ସ୍ବାବଲମ୍ବୀ କରିଛି ସିଲେଇ

ଢେଙ୍କାନାଳ ଅଫିସ, ୫।୧୨

ମହିଳା ସ୍ବାବଲମ୍ବୀ ହେଲେ ସୁଦୃଢ଼ ହେବ ପରିବାରର ଆର୍ଥିକସ୍ଥିତି। ଏ କଥାକୁ ଘରେ ଘରେ ପହଞ୍ଚାଇବାକୁ ଅନବରତ ଉଦ୍ୟମ କରୁଛି ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ବିଏସ୍‌ଏଲ୍‌। କମ୍ପାନୀ ପାର୍ଶ୍ୱବର୍ତ୍ତୀ ୬ ଗ୍ରାମରେ ଆରମ୍ଭ ହୋଇଥିବା ସିଲେଇ ତାଲିମ କାର୍ଯ୍ୟକ୍ରମ ୧୩୦ ମହିଳାଙ୍କୁ ଦେଖାଇଛି ରୋଜଗାରର ବାଟ, ଯାହା କୋଭିଡ୍‌-୧୯ ପରବର୍ତ୍ତୀ ସମୟରେ ସେମାନଙ୍କୁ ଆତ୍ମସ୍ବାବଲମ୍ବୀ ହେବାରେ ସହାୟକ ହେବ ବୋଲି କମ୍ପାନୀର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ (ସିଏସ୍‌ଆର) ଟିମ୍‌ ପକ୍ଷରୁ କୁହାଯାଇଛି।
ନୂଆଗଁା ପଞ୍ଚାୟତ ଅଧୀନ ରଘୁନାଥପୁର ଗ୍ରାମରେ କମ୍ପାନୀ ପକ୍ଷରୁ ନୂତନ କରି ଆରମ୍ଭ ହୋଇଥିବା ସିଲେଇ ପ୍ରଶିକ୍ଷଣ କେନ୍ଦ୍ରକୁ ସିଏସ୍‌ଆର ମୁଖ୍ୟ ଦିବ୍ୟହାସ ରାୟ ଉଦ୍‌ଘାଟନ କରିଛନ୍ତି। ୩ମାସ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ୭ ସ୍ବୟଂ ସହାୟକ ଗୋଷ୍ଠୀ (ଏଚ୍‌ଏଚ୍‌ଜି)ର ୨୫ଜଣ ସିଲେଇ ପ୍ରଶିକ୍ଷଣ ନେବେ। ଏଠାରେ ସିଲେଇ ଏବଂ ବଜାର ସହିତ କିପରି ଯୋଗାଯୋଗ କରାଯାଇପାରିବ ସେ ବିଷୟରେ ତାଲିମ ଦିଆଯିବ। ଫଳରେ ପ୍ରଶିକ୍ଷଣ ପରେ ମହିଳାମାନେ ତୁରନ୍ତ ରୋଜଗାରକ୍ଷମ ହୋଇପାରିବେ। ସୂଚନାଯୋଗ୍ୟ, ଗତ ଡିସେମ୍ବରରେ କମ୍ପାନୀ ପକ୍ଷରୁ ସିଲେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଅଦ୍ୟାବଧି ଇଟାପ, କୁରୁଣ୍ଟି, କୁସୁପଙ୍ଗା, ନୂଆଗଁା, ଶିବପୁର ସମେତ ୬ ଗ୍ରାମର ୧୩୩ ଜଣ ମହିଳା ପ୍ରଶିକ୍ଷଣ ନେଇ ସାରିଛନ୍ତି। କରୋନା ସମୟରେ ଏସ୍‌ଏଚ୍‌ଜିକୁ ନେଇ ଗଠିତ ଗୃହଲକ୍ଷ୍ମୀ କୋପରେଟିଭ୍‌ ସୋସାଇଟିର ୩୬ ସଦସ୍ୟା ୭୫ହଜାର ମାସ୍କ ତିଆରି କରିଛନ୍ତି। ସେଗୁଡ଼ିକୁ କମ୍ପାନୀ ଏବଂ ନିକଟବର୍ତ୍ତୀ ଗ୍ରାମରେ ବିକ୍ରି କରି ଭଲ ରୋଜଗାର କରିଛନ୍ତି। ଏବେ ସେମାନେ ୩୫ଟି ଡିଲକ୍ସ ଅଟୋମେଟେଡ୍‌ ସିଲେଇ ମେଶିନ ଆଣି ବ୍ୟବସାୟିକ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଛନ୍ତି।
ସେହିପରି ଟାଟାଷ୍ଟିଲ ବିଏସ୍‌ଏଲ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ବାର୍ଷିକ ୫.୬ ମିଲିୟନ ଟନ୍‌ ଫ୍ଲାଟ୍‌ଷ୍ଟିଲ ଉପତ୍ାଦନ କ୍ଷମତା ବିଶିଷ୍ଟ ସାରା ଭାରତ ବର୍ଷର ୫ମ ବୃହତ୍‌ ଷ୍ଟିଲ ଉଦ୍ୟୋଗ ପାଲଟିଛି। ଦେଶର ସର୍ବବୃହତ୍‌ କୋଲ୍ଡରୋଲ ଷ୍ଟିଲ କାରଖାନା ଏହାର ରହିଛି। ଅଟୋମେଟେଡ୍‌ ଗ୍ରେଡ୍‌ ଓ ଉଚ୍ଚ କାର୍ବନସମ୍ପନ୍ନ ସ୍ବତନ୍ତ୍ର ଷ୍ଟିଲ ଯୋଗାଣରେ ସାରା ଭାରତ ବର୍ଷରେ ଏହା ପ୍ରଥମ। ୨୦୧୯ ଆର୍ଥତ୍କ ବର୍ଷରେ ଏହା ୩୦୦୪.୪୯ ମିଲିୟନ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୨୦.୮୯୨ କୋଟି) ଟଙ୍କାର ରାଜସ୍ବ ହାସଲ ରେକର୍ଡ ଲାଭ କରିଛି। ସମୁଦାୟ ୫୬୦୦ କର୍ମଚାରୀଙ୍କ ସହିତ ଏହି ସଂସ୍ଥା ସାରା ଭାରତ ବର୍ଷରେ କାର୍ଯ୍ୟରତ। ୨୦୧୮ ମେ ୧୮ରେ ଟାଟାଷ୍ଟିଲ ଲିମିଟେଡ ପକ୍ଷରୁ ନିଜସ୍ବ ସହଭାଗୀ ସଂସ୍ଥା ବ୍ରାହ୍ମଣୀପାଲ ଷ୍ଟିଲ ଲିମିଟେଡର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭୂଷଣ ଷ୍ଟିଲ ଲିମିଟେଡକୁ ଅଧିଗ୍ରହଣ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ଉପଲବ୍ଧି ପାଇଁ କମ୍ପାନୀକୁ ଗ୍ଲୋବାଲ ସୁରକ୍ଷା ସମ୍ମାନ-୨୦୧୬, ପରିବେଶ ଏକ୍ସଲେନ୍ସି ସମ୍ମାନ-୨୦୧୬, ପ୍ରଦୂଷଣ ନିୟନ୍ତ୍ରଣ ପୁରସ୍କାର-୨୦୧୬, ଇସ୍ପାତ ସୁରକ୍ଷା ସମ୍ମାନ-୨୦୧୮ ମିଳିଥିବା କମ୍ପାନୀର କର୍ପୋରେଟ ସେବାମୁଖ୍ୟ ମଣିକାନ୍ତ ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମୃତଦେହ, ଘଟଣାକୁ ନେଇ ଖେଳିଗଲା ଚାଞ୍ଚଲ୍ୟ

ନୂଆଦିଲ୍ଲୀ, ୯।୯: ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୧୯୭୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ମେହଟ୍ଟା (୭୪) ନୋଏଡ଼ା ସ୍ଥିତ ନିଜ ଫ୍ଲାଟ୍‌ରେ ଆତ୍ମହତ୍ୟା…

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍‌ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…

ଭଲ ଡ୍ରାଇଭିଂ ରେକର୍ଡ ଥିଲେ ଚାଳକଙ୍କୁ ମିଳିବ ଏହି ଉପହାର, ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ: ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୯।୯: ରାସ୍ତାରେ ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ପାଇଁ ଆସୁଛି ବଡ଼ ଝଟ୍‌କା। ଏଣିକି କେବଳ ଚାଲାଣ କାଟି ଛାଡ଼ି ଦିଆଯିବ ନାହିଁ।…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ଦୁନିଆର ସବୁଠୁ ଧନୀ ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ? ଟ୍ରମ୍ପଙ୍କଠାରୁ ୭ ଗୁଣ ଅଧିକ ଦରମା

ନୂଆଦିଲ୍ଲୀ, ୯।୯: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଦରମା ଏବେ ପୁଣି ବଢ଼ିବାକୁ ଯାଉଛି। ଏହି ବୃଦ୍ଧି ପରେ ସେ ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri