ନିଜକୁ ଇଡି ଅଫିସର କହି ଉପଜିଲାପାଳଙ୍କଠାରୁ ବଟି ଆଦାୟ କରୁଥିଲେ ୨ ଭାଇ : ଧରିଲା ପୋଲିସ

ଛତ୍ରପୁର,୧୭।୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜ଼ିଲା ଛତ୍ରପୁର ଉପଜିଲାପାଳ ଦେବଦତ୍ତ ମହାନ୍ତଙ୍କୁ ଢେଙ୍କାନାଳ ଟାଉନ ଥାନା ଦୋଳମଣ୍ଡପ ସାହିର ତାରିଣୀସେନ ମହାପାତ୍ର (୩୦) ଓ ବ୍ରହ୍ମାଶଙ୍କର ମହାପାତ୍ର (୨୭) ୨ ଜଣ ଇଡି ଅଫିସର କହି ଧମକାଇ ବଟି ଆଦାୟ କରୁଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଗିରଫ ହୋଇଛନ୍ତି। ଅଭିଯୁକ୍ତ ୨ ଜଣ ଦୁଇ ଭାଇ ବୋଲି ଜଣାପଡିଛି l ଉପରୋକ୍ତ ଦୁଇଭାଇଙ୍କୁ ନକଲି ଇଡି ଅଫିସର କହି ଠକିବା ତଥା ପଇସା ଆଦାୟ କରିବା, ଧମକ ଦେବା ଆଦି ଦଫାରେ ଏସ୍‌ଟିଏଫ କ୍ରାଇମବ୍ରାଞ୍ଚ ତରଫରୁ ଭାରତୀୟ ପିଙ୍ଗଳ ଧାରା ୪୧୯/୪୨୦/୩୮୪/୩୮୮/୪୬୭/୪୭୧/୫୦୬/୧୨ ୦ ଖରେ ଛତ୍ରପୁର ସ୍ଥିତ ଏସଡ଼ିଜେଏମ କୋର୍ଟ ଚାଲାଣ କରାଯାଇଛି।
ସୂଚନାଯୋଗ୍ୟ, ଏତଲାକାରୀ ଛତ୍ରପୁର ଉପଜ଼ିଲାପାଳ ଦେବଦତ୍ତ ମହାନ୍ତଙ୍କୁ ଉପରୋକ୍ତ ଦୁଇ ଭାଇ ନିଜକୁ ନକଲି ଇଡି ଅଫିସର ଅତିରିକ୍ତ ନିର୍ଦ୍ଦେଶକ ସଂଜୟ ମିଶ୍ର ପରିଚୟ ଦେଇ ତା ୧୧-୦୩-୨୦୨୪ ରିଖ ଦିନ ଫୋନ କରି ତାଙ୍କ ବିରୋଧରେ ମୟୁରଭଞ୍ଜରେ ଏକ ଲାଞ୍ଚ କାରବାର ମାମଲା ରହିଛି ଓ ତାକୁ ଯଥାଶୀଘ୍ର ରଫାଦଫା କରିଦିଅନ୍ତୁ କହି ଏକ ଧମକ ଆସିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ବିଭାଗର ସଂଯୁକ୍ତ ସଚିବଙ୍କ ସହ କଥା ହେଇ ମାମଲା ରଫାଦଫା କରିବା ପାଇଁ ଥରକୁ ୫ଥର ଫୋନ କରି ଚାପ ପ୍ରୟୋଗ କରାଯାଇଥିଲା। କିନ୍ତୁ ଏତଲାକାରୀ ଏହାକୁ ତିଳେ ହେଁ ଧ୍ୟାନ ନ ଦେଇ ଏକ ମାମଲା ରୁଜୁ କରିଥିଲେ, ଯାହାକି ଏସ୍‌ଟିଏଫ କ୍ରାଇମବ୍ରାଞ୍ଚରେ ଗତ ମାର୍ଚ୍ଚ ୧୫ରେ ରୁଜୁ ହୋଇଥିଲା। ପରେ କ୍ରାଇମବ୍ରାଞ୍ଚ ଏହି ମାମଲାର ଯାଞ୍ଚ ଆରମ୍ଭ କରିବା ପରେ ଜଣାପଡିଥିଲା ଯେ, ଏହି ଦୁଇ ଭାଇ ଏ ଭଳି ଭିନ୍ନ ପରିଚୟ ଦେଇ ବହୁତ ସରକାରୀ ଅଫିସର, କିରାଣୀ ଆଦିକୁ ଠକିଛନ୍ତି। ପରେ ସେମାନଙ୍କ ବ୍ୟାଙ୍କ ତଥ୍ୟରୁ ସୂଚନା ମିଳିଲା ଯେ, ସେମାନେ ୧୬ଲକ୍ଷ ଟଙ୍କା ଏ ବାବଦରେ ସମସ୍ତଙ୍କ ଠାରୁ ଆଦାୟ କରିଛନ୍ତି। ଆଜି ଏସ୍‌ଟିଏଫ କ୍ରାଇମବ୍ରାଞ୍ଚ ତରଫରୁ ଉପରୋକ୍ତ ଆସାମୀ ଦ୍ୱୟଙ୍କୁ ବିଭିନ୍ନ ସଙ୍ଗୀନ ଦଫାରେ କୋର୍ଟ ଚାଲାଣ କରାଯାଇଥିଲା। କିନ୍ତୁ ମୁଦଲାଙ୍କ ତରଫରୁ କୌଣସି ଓକିଲ ନ ଥିବାରୁ କେହି ଜାମିନ ଆବେଦନ କରି ନ ଥିଲେ ବୋଲି କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି। ତେଣୁ ବର୍ତ୍ତମାନ ସେ ଦୁହେଁଙ୍କୁ ଛତ୍ରପୁର ସବଜେଲକୁ ସ୍ଥାନାନ୍ତର କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?