ଏଫ୍‌ଏନ୍‌ପିରେ ୨୦୦ କୋଟି ନିବେଶକଲା ଲାଇଟ୍‌ ହାଉସ୍‌

ନୂଆଦିଲ୍ଲୀ,୧୩।୩: ଦେଶର ପ୍ରମୁଖ ଘରୋଇ ନିବେଶକ ସଂସ୍ଥା ଲାଇଟ୍‌ ହାଉସ୍‌ ଇଣ୍ଡିଆ ଫଣ୍ଡ୍‌ ଥାର୍ଡ ଲିମିଟେଡ୍‌ ପକ୍ଷରୁ ଶନିବାର ଫର୍ନ ଆଣ୍ଡ ପେଟାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ଏଫ୍‌ଏନ୍‌ପି)ରେ ୨୦୦ କୋଟି ଟଙ୍କା(୨୭ ମିଲିୟନ ଡଲାର)ର ନିବେଶ କରାଯାଇଛି। ଦିଲ୍ଲୀରେ ଏକ ଫୁଲଦୋକାନରୁ ଆରମ୍ଭ ହୋଇଥିବା ଏଫ୍‌ଏନ୍‌ପି ବର୍ତ୍ତମାନ ଦେଶର ଏକ ଅଗ୍ରଣୀ ଗିଫ୍ଟିଂ ପ୍ଲାଟ୍‌ଫର୍ମରେ ପରିଣତ ହୋଇଛି। ଏହା ବାର୍ଷିକ ୨ମିଲିୟନରୁ ଅଧିକ ଗ୍ରାହକଙ୍କୁ ସଫଳ ଭାବରେ ସେବା ଯୋଗାଇଥାଏ। ବିଶେଷକରି ବିଭିନ୍ନ ଭେରାଇଟିର କେକ୍‌, ଫୁଲ, ଗଛ, ଚକୋଲେଟ୍‌ କମ୍ପାନୀ, ଭିନ୍ନ ଭିନ୍ନ ପର୍ସନାଲାଇଜ୍‌ଡ ଗିଫ୍ଟ ସମେତ ଏହି କମ୍ପାନୀ ୪୦ ହଜାରରୁ ଅଧିକ ଉତ୍ପାଦକୁ ନେଇ ବ୍ୟବସାୟ କରେ।
ବର୍ତ୍ତମାନ ଦେଶରେ ୪୦୦ରୁ ଊର୍ଦ୍ଧ୍ୱ ଏଫ୍‌ଏନ୍‌ପି ଷ୍ଟୋର୍‌ ରହିଥିବା ବେଳେ ଏହା ଭାରତର ୯୯% ପିନ୍‌କୋଡ୍‌ରେ ନିଜ ସେବା ପ୍ରଦାନ କରିଥାଏ। ଏହାର ଏକ ବିଶେଷ ସୁବିଧା ହେଉଛି, ଏଫ୍‌ଏନ୍‌ପିର ଅଧିକାଂଶ ଅର୍ଡର ୨୪ଘଣ୍ଟା ମଧ୍ୟରେ ଡେଲିଭରି ହୋଇଥାଏ। ଅନୁଷ୍ଠାନ ଭାରତ ସମେତ ସଂଯୁକ୍ତ ଆରବ ଏମିରେଟ୍‌, ସିଙ୍ଗାପୁର ଏବଂ କାତାରରେ ଏଫ୍‌ଏନ୍‌ପି ସଞ୍ଚାଳିତ ହେଉଛି। ସେହିପରି ସାଉଦି ଆରବ, ମାଲେସିଆ, ଇଣ୍ଡୋନେସିଆ, ଫିଲିପାଇନ୍ସ ଏବଂ ଆମେରିକାରେ ଏହା ବ୍ୟବସାୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। କୋଭିଡ୍‌ କଟକଣା ମଧ୍ୟରେ କମ୍ପାନୀର ବିକାଶ ହାର ୪୦% ରହିଥିବା ସହ ବର୍ଷ ଶେଷ ସୁଦ୍ଧା ଏହା ୬୦୦କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରଖିଛି।
ଏ ସମ୍ପର୍କରେ ଏଫ୍‌ଏନ୍‌ସି ସଂସ୍ଥାପକ ତଥା ମ୍ୟାନେଜିଂ ଡାଇରେକ୍ଟର ବିକାଶ ଗୁଟଗୁଟିଆ କହିଛନ୍ତି, ଜଣେ ଅନ୍ୟ ଜଣଙ୍କୁ ଖୁସିରେ ଉପହାର ଦେଇଥାଏ। ତେଣୁ ଆମେ ଗ୍ରାହକ ଏବଂ ତାଙ୍କ ପ୍ରିୟଜନଙ୍କୁ ସେମାନଙ୍କ ଚାହିଦା ମୁତାବକ ଉପହାର ପ୍ରଦାନ କରି ସନ୍ତୁଷ୍ଟ କରିବା ଦିଗରେ ସର୍ବଦା ଚେଷ୍ଟିତ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସେହିଭଳି ଲାଇଟ୍‌ ହାଉସ୍‌ର ଆଡ୍‌ଭାଇଜର୍ସ ଫାଉଣ୍ଡିଂ ପାର୍ଟନର ସଚିନ ଭାରତୀୟ କହିଛନ୍ତି, ଦେଶରେ ଗିଫ୍ଟିଂର ଏକ ବଡ଼ ବଜାର ଏଫ୍‌ଏନ୍‌ପିର ରହିଛି। କିନ୍ତୁ ଏହା ଉତ୍ତମ ଭାବରେ ପରିଚାଳିତ ହୋଇପାରୁନାହିଁ। ଅପରପକ୍ଷରେ ଅନ୍‌ଲାଇନ ଉପହାର ବ୍ୟବସ୍ଥା ଦେଶର ଗିଫ୍ଟିଂ ବଜାରରେ ସୁଧାର ଆଣିବା ଦିଗରେ କାର୍ଯ୍ୟକରୁଛି ଏବଂ ଡିଜିଟାଲ ମାଧ୍ୟମ ଏହି ଉନ୍ନତିକୁ ତ୍ୱରାନ୍ବିତ କରାଯିବ। ଏଫ୍‌ଏନ୍‌ପି ନିକଟରେ ବ୍ୟାପକ ସପ୍ଲାଇ ଚେନ୍‌ ନେଟ୍‌ଓ୍ବର୍କ, ଉତ୍ତମ ପ୍ରଯୁକ୍ତିବିଦ୍ୟା, ଲିଡିଂ ବ୍ରାଣ୍ଡ ରିକଲ୍‌ ଏବଂ ଏକ ଅଭିଜ୍ଞ ମ୍ୟାନେଜମେଣ୍ଟ ଟିମ୍‌ ସମେତ ଦେଶର ଗିଫ୍ଟିଂ ମାର୍କେଟ୍‌ରେ ଅଗ୍ରଣୀ ହେବାକୁ ସମସ୍ତ ପ୍ରକାର ସୁବିଧା ରହିଥିବା ଭାରତୀୟ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬.୪% ବଢ଼ିପାରେ ହାରାହାରି ବେତନ

ମୁମ୍ବାଇ: ବର୍ଷ ୨୦୨୧ରେ ଭାରତରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କ ହାରାହାରି ବେତନ ୬.୪% ବଢ଼ିବା ନେଇ ଆକଳନ କରାଯାଇଛି। ଓ୍ବିଲସ ଟାଓ୍ବାର ଓ୍ବାଟଶନ ରିପୋର୍ଟ...

ଟିକସ ଅଧିକାରୀଙ୍କ ମାନସିକତା ବଦଳିବା ଦରକାର:ସୀତାରାମନ୍‌

ଅହମ୍ମଦାବାଦ,୧୮-୮: ଉଦ୍ୟୋଗ ଜଗତ ପକ୍ଷରୁ ‘ଟିକସ ଆତଙ୍କବାଦ’ ଅଭିଯୋଗ ଅଣାଯାଉଛି। ଏହି କାରଣରୁ ଦେଶର ଟିକସ ଆଦାୟ ବ୍ୟବସ୍ଥାକୁ ଟେକ୍ନୋଲୋଜି ଆଧାରିତ କରିବା ଜରୁରୀ ହୋଇପଡିଛି...

ପାର୍ବଣରେ ଋଣ ଯୋଗାଣ ଲକ୍ଷ୍ୟ;୩ରୁ ବ୍ୟାଙ୍କଗୁଡିକର ଗ୍ରାହକ ସମ୍ପର୍କ ଅଭିଯାନ

  ନୂଆଦିଲ୍ଲୀ,୧-୧୦:ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଘରୋଇ କ୍ଷେତ୍ର ବିତ୍ତ ପ୍ରତିଷ୍ଠାନଗୁଡିକ ପକ୍ଷରୁ ଋଣ ଯୋଗାଣ ପାଇଁ ପ୍ରଥମ ପର୍ଯ୍ୟାୟ ଗ୍ରାହକ ସମ୍ପର୍କ ଅଭିଯାନ ଅକ୍ଟୋବର ୩ରୁ...

୧୧.୫% ଖସିବ ଜିଡିପି:ମୁଡିସ୍‌

ନୂଆଦିଲ୍ଲୀ, ୧୨।୯ : ଚଳିତ ଆର୍ଥତ୍କ ବର୍ଷରେ ଭାରତର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି) ୧୧.୫% ଖସିବ ବୋଲି ରେଟିଂ ଏଜେନ୍ସି ମୁଡିସ୍‌ ଏହାର ପରିବର୍ତ୍ତିତ ଆକଳନରେ...

ବିଳମ୍ବ ହୋଇପାରେ ଏୟାର ଇଣ୍ଡିଆ ଘରୋଇକରଣ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ଘରୋଇକରଣ ଚଳିତ ବର୍ଷ ସମ୍ପୂର୍ଣ୍ଣ ହୋଇ ନ ପାରେ। ଏହା ଆସନ୍ତା ଆର୍ଥତ୍କ ବର୍ଷକୁ ଘୁଞ୍ଚିବା ନେଇ ଏକ ରିପୋର୍ଟ...

ଖିଲାପକାରୀଙ୍କ ସମ୍ପତ୍ତି ସୂଚନା ବ୍ୟାଙ୍କକୁ ଦେବ ଆୟକର ବିଭାଗ

ନୂଆଦିଲ୍ଲୀ,୨୭-୬: ଖିଲାପକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ବିଭିନ୍ନ ସ୍ଥାବର ସମ୍ପତ୍ତିର ତାଲିକା ବ୍ୟାଙ୍କ ସହ ଶେୟାର କରିବାକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଆୟକର...

ଏନ୍‌ଆଇଏନ୍‌ଏଲ୍‌ରୁ ପୁଞ୍ଜି ପ୍ରତ୍ୟାହାରକୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୯-୧: ନୀଳାଚଳ ଇସ୍ପାତ ନିଗମ ଲିମିଟେଡ(ଏନ୍‌ଆଇଏନ୍‌ଏଲ୍‌)ରେ ରହିଥିବା ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଅଂଶଧନରୁ ପୁଞ୍ଜି ପ୍ରତ୍ୟାହାର କରାଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ର ସରକାର ବୁଧବାର...

ଗ୍ରାମାଞ୍ଚଳରେ କାରର ଚାହିଦା ଅଧିକ

ନୂଆଦିଲ୍ଲୀ,୬।୭ : କରୋନା ମହାମାରୀ ଯୋଗୁ ସହର ତୁଳନାରେ ଗ୍ରାମାଞ୍ଚଳ କ୍ଷେତ୍ରର ସ୍ଥିତି ଉନ୍ନତ ରହିଛି। ଏହି ସମୟରେ ସହରାଞ୍ଚଳର ସ୍ଥିତି ଖରାପ ରହିଛି। ସହରରେ...

Advertisement
Archives

Model This Week