Posted inଜାତୀୟ

ପ୍ରାର୍ଥୀ ସବୁ ସମ୍ପତ୍ତି ଘୋଷଣା କରିବା ଅନାବଶ୍ୟକ

ନୂଆଦିଲ୍ଲୀ,୧୦ା୪: ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ଲଢ଼ିବାକୁ ଥିବା ପ୍ରାର୍ଥୀମାନଙ୍କୁ ନାମାଙ୍କନପତ୍ର ଦାଖଲ ବେଳେ ସେମାନଙ୍କ ନାଁରେ ଥିବା ଆପରାଧିକ ମାମଲା ଏବଂ ସମ୍ପତ୍ତି ତାଲିକା ସତ୍ୟପାଠ ଜରିଆରେ ଦାଖଲ କରିବାକୁ ପଡ଼ିଥାଏ। ନିର୍ବାଚନୀ ସଂସ୍କାର ଅନୁଯାୟୀ ରାଜନେତା ସେମାନଙ୍କର ତଥା ସେମାନଙ୍କ ସ୍ବାମୀ ବା ସ୍ତ୍ରୀ ଓ ପରିବାରର ଅନ୍ୟ ସଦସ୍ୟଙ୍କ ଆୟର ଉତ୍ସ ଏବଂ ସମ୍ପତ୍ତି ସମ୍ପର୍କରେ ଜଣାଇବା ନିୟମ ରହିଛି। ତେବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ତାଙ୍କର ପ୍ରତ୍ୟେକ ଅସ୍ଥାବର ସମ୍ପତ୍ତି ଘୋଷଣା କରିବା ଆବଶ୍ୟକ ନାହିଁ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ କହିବା ସହ ଅରୁଣାଚଳପ୍ରଦେଶର ସ୍ବାଧୀନ ବିଧାୟକ କରିଖୋ କ୍ରିଙ୍କ ନିର୍ବାଚନକୁ କାଏମ ରଖିଛନ୍ତି। ଜଣେ ପ୍ରାର୍ଥୀଙ୍କ ମାଲିକାନାରେ ତଥା ତାଙ୍କ ଉପରେ ନିର୍ଭରଶୀଳ ପରିବାର ସଦସ୍ୟଙ୍କ ନାଁରେ ଥିବା ପ୍ରତ୍ୟେକ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଯଦି ପର୍ଯ୍ୟାପ୍ତ ହୋଇ ନ ଥାଏ କିମ୍ବା ଏହା ବିଳାସପୂର୍ଣ୍ଣ ଜୀବନଶୈଳୀର ପ୍ରତିଫଳନ କରୁ ନ ଥାଏ, ତେବେ ଘୋଷଣା କରିବା ଦରକାର ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି। ୨୦୧୯ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ କରିଖୋ ତେଜୁ ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ତେବେ ସେ ନାମାଙ୍କନପତ୍ର ଦାଖଲ ବେଳେ ସତ୍ୟପାଠରେ ୩ଟି ଗାଡ଼ି ସମ୍ପର୍କରେ ତଥ୍ୟ ଦେଇ ନ ଥିବା ପିଟିଶନରେ ଅଭିଯୋଗ ହୋଇଥିଲା। ଉକ୍ତ ଗାଡ଼ି କରିଖୋଙ୍କ ସ୍ତ୍ରୀ ଓ ପୁଅଙ୍କ ନାଁରେ ଥିଲା।
ସର୍ବୋଚ୍ଚ ଅଦାଲତ କହିଛନ୍ତି, ଜଣେ ପ୍ରାର୍ଥୀଙ୍କର ପ୍ରତିଟି ସମ୍ପତ୍ତି ସମ୍ପର୍କରେ ଭୋଟର ଜାଣିବାର ନିରଙ୍କୁଶ ଅଧିକାର ନାହିଁ। ଏଥିସହିତ ଜଣେ ପ୍ରାର୍ଥୀଙ୍କର ବିଭିନ୍ନ ବିଷୟରେ ଗୋପନୀୟତା ଅଧିକାର ରହିଥିବା ଜଷ୍ଟିସ୍‌ ଅନିରୁଦ୍ଧ ବୋଷ ଏବଂ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ କହିଛନ୍ତି। ଗୌହାଟି ହାଇକୋର୍ଟ ପୂର୍ବରୁ କରିଖୋଙ୍କ ନିର୍ବାନନକୁ ରଦ୍ଦ ଘୋଷଣା କରିଥିବାବେଳେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, କରିଖୋ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ଗାଡ଼ିଗୁଡ଼ିକୁ ଉପହାର ଦେଇଥିଲେ କିମ୍ବା ବିକିଦେଇଥିଲେ। ତେଣୁ ନିର୍ବାଚନ ସମୟରେ ଉକ୍ତ ଗାଡ଼ି ତାଙ୍କ ପରିବାର ମାଲିକାନାରେ ଥିଲା ବୋଲି ବିବେଚନା କରାଯାଇ ପାରିବ ନାହିଁ। ପ୍ରାର୍ଥୀଙ୍କ ସମ୍ପର୍କରେ ସବୁକିଛି ଜାଣିବା ନେଇ ଭୋଟରଙ୍କ ଅଧିକାର ନିରଙ୍କୁଶ ବୋଲି ଆବେଦନକାରୀ ଦର୍ଶାଇଥିବା ଯୁକ୍ତିକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଥିଲେ। ଜଣେ ପ୍ରାର୍ଥୀ ନିଜ ଜୀବନକୁ ଭୋଟରଙ୍କ କଷଟି ପଥରରେ ପରୀକ୍ଷା କରାଉ ବୋଲି ଲୋକଙ୍କ ଧାରଣା ସହ ଆମେ ଏକମତ ନୋହୁଁ ବୋଲି ଖଣ୍ଡପୀଠ କହିଛନ୍ତି। ପ୍ରାର୍ଥୀଙ୍କର ମଧ୍ୟ ଗୋପନୀୟତା ଅଧିକାର ରହିଛି। ତେଣୁ ସବୁକିଛି ସାଧାରଣରେ ପ୍ରକାଶ କରିବା ପ୍ରାସଙ୍ଗିକ ନୁହେଁ। ପ୍ରାର୍ଥୀଙ୍କ ମାଲିକାନାରେ ଥିବା ପ୍ରତ୍ୟେକଟି ସମ୍ପତ୍ତି ସମ୍ପର୍କରେ ଘୋଷଣା ନ ହେବା ଦୋଷ ନୁହେଁ। ପୋଷାକ, ଜୋତା, ଆସବାବପତ୍ର, ପ୍ରସାଧନୀ ସାମଗ୍ରୀ ଭଳି ଅସ୍ଥାବର ସମ୍ପତ୍ତି ଘୋଷଣା କରିବା ଆବଶ୍ୟକ ନାହିଁ। ତେବେ ପ୍ରାର୍ଥତ୍ତ୍ୱ ଉପରେ ସମ୍ପତ୍ତିର ପର୍ଯ୍ୟାପ୍ତ ପ୍ରଭାବ ଥିଲେ, ତାହା ଘୋଷଣା କରିବାକୁ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri