ପୋଲିସ ପରିଚୟ ଦେଇ ଲୁଟିନେଲେ ୭ଟି ଛେଳି ଓ ମୋବାଇଲ

ଗଞ୍ଜାମ,୨୯ା୬(ଡି.ଏନ.ଏ.)-କରୋନା ଭୂତାଣୁ ପାଇଁ ସମସ୍ତେ ବ୍ୟସ୍ତ ଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ଦୁର୍ବୃତ୍ତ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଥାନା ପୁଇଁତୋଳା ଗ୍ରାମରେ। ଭିନ୍ନ ଉପାୟରେ ଜଣେ ଯୁବକଙ୍କ ଦାମୀ ମୋବାଇଲ ଫୋନ ଓ ଆଉ ଜଣଙ୍କର ୭ଛେଳି ପୋଲିସ ପରିଚୟ ଦେଇ ଲୁଟି ନେଇଥିବା ଜଣାପଡିଛି। ମୋବାଇଲ ଲୁଟ ହୋଇଥିବା ଯୁବକ ଶବର କୁମାର ପଲେଇଙ୍କ କହିବା ଅନୁଯାୟୀ, ଶନିବାର ରାତି ପ୍ରାୟ ୧୨ ଟାରେ ସେ ତାଙ୍କ ଦାଣ୍ଡରେ ଶୋଇଥିବା ବେଳେ ଗୋଟିଏ ବୋଲେରୋରେ ପ୍ରାୟ ୬ରୁ ୭ ଜଣ ଯୁବକ ଆସି ଆମେ ପୋଲିସ, ଏଠି ଦୁଇଜଣ ଲୋକ ଥିଲେ ସେମାନେ କୁଆଡେ ଗଲେ ଏବଂ ଆମକୁ ତୁମେ ଶୁଆଇ ଦେବନି ବୋଲି କହି ମୋ ପାଖରେ ଥିବା ଦାମୀ ମୋବାଇଲ ଫୋନ ଛଡେଇ ନେଇ ଯାଇଥିଲେ। ମଁୁ ମାଗିବାରୁ ରବିବାର ଥାନାକୁ ଆସି ମୋବାଇଲ ନେବୁ ବୋଲି କହି ଚମ୍ପଟ ମାରିଥିଲେ। ଏ ସମ୍ପର୍କରେ ଆଇଆଇସି ଦିଲୀପ କୁମାର ସାହୁଙ୍କୁ ଯୋଗାଯୋଗ କରିବାରେ ଅଭିଯୋଗ ପରେ ନମ୍ବର ୭୯/୨୦ ରେ ମାମଲା ରୁଜୁ କରାଯାଇଛି ତଦନ୍ତ ଚାଲିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହତ କୃଷ୍ଣସାର ମୃଗ ଶାବକ ଉଦ୍ଧାର

ବୁଗୁଡ଼ା,୧୭ା୪(ଡି.ଏନ.ଏ)- ବୁଗୁଡ଼ା ଏନ୍‌ଏସି ସୂର୍ଯ୍ୟନଗର ଅଞ୍ଚଳରୁ ଗୁରୁବାର ଅପରାହ୍ନରେ ବୁଗୁଡ଼ା ବନବିଭାଗ କର୍ମଚାରୀ ଏକ ୨ ମାସର ଆହତ କୃଷ୍ଣସାର ମୃଗ ଶାବକକୁ ଉଦ୍ଧାର କରିଛନ୍ତି।...

କାଲିଠୁ ଗଞ୍ଜାମରେ ପ୍ଲାଜମା ଥେରାପି

ଭୁବନେଶ୍ୱର,୨୦।୭(ବ୍ୟୁରୋ)-ମଙ୍ଗଳବାରଠାରୁ ଗଞ୍ଜାମ ଜିଲାର ଶିତଳାପଲ୍ଲୀ ସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହେବ। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।...

ମହାରାଷ୍ଟ୍ର, ଗୁଜରାଟରୁ ୮ ବସ୍‌ରେ ଆସିଲେ ପ୍ରବାସୀ

ଭଞ୍ଜନଗର,୨୬।୫(ଡି.ଏନ.ଏ)-ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ପ୍ରବାସୀଙ୍କୁ ନେଇ ସ୍ବତନ୍ତ୍ର ଟ୍ରେନ ଆସୁଥିଲେ ମଧ୍ୟ ଏବେ ବି ଗଞ୍ଜାମ ଜିଲାକୁ ବସ୍‌, କାର ଓ ବାଇକ୍‌ ଯୋଗେ ପ୍ରବାସୀ...

ବ୍ରହ୍ମପୁରରୁ ୪ ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ

ବ୍ରହ୍ମପୁର ଅଫିସ,୨୮ା୭-ରବିବାରରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ପକ୍ଷରୁ ଶହୀଦ ସପ୍ତାହ ପାଳନ କରାଯାଉଛି। ସରକାରୀ ଗାଡ଼ିଗୁଡ଼ିକୁ ମାଓବାଦୀମାନେ ଜାଳି ଦେଉଥିବା ନଜିର ରହିଛି।...

ରାଜସ୍ଥାନ କୋଟାରୁ ଆସିଲେ ୩୯ ଛାତ୍ରୀଛାତ୍ର : ହୋମ୍‌କ୍ବାରାଣ୍ଟାଇନ୍‌କୁ ପଠାଇଲା ପ୍ରଶାସନ

ବ୍ରହ୍ମପୁର ଅଫିସ,୪ା୫-ରାଜସ୍ଥାନ କୋଟାରେ ଇଞ୍ଜିନିୟରିଂ ଓ ମେଡିକାଲ ପରୀକ୍ଷା ଲାଗି କୋଚିଂ ନେଉଥିବା ୩୯ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ସୋମବାର ସନ୍ଧ୍ୟାରେ ଦୁଇଟି ବସ୍‌ ବ୍ରହ୍ମପୁରର...

ଆମ୍ବ ତୋଟାରେ କ୍ୱାରାଣ୍ଟାଇନ୍‌

ପାତ୍ରପୁର,୧୨ା୪(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତ ଦେଶାରୀ ଗ୍ରାମର ପରିକ୍ଷୀତ ନାଇକ ନେଲୁରରୁ ଚାଲିଚାଲି ଗତ ଶୁକ୍ରବାର ଗ୍ରାମରେ ପହଞ୍ଚତ୍ଥିଲ। ଅଙ୍ଗନଓ୍ବାଡି କର୍ମୀ ତାଙ୍କୁ ନେଇ...

ଘରେ ପଶି ସୁନା,ଟଙ୍କା ଚୋରି

ଧରାକୋଟ,୨୮ା୫(ଡି.ଏନ୍‌.ଏ.)- ଧରାକୋଟ ଥାନା ଢଉଗଁା କନ୍ଧସାହିର ଶତ୍ରୁଘ୍ନ ନାହାକଙ୍କ ଘରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ୮୦ ଗ୍ରାମ ସୁନା ଅଳଙ୍କାର ସହ ୪୨...

ଜମିଜମା ଗଣ୍ଡଗୋଳ, ୩ ଗିରଫ

ବୁଗୁଡ଼ା,୩ା୧୦(ଡି.ଏନ.ଏ.)- ବୁଗୁଡ଼ା ଥାନା କୁଆନଳାରେ ହୋଇଥିବା ଜମିଜମାକୁ ନେଇ ଗଣ୍ଡଗୋଳ ମାମଲାରେ ବୁଗୁଡ଼ା ପୋଲିସ ଗୁରୁବାର ଗୋଟିଏ ପରିବାରର ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *