ଟ୍ରମ୍ପଙ୍କ ପାଇଁ କ୍ୟାମେରା ଆଗରେ କାନ୍ଦି ପକାଇଲେ ଜଷ୍ଟିନ ଟ୍ରୁଡୋ, ଦେଖନ୍ତୁ ଭାଇରାଲ ଭିଡିଓ

ଓଟାଓ୍ବା,୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଉପରେ ଟାରିଫ୍‌ ଘୋଷଣା କରିଛନ୍ତି। ଯାହା ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଭାବପ୍ରବଣ କରିଦେଇଛି ଏବଂ ସେ କ୍ୟାମେରା ସାମ୍ନାରେ କାନ୍ଦୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି।

କାନାଡାର ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ଶେଷ ଗଣମାଧ୍ୟମ ବ୍ରିଫିଙ୍ଗ୍‌ରେ, ଟ୍ରୁଡୋ ଭାବପ୍ରବଣ ହୋଇଯାଇଛନ୍ତି ଏବଂ ତାଙ୍କ ୯ ବର୍ଷର କାର୍ଯ୍ୟକାଳ ଏବଂ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା ଟାରିଫ୍‌ ବିଷୟରେ କହିବା ସମୟରେ ତାଙ୍କ ଆଖିରୁ ଲୁହ ବାହାରି ଆସିଥିଲା। ଜାନୁଆରୀରେ ଇସ୍ତଫା ଘୋଷଣା କରିଥିବା ଟ୍ରୁଡୋ କାନାଡିଆନଙ୍କୁ ପ୍ରାଥମିକତା ଦେବା ପାଇଁ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

ଟ୍ରୁଡୋ କହିଛନ୍ତି, ନିଶ୍ଚିତ କରିଛି ଯେ ଏହି କାର୍ଯ୍ୟାଳୟରେ ପ୍ରତିଦିନ ମୁଁ କାନାଡିଆନମାନଙ୍କୁ ପ୍ରଥମେ ରଖିବି। ସେଥିପାଇଁ ମୁଁ ଏଠାରେ ଆପଣଙ୍କୁ କହିବାକୁ ଆସିଛି ଯେ ଆମେ ଆପଣଙ୍କ ସହିତ ଅଛୁ। ଏହି ସରକାରଙ୍କ ଶେଷ ଦିନରେ ମଧ୍ୟ, ଆମେ କାନାଡିଆନମାନଙ୍କୁ ନିରାଶ କରିବୁ ନାହିଁ। ଆପଣଙ୍କୁ କହି ରଖୁଛୁ ଯେ ଶାସକ ଲିବରାଲ ପାର୍ଟି ନୂତନ ନେତା ଚୟନ କରିବା ପରେ ଜଷ୍ଟିନ ଟ୍ରୁଡୋ ଏହି ରବିବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ।

ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ଶେଷ ମିଡିଆ ବ୍ରିଫିଙ୍ଗ୍‌ ସମୟରେ, ଟ୍ରୁଡୋ ଏକ ଜ୍ୱଳନ୍ତ ଭାଷଣ ଦେଇଥିଲେ ଏବଂ କାନାଡିଆନମାନଙ୍କ ମଧ୍ୟରେ ଏକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ସେ ଟ୍ରମ୍ପଙ୍କ ଟାରିଫ୍‌ ଧମକ ଏବଂ କାନାଡାର ମିଶ୍ରଣ ବିଷୟରେ ବୟାନବାଜି ଯୋଗୁ ଆଗାମୀ କଷ୍ଟକର ସମୟ ବିଷୟରେ ମଧ୍ୟ ଚେତାବନୀ ଦେଇଥିଲେ। ସେ ଟ୍ରମ୍ପଙ୍କୁ କାରବାର ବୃଦ୍ଧି ପାଇଁ ମଧ୍ୟ ଟାର୍ଗେଟ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣରେ ପ୍ରଳୟର ବନ୍ୟା

ବିଭିନ୍ନ ପୌରାଣିକ ଗ୍ରନ୍ଥରେ ବନ୍ୟା ସମ୍ପର୍କରେ ଉଲ୍ଲେଖ ରହିଛି। ଏଗୁଡ଼ିକୁ ପ୍ରଳୟକୈନ୍ଦ୍ରିକ ଭାବେ ଦର୍ଶାଯାଇଛି। ବାଇବେଲ (ଖ୍ରୀଷ୍ଟପୂର୍ୱ ୫୦୦)ରେ ନୋଆ ଏବଂ ମହାବନ୍ୟା ବା ମହାପ୍ରଳୟର କାହାଣୀ…

ବାଣ ପ୍ରଦୂଷଣ ପାଇଁ ଚିନ୍ତା ନାହିଁ, ଆପେ କମିଯିବ: ଯୋଗୀ

ଲକ୍ଷ୍ନୌ, ୧୨ା୧୧:ଦୀପାବଳି ପରେ ବୃଦ୍ଧି ପାଇଥିବା ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରୁଥିବା ବ୍ୟକ୍ତିମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବୁଧବାର…

ପ୍ରେସର କୁକରରେ ସିଝିଲାନି ଭାତ, ଡାଲି: ୧୬,୭୫୫ ଟଙ୍କା ଦେଲା କମ୍ପାନୀ

ବିଶାଖାପାଟଣା,୧୨।୧୧: ନିର୍ଦ୍ଧାରିତ ୩ରୁ ୪ଟି ସିଟି ବାଜିବା ପରେ ମଧ୍ୟ ପ୍ରେସର କୁକରରେ ଭାତ ଓ ଡାଲି ଠିକ୍‌ ଭାବରେ ନ ସିଝିବା କମ୍ପାନୀ ଓ ଦୋକାନୀଙ୍କୁ…

ଚାଇନା ଗବେଷକ ସୃଷ୍ଟିକଲେ ବିଶ୍ୱର ସବୁଠୁ ଶୀତଳ ତାପମାତ୍ରା

ବେଜିଂ, ୧୨ା୧୧: ବ୍ରହ୍ମାଣ୍ଡର ପ୍ରାକୃତିକ ପୃଷ୍ଠଭୂମି ତାପମାତ୍ରା ପ୍ରାୟ ୨.୭ କେଲଭିନ (-୨୭୦.୪୫ ଡିଗ୍ରୀ ସେଲ୍‌ସିୟସ୍‌) ଥିବାବେଳେ, ଚାଇନାର ମହାକାଶ ଗବେଷକମାନେ ଏହା ତୁଳନାରେ ପ୍ରାୟ ୨୮୦…

ନେପାଳରେ ଭୂକମ୍ପର ପ୍ରଚଣ୍ଡ ଝଟ୍‌କା! ରିକ୍ଟର ସ୍କେଲରେ ତୀବ୍ରତା ୪.୯

ନୂଆଦିଲ୍ଲୀ,୧୨।୧୧: ଆଜି ସକାଳେ ଭାରତର ପଡ଼ୋଶୀ ଦେଶ ନେପାଳରେ ଭୂକମ୍ପ ଅନୁଭୂତ ହୋଇଛି, ଯାହାଫଳରେ ପ୍ରଚ଼ଣ୍ଡ ଝଟକାରେ ପୃଥିବୀ ଥରି ଉଠିଛି। ଲୋକଙ୍କ ମଧ୍ୟରେ ମଧ୍ୟ ଆତଙ୍କର…

ଆଜିଠୁ ଅମୁଲ, ମଦର ଡେରୀ କ୍ଷୀର ମହଙ୍ଗା

ନୂଆଦିଲ୍ଲୀ,୧୨ା୧୧(ପି.ଟି.): ପ୍ରମୁଖ ଦୁଗ୍ଧ ବ୍ରାଣ୍ଡ ଅମୁଲ ଏବଂ ମଦର ଡେରୀ ଗୁରୁବାରଠାରୁ କ୍ଷୀର ଦର ଲିଟର ପ୍ରତି ୨ରୁ ୪ ଟଙ୍କା ବୃଦ୍ଧି କରିଛନ୍ତି। ଚାଷୀଙ୍କଠାରୁ ଅଧିକ…

ସ୍ୱଚ୍ଛତା: ପୁରୀ, ଭୁବନେଶ୍ୱର, ଆସିକାକୁ ଜାତୀୟ ସ୍ୱୀକୃତି

ଭୁବନେଶ୍ୱର, ୧୨ା୧୧ (ରବିନାରାୟଣ ଜେନା):ସହରାଞ୍ଚଳର ପରିମଳ ବ୍ୟବସ୍ଥା, ସ୍ୱଚ୍ଛତା ଓ ସୁସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ନିରନ୍ତର ପ୍ରୟାସକୁ ଜାତୀୟସ୍ତରରେ ସ୍ୱୀକୃତି ମିଳିଛି। ସ୍ୱଚ୍ଛ ସର୍ୱେକ୍ଷଣ…

ଜେନାପୁର ଉଚ୍ଚ ବିଦ୍ୟାଳୟ: ଶିକ୍ଷକ ଅଭାବରୁ ପଢ଼ା ବାଧାପ୍ରାପ୍ତ

ଜେନାପୁର,୧୨ା୧୧(ଅଶୋକ ଦାସ):ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଥିଲେ ସୁଦ୍ଧା ଏବେ ବି ବହୁ ସ୍ଥାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?