Posted inଫୁରସତ

ଅଫିସରେ ମହିଳା କର୍ମଚାରୀଙ୍କୁ ଏହି ନାଁରେ ଡାକୁଥିଲେ ଜଣେ ପୁରୁଷ କର୍ମଚାରୀ, ଚାଲିଗଲା ଚାକିରି

ବ୍ରିଟେନରେ ଜଣେ ବ୍ୟକ୍ତି ଅଫିସ୍‌ର ଜଣେ ମହିଳା କର୍ମଚାରୀଙ୍କୁ ଅଲଗା ନାଁରେ ଡାକିବା ଭାରି ପଡ଼ିଛି। ଫଳରେ କମ୍ପାନୀ ତାକୁ ଚାକିରିରୁ ବାହାର କରିଦେଇଛନ୍ତି।

ମଞ୍ଚେଷ୍ଟରରେ ମାଇକ୍‌ ହାର୍ଟଲେ ନାମକ ଜଣେ ବ୍ୟକ୍ତି ନିଜ ଅଫିସରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ଭିନ୍ନ ନାମରେ ଡାକୁଥିଲେ। ଫଳରେ କମ୍ପାନୀ ଏହି ପୁରୁଷ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି। ଏହା ପୂର୍ବରୁ ଆଉ କିଛି ମହିଳା ମଧ୍ୟ ମାଇକ୍‌ଙ୍କ ନାମରେ ଅଭିଯୋଗ ଆଣିଥିଲେ। ମାଇକ୍‌ ଜଣେ ମହିଳାଙ୍କୁ ହନି, ଲଭ୍‌, ସ୍ବିଟି ଆଦି ନାମରେ ଡାକୁଥିଲେ। ଯେଉଁଥିପାଇଁ ମହିଳା ଜଣକ କୋର୍ଟର ଆଶ୍ରୟ ନେଇଥିଲେ। ଏହି ଅଭିଯୋଗର ବିଚାର କରି ଜଜ୍‌ ପୁଲିନ୍‌ ଫିନି ଅଫିସକୁ ନୋଟିସ୍‌ ଜାରି କରିଥିଲେ। ଏହା ପରେ ଅଫିସ ପକ୍ଷରୁ ମାଇକ୍‌ଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା। ଯାହାକୁ ଜଜ୍‌ ସ୍ବାଗତ କରିଥିଲେ।

ଖାଲି ଏତିକି ନୁହେଁ, ମାଇକ୍‌ ପୁରୁଷ କର୍ମଚାରୀଙ୍କୁ ମଧ୍ୟ ଅଲଗା ନାମରେ ଡାକିଥାନ୍ତି। ଏହାକୁ ନେଇ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମୀ ହେଲା ଗାନ୍ଧୀଙ୍କ ଚଷମା

ଲଣ୍ଡନ, ୨୨।୮: ସାରା ବିଶ୍ୱରେ ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ଓ ଆଦର୍ଶକୁ ସମ୍ମାନ ଦେଉଥିବା ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ଇହଲୀଳା ସମ୍ବରଣ କରିବାର...

ଏଟିଏମ୍‌ରୁ ଟଙ୍କା ଉଠାଇବା ବାହାନାରେ ଚୋରି କଲେ ସାନିଟାଇଜର, ଭିଡିଓ ଦେଖିଲେ…

ଭାରତରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି କେତେକ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା ବି କରାଯାଇଛି। ସରକାର ଲୋକଙ୍କୁ ନିୟମ ପାଳନ...

ଝାଡୁ ଡାନ୍ସ

ଘର, ବାହାର ସଫା କରିବା ଲାଗି ଝାଡୁର ଆବଶ୍ୟକତା ରହିଛି। ପ୍ରାୟ ସବୁ ମହିଳା ଝାଡୁ ଧରି କାମ କରିଥାନ୍ତି। ଭଲ ଲାଗୁ କି ନ...

ଏପର୍ଯ୍ୟନ୍ତ ଉଦ୍‌ଘାଟନ ହୋଇନି ଭାରତର ଏହି ଚର୍ଚ୍ଚିତ ପୋଲ

ବିଶ୍ୱରେ ଏମିତି କିଛି ପୋଲ ରହିଛି ଯାହାର ସ୍ବତନ୍ତ୍ରତା ପାଇଁ ଏହା ପ୍ରସିଦ୍ଧ। ସେହିଭଳି କୋଲକାତାର ପରିଚୟ ହେଉଛି ହାଓ୍ବଡା ବ୍ରିଜ୍‌। ଏହି ବ୍ରିଜର ରହିଛି...

ଶ୍ରାଦ୍ଧ ଭୋଜିକୁ ବାହାଘର ପରି କଲେ ପାଳନ: ଷ୍ଟେଜ୍‌ରେ ନାଚିଲେ ଡ୍ୟାନ୍ସର

ନୂଆଦିଲ୍ଲୀ, ୨୧।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଶ୍ରାଦ୍ଧ ଭୋଜିକୁ ଅତି ଆଡ଼ମ୍ବର ସହକାରେ ପାଳନ...

ବରଫ ଭିତରେ ୬ ମାସ

ବାନ୍ଦୀପୋରା: ଭୌଗୋଳିକ ଅବସ୍ଥିତିକୁ ନେଇ ସର୍ବଦା ବିବାଦୀୟ ଗୁରେଜ୍‌ ଘାଟି। ଭାରତ-ପାକିସ୍ତାନ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି)ର ଦୁଇପାର୍ଶ୍ୱରେ ବିସ୍ତାରିତ ଏହି ବିବାଦୀୟ ଭୂଖଣ୍ଡ ଏବେ...

ଏହି ବିଲେଇକୁ ଯିଏ ଦେଖୁଛି, ସେ ଘଡ଼ିଏ ଅଟକି ଚାହୁଁଛି; ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଜାପାନର ରାଜଧାନୀ ଟୋକିଓରେ ବହୁତଳ ପ୍ରାସାଦ ବିଶିଷ୍ଟ କୋଠାର ଏକ ଫ୍ଲୋରର ବାଲ୍‌କୋନିରେ ଏକ ବିଲେଇ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବିଲେଇଟିକୁ ଯିଏ ଦେଖୁଛି, ସେ...

ଟିକ୍‌ଟକ୍‌ ଉପରେ ୧ କୋଟିରୁ ଊର୍ଦ୍ଧ୍ୱ ଜରିମାନା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୬ା୭: ଶର୍ଟ ଭିଡିଓ ପ୍ରସ୍ତୁତ ପ୍ଲାଟଫର୍ମ ତଥା ଟିକ୍‌ଟକ୍‌ ଆପ୍‌କୁ ଭାରତରେ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ବ୍ୟବହାରକାରୀଙ୍କ ତଥ୍ୟର ସୁରକ୍ଷା ଏବଂ ଜାତୀୟ ସୁରକ୍ଷାକୁ...

Advertisement
Archives

Model This Week