Posted inଖେଳ

ଆଇସିସି ଚେୟାରମ୍ୟାନ ଦୌଡ଼ରେ କାମେରନ

କିଙ୍ଗଷ୍ଟନ, ୨୯ା୬ (ପି.ଟି.)- ଭାରତର ଶଶାଙ୍କ ମନୋହରଙ୍କ ସ୍ଥାନରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚେୟାରମ୍ୟାନ ପଦବୀ ଦୌଡ଼ରେ ସାମିଲ ହୋଇଛନ୍ତି କ୍ରିକେଟ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ)ର ପୂର୍ବତନ ମୁଖ୍ୟ ଡେଭ୍‌ କାମେରନ। ୟୁନାଇଟେଡ୍‌ ଷ୍ଟେଟ୍ସ ହଲ୍‌ ଅଫ୍‌ ଫେମ୍‌ ତାଙ୍କ ନାମ ସୁପାରିସ୍‌ କରି ମନୋହରଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। କାମେରନ ୨୦୧୩ରୁ ୨୦୧୯ ପର୍ଯ୍ୟନ୍ତ ସିଡବ୍ଲ୍ୟୁଆଇ ସଭାପତି ଭାବେ କାର୍ଯ୍ୟକରିଛନ୍ତି। ଆମକୁ ଏକ ସ୍ଥାୟୀ ବିତ୍ତୀୟ ମଡେଲ ଖୋଜି ବାହାର କରିବାକୁ ପଡ଼ିବ, ଯାହାଦ୍ୱାରାକି ଟିମ୍‌ ଗୁଡ଼ିକ ଯୋଗ୍ୟତାଭିତ୍ତିରେ ଉପାର୍ଜନ କରିପାାରିବେ ବୋଲି ନିକଟରେ ଏକ ସାକ୍ଷାତ୍‌କାରରେ କାମେରନ ପ୍ରକାଶ କରିଥିଲେ। କ୍ରିକେଟର ‘ବିଗ୍‌ ଥ୍ର’ ଭାବେ ପରିଚିତ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସମସ୍ତ ଇଭେଣ୍ଟ ଆୟୋଜନ କରୁଛନ୍ତି। ସେମାନଙ୍କର ଦର୍ଶକ ଏବଂ ବୃହତ୍‌ ଅର୍ଥବ୍ୟବସ୍ଥା ରହିଛି। ହେଲେ ଛୋଟ ଛୋଟ ଦେଶଗୁଡ଼ିକ ସବୁବେଳେ ଆଇସିସିର ଆର୍ଥତ୍କ ସହାୟତାକୁ ଚାହିଁ ବସିଥାନ୍ତି। ଆମେ ରାଜସ୍ବକୁ ସମାନ ଭାବେ ବଣ୍ଟା ଯାଉ ବୋଲି ଚାହୁଁନା କିନ୍ତୁ ନ୍ୟାୟସଙ୍ଗତ ଭାଗ ମିଳିବା ଉଚିତ୍‌ ବୋଲି କାମେରନ କହିଛନ୍ତି। ଆଇସିସି ଚେୟାରମ୍ୟାନ ପଦବୀ ପାଇଁ ପ୍ରାର୍ଥୀ ହେଲେ ଦୁଇଟି ସୁପାରିସ ଆବଶ୍ୟକ ରହିଛି। କ୍ରିକେଟ ଓ୍ବେଷ୍ଟଇଣ୍ଡିଜର ବର୍ତ୍ତମାନ ମୁଖ୍ୟଙ୍କର ତାଙ୍କ ପ୍ରତି ସମର୍ଥନ ରହିଛି କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ, କାରଣ ଦୁଇଜଣଙ୍କ ମଧ୍ୟରେ ମତାନ୍ତର ରହିଛି। ମନୋହରଙ୍କ କାର୍ଯ୍ୟକାଳ ଚଳିତବର୍ଷ ଶେଷ ହେଉଛି। ଜୁଲାଇ ଶେଷ ଭାଗରେ ଆଇସିସିର ବାର୍ଷିକ ସାଧାରଣ ବୈଠକ ବସିବ। ଚେୟାରମ୍ୟାନ ପଦବୀ ପାଇଁ ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ମୁଖ୍ୟ କଲିନ ଗ୍ରେଭ୍‌। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଦୌଡ଼ରେ ସାମିଲ ହୋଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି। କାମେରନ କହିଛନ୍ତି, ସେ ଯଦି ଆଇସିସି ଚେୟାରମ୍ୟାନ ହୁଅନ୍ତି ତେବେ ଯୁକ୍ତରାଷ୍ଟ୍ର ଆମେରିକାରେ କ୍ରିକେଟ ଖେଳର ପ୍ରସାର ଦିଗରେ କାର୍ଯ୍ୟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri