କ୍ୟାନସରର ଅଧିକ ଶିକାର ହେଉଛନ୍ତି ଯୁବଗୋଷ୍ଠୀ, ବର୍ଷକରେ ମରୁଛନ୍ତି ୧୦ଲକ୍ଷରୁ ଅଧିକ

ଏଡିନବର୍ଗ,୬।୯: ଏକ ଅଧ୍ୟୟନରୁ ଜଣାପଡିଛି କି, କ୍ୟାନସରରେ ଅଧିକ ଯୁବକମାନେ ଶିକାର ହେଉଛନ୍ତି। ତିନି ଦଶନ୍ଧି ମଧ୍ୟରେ ୫୦ ବର୍ଷରୁ କମ ଲୋକଙ୍କୁ କ୍ୟାନସର ହେବାର ଦେଖାଯାଉଛି। ଆଉ ଏହି କ୍ୟାନସର ରୋଗୀଙ୍କ ସଂଖ୍ୟା ୮୦ଶତକଡା ବୃଦ୍ଧି ପାଇଛି। ବିଶ୍ୱରେ ୧୯୯୦ମସିହାରେ ୧୮.୨ଲକ୍ଷ କ୍ୟାନସର ରୋଗୀ ଥିଲେ ମାତ୍ର ୨୦୧୯ରେ କରାଯାଇଥିବା ସର୍ଭେରେ ଏହା ୩୨.୬ଲକ୍ଷକୁ ବୃଦ୍ଧି ପାଇଛି।
୩୦ରୁ ୪୦ ମଧ୍ୟରେ କିମ୍ବା ତା’ଠାରୁ କମ ବୟସର ଲୋକଙ୍କ ମଧ୍ୟରେ କ୍ୟାନସର ମୃତ୍ୟୁ ୨୭ପ୍ରତିଶତ ବୃଦ୍ଧି ପାଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରତିବର୍ଷ ୫୦ ବର୍ଷରୁ କମ ବୟସର ପ୍ରାୟ ୧୦ଲକ୍ଷରୁ ଅଧିକ ଲୋକ କ୍ୟାନସରରେ ମୃତ୍ୟୁ ହେଉଛି।

ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଖରାପ ଖାଦ୍ୟ, ମଦ୍ୟପାନ ଏବଂ ତମାଖୁ ସେବନ, ଶାରୀରିକ ନିଷ୍କ୍ରିୟତା ଓ ମେଦବହୁଳତା ଯୋଗୁ ଯୁବଗୋଷ୍ଠୀ କ୍ୟାନସରର ଶିକାର ହେଉଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ୧୯୯୦ ମସିହାରୁ ସାରା ବିଶ୍ୱରେ କ୍ୟାନସର ପୀଡିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୁସ୍ଥ ଖାଦ୍ୟ ଖାଇବା, ତମାଖୁ ଏବଂ ମଦ୍ୟପାନରୁ ଦୂରେଇ ରହିବା ଦ୍ୱାରା ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରି ପ୍ରାଥମିକ କର୍କଟ ରୋଗରୁ ବଞ୍ଚି ହେବ।

ସ୍କଟଲ୍ୟାଣ୍ଡର ଏଡିନବର୍ଗ ୟୁନିଭରସିଟି ଏବଂ ଚାଇନାର ହାଙ୍ଗଜୋରେ ଥିବା ଜେଜିଆଙ୍ଗ ୟୁନିଭରସିଟି ସ୍କୁଲ ଅଫ ମେଡିସିନ ଦ୍ୱାରା ଏକ ଅଧ୍ୟୟନ କରାଯାଇଥିଲା। ଏହି ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ ୨୦୪ ଟି ଦେଶରୁ ୨୯ ପ୍ରକାରର କ୍ୟାନସର ରୋଗର ତଥ୍ୟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

କମଲଜିତ-ସୁରୁଚିଙ୍କ କମାଲ: ଭାରତକୁ ଭେଟିଦେଲେ ପୁଣି ସ୍ବର୍ଣ୍ଣ

ନାଗୋୟା,୨୫।୯:ଏସିଆନ ଗେମ୍ସ ୨୦୨୬ରେ ସେପ୍ଟେମ୍ବର ୨୫ ଭାରତ ପାଇଁ ଆରମ୍ଭରୁ ହିଁ ଚମତ୍କାର ରହିଛି। ଶୁଟିଂରେ କମଲଜିତ ଓ ସୁରୁଚି ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ…

ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି: ଏବେ ବି ସିଲ ଗାଜଲବାଡ଼ି ଘାଟି ରାସ୍ତା, ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି,୨୫।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁ ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳର ଜନଜୀବନ ବେହାଲ ହୋଇପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?