ଶ୍ରାବଣ ସୋମବାର ପାଇଁ ଅଛି କି ସ୍ୱତନ୍ତ୍ର ଡ୍ରେସ କୋଡ? ଜାଣନ୍ତୁ ଜିନ୍ସ-ଟିସାର୍ଟ ପିନ୍ଧି ପୂଜା କରିପାରିବେ କି ନାହିଁ…

ସନାତନ ଧର୍ମରେ ଶ୍ରାବଣ ମାସକୁ ଅତ୍ୟନ୍ତ ପବିତ୍ର, ମଙ୍ଗଳକାରୀ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ଏହି ମାସ ଭଗବାନ ଶିବଙ୍କୁ ସମର୍ପିତ ଏବଂ ଚାତୁର୍ମାସ୍ୟ ସମୟରେ ଯେତେବେଳେ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ଯାଆନ୍ତି, ସେତେବେଳେ ପୃଥିବୀର ଦାୟିତ୍ୱ ଭଗବାନ ଶିବ ସମ୍ଭାଳନ୍ତି। ଏହି ସମୟରେ ଭକ୍ତମାନେ ଭୋଳାନାଥଙ୍କୁ ପ୍ରସନ୍ନ କରିବା ପାଇଁ ବିଧିବିଧାନ ସହ ପୂଜାର୍ଚ୍ଚନା କରନ୍ତି ଏବଂ ବ୍ରତ-ଉପବାସ ରଖନ୍ତି। ଶ୍ରାବଣ ମାସ କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ବରଂ ପ୍ରକୃତି ଏବଂ ଜୀବନଶୈଳୀ ଦୃଷ୍ଟିରୁ ମଧ୍ୟ ଅଦ୍ଭୁତ ହୋଇଥାଏ। ଏହା ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁର ଆଗମନର ପ୍ରତୀକ, ଯାହା ଦ୍ୱାରା ସମ୍ପୂର୍ଣ୍ଣ ପୃଥିବୀ ସବୁଜିମାରେ ଭରିଯାଏ। ଏହି ସମୟରେ ଭକ୍ତମାନେ ଶ୍ରାବଣ ସୋମବାର ବ୍ରତ ରଖନ୍ତି, କାଉଡ଼ିଆ ଯାତ୍ରା ବାହାର କରନ୍ତି ଏବଂ ‘ଓଁ ନମଃ ଶିବାୟ’ ଓ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତି। ଶ୍ରାବଣରେ ସବୁଜ ରଙ୍ଗର ବିଶେଷ ଗୁରୁତ୍ୱ ରହିଛି, ସେଥିପାଇଁ ମହିଳାମାନେ ସବୁଜ ରଙ୍ଗର ଲୁଗା ଓ ଚୁଡ଼ି ପିନ୍ଧନ୍ତି। ଅନ୍ୟପଟେ କିଛି ଲୋକଙ୍କ ମନରେ ଏହି ଦ୍ୱନ୍ଦ୍ୱ ମଧ୍ୟ ଥାଇପାରେ ଯେ କ’ଣ ଶ୍ରାବଣରେ ଜିନ୍ସ-ଟିସାର୍ଟ ପିନ୍ଧି ମଧ୍ୟ ଭଗବାନ ଶିବଙ୍କ ପୂଜା କରାଯାଇପାରିବ? ଜ୍ୟୋତିଷଙ୍କଠାରୁ ଜାଣନ୍ତୁ ଶ୍ରାବଣରେ ପୂଜାପାଠର ଡ୍ରେସ କୋଡ (ପୋଷାକ ନିୟମ) କ’ଣ?

ଭକ୍ତମାନେ ଚାହାଁନ୍ତି ଯେ ଶ୍ରାବଣରେ ଭଗବାନ ଶିବ ତାଙ୍କ ଆରାଧନାରେ ପ୍ରସନ୍ନ ହୋଇ ସମସ୍ତ ମନୋକାମନା ପୂରଣ କରନ୍ତୁ। ଏପରି ପରିସ୍ଥିତିରେ ସମସ୍ତଙ୍କ ମନରେ ଭୟ ଥାଏ ଯେ ପୂଜାପାଠ ସମୟରେ କୌଣସି ଭୁଲ ନ ହୋଇଯାଉ। ବିଶେଷ କରି ପୋଷାକକୁ ନେଇ, କାରଣ ଧାର୍ମିକ ମାନ୍ୟତା ଅନୁଯାୟୀ ପୂଜାପାଠରେ ପୋଷାକର ମଧ୍ୟ ବିଶେଷ ସ୍ଥାନ ରହିଛି। ଶ୍ରାବଣରେ ପୂଜାର ଡ୍ରେସ କୋଡ ବିଷୟରେ ପଣ୍ଡିତ କହନ୍ତି ଯେ ଶ୍ରାବଣରେ ଭଗବାନ ଶିବଙ୍କ ପୂଜା ପାଇଁ ପାରମ୍ପରିକ ପୋଷାକ ସବୁଠାରୁ ଉପଯୁକ୍ତ ବୋଲି ମନେକରାଯାଏ ଏବଂ ଶ୍ରାବଣରେ କୌଣସି ବିଶେଷ ଡ୍ରେସ କୋଡ ନଥାଏ। ବରଂ ଭକ୍ତଙ୍କ ମନରେ ଶ୍ରଦ୍ଧା ଓ ଭଗବାନଙ୍କ ପ୍ରତି ବିଶ୍ୱାସ ରହିବା ଉଚିତ। ପଣ୍ଡିତ ଜୀ କହନ୍ତି ଯେ ଭଗବାନ କପଡ଼ାରେ ନୁହେଁ, ବରଂ ଭକ୍ତଙ୍କ ଭାବରେ ପ୍ରସନ୍ନ ହୁଅନ୍ତି।

ପଣ୍ଡିତଙ୍କ କହିବା ଅନୁଯାୟୀ, ଶ୍ରାବଣରେ ପୋଷାକ ଅପେକ୍ଷା ଭଗବାନ ଶିବଙ୍କ ଭକ୍ତିରେ ମନ ଲଗାଇବା ଉଚିତ। କାରଣ ପୋଷାକର ଡିଜାଇନ କିମ୍ୱା ରଙ୍ଗ ନୁହେଁ, ବରଂ ଭକ୍ତଙ୍କ ଶ୍ରଦ୍ଧା ସବୁଠାରୁ ଉପରେ ଥାଏ। ଯଦି ଆପଣ ଜିନ୍ସ-ଟିସାର୍ଟ ପିନ୍ଧି ମଧ୍ୟ ମନ୍ଦିର ଯାଆନ୍ତି, ତେବେ ଆପଣଙ୍କ ପୂଜା ବୃଥା ଯାଏନାହିଁ। ତେବେ ଧ୍ୟାନ ରଖନ୍ତୁ ଯେ ପୂଜା ସମୟରେ କଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ, କାରଣ ଏହାକୁ ନକାରାତ୍ମକ ଉର୍ଜାର ପ୍ରତୀକ ଭାବେ ବିବେଚନା କରାଯାଏ। ଯଦି ଆପଣ ଜିନ୍ସ-ଟିସାର୍ଟ ପିନ୍ଧି ମନ୍ଦିର ଯାଉଛନ୍ତି ଏବଂ ପୂଜା କରୁଛନ୍ତି, ତେବେ କିଛି କଥା ପ୍ରତି ଧ୍ୟାନ ଦିଅନ୍ତୁ:

ଶାସ୍ତ୍ରରେ କୁହାଯାଇଛି ଯେ ଭଗବାନ ଶିବ ‘ଭାବର ଠାକୁର’। ଯଦି ଆପଣଙ୍କ ମନରେ ସଚ୍ଚା ଭକ୍ତି ଏବଂ ଶ୍ରଦ୍ଧା ଅଛି, ତେବେ ଆପଣଙ୍କ ବସ୍ତ୍ର ଗୌଣ (ଦ୍ୱିତୀୟକ) ହୋଇଯାଏ। ଆପଣ ଯାହା ବି ପୋଷାକ ପିନ୍ଧନ୍ତୁ ଜିନ୍ସ-ଟିସାର୍ଟ ହୋଇଥାଉ ନା କାହିଁ କି ତାହା ସମ୍ପୂର୍ଣ୍ଣ ଭାବେ ପରିଷ୍କାର ଓ ସୱଚ୍ଛ ହୋଇଥିବା ଆବଶ୍ୟକ।

ଧ୍ୟାନ ରଖନ୍ତୁ ଯେ ଜିନ୍ସ ଅଧିକ ଚିପା (ଟାଇଟ) କିମ୍ୱା ଫଟା-ଚିରା ହୋଇନଥିବା ଉଚିତ। ଟି-ସାର୍ଟରେ କୌଣସି ଆପତ୍ତିଜନକ ଛବି କିମ୍ୱା ଶବ୍ଦ ଲେଖା ହୋଇନଥାଉ। ପୂଜା ସମୟରେ ନଇଁବା, ବସିବା ଏବଂ ଜଳ ଅର୍ପଣ କରିବାରେ ସହଜ ହେବା ଦରକାର।

ଯଦି ଆପଣ ଅଫିସ, କଲେଜ କିମ୍ୱା କୌଣସି କାମ ପାଇଁ ବାହାରେ ଅଛନ୍ତି ଏବଂ ସିଧାସଳଖ ମନ୍ଦିର ଯାଉଛନ୍ତି, ତେବେ ଜିନ୍ସ ସହ ପିନ୍ଧିଥିବା ଚମଡ଼ା (ଲେଦର) ବେଲ୍ଟ, ପର୍ସ କିମ୍ୱା ଘଣ୍ଟାକୁ ଶିବଲିଙ୍ଗ ନିକଟକୁ ଯିବା କିମ୍ୱା ଜଳ ଚଢ଼ାଇବା ପୂର୍ୱରୁ ବାହାର କରି ରଖିଦିଅନ୍ତୁ।

ପୂଜା କରିବା ସମୟରେ ଯଦି ସମ୍ଭବ ହୁଏ, ରୁମାଲ କିମ୍ୱା ଗାମୁଛାରେ ମୁଣ୍ଡ ଢାଙ୍କି ଦିଅନ୍ତୁ, ଏହା ଆଦର ଏବଂ ଏକାଗ୍ରତା ଦର୍ଶାଇବାର ଏକ ମାଧ୍ୟମ।


Enter your email to get our daily news in your inbox.

All Right Reserved By Dharitri.Com

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?