ବଢୁଛି କ୍ୟାଡର ଅସନ୍ତୋଷ

Dillip Cherian

ହରିୟାଣାରେ ଆଇଏଏସ୍‌ କ୍ୟାଡର ପଦବୀଗୁଡ଼ିକୁ ଅନ୍ୟସବୁ ସେବା ଛଡ଼ାଇ ନେଉଛନ୍ତି ଓ ଏଥିଲାଗି ମନୋହର ଖଟ୍ଟାର ସରକାରଙ୍କ ଲଗାତର ପ୍ରୟାସକୁ କେନ୍ଦ୍ର କରି ହରିୟାଣା ବାବୁମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ବୋଲିି ପୂର୍ବରୁ ଏକ ସ୍ତମ୍ଭରେ ଉଲ୍ଲେଖ କରାଯାଇଥିଲା। ହରିୟାଣା ସରକାର ଆଇଏଏସ୍‌ର କ୍ୟାଡର ପଦବୀରେ ଅନେକ ଆଇପିଏସ୍‌, ଆଇଏଫ୍‌ଏସ୍‌ ଏବଂ ଆଇଆର୍‌ଏସ୍‌ ଅଧିକାରୀମାନଙ୍କୁ ନିଯୁକ୍ତି ଦେଇଛନ୍ତି। ଆଇଏଏସ୍‌ ଅଧିକାରୀ ତଥା ଜଣାଶୁଣା ହୁଇସିଲ ବ୍ଲୋୟର ଅଶୋକ ଖେମ୍‌କା ଏହି ଘଟଣାରେ ମୁଣ୍ଡ ପୂରାଇଛନ୍ତି। ସିଧାସିଧା କଡା କଥା କହି ଅନେକ ସମୟରେ ସମସ୍ୟାରେ ପଡୁଥିବା ଖେମ୍‌କା ବି ଏଥର ଏହି କେସ୍‌ରେ ମୁଖ୍ୟଶାସନ ସଚିବ ବିଜୟ ବର୍ଦ୍ଧନଙ୍କୁ ଲେଖି ବିଚାର ପାଇଁ ଏହାକୁ କେନ୍ଦ୍ରକୁ ପଠାଇବାକୁ ଦାବି କରିଛନ୍ତି। ଯେଉଁମାନେ ଏ ବିଷୟରେ ଜାଣନ୍ତି ସେମାନେ କହନ୍ତି , ଖେମ୍‌କା ତାଙ୍କ ଚିଠିରେ ନିର୍ଦ୍ଧାରିତ ଆଇଏଏସ୍‌ କ୍ୟାଡର ନିୟମ ସମ୍ବନ୍ଧରେ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ,ଏହି ନିୟମ ଅନୁସାରେ ଆଇଏଏସ୍‌ କ୍ୟାଡର ପାଇଁ ଉପଯୁକ୍ତ କ୍ୟାଡର ଅଧିକାରୀ ମିଳୁ ନ ଥିଲେ ଜଣେ ଅଣକ୍ୟାଡର ଅଧିକାରୀଙ୍କୁ ସେହି ପଦବୀରେ ସାମୟିକ ଭାବେ (ଅତି ବେଶିରେ ତିନି ମାସ) ନିଯୁକ୍ତି ଦିଆଯାଇପାରିବ। କିନ୍ତୁ ଏହି ପଦବୀରେ ଅଧିକ ଦିନ ରହିବା ଲାଗି କେନ୍ଦ୍ରର ଅନୁମୋଦନ ଲୋଡା। ଏଣୁ ଆଇଏଏସ୍‌ କ୍ୟାଡର ପଦବୀରେ ଆଇପିଏସ୍‌, ଆଇଆର୍‌ଏସ୍‌ ଏବଂ ଆଇଏଫ୍‌ଏସ ଅଧିକାରୀଙ୍କ ନିଯୁକ୍ତି ପାଇଁ କେସ୍‌କୁ ବର୍ଦ୍ଧନ କେନ୍ଦ୍ରକୁ ପଠାଇବା ଦରକାର ବୋଲି ଖେମକା ଯୁକ୍ତି ବାଢିଛନ୍ତି। ଖେମ୍‌କା କେବଳ ସ୍ବର ଉଠାଇ ନାହାନ୍ତି, ବରଂ ହରିୟାଣା ସିଭିଲ ସର୍ଭିସ ଆସୋସିଏଶନ ମଧ୍ୟ ତାଙ୍କ ସହ ଏହି ଘଟଣାରେ ସାମିଲ ହୋଇଛି। ଏହାର ଅଧ୍ୟକ୍ଷ ଡ.ବନ୍ଦନା ଡିଶୋଦିଆ ଏହି ଘଟଣାକୁ ଉଠାଇଛନ୍ତି। ଏଣୁ ଏହା ଥମିବ ନାହିଁ ବୋଲି ଜଣାପଡ଼ୁଛି।
ଅପେକ୍ଷାରେ ବାବୁମାନେ
ଯୁଗ୍ମ ସଚିବ ସ୍ତରରେ ଆଇଏଏସ୍‌ଙ୍କ ପ୍ରତିନିଧିତ୍ୱ ହ୍ରାସ ପାଇବାର ଧାରାକୁ ନେଇ ଏହି ‘ହେଭେନ ବର୍ନ’ (ଆଇଏଏସ୍‌ ଅଧିକାରୀମାନେ) ଚିନ୍ତିତ ହୋଇପଡ଼ିିଛନ୍ତି। ୨୦୦୩ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀମାନେ ଯେତିକି ଚିନ୍ତିତ ସେଭଳି ଆଉ କେହି ଥିବା ଭଳି ଲକ୍ଷ୍ୟ କରାଯାଉନାହିଁ। ଏମାନେ ଏମ୍‌ପ୍ୟାନେଲମେଣ୍ଟ ବା ନିଯୁକ୍ତି ତାଲିକାଭୁକ୍ତ ହେବାକୁ ଅପେକ୍ଷା କରିଛନ୍ତି,ଯେଉଁଥିରେ ବହୁ ବିଳମ୍ବ ଘଟୁଛି। ସୂତ୍ରରୁ ପ୍ରକାଶ ଯେ, ୨୦୧୯ ଅଗଷ୍ଟରୁ କେବଳ ୨୦୦୨ ବ୍ୟାଚ୍‌ର ୩୭ ଜଣ ଅଧିକାରୀଙ୍କର ଏକ ନୂଆ ରାଉଣ୍ଡ ବା ପାଳି ଏବଂ ପୂର୍ବ ବ୍ୟାଚ୍‌ଗୁଡ଼ିକର ୨୫ ଜଣ ଅଧିକାରୀଙ୍କୁ ଯୁଗ୍ମ ସଚିବ ପଦ ପାଇଁ ପ୍ୟାନେଲରେ ରଖାଯାଇଛି। କିନ୍ତୁ ୨୦୦୩ ବ୍ୟାଚ ଅଧିକାରୀମାନେ ସେମାନଙ୍କ ପାଳିକୁ ଅପେକ୍ଷା କରି ବସିଛନ୍ତି। ଇତିମଧ୍ୟରେ ଆଇଏଏସ୍‌ର ୪ଟି ନୂଆ ବ୍ୟାଚ୍‌ (ନବେ ଦଶକର ଆରମ୍ଭରୁ) ଅତିରିକ୍ତ ସଚିବ ପଦ ପାଇଁ ନିଯୁକ୍ତି ତାଲିକାଭୁକ୍ତ ହୋଇ ଆସୁଛନ୍ତି ଏବଂ ଦୁଇଟି ବ୍ୟାଚ୍‌ (୧୯୮୭ ଏବଂ ୧୯୮୮) ସଚିବ ପଦ ପାଇଁ ପ୍ୟାନେଲ୍‌ରେ ରହିଆସୁଛନ୍ତି। ପୁନଶ୍ଚ ନିଯୁକ୍ତି ତାଲିକାଭୁକ୍ତ ହେଉଥିବା ସମସ୍ତ ଅଧିତ୍କାରୀଙ୍କ ମଧ୍ୟରୁ ୧୭ % ଆଇଏଏସ୍‌ ଅଧିକାରୀ ହୋଇଥିବାବେଳେ ଏହାର ଏକ ସିଂହଭାଗ ଯାଉଛି ଅଣଆଇଏଏସ୍‌ଙ୍କ ପାଖକୁ। ୨୦୦୩ ବ୍ୟାଚ ଅଧିକାରୀମାନେ ସେମାନଙ୍କ ନିଯୁକ୍ତି ତାଲିକା ଯଥାଶୀଘ୍ର କରାଯାଉ ବୋଲି ଆଶାବାନ୍ଧି ବସିଥିତ୍ବାବେଳେ ଏହି ଧାରା ସମ୍ଭବତଃ ଅନ୍ୟ ବ୍ୟାଚର ବରିଷ୍ଠ ଆଇଏଏସ୍‌ ଅଧିକାରୀମାନଙ୍କ ମୁଣ୍ଡରେ ନ ଥିବା ଭଳି ମନେହେଉଛି।
ଟିକା ରାଜନୀତି
ଦେଶର ପ୍ରତ୍ୟେକ ନାଗରିକଙ୍କ ପାଖରେ କୋଭିଡ୍‌ ଟିକା ପହଞ୍ଚାଇବା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି ବୋଲି ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଥିଲେ। ଏପରିକି ବିହାର ବିଧାନସଭା ନିର୍ବାଚନ ଚାଲିଥିବାବେଳେ ଭୋଟରଙ୍କ ସମର୍ଥନ ବଦଳରେ ସେମାନଙ୍କୁ ମଗଣାରେ ଟିକା ଯୋଗାଇ ଦେବାକୁ ଭାଜପା ପ୍ରତିଶ୍ରୁତି ଦେଇଥିଲା। ନିର୍ବାଚନ ଶେଷ ହେଲା। ସରକାର ଏବେ ତାଙ୍କ ଆଭିମୁଖ୍ୟ ବଦଳାଇ ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସ୍ପଷ୍ଟୀକରଣ ଦେଇଛନ୍ତି ଯେ,ସବୁ ଲୋକଙ୍କୁ ଟିକା ଦିଆଯିବା କଥା ସରକାର କେବେ ବି କହିନାହାନ୍ତି। ସେ କହିଲେ,କେବଳ ବାସ୍ତବ ତଥ୍ୟ ଆଧାରରେ ଆଲୋଚନା ହେବା ଦରକାର । ଭାରତରେ ଦୈନିକ ପଜିଟିଭ ହାର ୩.୭୨%। ସବୁ ଆଗୁଆ ଦେଶରେ ପ୍ରତି ମିଲିୟନରେ ୨୧୧ଟି କେସ ମିଳୁଥିବାବେଳେ ଭାରତରେ ପ୍ରତି ମିଲିୟନରେ ସବୁଠୁ କମ୍‌ କେସ୍‌ ରହିଛି। ତାଙ୍କ ମତରେ କ୍ରିଟିକାଲ ଅବସ୍ଥାରେ ଥିବା ଲୋକମାନଙ୍କୁ ଟିକାଦେଇ ଭୂତାଣୁ ସଂକ୍ରମଣ ବନ୍ଦ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଟିକାକରଣ ସବୁ ଲୋକଙ୍କ ପାଇଁ ନୁହେଁ । ସଭିଙ୍କ ପାଇଁ ଟିକାକରଣ ଏକ ଚ୍ୟାଲେଜିଂ କାର୍ଯ୍ୟ ହୋଇପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ( ଡବ୍ଲ୍ୟୁଏଚ୍‌ଓ) ବିଶେଷଜ୍ଞଙ୍କ ମତରେ ୬୫%ରୁ ୭୫% ହାରରେ ଟିକାକରଣ ହେଲେ ହର୍ଡ ଇମ୍ୟୁନିଟିରେ ପହଞ୍ଚିବା ପାଇଁ ଯଥେଷ୍ଟ। ଏହା ସହ ଭୂଷଣଙ୍କ କଥାର ସମ୍ବନ୍ଧ ରହିଛି। କିନ୍ତୁ ଭାଜପାର ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ମୁତାବକ ବିହାରର ଭୋଟରମାନେ ଟିକା ପାଇବେ ନା ଏହା ଏକ ପ୍ରତାରଣା ଥିଲା ତାକୁ ନେଇ ପ୍ରଶ୍ନ ଉଙ୍କିମାରିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri