କାମ୍ବୋଡିଆ ନିର୍ବାଚନ: ହୁନ ସେନଙ୍କ ପାର୍ଟିର ବିଜୟ…

ନୋମ ପେହ୍ନ,୫।୮ : ଦୀର୍ଘ ଦିନର ପ୍ରଧାନମନ୍ତ୍ରୀ ହୁନ ସେନଙ୍କ ଶାସକ ଦଳକୁ ପୁଣି ଏକ ବିଜୟ ମିଳିଛି। ଫଳରେ ତାଙ୍କ ଦଳ ଆଗାମୀ ୫ ବର୍ଷ ପାଇଁ କ୍ଷମତାରେ ରହିବ। କାମ୍ବୋଡିଆର ନିର୍ବାଚନ କମିଶନ ଗତ ମାସରେ ନିର୍ବାଚନର ଶେଷ ଫଳାଫଳ ଶନିବାର ଘୋଷଣା କରିଛନ୍ତି।

ଟିଭିକେ ରାଜ୍ୟ ଟେଲିଭିଜନ ଏବଂ ସରକାରୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୋଷଣା କରି ଦେଶର ଜାତୀୟ ନିର୍ବାଚନ କମିଟି କହିଛି ଜୁଲାଇ ୨୩ ସାଧାରଣ ନିର୍ବାଚନରେ ଉପଲବ୍ଧ ୧୨୫ ଟି ସିଟ ମଧ୍ୟରୁ ହୁନ ସେନଙ୍କ କାମ୍ବୋଡିଆ ପିପୁଲ୍ସ ପାର୍ଟି ୧୨୦ଟି ଜିତିଛି।

ରାଜକୀୟ ଫୁନ୍ସପେକ ପାର୍ଟି ପାଞ୍ଚଟି ସିଟ ଜିତିଥିବାବେଳେ ଅନ୍ୟ ୧୬ ଟି ରାଜନୈତିକ ଦଳ କୌଣସି ଆସନ ପାଇନାହାଁନ୍ତି।

ଭୋଟ ରେ ମୋଟ ୮.୨ ନିୟୁତ ମତଦାନ ମଧ୍ୟରୁ କାମ୍ବୋଡିଆ ପିପୁଲ୍ସ ପାର୍ଟି ୬,୩୯୮,୩୧୧ ଭୋଟ ପାଇଛି । ଫୁନ୍ସପେକ ପାର୍ଟି ୭୧୬,୪୯୦ ଭୋଟ ପାଇଛି।

ହୁନ ସେନ ୨୭ ଜୁଲାଇରେ ଘୋଷଣା କରିଥିେ ସେ ମାସ ଶେଷରେ ଇସ୍ତଫା ଦେଉଛନ୍ତି ଏବଂ ଦେଶର ସେନା ମୁଖ୍ୟ ଥିବା ତାଙ୍କ ବଡ଼ପୁଅ ହୁନ ମନେଟଙ୍କୁ ମୁଖ୍ୟ ପଦ ପ୍ରଦାନ କରିଛନ୍ତି।

ନୂତନ ଜାତୀୟ ନେତା ୪୫ ବର୍ଷ ବୟସ୍କ ହୁନ ମନେଟ ମୁଖ୍ୟ ପଦବୀରେ ଥିବାବେଳେ ଅନେକ ଯୁବ ସାଂସଦ ମନ୍ତ୍ରୀ ପଦ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ସେମାନଙ୍କ ମଧ୍ୟରେ ହୁନ ସେନଙ୍କ ସାନପୁଅ ଏବଂ ଦଳର ବରିଷ୍ଠ ସଦସ୍ୟ ରହିଛନ୍ତି।
ଅନେକ ପାଶ୍ଚାତ୍ୟ ଦେଶରେ ଶିକ୍ଷିତ ହୋଇଥିବା ହୁନ ମନେଟ, ୱେଷ୍ଟ ପଏଣ୍ଟରେ ଯୁକ୍ତରାଷ୍ଟ୍ରର ମିଲିଟାରୀ ଏକାଡେମୀରୁ ସ୍ନାତକ ଡିଗ୍ରୀ, ନ୍ୟୁୟର୍କ ୟୁନିଭରସିଟିରୁ ମାଷ୍ଟର ଡିଗ୍ରୀ ଏବଂ ବ୍ରିଟେନର ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡକ୍ଟରେଟ ହାସଲ କରିଥିଲେ। ଶନିବାର ହୁନ ସେନ ୭୧ ବର୍ଷରେ ପୂରଣ କରିଛନ୍ତି। ସେ ୩୮ ବର୍ଷ କ୍ଷମତାରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?