକୋସ୍‌ କୋଲିଉକୋସଙ୍କ ’ ଦି ଚାଓସ ଶି ଲେଫ୍ଟ ବିହାଇଣ୍ଡ’ ମିଳିତ ଭାବେ ଏହି ପୁରସ୍କାର ପାଇଛନ୍ତି। ପ୍ରଥମ ପୁରସ୍କାର ବିଜେତାଙ୍କୁ ୧୫,୦୦୦ ୟୁରୋ ମିଳିବାକୁ ଥିବାବେଳେ ଦ୍ୱିତୀୟ ପୁରସ୍କାର ବାବଦରେ ୧୧,୨୫୦ ଏବଂ ତୃତୀୟ ପୁରସ୍କାର ବିଜେତାଙ୍କୁ ୭,୫୦୦ ୟୁରୋ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଫାଦର୍ସ ଡେ’ରେ କୋହଲିଙ୍କୁ ମିଳିଲା ବଡ଼ ଉପହାର: ଫଟୋ ଶେୟାର କଲେ ଅନୁଷ୍କା

ଆଜିକାଲି ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ପିଲାମାନଙ୍କ ସହ ନ୍ୟୁୟର୍କରେ ଅଛନ୍ତି। ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କୁ ଟି-୨୦ ବିଶ୍ୱକପରେ ସମର୍ଥନ କରିବାକୁ...

‘ଦୟାକରି ଭେଟିବାକୁ ଆସନ୍ତୁ’, କାହିଁକି ଶାହାରୁଖ ଖାଁଙ୍କୁ ଏମିତି ଅପିଲ କଲେ କଂଗ୍ରେସ ନେତା? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୬: କଂଗ୍ରେସ ନେତା ଜାରିଟା ଲୌଟଫ୍ଲାଙ୍ଗ ଏକ ଭିଡିଓ ଶେୟାର କରି ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ଏକ ବିଶେଷ ଆବେଦନ କରିଛନ୍ତି। ସେ ଶାହାରୁଖଙ୍କୁ...

ଗୋଲ୍ଡ ସ୍କିମ୍‌ ଜାଲିଆତି: ଶିଳ୍ପା ସେଟ୍ଟୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୩ା୬: ଗୋଲ୍ଡ ସ୍କିମ୍‌ରେ ଜଣେ ଜମାକାରୀଙ୍କୁ ଠକିବା ଅଭିଯୋଗରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଓ ଅନ୍ୟମାନଙ୍କ ବିରୋଧରେ...

୩ ଘଣ୍ଟା ଧରି ସଲମାନଙ୍କ ବୟାନ ରେକର୍ଡ କଲା ପୋଲିସ

ମୁମ୍ବାଇ: ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ ଖାନଙ୍କ ମୁମ୍ବାଇ ଘର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ୨ ମାସ ତଳେ କିଛି ଦୁର୍ବୃତ୍ତ ଗୁଳି ଚଳାଇଥିଲେ। ଅଭିଯୁକ୍ତ...

ଦର୍ଶକଙ୍କ ପ୍ରଶଂସା ସାଉଁଟୁଛି ‘ପଞ୍ଚାୟତ ୩’

ମୁମ୍ବାଇ: ୨୦୨୪ ମେ ମାସରେ ମୁକ୍ତିଲାଭ କରିଥିବା ବହୁ ପ୍ରତୀକ୍ଷିତ ‘ପଞ୍ଚାୟତ ୩’ ଓ୍ବେବ୍‌ ସିରିଜକୁ ଦର୍ଶକଙ୍କର ବେଶ୍‌ ଭଲପାଇବା ମିଳିଛି। ଏହି ସିରିଜରେ ଜିତେନ୍ଦ୍ର...

ଏଥର ପ୍ରେକ୍ଷାଳୟରେ ଓଲିଉଡ୍‌ ରାଜ୍‌:ପାବାର୍‌, କୁହୁଡ଼ି ଓ ଚନ୍ଦ୍ରବଂଶୀ ଲଢ଼େଇ

ରଜ ସମୟରେ ପିଠା, ମିଠା ଖାଇବା ସହ ସିନେମା ଦେଖିବାର ମଜା ଟିକେ ନିଆରା। ଏହି ସମୟରେ ପ୍ରାୟତଃ ବଡ଼ ବଡ଼ ଷ୍ଟାର୍‌ଙ୍କ ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ...

ଆତ୍ମହତ୍ୟା କଲେ ଅଭିନେତ୍ରୀ

ମୁମ୍ବାଇ: ଦି ଟ୍ରାଏଲରେ କାଜୋଲଙ୍କ କୋ-ଆକ୍ଟ୍ରେସ ନୁର ମାଲବିକା ଦାସ ଆତ୍ମହତ୍ୟା କରିଛନ୍ତି, ତାଙ୍କ ମୃତଦେହ ମୁମ୍ବାଇର ଫ୍ଲାଟରେ ମିଳିଥିଲା। ତାଙ୍କ ମୃତଦେହ ଜୁନ ୬ର...

ଚଳିତ ମାସରେ ବିବାହ କରିବେ ସୋନାକ୍ଷୀ!

ମୁମ୍ବାଇ: ବଲିଉଡର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି, ଅଭିନେତ୍ରୀ ନିଜର ଦୀର୍ଘ ଦିନର ପ୍ରେମିକା ଜହିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri