Posted inଜାତୀୟ

ଆନ୍ଦୋଳନକାରୀଙ୍କ ଲାଇସେନ୍ସ ବାତିଲ କର

ନୂଆଦିଲ୍ଲୀ, ୨୯ା୧୧: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ କୋର୍ଟ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ ଚଳାଇଥିବା ଓକିଲମାନଙ୍କୁ ଝଟକା ଲାଗିଛି। ଏଭଳି ଆନ୍ଦୋଳନକୁ ନେଇ ସର୍ବୋଚ୍ଚ ଅଦାଲତ ସୋମବାର କ୍ଷୋଭ ପ୍ରକାଶ କରିବା ସହ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟ କାର୍ଯ୍ୟ ଶତ ପ୍ରତିଶତ ହେବା ଦରକାର। ଏହାର କୌଣସି ବିକଳ୍ପ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିବା ସହ ଆନ୍ଦୋଳନକାରୀ ଓକିଲମାନଙ୍କ ଲାଇସେନ୍ସ ବାତିଲ କରିବାକୁ ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆ (ବିସିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି।
ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କ ଆବେଦନ ଉପରେ ଶୁଣାଣି କରୁଥିବା ଖଣ୍ଡପୀଠ ଜଷ୍ଟିସ୍‌ ସଞ୍ଜୟ କିଷନ କୌଲ ଏବଂ ଜଷ୍ଟିଓ ଅଭୟ ଏସ୍‌. ଓକା ଉପରୋକ୍ତ ନିର୍ଦ୍ଦେଶ ଦେବା ସହ କୋର୍ଟ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହେବା ଭଳି ବ୍ୟବସ୍ଥା କରିବାକୁ ଜିଲା ପ୍ରଶାସନଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନୁଯାୟୀ ନ୍ୟାୟିକ ଅଧିକାରୀ, କର୍ମଚାରୀ, ମହକିଲମାନଙ୍କୁ କୋର୍ଟ ପରିସରକୁ ଯିବା ଏବଂ ଫେରିବା ବେଳେ ସୁରକ୍ଷା ଦେବା ନିମନ୍ତେ ପୋଲିସ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆନ୍ଦୋଳନକାରୀ ଓକିଲମାନେ କାର୍ଯ୍ୟରେ ଯୋଗଦେବା ପର୍ଯ୍ୟନ୍ତ ସେମାନଙ୍କ ଲାଇସେନ୍ସ ବାତିଲ କରାଯିବ। ଯେଉଁ ଓକିଲ କିମ୍ବା ସାଧାରଣ ଲୋକେ ନିଜ ମାମଲା ଲଢ଼ିବାକୁ ଚାହିଁବେ, ସେମାନଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯିବାକୁ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।
ସୂଚନାଥାଉ କି, ଓଡ଼ିଶାର ବିଭିନ୍ନ ଜିଲା ବାର୍‌ ଆସୋସିଏଶନ ଆନ୍ଦୋଳନରେ ସାମିଲ ହୋଇଥିବାରୁ ଖଣ୍ଡପୀଠ ଗତ ୧୪ ତାରିଖରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଗତ ୧୬ ତାରିଖ ସୁଦ୍ଧା ଆନ୍ଦୋଳନ ପ୍ରତ୍ୟାହାର ନ କଲେ ଓକିଲମାନଙ୍କ ଲାଇସେନ୍ସ ରଦ୍ଦ

ହୋଇପାରେ ବୋଲି ସର୍ବୋଚ୍ଚ ଅଦାଲତ ଚେତାବନୀ ଦେଇଥିଲେ। ଆନ୍ଦୋଳନ ଯୋଗୁ ନ୍ୟାୟ ଅପେକ୍ଷାରେ ଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ଓଡ଼ିଶାର ଅନେକ ଓକିଲ ସଂଘର ବ୍ୟବହାର ସନ୍ତୋଷଜନକ ନୁହେଁ ବୋଲି ଖଣ୍ଡପୀଠ କହିବା ସହ ଅଧିକ ସମୟ ଦେବା ପାଇଁ ପଶ୍ଚିମ ଓଡ଼ିଶା ବାର୍‌ ଆସୋସିଏଶନଗୁଡ଼ିକର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି)ର ଆବେଦନକୁ ଖାରଜ କରିଦେଇଥିଲେ। ହେଲେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନାହିଁ। ଅନ୍ୟପକ୍ଷରେ ସିଏସି ଆବାହକ ଅଶୋକ ଦାସଙ୍କ ନେତୃତ୍ୱରେ ଗତ ୧୬ ତାରିଖରେ ସମ୍ବଲପୁରର ଜିଲା ଓକିଲ ସଂଘ ସମ୍ମିଳନୀ କକ୍ଷରେ ଏକ ବୈଠକ ହୋଇଥିଲା। ଏଥିରେ ସରକାରଙ୍କ ଚକ୍ରାନ୍ତ ଥିବା, ଏକତରଫା ବିଚାର ଏବଂ କ୍ଷମତାର ଅପବ୍ୟବହାର କରାଯାଇଥିବା ଅଭିଯୋଗ କରାଯାଇଥିଲା। ସିଏସି କର୍ମକର୍ତ୍ତା ଦର୍ଶାଇଥିଲେ, ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକ ଦିଆଯାଉଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ପଶ୍ଚିମ ଓଡ଼ିଶାର ସିଏସିରେ ସାମିଲ ଥିବା ସମସ୍ତ ଆଇନଜୀବୀ ଲାଇସେନ୍ସ ସରେଣ୍ଡର କରିବେ। ରାଜ୍ୟ ସରକାର ତୁରନ୍ତ ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯାଉ ବୋଲି ଉଲ୍ଲେଖ କରି ପୂର୍ଣ୍ଣାଙ୍ଗ ରିପୋର୍ଟ କେନ୍ଦ୍ର ପାଖରେ ଦାଖଲ କରନ୍ତୁ। ଏହାସହ ଆଇନଜୀବୀଙ୍କ ମଧ୍ୟରେ ଯେଭଳି ବିବାଦ ଦେଖାଦେଇଛି, ତାହାକୁ ଆଲୋଚନା ମାଧ୍ୟମରେ ସମାଧାନ କରନ୍ତୁ ବୋଲି ଦାବି କରାଯାଇଥିଲା।
ସୋମବାର ଶୁଣାଣି ବେଳେ ଖଣ୍ଡପୀଠ ଅବଗତ ହୋଇଥିଲେ ଯେ, ଓଡ଼ିଶାର ବିଭିନ୍ନ ଜିଲାରେ ଓକିଲମାନଙ୍କ ଆନ୍ଦୋଳନ ଜାରି ରହିବା ସହ କୋର୍ଟ କାର୍ଯ୍ୟ ହୋଇପାରୁନାହିଁ। ଏହି ଆନ୍ଦୋଳନ ଯୋଗୁ ଗତ ଅକ୍ଟୋବରରେ ଅତିକମ୍‌ରେ ୨୦ ଜିଲାରେ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସମୁଦାୟ ୩,୨୧୬ ଘଣ୍ଟାର ନ୍ୟାୟିକ କାର୍ଯ୍ୟ ନଷ୍ଟ ହୋଇଥିବା ଖଣ୍ଡପୀଠ ଜାଣିବାକୁ ପାଇଛନ୍ତି। ଗତ ଶୁକ୍ରବାର ଖୋର୍ଦ୍ଧା ଜିଲା କୋର୍ଟ ପରିସରରେ ହୋଇଥିତ୍ବା ଘଟଣା ସମ୍ପର୍କରେ ମଧ୍ୟ ଖଣ୍ଡପୀଠ ଅବଗତ ହୋଇଛନ୍ତି। ଉକ୍ତ ଦିନ ଆନ୍ଦୋଳନକାରୀ ଓକିଲମାନେ ନ୍ୟାୟିକ ଅଧିକାରୀ ଏବଂ ଅନ୍ୟ ଓକିଲମାନଙ୍କ କୋର୍ଟକୁ ଯିବା ଏବଂ ଫେରିବାରେ ବାଧା ସୃଷ୍ଟି କରିଥିଲେ। ଏନେଇ ଜିଲା ଜଜ୍‌ ସୁପ୍ରିମ୍‌କୋର୍ଟଙ୍କୁ ଚିଠି ଲେଖି ନ୍ୟାୟିକ ଅଧିକାରୀ, କର୍ମଚାରୀ ଏବଂ ମହକିଲମାନଙ୍କ ସୁରକ୍ଷା ଲୋଡ଼ିଥିଲେ। କେବଳ ପଶ୍ଚିମ ଓଡ଼ିଶା ନୁହେଁ, ବିଭିନ୍ନ ଜିଲାରେ ଓକିଲମାନେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରିଆସୁଛନ୍ତି। ଏନେଇ ଖଣ୍ଡପୀଠ କହିଛନ୍ତି ଯେ, ପ୍ରତ୍ୟେକ ଜିଲାରେ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ସମ୍ଭବ, କିନ୍ତୁ ହାଇକୋର୍ଟ ବେଞ୍ଚ ନୁହେଁ। ଓଡ଼ିଶା ସେଭଳି ଏକ ବଡ଼ ରାଜ୍ୟ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା-ଆର୍‌ଏସ୍‌ଏସ୍‌କୁ ସାଂପ୍ରଦାୟିକ ସଙ୍ଗଠନ ବୋଲି କହିଲେ ମୁଫତି, ଧର୍ମ ନାରେ କରୁଛନ୍ତି ହିଂସା

ଜମ୍ମୁ,୧୩ ।୧୧: ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(ପିଡିପି) ମୁଖ୍ୟ ମେହେବୁବା ମୁଫତି ଶନିବାର ଜମ୍ମୁ-କଶ୍ମୀର ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହି ସମୟରେ ସେ କହିଛନ୍ତି...

ଆସନ୍ତା ୯ ଯାଏ କର୍ନାଟକରେ ପ୍ରବଳ ବର୍ଷା: ସତର୍କ କଲା ଆଇଏମ୍‌ଡି

ବେଙ୍ଗାଲୁରୁ, ୫।୯: ବେଙ୍ଗାଲୁରୁ ଏବଂ ଉପକୂଳ କର୍ନାଟକର ବିଭିନ୍ନ ଅଞ୍ଚଳରେ ଆସନ୍ତା ୯ ତାରିଖ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତ...

ଦାଦନଙ୍କ ପାଇଁ ବ୍ୟବସ୍ଥା କର

ନୂଆଦିଲ୍ଲୀ, ୩୦ା୪: ସମ୍ପ୍ରତି ମହାମାରୀ କରୋନା ଆମକୁ ଦେଶର ଶ୍ରମିକମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଚିନ୍ତା କରିବାକୁ ବାଧ୍ୟ କରିଛି। ଏହି ଭାଇରସ୍‌ ଗୋଟିଏପଟେ ଶ୍ରମିକଙ୍କ ସ୍ବାସ୍ଥ୍ୟକୁ...

ଘୁଞ୍ଚୁଛି ହିମାଳୟ ଗ୍ଲେସିୟର

ନୂଆଦିଲ୍ଲୀ, ୨୩ା୧୧: ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱରେ ଗ୍ଲେସିୟର ତରଳିବାରେ ଲାଗିଛି। ଏଥିଯୋଗୁ ସମୁଦ୍ରପତ୍ତନ ବୃଦ୍ଧି ଭବିଷ୍ୟତରେ ବଡ଼ ବିପର୍ଯ୍ୟୟର ଆଶଙ୍କା ବଢ଼ାଇଛି।...

ମମତାଙ୍କ ଉପରେ ଆକ୍ରମଣ ହେବାର ପ୍ରମାଣ ନାହିଁ: ନିର୍ବାଚନ କମିଶନ

କୋଲକାତା,୧୪।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିବାର ପ୍ରମାଣ ନାହିଁ ବୋଲି ନିର୍ବାଚନ କମିଶନ କହିଛନ୍ତି। ଭିନ୍ନ...

ଆଖିବୁଜିଲେ ମହିଳା ତହସିଲଦାରଙ୍କ ଡ୍ରାଇଭର

ହାଇଦ୍ରାବାଦ, ୬ା୧୧(ପି.ଟି.): ମହିଳା ତହସିଲଦାର ବିଜୟା ରେଡ୍ଡୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ପୋଡ଼ିମାରିବା ଘଟଣାର ଦିନକ ପରେ ତାଙ୍କ ଡ୍ରାଇଭର ଗୁରୁନାଥମ୍‌ ପ୍ରାଣ ହରାଇଛନ୍ତି। ବିଜୟାଙ୍କୁ ବଞ୍ଚାଇବା...

ଭାରତକୁ ଆସିବ ହାର୍ପୁନ ମିଶାଇଲ

ନୂଆଦିଲ୍ଲୀ, ୪ା୮: ଭାରତକୁ ଆମେରିକା ବିଶ୍ୱର ସବୁଠୁ ସଫଳ ଆଣ୍ଟାଇ-ଶିପ୍‌ ହାର୍ପୁନ ମିଶାଇଲ ଦେବ। ଏଥିପାଇଁ ଭାରତ ସହ ୮୨ ମିଲିୟନ ଡଲାର (ପ୍ରାୟ ୬୦୮...

ଅଯୋଧ୍ୟା ରାୟ ପୂର୍ବରୁ ୟୁପିକୁ ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ,୭ା୧୧(ଆଇଏଏନ୍‌ଏସ୍‌): ଆସନ୍ତା ସପ୍ତାହରେ ବହୁପ୍ରତୀକ୍ଷିତ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପ୍ରକାଶ ପାଇବା ଆଶା କରାଯାଉଥିଲାବେଳେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ...

Advertisement
Archives

Model This Week