ଯାଞ୍ଚବେଳେ ସନ୍ଦେହ ଘେରରେ ପ୍ରାର୍ଥୀଙ୍କ ସାର୍ଟିଫିକେଟ୍‌

ରାୟଗଡ଼ା (ସ୍ବ.ପ୍ର.)/ ରାୟଗଡ଼ା ଅଫିସ ,୧୪।୪: ବ୍ରାଞ୍ଚ ପୋଷ୍ଟମାଷ୍ଟର ଚାକିରିରେ ଦ୍ୱିତୀୟ ପର୍ଯ୍ୟାୟ ସାର୍ଟିଫିକେଟ୍‌ ଯାଞ୍ଚବେଳେ ସନ୍ଦେହ ଘେରରେ ଜଣେ ପ୍ରାର୍ଥୀ। ସେ ହେଲେ ବିଷମକଟକ ବ୍ଲକ ଘଣ୍ଟିଖାଲ ଗ୍ରାମର ରବି ହିଆଲ।
ଡାକ ବିଭାଗର ବ୍ରାଞ୍ଚ ପୋଷ୍ଟମାଷ୍ଟର ଚାକିରି ପାଇଁ ଆବେଦନ କରିଥିଲେ ରବି। ପ୍ରଥମ ପର୍ଯ୍ୟାୟରେ ରବିଙ୍କ ସାର୍ଟିଫିକେଟ ସମସ୍ତ ନଥିପତ୍ର ଯାଞ୍ଚ କରାଯାଇଥିଲା। ପରେ ତାଙ୍କୁ ନିଜର ସମସ୍ତ ଅରିଜିନାଲ ଡକ୍ୟୁମେଣ୍ଟ ସହ ରାୟଗଡ଼ା ଡାକ ଡିଭିଜନ କାର୍ଯ୍ୟାଳୟକୁ ଆସିବାକୁ କୁହାଯାଇଥିଲା। ରବି ଗୁରୁବାର ସମସ୍ତ ସାର୍ଟିଫିକେଟ ନେଇ ଆସିଥିଲେ ା ବ୍ରାଞ୍ଚ ପୋଷ୍ଟମାଷ୍ଟର ପାଇଁ ଯୋଗ୍ୟତା ଦଶମ ଶ୍ରେଣୀ ରହିଥିବାରୁ ରବିଙ୍କ ଦଶମ ଶ୍ରେଣୀ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା। ରବି ହିଆଲଙ୍କ ସାର୍ଟିଫିକେଟ ଅନୁଯାୟୀ, ସେ ୨୦୧୧ରେ ଉତ୍ତରପ୍ରଦେଶ ରାଜ୍ୟର ମାଧ୍ୟମିକ ଶିକ୍ଷା ବୋର୍ଡରୁ ଦଶମ ଶ୍ରେଣୀରେ ପାସ୍‌ କରିଥିବା ଉଲ୍ଲେଖ ରହିଛି। ସେ ପ୍ରତ୍ୟେକ ବିଷୟରେ ୯୯ ପ୍ରତିଶତ ମାର୍କ ରଖିବା ସତ୍ତ୍ୱେ ଏହାର ୧୦ ବର୍ଷ ପରେ ବି.ଟେକ୍‌ରେ କାହିଁକି ଜଏନ କରିଛନ୍ତି ତାହା ରାୟଗଡ଼ା ଡାକ ଡିଭିଜନ ସହକାରୀ ଅଧୀକ୍ଷକ ସି.ଏଚ୍‌.ଜୱାହର ରାଓଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା। ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତରେ ସହକାରୀ ଅଧୀକ୍ଷକ ରାଓ ଡିଜି ଲକର ଏବଂ ବୋର୍ଡ ୱେବ୍‌ସାଇଟରେ ରବିଙ୍କ ସାର୍ଟିଫିକେଟ ତଦନ୍ତ କରିଥିଲେ ମଧ୍ୟ ସେଠାରେ ତାହାର କୌଣସି ଖୋଜଖବର ପାଇ ନ ଥିଲେ। ଏହାପରେ ସେ ରବିଙ୍କୁ କିଛି ପ୍ରଶ୍ନ କରିଥିଲେ। ରବି ତାହାର ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଏଣୁ ରାଓ ଏନେଇ ରାୟଗଡ଼ା ଟାଉନ ଥାନାକୁ ଜଣାଇଥିଲେ। ଉକ୍ତ ସାର୍ଟିଫିକେଟ୍‌ର ସତ୍ୟତା ପାଇଁ ପୋଲିସକୁ ତଦନ୍ତ ଦାୟିତ୍ୱ ଦିଆଯିବ ବୋଲି ରାଓ ସୂଚନା ଦେଇଛନ୍ତି। ସାର୍ଟିଫିକେଟ୍‌କୁ ନେଇ ରବିଙ୍କୁ ପ୍ରଶ୍ନ କରିବାରୁ ସେ ଠିକ୍‌ଭାବେ ଉତ୍ତର ଦେଇ ପାରି ନ ଥିଲେ। କେତେବେଳେ ସେ ସାର୍ଟିଫିକେଟ୍‌ କିଣିଥିବା ତ କେତେବେଳେ ସେ ଜାଣିନାହାନ୍ତି କହୁଛନ୍ତି। ପୋଲିସ ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ରାଓ କହିଛନ୍ତି। ପ୍ରକାଶ ଯେ, ରାୟଗଡ଼ା ଡାକ ଡିଭିଜନରେ ବ୍ରାଞ୍ଚ ପୋଷ୍ଟମାଷ୍ଟର, ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ଓ ଡାକ ସେବକ ପାଇଁ ୭୮ଟି ପଦବୀ ରହିଛି। ତେବେ ରାୟଗଡ଼ା ଡିଭିଜନ କାର୍ଯ୍ୟାଳୟରେ ୬୮ଜଣଙ୍କୁ ଯାଞ୍ଚ ପାଇଁ ସୂଚନା ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୪୫ଜଣ ଆସି ସାର୍ଟିଫିକେଟ ଯାଞ୍ଚ କରାଇଥିଲେ। ଅନ୍‌ଲାଇନରେ ଯାଞ୍ଚବେଳେ ଏହା ହେଉଛି ପ୍ରଥମ ମାମଲା ଯାହା ସନ୍ଦେହଘେରକୁ ଆସିଛି। ଏହିଭଳି ନିରପେକ୍ଷ ତଦନ୍ତ କରାଗଲେ ଆଗକୁ ଆହୁରି ବହୁ ନକଲି ସାର୍ଟିଫିକେଟ ମାମଲାର ପର୍ଦ୍ଦାଫାଶ ହୋଇପାରିବ ବୋଲି ବୁଦ୍ଧିଜୀବୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?