Posted inଫୁରସତ

ଡିଜିଟାଲ ସାକ୍ଷରତା ପ୍ରୋତ୍ସାହିତ କରିବାକୁ ଆହ୍ବାନ

ଭୁବନେଶ୍ୱର,୮ା୯(ସୁଚିସ୍ମିତା ସାହୁ): ଦେଶ ତଥା ରାଜ୍ୟର ଆର୍ଥିକ ପ୍ରଗତି ସହିତ ସାମାଜିକ ବିକାଶ ଏବଂ ବ୍ୟକ୍ତିଗତ ଉନ୍ନତି ପାଇଁ ଶିକ୍ଷା ଅତ୍ୟନ୍ତ ଜରୁରୀ। ଶିକ୍ଷା କେବଳ ଜଣେ ବ୍ୟକ୍ତିର ମୌଳିକ ଅଧିକାର ନୁହେଁ, ସମାଜରୁ ଦାରିଦ୍ର୍ୟ
ଓ ଅସମାନତା ଦୂର କରିବାରେ ସହାୟକ ହୁଏ। ତେଣୁ ସାକ୍ଷରତା ହାର ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା ସହ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଶିକ୍ଷା ପ୍ରତି ସମସ୍ତଙ୍କ ମନରେ ଆଗ୍ରହ ଓ ଉତ୍ସାହ ଜାଗ୍ରତ କରିବା ଏବଂ ଶିକ୍ଷାର ମହତ୍ତ୍ୱ ସଂକ୍ରାନ୍ତରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୮କୁ ‘ଅନ୍ତର୍ଜାତୀୟ ସାକ୍ଷରତା ଦିବସ’ ଭାବେ ପାଳନ କରାଯାଉଛି। ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ପକ୍ଷରୁ ୭ ନଭେମ୍ବର ୧୯୬୫ରେ ଏହା ଘୋଷଣା କରାଯାଇଥିବାବେଳେ ୧୯୬୬ ମସିହାରୁ ସ୍ବତନ୍ତ୍ର ଭାବେ ପାଳନ କରାଯାଇ ଆସୁଛି। ତେବେ ଚଳିତବର୍ଷର ଥିମ୍‌ ରହିଛି ‘ଡିଜିଟାଲ ଯୁଗରେ ସାକ୍ଷରତାକୁ ପ୍ରୋତ୍ସାହିତ କରିବା’। ଡିଜିଟାଲ ମାଧ୍ୟମରେ ପାଠପଢ଼ିବା ବା ଡିଜିଟାଲି ଶିକ୍ଷିତ ହେଲେ ସ୍ଥାୟୀ ବିକାଶର ଲକ୍ଷ୍ୟ ପୂରଣ ହେବା ସହ ଶାନ୍ତିପୂର୍ଣ୍ଣ, ନ୍ୟାୟ ଏବଂ ସ୍ଥାୟୀ ସମାଜ ଗଠନ ହେବ ବୋଲି ଆହ୍ବାନ ଦିଆଯାଇଛି।
୨୦୧୧ ଜନଗଣନା ଅନୁଯାୟୀ, ଭାରତରେ ସାକ୍ଷରତା ହାର ୭୪.୦୪% ରହିଥିଲା। ହେଲେ ଏ କ୍ଷେତ୍ରରେ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ବହୁ ପାର୍ଥକ୍ୟ ରହିଥିଲା। ମହିଳାଙ୍କ ସାକ୍ଷରତା ହାର ୬୫.୪୬ ରହିଥିବା ବେଳେ ପୁରୁଷଙ୍କ ହାର ୮୨.୧୪ ଥିଲା। ହେଲେ ସରକାରଙ୍କ ଦୀର୍ଘସ୍ଥାୟୀ ଯୋଜନା ଓ ପଦକ୍ଷେପ ଦ୍ୱାରା ଭାରତ ସମେତ ଓଡ଼ିଶାରେ ସାକ୍ଷରତା ହାର ବଢ଼ି ଚାଲିଛି। ଏଥିସହ ପୁରୁଷ ଓ ମହିଳାଙ୍କ ସାକ୍ଷରତା ହାର ବ୍ୟବଧାନ ମଧ୍ୟ କମିବାରେ ଲାଗିଛି। ପିରିୟଡିକ୍‌ ଲେବର ଫୋର୍ସ ସର୍ଭେ ୨୦୨୩-୨୪ ରିପୋର୍ଟ ଅନୁସାରେ, ଏବେ ଭାରତର ସାମଗ୍ରିକ ସାକ୍ଷରିତ ହାର ୮୦.୯%କୁ ବୃଦ୍ଧି ପାଇଛି। ତେବେ ସହରାଞ୍ଚଳରେ ୯୦% ରହିଥିବା ବେଳେ ଗ୍ରାମାଞ୍ଚଳରେ ୭୭% ରହିଛି। ସେହିପରି ପୁରୁଷଙ୍କ ସାକ୍ଷରତା ହାର ୮୮% ରହିଥିବା ବେଳେ ମହିଳାଙ୍କ ସାକ୍ଷରତା ହାର ୮୧% ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?