ରାଜ୍ୟ ସଭା ନିର୍ବାଚନ: ଘୋଡାବେପାର ପରେ ଚର୍ଚ୍ଚା ଏଜେଣ୍ଟ ହେବ କିଏ?

ଭୁବନେଶ୍ୱର, ୧୫।୩(ସୁନିତ୍‌ ମିଶ୍ର): ବିଜେଡିର ଅଧିକାଂଶ ନେତାଙ୍କ ଭିତରେ ବର୍ତ୍ତମାନ ଆଲୋଚନା ରାଜ୍ୟ ସଭା ନିର୍ବାଚନ ଲାଗି ଦଳର ଏଜେଣ୍ଟ କିଏ ହେବେ। ଏଜେଣ୍ଟଙ୍କ କାମ ହେଉଛି, ରାଜ୍ୟ ସଭା ଭୋଟ କେନ୍ଦ୍ର ପାଖରେ ଚୌକି ଧରି ବସିବେ। ସମ୍ପୃକ୍ତ ଦଳୀୟ ବିଧାୟକମାନେ ଭୋଟ କାଗଜରେ ନିଜର ଏକ ନମ୍ୱର କିମ୍ୱା ଅଧିକ ପସନ୍ଦର ପ୍ରାର୍ଥୀଙ୍କ ନାମ ପାର୍ଶ୍ୱରେ ସଂଖ୍ୟା ଲେଖି ଏଜେଣ୍ଟଙ୍କୁ ଦେଖାଇବେ ଏବଂ ତା’ପରେ ଭୋଟ ବାକ୍ସରେ ପକାଇବେ। ଖାଲି ଏଜେଣ୍ଟଙ୍କୁ ହିଁ କ୍ରସ୍‌ ଭୋଟିଂର ସତ୍ୟ ଜଣାପଡ଼ିବ। ପରବର୍ତ୍ତୀ ସମୟରେ ଏଭଳି ଅନିୟମିତତା ଘଟାଉଥିବା ବିଧାୟକଙ୍କ ନାମ ପ୍ରକାଶ କରିବାର ଏକମାତ୍ର ସୂତ୍ର ଭାବେ ଶକ୍ତିଶାଳୀ ହୋଇଯିବେ। ୨୦୨୬ ରାଜ୍ୟ ସଭା ନିର୍ୱାଚନରେ ବିପୁଳ ଅର୍ଥ ଉଡୁଥିବା ହେତୁ ବିଜେଡି ଏବଂ କଂଗ୍ରେସର ଏଜେଣ୍ଟ ମନୋନୀତ ହୋଇଥିବା ବ୍ୟକ୍ତି ଭଲ କିଛି ଲାଭ ପାଇବାର ଯଥେଷ୍ଟ ସୁଯୋଗ ରହିଛି। ବିଜେଡି ଏବେ ୨ ଗୋଷ୍ଠୀରେ ବିଭକ୍ତ ହୋଇ ରହିଥିବା କୁହାଯାଉଛି। ଗୋଟିଏ ଗୋଷ୍ଠୀ ଭାଜପା ସପକ୍ଷରେ ଆନ୍ତରିକତା ରଖି ନିଜର କାର୍ଯ୍ୟକାଳପ ଚଲାଇଛି। ଆଉ ଗୋଟିଏ ଗୋଷ୍ଠୀ, ଯେଉଁମାନେ ଦଳର ଭବିଷ୍ୟତକୁ ସୁଧାରିବା ଲାଗି ଅଣ୍ଟା ଭିଡ଼ିଛନ୍ତି; ଯେଉଁଥିରେ ବିଧାୟକ ଅରୁଣ ସାହୁଙ୍କ ଭଳି ବ୍ୟକ୍ତି ରହିଛନ୍ତି। ରାଜ୍ୟ ସଭା ନିର୍ୱାଚନରେ ଯିଏ ଦଳର ଏଜେଣ୍ଟ ହୁଅନ୍ତି ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାଜପା ସମର୍ଥନରେ ରହିଥିବା ଗୋଷ୍ଠୀରୁ ଯଦି କେହି ଏଜେଣ୍ଟ ହୁଅନ୍ତି ତା’ହେଲେ କେଉଁମାନେ କ୍ରସ୍‌ ଭୋଟିଂ କଲେ ଦଳରୁ କିଏ କାହାକୁ ଭୋଟ ଦେଲା ନ ଦେଲା ତା’ର ବାସ୍ତବ ରିପୋର୍ଟ ମିଳିବ ନାହିଁ। ଯଦି ଶାସକ ଦଳ ପୂର୍ୱରୁ ବିଜେଡିର କେତେଜଣ ବିଧାୟକଙ୍କୁ ନିଜ ସପକ୍ଷରେ ନେଇସାରିଥିବ ଏବଂ ଯିଏ ଏଜେଣ୍ଟ ହେଲା ସେକଥା ଲୁଚାଇଦେବେ ତେବେ କ୍ରସ୍‌ ଭୋଟିଂର ଦୋଷ କାହା ମୁଣ୍ଡରେ ବି ପରବର୍ତ୍ତୀ ସମୟରେ ଲଦି ଦିଆଯାଇପାରିବ। କଂଗ୍ରେସ ଉପରେ କ୍ରସ୍‌ ଭୋଟିଂର ଦୋଷ ଲଦି ଜଣେ ପ୍ରାର୍ଥୀଙ୍କୁ ହରାଇଦେବା ପାଇଁ ଭାଜପା ସପକ୍ଷବାଦୀ କାହାକୁ ଯେପରି ଏଜେଣ୍ଟ ନ କରାଯିବ ତାକୁ ନେଇ ବିଜେଡି ଭିତରେ ଗୁଞ୍ଜରଣ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

କଳାହାଣ୍ଡି-ନୂଆପଡ଼ା ଲାଇଫ୍ ଲାଇନ୍ ତୁର୍କେଲ ପୋଲ ଅଚଳ: ୧୧ ମାସ ହେଲା ଯୋଗାଯୋଗ ବିଚ୍ଛିନ୍ନ, କଂଗ୍ରେସର ବିଶାଳ ପଦଯାତ୍ରା

ଭବାନୀପାଟଣା, ୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓ ନୂଆପଡ଼ା ଜିଲାର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ବ୍ରିଜ୍ ବିପଦସଂକୁଳ ହୋଇପଡ଼ିଥିବାରୁ ଗତ ୧୧ ମାସ…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ଦାଦନ ସାଜିଲା ଅଭିଶାପ: କେରଳ ଯାଉଥିବା ବେଳେ ଥୁଆମୂଳ ରାମପୁରର ଆଉ ଜଣେ ଯୁବକ ନିଖୋଜ, ଚିନ୍ତାରେ ପରିବାର…

ଥୁଆମୂଳ ରାମପୁର, ୪।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ ଦାଦନ ଶ୍ରମିକ ନିଖୋଜ ସମସ୍ୟା ଦିନକୁ ଦିନ ଅଧିକ ଉଦ୍‌ବେଗଜନକ ରୂପ ନେଉଛି। ନିଜ…

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି: ଉଷ୍ମ ପସ୍ରବଣର ଗନ୍ଧକଯୁକ୍ତ ପାଣିରେ ସ୍ନାନ, ମା’ କନ୍ଧୁଣି ଦେବୀଙ୍କୁ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି…

ପୁଅର ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଷ୍ଟାଲିନ, କହିଲେ ଅହଙ୍କାରରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କାଜାଗମ୍ (ଡିଏମକେ) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ଗିରଫଦାରୀକୁ ନେଇ ରାଜ୍ୟର ରାଜନୈତିକ ପାରା ଚରମ ସୀମାରେ ପହଞ୍ଚିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri