ଆଜି କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର, ୫।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୪୫ ମିନିଟ୍‌ରେ ଲୋକସେବା ଭବନଠାରେ ଅନୁଷ୍ଠିତ ହେବ। ଏହି ବୈଠକ ବସିବାକୁ ଥିବାବେଳେ ଯେଉଁ ମନ୍ତ୍ରୀମାନେ ନିଜ ଏରିଆରେ ଥିବେ ସେମାନେ ଜିଲାପାଳଙ୍କ କନ୍‌ଫରେନ୍ସ ହଲ୍‌ରୁ ଡିଜିଟାଲ ମାଧ୍ୟମରେ ଯୋଡ଼ି ହୋଇପାରିବେ। ୨୦୨୨ ବର୍ଷରେ ଏହା ହେଉଛି ପ୍ରଥମ କ୍ୟାବିନେଟ୍‌ ବୈଠକ। ଏଥର କ୍ୟାବିନେଟ୍‌ରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ। ମୁଖ୍ୟତଃ ରାଜସ୍ବ, ଅର୍ଥ, ଆଇନ, ପଞ୍ଚାୟତିରାଜ, ପୂର୍ତ୍ତ ଓ ଖଣି ବିଭାଗ ଆଦିର ଗୋଟାଏ ଲେଖା ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିବ। ଗତ ୩୧ ତାରିଖରେ ରାଜ୍ୟ ସରକାରଙ୍କ ଏକ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏବେ ଆଉ ଥରେ ବସିବାକୁ ଯାଉଛି। ଗତ ୨୦ ଦିନ ମଧ୍ୟରେ ୩ ଥର କ୍ୟାବିନେଟ୍‌ ବସିସାରିଲାଣି। ପଞ୍ଚାୟତ ନିର୍ବାଚନ ଲାଗି ଆଗାମୀ ଦିନରେ କୌଣସି ସମୟରେ ଆଦର୍ଶ ନିର୍ବାଚନ ଆଚରଣବିଧି ଲାଗିବା ସମ୍ଭାବନା ଅଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାଧାରଣ ଲୋକଙ୍କ ଲାଗି ଏକ ବଡ ଧରଣର ପ୍ରସ୍ତାବକୁ ମଞ୍ଜୁରୀ ଦେଇପାରନ୍ତି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୋରେନ୍‌ସିକ୍‌ ଲ୍ୟାବ୍‌କୁଗଲା ଜବତ ମୋବାଇଲ

ଭୁବନେଶ୍ୱର,୨୬ା୯ (ବ୍ୟୁରୋ): ପୁରୀ ଜିଲା ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍‌ର ବିଜେଡି ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଭୁବନେଶ୍ୱରରେ ସନ୍ଦେହଜନକ ମୃତ୍ୟୁ...

ସର୍ବଦଳୀୟ ବୈଠକ ଡାକିବାକୁ ଦେଲେ ପ୍ରସ୍ତାବ

ଭୁବନେଶ୍ବର,୫ା୧୧(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ କୋରାପୁଟ ଏବଂ ଗଜପତି ଜିଲାରେ ଉଭା ହୋଇଥିବା ସୀମା ବିବାଦକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ଆବଶ୍ୟକ। ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ...

ଚାଷୀଙ୍କ ପରେ ବ୍ୟାଙ୍କ କର୍ମଚାରୀ

କରୋନା ଲକ୍‌ଡାଉନ୍‌ ସାରା ଦେଶର ଅର୍ଥନୀତିକୁ ଉଜାଡ଼ି ଦେଇଥିବାରୁ ଅର୍ଥ ବ୍ୟବସ୍ଥାକୁ ସଜାଡ଼ିବା କେନ୍ଦ୍ର ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ। କିନ୍ତୁ ସରକାର ବିପର୍ଯ୍ୟସ୍ତ...

ଜାନୁୟାରୀ ୧୫ ସୁଦ୍ଧା ପ୍ରଥମ ଡୋଜ୍‌ ସାରିବାକୁ ଲକ୍ଷ୍ୟ: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର,୨୪।୧୨(ବ୍ୟୁରୋ): ରାଜ୍ୟରେ ଏବେ ଘରକୁ ଘର ଟିକାକରଣ ଜାରି ରହିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୪ କୋଟି ୮୨ ଲକ୍ଷ ଟିକା ଦିଆସରିଥିବା ବେଳେ...

ହୀରାକୁଦ ଡ୍ୟାମ୍‌ରୁ ୩ ଗେଟ୍‌ ଦେଇ ଜଳ ନିଷ୍କାସିତ

ସମ୍ବଲପୁର, ୨୬ା୮ (ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ସୋମବାର ଅପରାହ୍ନ ସାଢ଼େ ୩ଟାରୁ ୩ଟି ଗେଟ୍‌ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ୭୦...

CORONAVIRUS UPDATE: ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଲା

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୋମବାର ଅପରାହ୍ନରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଯାଜପୁର ଜିଲାର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଯାଜପୁରରେ...

ଧାର୍ଯ୍ୟ ସମୟ ପୂର୍ବରୁ ମଣ୍ଡିରେ ଧାନକିଣା ବନ୍ଦ କରାଯାଉଛି: କଂଗ୍ରେସ

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ଅଭାବୀ ଧାନବିକ୍ରି ଦ୍ୱାରା ଚାଷୀକୁଳ ବହୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ମିଲର୍ସ ଓ ସରକାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ମଣ୍ଡିରୁ ଧାନ...

ଭୁଶୁଡ଼ିଲା ପୋଲ, ଖସିପଡ଼ିଲା ୨ ଚଳନ୍ତା କାର୍‌: ୫ ଆହତ

ଭବାନୀପାଟଣା,୩୦।୧୦(ସ୍ବ.ପ୍ର.): ପୋଲ ଭୁଶୁଡି ପଡିବାରୁ ୨ ଚଳନ୍ତା କାର୍‌ ବ୍ରିଜ୍‌ ତଳକୁ ଖସିପଡିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ଭବାନୀପାଟଣା ସହର...

Advertisement
Archives

Model This Week