ପ୍ରତି ଶୁକ୍ରବାର ସାଇକେଲ ଚଲାଇବାକୁ ଆହ୍ବାନ

ଭୁବନେଶ୍ୱର, ୧୦ । ୧୦(ବ୍ୟୁରୋ): ସାଇକେଲ ଚଲାଇଲେ ଶରୀର ସୁସ୍ଥ ରହିବା ସହ ପରିବେଶ ଉପରେ ସୁପ୍ରଭାବ ପଡ଼ିବ। ସାଇକେଲ ପ୍ରତି ଲୋକଙ୍କ ଉତ୍ସାହ ବୃଦ୍ଧି ନିମନ୍ତେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ଓ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅଭିନବ ପରିକଳ୍ପନା ‘ସାଇକେଲ୍‌ ଗିରି’ର ଶୁଭାରମ୍ଭ ହୋଇଛି। ଶୁକ୍ରବାର ସକାଳ ୬ଟା ୩୦ରେ ଶିଶୁ ଭବନ ଛକଠାରେ ଏକ ସାଇକ୍ଲୋଥୋନ୍‌କୁ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଉଦ୍‌ଘାଟନ କରିଥିଲେ। ଛୋଟପିଲାଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି, ଯୁବକ ଓ ସଚେତନ ନାଗରିକ ସାଇକେଲ ଧଉଳି ପର୍ଯ୍ୟନ୍ତ ୧୨ କି.ମି. ଯାତ୍ରା କରି ନୂଆ ବାର୍ତ୍ତା ଦେଇଥିଲେ। ଏହି ଅବସରରେ ପ୍ରତି ଶୁକ୍ରବାର ସାଇକେଲ ଚଲାଇବାକୁ ଚୌଧାରୀ ଆହ୍ବାନ ଦେଇଥିଲେ। ସେ କହିଛନ୍ତି ଯେ, ନାଗରିକମାନଙ୍କୁ ସାଇକେଲ ଚଳାଇବାକୁ ପ୍ରୋତ୍ସାହିତ କରିବା ତଥା ଉଭୟ ସ୍ବାସ୍ଥ୍ୟ ଏବଂ ପରିବେଶକୁ ଲାଭ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ସାଇକେଲଗିରିର ପ୍ରାରମ୍ଭ କରାଯାଇଛି। ଆମେ ସମାଜରେ ସାଇକେଲ ଚାଳକଙ୍କୁ ସମ୍ମାନ ଦେବା ପାଇଁ ଲୋକଙ୍କ ନିକଟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ସାଇକେଲ ରାଲିର ଆୟୋଜନ କରିଛୁ। ଲୋକଙ୍କୁ ପ୍ରତ୍ୟେକ ଶୁକ୍ରବାର ସାଇକେଲ ଚଲାଇବା ପାଇଁ ସୁଅଭ୍ୟାସ ରଖିବାକୁ ଅନୁରୋଧ କରୁଛୁ। ଏହାଦ୍ୱାରା ଆଗାମୀ ଦିନରେ ନିଜ ସହରକୁ ସ୍ବଚ୍ଛ ସବୁଜ କରାଯାଇପାରିବ। ଲୋକେ ସାଇକେଲରେ ନିଜ କର୍ମକ୍ଷେତ୍ରକୁ ଯିବା ଆସିବା କରି ସୁସ୍ଥତା ଆପଣାଇବା ପାଇଁ ଉତ୍ସାହ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ଚୌଧାରୀ କହିଛନ୍ତି। ଏହାବ୍ୟତୀତ କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ପ୍ରତ୍ୟେକ୍ଷ ଓ ପରୋକ୍ଷ ରୂପେ ରୋଗୀଙ୍କ ସେବାରେ ନିୟୋଜିତ ଥିବା କୋଭିଡ୍‌ ଯୋଦ୍ଧାଙ୍କୁ ସାଇକେଲ ଉପହାର ଆକାରରେ ପ୍ରଦାନ କରାଯାଇଥିଲା। ଏଥିସହ ସାଇକେଲ ଚଳାଳିଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ସଙ୍ଗୀତର ଶୁଭାରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଜିବାକୁ ବସିଲାଣି ଭାଗବତ ଟୁଙ୍ଗି

ବେଗୁନିଆ,୨୦।୯(ଡି.ଏନ୍‌.ଏ.): ଭାଦ୍ରବ ମାସ ଶୁକ୍ଳ ପକ୍ଷ ଇନ୍ଦ୍ରୋତ୍ସବ ପୂର୍ଣ୍ଣିମାରେ ଶ୍ରୀମଦ୍‌ ଭାଗବତ ଦେବଙ୍କ ଜନ୍ମ। ହିନ୍ଦୁ ଧର୍ମର ଅଷ୍ଟାଦଶ ପୁରାଣ ମଧ୍ୟରେ ଶ୍ରେଷ୍ଠ ଗ୍ରନ୍ଥ ହେଉଛି...

ଏମ୍‌ଏଲ୍‌ଏ ଲ୍ୟାଡ୍‌ ଫଣ୍ଡରେ ସାମିଲ ହେଲା କରୋନା ପ୍ରତିକାର ପ୍ରକଳ୍ପ

ଭୁବନେଶ୍ୱର,୨୪।୩(ବ୍ୟୁରୋ): କରୋନାର ଭୟାବହତାକୁ ଦେଖି ଏମ୍‌ଏଲ୍‌ଏ ଲ୍ୟାଡ ଫଣ୍ଡରେ କରୋନା ପ୍ରତିକାର ପ୍ରକଳ୍ପକୁ ସାମିଲ କରାଯାଇଛି। କୋଭିଡ-୧୯ର ପ୍ରତିକାର ପାଇଁ ଆବଶ୍ୟକ କର୍ମଚାରୀ, ଅସ୍ଥାୟୀ ସ୍ବାସ୍ଥ୍ୟ...

ଭୋଟ ଗଣତି ଆରମ୍ଭ

ଭୁବନେଶ୍ୱର,୧୦ା୧୧(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ସକାଳୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଏଥିପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସକାଳ ୮ଟାରୁ...

ବିଳମ୍ବ ହୋଇପାରେ ମୌସୁମୀ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଚଳିତ ବର୍ଷ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଟିକେ ସଅଳ ଆସିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଥିଲା। ମେ’ ୨୭ ସୁଦ୍ଧା...

ପୂଜା ଭିଡ଼ରେ ମାତିଲେ ଲୁଟେରା: ଶେଷ ଦୁଇଦିନରେ ୨ଶହରୁ ଊର୍ଦ୍ଧ୍ୱ ଚୋରି, ଲୁଟ୍‌

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ଏଥର ଦୁର୍ଗାପୂଜାରେ ଚୋରି ଓ ଲୁଟ୍‌ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ବିଶେଷକରି ପୂଜା ମଣ୍ଡପ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ...

ଦୁଲୁକୁଛି ବଳରାମପ୍ରସାଦ

ବଅଁରପାଳ,୧୬।୪(ଡି.ଏନ.ଏ.) ଅନୁଗୋଳ ଜିଲା ବଅଁରପାଳ ବ୍ଲକ ବଳରାମପ୍ରସାଦଠାରେ ଥିବା ମା’ ହିଙ୍ଗୁଳାଙ୍କ ବାର୍ଷିକ ୩ ଦିନିଆ ଯାତ୍ରା ଶୁକ୍ରବାରଠାରୁ ଧୁମ୍‌ଧାମରେ ଆରମ୍ଭ ହୋଇଛି। ବିଭିନ୍ନ ବାଦ୍ୟ...

ଲୋକଙ୍କ ଉପରେ ଗାଡ଼ି ମାଡ଼ିଯିବା ଅତ୍ୟନ୍ତ ହୀନକାର୍ଯ୍ୟ: କଂଗ୍ରେସ

ଭୁବନେଶ୍ୱର,୧୨।୩(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅନିୟନ୍ତ୍ରିତ ବେଗରେ ଗାଡ଼ି ଚାଳନା ବେଳେ ଲୋକଙ୍କ ଉପରକୁ ମାଡିଯିବା ଅତ୍ୟନ୍ତ ହୀନକାର୍ଯ୍ୟ । ଯଦି ବିଧାୟକ ନିଜେ...

ରାଜ୍ୟରେ ଖୋଲିବ ୬୫ ସିଭିଲ୍‌ ଜଜ୍‌ କୋର୍ଟ

କଟକ ଅଫିସ,୮ା୮ -ରାଜ୍ୟରେ ଆଉ ୬୫ଟି ସିଭିଲ୍‌ ଜଜ୍‌ କୋର୍ଟ (ଜୁନିୟର ଡିଭିଜନ୍‌) ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ଜେଏମ୍‌ଏଫ୍‌ସି) କୋର୍ଟ ଖୋଲାଯିବ। ଏନେଇ...

Advertisement
Archives

Model This Week