ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ ପ୍ରଶ୍ନ ଉଠୁଛି ସେହି ଲକ୍ଷ୍ୟ ହାସଲ ଦିଗରେ ଦେଶବାସୀଙ୍କୁ କେତେ ମାତ୍ରାରେ ପ୍ରସ୍ତୁତ କରାଯାଉଛି। ଏହା ପୂର୍ବରୁ ପ୍ରଶ୍ନ ହେଉଛି ପ୍ରତ୍ୟେକ ନାଗରିକ ପାଇଁ ‘ବିକଶିତ’ ଶବ୍ଦର ଅର୍ଥ କେଉଁ ପ୍ରକାର ବୁଝାପଡ଼ିବ। ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଯୁବଶକ୍ତିକୁ ନିଯୁକ୍ତି ସୁଯୋଗ ଦେବା, ଯୋଜନା ଓ ନୀତିକୁ ଜନମଙ୍ଗଳ ଦିଗରେ ଅଭିପ୍ରେତ କରାଇବା ସହିତ ଜନଗଣଙ୍କୁ ସମଦୃଷ୍ଟିରେ ଦେଖି ସମସ୍ତଙ୍କ ଜୀବନକୁ ସୁରକ୍ଷିତ ରଖିବାର ସରକାରୀ ପ୍ରଚେଷ୍ଟାର ସଫଳତା ବିକଶିତ ଆଡ଼କୁ ଅଗ୍ରସର ହୋଇଥାଏ। ଭୋଟ ରାଜନୀତିକୁ ଦେଖି ବିଭାଜନ ସୃଷ୍ଟିକାରୀ ପ୍ରସଙ୍ଗ ଉଠାଇଲେ ବା କାର୍ଯ୍ୟ କଲେ ତାହା ରାଷ୍ଟ୍ରର ଗତିକୁ ପଶ୍ଚାତ୍‌ପଦ କରେ। କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ସରକାର ବହୁ କଥାରେ ଅତୀତ ଓ ଅତୀତର ବ୍ୟକ୍ତିବିଶେଷଙ୍କୁ ଆକ୍ଷେପ କରିଆସୁଛି। ଏଭଳି ଅନେକ ପ୍ରସଙ୍ଗ ମଧ୍ୟରୁ ଭାରତର ବିଭାଜନକୁ ନେଇ ଗୋଟେ ବଡ଼ ବର୍ଗ ଓକିଲାତି କରିଥାଏ। ଭାରତ ଓ ପାକିସ୍ତାନ ବିଭାଜିତ ହୋଇ ନ ଥିଲେ ଆମ ଦେଶ ବିଶାଳ ରୂପ ଧାରଣ କରିଥାଆନ୍ତା ବୋଲି କହିଥାଆନ୍ତି। ଆଉ ଥୋକେ ‘ଅଖଣ୍ଡ ଭାରତ’ କଥା ଉଠାଇ ଏବେ ମଧ୍ୟ ସେହି ସ୍ବପ୍ନକୁ ସାକାର କରିବାକୁ ଚେଷ୍ଟିତ। ଏଠି ପ୍ରଶ୍ନ କରାଯାଇପାରେ ଆଜିର ଭୂରାଜନୈତିକ ସ୍ଥିତିରେ ବିକଶିତ ଭାରତ ନା ଅଖଣ୍ଡ ଭାରତ କେଉଁଟି ଆଗ ଦରକାର। ପ୍ରକୃତ କାର୍ଯ୍ୟରେ ବିକଶିତ ହେବା ଦିଗରେ ନିଜକୁ ପ୍ରସ୍ତୁତ କରିପାରିଲେ ଦେଶ ଆଗକୁ ବଢ଼ିପାରିବ। ଅନ୍ୟପକ୍ଷରେ ଅଖଣ୍ଡ ଭାରତ ଚିନ୍ତା ରହିଲେ ତାହା ସମଗ୍ର ଦେଶକୁ କୋରି ଖାଇବାର ସବୁ ସଙ୍କେତ ଏଠି ବିଦ୍ୟମାନ। ଏ ବିଷୟରେ ବିସ୍ତୃତ ଅଲୋଚନା କରିବା ପୂର୍ବରୁ ‘ଅଖଣ୍ଡ ଭାରତର’ର ସ୍ବରୂପ ଉପରେ ଦୃଷ୍ଟିପାତ କରିବା। ଅଖଣ୍ଡ ଅର୍ଥାତ୍‌ ଅବିଭକ୍ତ ଭାରତ ବୋଇଲେ ଦକ୍ଷିଣ-ପୂର୍ବ ଏସିଆର କିଛି ଅଂଶ ସହିତ ଏକ ବୃହତ୍‌ ଏକୀକୃତ ଭାରତର ପରିକଳ୍ପନା। ଆଜିର ଆଫଗାନିସ୍ତାନ, ବାଂଲାଦେଶ, ପାକିସ୍ତାନ, ଭୁଟାନ, ମାଳଦ୍ୱୀପ, ମ୍ୟାନ୍‌ମାର, ନେପାଳ, ଶ୍ରୀଲଙ୍କା, ତିବ୍ବତ ଓ ଭାରତକୁ ଏକାଠି ମିଶାଇ ଯେଉଁ ଭୂଖଣ୍ଡ ହେବ ତାହା ‘ଅଖଣ୍ଡ ଭାରତ’କୁ ବୁଝାଇବ।
ମନେରଖିବାକୁ ହେବ ଯେ, ଏହି ଅଖଣ୍ଡ ଭାରତ ମାନଚିତ୍ରକୁ ପ୍ରଥମେ ବ୍ରିଟିଶ ଶାସକ ସୃଷ୍ଟି କରିଥିଲେ। ଜଣେ ବ୍ୟକ୍ତି ଭାଇସ୍‌ରାଏ ପଦବୀରେ ରହି ଏହି ସମଗ୍ର ଅଞ୍ଚଳକୁ ଶାସନ କରୁଥିଲେ ବୋଲି ଏହାକୁ ଅଖଣ୍ଡ ଭାରତର ଆଖ୍ୟା ଦିଆଯାଉଛି। ବ୍ରିଟିଶ ଶାସନ ପୂର୍ବର ମୋଗଲ, ଆଫ୍‌ଗାନ କିମ୍ବା ହିନ୍ଦୁ ରାଜାମାନଙ୍କ ରାଜତ୍ୱ ଦେଖିଲେ ଏହି ବିରାଟକାୟ ଅଞ୍ଚଳ କେହି ଦଖଲ କରିପାରି ନ ଥିଲେ। ତେଣୁ ଅଖଣ୍ଡ ଭାରତର ମାନଚିତ୍ରକୁ କୌଣସି ଭାରତୀୟ ସୃଷ୍ଟି କରି ନ ଥିଲେ। ଭାରତର ସ୍ବାଧୀନତା ଆନ୍ଦୋଳନ ବେଳେ ବିଶିଷ୍ଟ ଜନନାୟକ କେ.ଏମ୍‌. ମୁନ୍‌ସୀ ‘ଅଖଣ୍ଡ ଭାରତ ବା ଅଖଣ୍ଡ ହିନ୍ଦୁସ୍ଥାନ’ କଥା ଉଠାଇଥିଲେ। ଇଂଲିଶ୍‌ମାନଙ୍କୁ ତଡ଼ିବା ଲାଗି ସମ୍ଭବତଃ ସେହି ସମୟରେ ଏଭଳି ଏକ ଚିନ୍ତନ ଆସିଥିବ। ହେଲେ ଆଜିର ସ୍ଥିତିକୁ ଦେଖିଲେ ତାହା ଭାରତ ପାଇଁ ବୁମେରାଂ ହେବା ଥୟ। ବିଭାଜନକୁ ନେଇ ବହୁ ସମୟରେ ମହାତ୍ମା ଗାନ୍ଧୀ, କଂଗ୍ରେସ, ମହମ୍ମଦ ଅଲ୍ଲୀ ଜିନ୍ନା ଓ ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ ଅନେକେ ଦାୟୀ କରିଆସୁଛନ୍ତି। କିନ୍ତୁ ଗଭୀରକୁ ଯାଇ ଚିନ୍ତା କରାଗଲେ ଅତୀତର ନିଷ୍ପତ୍ତି ଯାହା ହୋଇଯାଇଛି ତାହାକୁ ଗ୍ରହଣ କରାଯିବା ବୁଦ୍ଧିମାନର କାର୍ଯ୍ୟ। ଆଜିର ସ୍ଥିତିକୁ ଦେଖିଲେ ଏପରି ମନ୍ତବ୍ୟକୁ ଖୁଣି ହେବ ନାହିଁ। କାରଣ ପଡ଼ୋଶୀ ପାକିସ୍ତାନ ଅଲଗା ହୋଇଥିଲେ ମଧ୍ୟ ଭାରତ ସହ ଶତ୍ରୁତା ସୀମା ନିକଟରେ ବେଶି ଅନୁଭୂତ ହେଉଛି। ସାଥୀରେ ସେହି ମୁସଲମାନ ଜନସଂଖ୍ୟା ରହିଥିଲେ ଦେଶ ଭିତରେ ପ୍ରତି ମୁହୂର୍ତ୍ତରେ ଅରାଜକତା ସୃଷ୍ଟି ହୋଇଥାଆନ୍ତା। ଯଦି ପରିସଂଖ୍ୟାନକୁ ଦେଖିବା ଏବେ ଭାରତରେ ପ୍ରାୟ ୧୫୦ କୋଟି ଲୋକ ଅଛନ୍ତି ବୋଲି ଆକଳନ କରାଯାଇଛି । ଏମାନଙ୍କ ମଧ୍ୟରେ ମୁସଲମାନଙ୍କ ସଂଖ୍ୟା ୨୩ କୋଟି କୁହାଯାଉଛି। ପାକିସ୍ତାନରେ ୨୪ କୋଟିରୁ ଊର୍ଦ୍ଧ୍ୱ ମୁସଲମାନ ଅଛନ୍ତି। ସେହିପରି ବାଂଲାଦେଶରେ ଏମାନଙ୍କ ସଂଖ୍ୟା ୧୫ କୋଟିରୁ ଅଧିକ ଥିବା ବେଳେ ଆଫଗାନିସ୍ତାନରେ ୩ କୋଟି ୮୦ ଲକ୍ଷ, ମାଳଦ୍ୱୀପରେ ୩ ଲକ୍ଷ ୭୫ ହଜାର, ମ୍ୟାନମାରରେ ୧୪ ଲକ୍ଷ ରୋହିଙ୍ଗ୍ୟା, ନେପାଳରେ ୧୪ ଲକ୍ଷରୁ ଊର୍ଦ୍ଧ୍ୱ ମୁସଲମାନ, ଶ୍ରୀଲଙ୍କାରେ ୧୯ ଲକ୍ଷରୁ ଅଧିକ ଓ ଭୁଟାନରେ ୨,୦୦୦ ମୁସଲମାନ ରହିଛନ୍ତି। ଭାରତର ମୁସଲମାନଙ୍କ ସହ ଉପରଲିଖିତ ଦେଶର ମୁସଲମାନଙ୍କ ସଂଖ୍ୟାକୁ ଏକତ୍ର କଲେ ପ୍ରାୟ ୬୬ କୋଟିରୁ ଅଧିକ ହେବେ। ଏମାନେ ସମସ୍ତେ ଭାରତରେ ରହିଲେ ସେମାନେ ସ୍ବତନ୍ତ୍ର ଅଧିକାର ଦାବି କରି ସ୍ଥଳବିଶେଷରେ ଅରାଜକତା ସୃଷ୍ଟି କରିବା ବିଷୟକୁ ଏଡ଼ାଇ ଦିଆଯାଇ ନ ପାରେ। ଏଠାରେ ସବୁ ମୁସଲମାନଙ୍କ ସ୍ବାଭାବକୁ ନୁହେଁ, ବରଂ ସଂଖ୍ୟାତ୍ମକ ଦୃଷ୍ଟିକୁ ହିସାବକୁ ନେଲେ ଏପରି ଆଶଙ୍କା ଉପୁଜିବା ସ୍ବାଭାବିକ। ସେହିସବୁ ଦେଶର ଅନ୍ୟାନ୍ୟ ଧର୍ମ ବା ସମ୍ପ୍ରଦାୟକୁ ମିଶାଇ ଦେଲେ ଅଖଣ୍ଡ ଭାରତର ଜନସଂଖ୍ୟା କାହିଁରେ କେତେ ବଢ଼ିଯିବ। ସେଥିପାଇଁ ଯେଉଁମାନେ ଗାନ୍ଧୀଙ୍କୁ ‘ବିଭାଜନକାରୀ’ ଭାବେ ଆଖ୍ୟା ଦେଉଛନ୍ତି ଓ ତାଙ୍କୁ ଗାଳି ଦେଲା ଭଳି କହୁଛନ୍ତି; କାରଣ ସେମାନଙ୍କର ଏହି ମୌଳିକ ଜ୍ଞାନର ଅଭାବ ରହିଛି। ଏହା ସତ୍ୟ ଯେ, ଭାରତର ବିଭାଜନରେ ଗାନ୍ଧୀଙ୍କ ସକ୍ରିୟ ଭୂମିକା ରହିଥିଲା। ତାଙ୍କୁ ସେଥିପାଇଁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ମଧ୍ୟ ଅର୍ପଣ କରିବା ଦରକାର। କାରଣ ତାଙ୍କ ଯୋଗୁ ଆଜି ଆମେ ଏକପ୍ରକାର ଶାନ୍ତିରେ ରହିପାରୁଛେ। ଗାନ୍ଧିଜୀ ଦେଶବାସୀଙ୍କ ନାଡ଼ି ଚିପି ଥିବାରୁ ଅଳ୍ପ ଅଶାନ୍ତିରେ ବିଭାଜନ ସମ୍ଭବ ହୋଇଥିଲା। କୁହାଯାଇଥାଏ-ଅଣ୍ଟିରେ ନିଆଁକୁ ଢାଙ୍କି ରଖିଲେ ତାହା ନିଜକୁ ଜାଳିଦିଏ। ବରଂ ଭଲ ସେହି ନିଆଁକୁ ଦୂରେଇ ଦେଇ ପ୍ରଶ୍ୱାସ ନେବା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ: ଶିବମ ଦୁବେଙ୍କ ଧୂଆଁଧାର ଅର୍ଦ୍ଧଶତକ ବେକାର

ବିଶାଖାପାଟଣା,୨୮ା୧: ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୫୦ ରନରେ ପରାସ୍ତ କରି ସିରିଜର ପ୍ରଥମ ବିଜୟ ହାସଲ କରିଛି।…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

ଅନ୍‌ଲାଇନରେ ବୁକ୍ କରିହେବ ପୂର୍ତ୍ତ ବିଭାଗର ଡାକବଙ୍ଗଳା; ଲଞ୍ଚ୍ ହେଲା ପୋର୍ଟାଲ

ଭୁବନେଶ୍ୱର,୨୮ା୧: ପର୍ଯ୍ୟଟକ ଏବଂ ସରକାରୀ ଅଧିକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଡାକବଙ୍ଗଳା ନିର୍ମାଣ କରିଛନ୍ତି। ଏଣିକି ପୂର୍ତ୍ତ ବିଭାଗର ଡାକବଙ୍ଗଳା ବା…

ଶେଷ କଲ୍‌, ଶେଷ ଉଡ଼ାଣ… ଅଜିତ ପାଓ୍ବାରଙ୍କ ପରିଚାରିକା ପିଙ୍କି ମାଲିଙ୍କ କାହାଣୀ ସମସ୍ତଙ୍କ ଆଖିରେ ଆଣିବ ଲୁହ

ମୁମ୍ବାଇ,୨୮ା୧: ବାରାମତି ବିମାନ ଦୁର୍ଘଟଣାରେ ବୁଧବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଦେହାନ୍ତ ହୋଇଛି। ଏହି ଦୁର୍ଘଟଣାରେ ଅଜିତ ପାଓ୍ବାରଙ୍କ ସମେତ ଆଉ ୫ ଜଣଙ୍କର ମଧ୍ୟ…

ରାଉରକେଲାକୁ ୮୮୮୪ କୋଟିର ଭେଟି, ବମ୍ପର ନିଯୁକ୍ତି ସୃଷ୍ଟି ହେବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୮।୧: ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା…

କିଏ ସେହି ମହିଳା ପାଇଲଟ ? ଯିଏ ଚଲାଉଥିଲେ ଅଜିତଙ୍କ ବିମାନ

ପୁଣେ,୨୮।୧: ଏକ ଦୁଖଦଃ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ମୃତକ ୫ ଜଣଙ୍କ ମଧ୍ୟରେ ବିମାନର କୋ-ପାଇଲଟ୍ ଶମ୍ଭାବୀ ପାଠକ ମଧ୍ୟ…

ଏମିତି ଭୟଙ୍କର ଥିଲା ବିମାନ ଦୁର୍ଘଟଣାସ୍ଥଳ: ଅଜିତ ପାଓ୍ବାରଙ୍କୁ ଚିହ୍ନିବାରେ ସାହାଯ୍ୟ କଲା ତାଙ୍କ…

ମୁମ୍ବାଇ,୨୮ା୧: ବୁଧବାର ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ମୃତ୍ୟୁ ଘଟିଛି। ବିମାନରେ ଥିବା ସମସ୍ତ ୬ ଜଣ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri