ଏଫ୍‌ଏନ୍‌ପିରେ ୨୦୦ କୋଟି ନିବେଶକଲା ଲାଇଟ୍‌ ହାଉସ୍‌

ନୂଆଦିଲ୍ଲୀ,୧୩।୩: ଦେଶର ପ୍ରମୁଖ ଘରୋଇ ନିବେଶକ ସଂସ୍ଥା ଲାଇଟ୍‌ ହାଉସ୍‌ ଇଣ୍ଡିଆ ଫଣ୍ଡ୍‌ ଥାର୍ଡ ଲିମିଟେଡ୍‌ ପକ୍ଷରୁ ଶନିବାର ଫର୍ନ ଆଣ୍ଡ ପେଟାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ଏଫ୍‌ଏନ୍‌ପି)ରେ ୨୦୦ କୋଟି ଟଙ୍କା(୨୭ ମିଲିୟନ ଡଲାର)ର ନିବେଶ କରାଯାଇଛି। ଦିଲ୍ଲୀରେ ଏକ ଫୁଲଦୋକାନରୁ ଆରମ୍ଭ ହୋଇଥିବା ଏଫ୍‌ଏନ୍‌ପି ବର୍ତ୍ତମାନ ଦେଶର ଏକ ଅଗ୍ରଣୀ ଗିଫ୍ଟିଂ ପ୍ଲାଟ୍‌ଫର୍ମରେ ପରିଣତ ହୋଇଛି। ଏହା ବାର୍ଷିକ ୨ମିଲିୟନରୁ ଅଧିକ ଗ୍ରାହକଙ୍କୁ ସଫଳ ଭାବରେ ସେବା ଯୋଗାଇଥାଏ। ବିଶେଷକରି ବିଭିନ୍ନ ଭେରାଇଟିର କେକ୍‌, ଫୁଲ, ଗଛ, ଚକୋଲେଟ୍‌ କମ୍ପାନୀ, ଭିନ୍ନ ଭିନ୍ନ ପର୍ସନାଲାଇଜ୍‌ଡ ଗିଫ୍ଟ ସମେତ ଏହି କମ୍ପାନୀ ୪୦ ହଜାରରୁ ଅଧିକ ଉତ୍ପାଦକୁ ନେଇ ବ୍ୟବସାୟ କରେ।
ବର୍ତ୍ତମାନ ଦେଶରେ ୪୦୦ରୁ ଊର୍ଦ୍ଧ୍ୱ ଏଫ୍‌ଏନ୍‌ପି ଷ୍ଟୋର୍‌ ରହିଥିବା ବେଳେ ଏହା ଭାରତର ୯୯% ପିନ୍‌କୋଡ୍‌ରେ ନିଜ ସେବା ପ୍ରଦାନ କରିଥାଏ। ଏହାର ଏକ ବିଶେଷ ସୁବିଧା ହେଉଛି, ଏଫ୍‌ଏନ୍‌ପିର ଅଧିକାଂଶ ଅର୍ଡର ୨୪ଘଣ୍ଟା ମଧ୍ୟରେ ଡେଲିଭରି ହୋଇଥାଏ। ଅନୁଷ୍ଠାନ ଭାରତ ସମେତ ସଂଯୁକ୍ତ ଆରବ ଏମିରେଟ୍‌, ସିଙ୍ଗାପୁର ଏବଂ କାତାରରେ ଏଫ୍‌ଏନ୍‌ପି ସଞ୍ଚାଳିତ ହେଉଛି। ସେହିପରି ସାଉଦି ଆରବ, ମାଲେସିଆ, ଇଣ୍ଡୋନେସିଆ, ଫିଲିପାଇନ୍ସ ଏବଂ ଆମେରିକାରେ ଏହା ବ୍ୟବସାୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। କୋଭିଡ୍‌ କଟକଣା ମଧ୍ୟରେ କମ୍ପାନୀର ବିକାଶ ହାର ୪୦% ରହିଥିବା ସହ ବର୍ଷ ଶେଷ ସୁଦ୍ଧା ଏହା ୬୦୦କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରଖିଛି।
ଏ ସମ୍ପର୍କରେ ଏଫ୍‌ଏନ୍‌ସି ସଂସ୍ଥାପକ ତଥା ମ୍ୟାନେଜିଂ ଡାଇରେକ୍ଟର ବିକାଶ ଗୁଟଗୁଟିଆ କହିଛନ୍ତି, ଜଣେ ଅନ୍ୟ ଜଣଙ୍କୁ ଖୁସିରେ ଉପହାର ଦେଇଥାଏ। ତେଣୁ ଆମେ ଗ୍ରାହକ ଏବଂ ତାଙ୍କ ପ୍ରିୟଜନଙ୍କୁ ସେମାନଙ୍କ ଚାହିଦା ମୁତାବକ ଉପହାର ପ୍ରଦାନ କରି ସନ୍ତୁଷ୍ଟ କରିବା ଦିଗରେ ସର୍ବଦା ଚେଷ୍ଟିତ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସେହିଭଳି ଲାଇଟ୍‌ ହାଉସ୍‌ର ଆଡ୍‌ଭାଇଜର୍ସ ଫାଉଣ୍ଡିଂ ପାର୍ଟନର ସଚିନ ଭାରତୀୟ କହିଛନ୍ତି, ଦେଶରେ ଗିଫ୍ଟିଂର ଏକ ବଡ଼ ବଜାର ଏଫ୍‌ଏନ୍‌ପିର ରହିଛି। କିନ୍ତୁ ଏହା ଉତ୍ତମ ଭାବରେ ପରିଚାଳିତ ହୋଇପାରୁନାହିଁ। ଅପରପକ୍ଷରେ ଅନ୍‌ଲାଇନ ଉପହାର ବ୍ୟବସ୍ଥା ଦେଶର ଗିଫ୍ଟିଂ ବଜାରରେ ସୁଧାର ଆଣିବା ଦିଗରେ କାର୍ଯ୍ୟକରୁଛି ଏବଂ ଡିଜିଟାଲ ମାଧ୍ୟମ ଏହି ଉନ୍ନତିକୁ ତ୍ୱରାନ୍ବିତ କରାଯିବ। ଏଫ୍‌ଏନ୍‌ପି ନିକଟରେ ବ୍ୟାପକ ସପ୍ଲାଇ ଚେନ୍‌ ନେଟ୍‌ଓ୍ବର୍କ, ଉତ୍ତମ ପ୍ରଯୁକ୍ତିବିଦ୍ୟା, ଲିଡିଂ ବ୍ରାଣ୍ଡ ରିକଲ୍‌ ଏବଂ ଏକ ଅଭିଜ୍ଞ ମ୍ୟାନେଜମେଣ୍ଟ ଟିମ୍‌ ସମେତ ଦେଶର ଗିଫ୍ଟିଂ ମାର୍କେଟ୍‌ରେ ଅଗ୍ରଣୀ ହେବାକୁ ସମସ୍ତ ପ୍ରକାର ସୁବିଧା ରହିଥିବା ଭାରତୀୟ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?