ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା ପାଞ୍ଚଟି ନୀତିକୁ ଦର୍ଶାଇଥିଲେ। ସେଗୁଡ଼ିକ ଥିଲା: ପ୍ରଥମତଃ, ବିଶ୍ୱ ସହିତ ବିଶେଷକରି ପ୍ରମୁଖ ଶକ୍ତି ଓ ପଡ଼ୋଶୀ ଏସୀୟ ଦେଶଗୁଡ଼ିକ ସହ ଭାରତର ସମ୍ପର୍କ ଏହାର ବିକାଶମୂଳକ ପ୍ରାଥମିକତାକୁ ଆଧାର କରି ଗଢ଼ିଉଠିଥିଲା ବୋଲି ସ୍ୱୀକାର କରିବା। ସିଂ କହିଥିଲେ, ଭାରତୀୟ ବୈଦେଶିକ ନୀତିର ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ଆମ ଦେଶର କଲ୍ୟାଣ ପାଇଁ ଏକ ବିଶ୍ୱସ୍ତରୀୟ ପରିବେଶ ସୃଷ୍ଟି କରିବା। ଦ୍ୱିତୀୟତଃ, ବିଶ୍ୱ ଅର୍ଥନୀତି ସହିତ ଅଧିକ ସମନ୍ୱୟ ଭାରତ ପାଇଁ ଲାଭଦାୟକ ଏବଂ ଭାରତୀୟଙ୍କୁ ସେମାନଙ୍କ ସୃଜନଶୀଳ ସମ୍ଭାବନାକୁ ସାକାର କରିବାରେ ସକ୍ଷମ କରିବ। ତୃତୀୟତଃ, ସମସ୍ତ ପ୍ରମୁଖ ଶକ୍ତି ସହିତ ସ୍ଥାୟୀ, ଦୀର୍ଘକାଳୀନ ଏବଂ ପାରସ୍ପରିକ ସମ୍ପର୍କ ରଖିବା, ସମସ୍ତ ଦେଶ ପାଇଁ ଲାଭଦାୟକ ହେଉଥିବା ଏକ ବୈଶ୍ୱିକ ଅର୍ଥନୀତି ଏବଂ ସୁରକ୍ଷା ପରିବେଶ ସୃଷ୍ଟି କରିବା ପାଇଁ ଅନ୍ତର୍ଜାତୀୟ ସମ୍ପ୍ରଦାୟ ସହିତ କାମ କରିବାକୁ ହେବ। ଚତୁର୍ଥରେ ଭାରତୀୟ ଉପମହାଦେଶର ସହଭାଗିତାର ଭବିଷ୍ୟତ ପାଇଁ ଅଧିକ ଆଞ୍ଚଳିକ ସହଯୋଗ ଏବଂ ସମ୍ପର୍କ ଆବଶ୍ୟକ ବୋଲି ସ୍ୱୀକାର କରିବାକୁ ପଡ଼ିବ। ପଞ୍ଚମରେ କେବଳ ସ୍ୱାର୍ଥ ଦ୍ୱାରା ନୁହେଁ ବରଂ ଭାରତୀୟଙ୍କ ଉଚ୍ଚ ମୂଲ୍ୟବୋଧ ଦ୍ୱାରା ନିର୍ଦ୍ଧାରିତ ଏକ ବୈଦେଶିକ ନୀତିକୁ ଜାରି ରଖିବା ଉଚିତ; ଯାହା ବିବିଧତା, ଧର୍ମନିରପେକ୍ଷ ଏବଂ ଉଦାରବାଦୀ ଗଣତାନ୍ତ୍ରିକ ଢାଞ୍ଚାରେ ଅର୍ଥନୈତିକ ବିକାଶକୁ ଅନୁସରଣ କରିବାରେ ଭାରତର ପ୍ରଦର୍ଶନ ବିଶ୍ୱବାସୀଙ୍କୁ ଅନୁପ୍ରାଣିତ କରିଛି। ଏହା କ’ଣ ହାସଲ କରିବା ପାଇଁ ଚେଷ୍ଟା କରିବାକୁ ଯାଉଥିଲା ତାହା ବି ସ୍ପଷ୍ଟ ଭାବେ ଦର୍ଶାଯାଇଥିଲା। ଭାରତ ଏହାର ଆର୍ଥିକ ବିକାଶକୁ ଆଗକୁ ବଢ଼ାଇବା ପାଇଁ ବୈଦେଶିକ ନୀତି ବ୍ୟବହାର କରିବ; ଏହା ବିଶ୍ୱର ବୃହତ୍‌ ଶକ୍ତି ଏବଂ ଏହାର ପଡ଼ୋଶୀଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିବ। ମୁଁ ଏବର ସରକାରଙ୍କ ବୈଦେଶିକ ନୀତିର ସିଦ୍ଧାନ୍ତ ବିଷୟରେ କହିବି ନାହିଁ, କାରଣ ଏହାର କୌଣସି ନୀତି ନାହିଁ। ପ୍ରକୃତ କଥା ହେଉଛି ବୈଦେଶିକ ମନ୍ତ୍ରୀ କେବଳ ସ୍ୱୀକାର କରନ୍ତି ନାହିଁ ଯେ ଆମର ନୀତିର କୌଣସି ସିଦ୍ଧାନ୍ତ ନାହିଁ, ବରଂ କହନ୍ତି ସିଦ୍ଧାନ୍ତର ଅଭାବ ହେଉଛି ଆମ ନୀତିର ମୂଳଦୁଆ। ତାଙ୍କ ସଂକଳିତ ପ୍ରବନ୍ଧ ଏବଂ ଭାଷଣକୁ ନେଇ ପ୍ରକାଶିତ ପୁସ୍ତକରେ ତାହାର ଅର୍ଥ କ’ଣ ପ୍ରକାଶ କରିଛନ୍ତି। ଭାରତ ଏକ ‘ବହୁ-ଧ୍ରୁବୀୟ ଏସିଆ’ ଚାହୁଁଥିଲା, ଯେଉଁଠାରେ ଚାଇନା ସହିତ ଭାରତ ସମାନତା ଦାବି କରିପାରିବ। ହେଲେ ଏହା କରିବାର କୌଣସି ଉପାୟ ସେ କହି ନାହାନ୍ତି। ସେ ଲେଖିଛନ୍ତି, ଅନେକ ଦାୟିତ୍ୱକୁ ଏକସଙ୍ଗରେ କରିବାକୁ ହେବ ଏବଂ ଭାରତ ସେଗୁଡ଼ିକୁ ଦକ୍ଷତାର ସହିତ ପରିଚାଳନା କରିବ। ଏହା ସୁବିଧାବାଦ ବା ଅନୁଚିତ ଭାବେ ଲାଭ ଉଠାଇବାର ପ୍ରବୃତ୍ତି। କାରଣ ସୁଯୋଗବାଦ ଭାରତର ସଂସ୍କୃତି। ଜୟଶଙ୍କର ଲେଖିଛନ୍ତି ମହାଭାରତ ଶିକ୍ଷା ଦିଏ ଯେ, ଛଳନା ଏବଂ ଅନୈତିକତା ନୀତିନିୟମ ଅନୁସରଣ କରିବାରେ ବିଫଳ ହୁଏ। ଏକଲବ୍ୟଙ୍କ ବୁଢ଼ା ଆଙ୍ଗୁଠି ଦ୍ରୋଣ ଦାବି କରିବା, କର୍ଣ୍ଣଙ୍କ କବଚକୁ ଇନ୍ଦ୍ର ଅନୁଚିତ ଭାବେ ବ୍ୟବହାର କରିବା, ଶିଖଣ୍ଡୀଙ୍କୁ ମାନବ ଢାଲ ରୂପେ ଅର୍ଜୁନ ବ୍ୟବହାର କରିବା ଥିଲା ‘ପ୍ରଥା ଏବଂ ପରମ୍ପରା’। ନୀତିରେ ଅସଙ୍ଗତି ଆବଶ୍ୟକ ଥିଲା, କାରଣ ପରିବର୍ତ୍ତିତ ପରିସ୍ଥିତିରେ ନିର୍ଦ୍ଦିଷ୍ଟ ନୀତି ପାଳନ କରିବାର କୌଣସି ମୂଲ୍ୟ ନ ଥିଲା। ସେ ‘ମଲ୍ଟି ଆଲାଏନ୍‌ମେଣ୍ଟ’ ବା ବିଶ୍ୱସ୍ତରରେ କ୍ଷମତାଶାଳୀ ଦେଶଗୁଡ଼ିକ ସହ ସକ୍ରିୟ ରଣନୀତିକ ଭାଗୀଦାରି ରଖିବା (ଅତ୍ୟଧିକ ସୁବିଧାବାଦୀ ଶୁଣାଯାଏ) ଏବଂ ‘ଭାରତ ପ୍ରଥମ’ (ସ୍ୱାର୍ଥକୈନ୍ଦ୍ରିକ ଶୁଣାଯାଏ) ଭଳି ଖଣ୍ଡବାକ୍ୟକୁ ଗ୍ରହଣ କରିଛନ୍ତି ଏବଂ ପ୍ରତ୍ୟାଖ୍ୟାନ ବି କରିଛନ୍ତି। ସେ ‘ପ୍ରଗତିଶୀଳ ସମୃଦ୍ଧି ଏବଂ ପ୍ରଭାବ’କୁ ଠିକ୍‌ କହିଲେ ମଧ୍ୟ ଏହା ଆକର୍ଷଣୀୟ ନୁହେଁ ବୋଲି ସ୍ୱୀକାର କରିଛନ୍ତି।
ଏବକାର ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭର କିଛି ଦିନ ପୂର୍ୱରୁ ଏହି ବହି ପ୍ରକାଶିତ ହୋଇଥିଲା। ଆମ ଚାରିପାଖ ବିଶ୍ୱରେ ଆମେ ଯାହା ଦେଖିପାରୁଛୁ, ତାହା ଅନିଶ୍ଚିତ ଏବଂ ବିପଦପୂର୍ଣ୍ଣ ହୋଇଯାଇଛି, ବିଶେଷକରି ସେହି ରାଷ୍ଟ୍ରଗୁଡ଼ିକ ପାଇଁ ଯେଉଁମାନେ ଆମ ଭଳି ଉପସାଗରୀୟ ଦେଶ ଉପରେ ଶକ୍ତି ଏବଂ ନିଯୁକ୍ତି ପାଇଁ ନିର୍ଭରଶୀଳ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ତୃତୀୟ ଉପସାଗରୀୟ ଯୁଦ୍ଧ ଆରମ୍ଭ କରିବାର ପ୍ରକୃତ କାରଣ କହିନାହାନ୍ତି। ସେ କ’ଣ ହାସଲ କରିବାକୁ ଚାହାନ୍ତି ତାହା ମଧ୍ୟ ସ୍ପଷ୍ଟ କରିନାହାନ୍ତି। ଯୁଦ୍ଧ କିପରି ଶେଷ ହେବ ତାହା କାହାକୁ ଜଣା ନାହିଁ, କାରଣ ଏହା କିପରି ଏବଂ କେବେ ଶେଷ ହେବ ସେ ବିଷୟରେ ଇରାନ୍‌ କହିସାରିଛି। ଆକ୍ରମଣରେ ଇସ୍ରାଏଲ୍‌ର ସମ୍ପୃକ୍ତି ଏହି ଯୁଦ୍ଧକୁ ବିଶେଷ ଭାବରେ ଚିନ୍ତାଜନକ କରିଛି। ଏହି ସମୟରେ ଭାରତକୁ କ’ଣ କରିବାକୁ ଏବଂ କେଉଁ ନୀତି ଗ୍ରହଣ କରିବାକୁ ପଡ଼ିବ? ସମ୍ଭବତଃ ଜୟଶଙ୍କର ଯାହା କହୁଛନ୍ତି ତାହାକୁ ମାଧ୍ୟମ କରି ଆମେ ବର୍ତ୍ତିଯିବୁ। ଆମେ ଯାହା କରୁଛୁ ସେଥିରୁ ଜଣାପଡ଼ୁଛି ଯେ ସୁବିଧାବାଦ ଧାରାରେ ଆଗକୁ ବଢ଼ିଛୁ। ଯୁଦ୍ଧର କିଛି ଘଣ୍ଟା ପୂର୍ୱରୁ, ଆମେ ଆଗାମୀ ଘଟଣାକୁ ସମର୍ଥନ କରି ଏକ ପଦକ ଗ୍ରହଣ କରିବା ପାଇଁ ତେଲ୍‌ ଆଭିଭ୍‌କୁ ଉଡ଼ିଗଲୁ।
ଯୁଦ୍ଧ ଘୋଷଣା ନ କରି ରାଜନେତାଙ୍କୁ ହତ୍ୟା, ସ୍କୁଲ ଛାତ୍ରୀଙ୍କ ଗଣହତ୍ୟା ଏବଂ ନାବିକଙ୍କ ହତ୍ୟାର ନିନ୍ଦା କରିବାଠାରୁ ଆମେ ଦୂରେଇ ରହିଛୁ। ଯେଉଁଠାରେ ଆମେ ସୁଯୋଗ ଦେଖୁ ତାହାକୁ ଗ୍ରହଣ କରିବୁ, ଯେପରି କି ଦୁଇଟି ଟ୍ୟାଙ୍କର ଖସାଇ ଆଣିଛୁ। ଶାନ୍ତି ସ୍ଥାପନ କିମ୍ୱା ନିୟମଭିତ୍ତିକ ବ୍ୟବସ୍ଥାର ପୁନଃପ୍ରତିଷ୍ଠାରେ ଆମର କୌଣସି ଭୂମିକା ନାହିଁ। କାରଣ ଆମର ଧର୍ମ ହେଉଛି ସୁବିଧାବାଦ। ଏହାର ଅର୍ଥ ହେଉଛି ବିଶ୍ୱକୁ ଗଠନ କରିବା ପାଇଁ ନୁହେଁ ବରଂ ଆମେ ଯେଉଁଠାରେ ପାରିବୁ ସେଠାରେ ପରିସ୍ଥିତିରୁ କ୍ଷଣିକ ଲାଭ ବା ଫାଇଦା ଉଠାଇବୁ। ହୁଏତ ଏହା କାମ କରିବ, କିନ୍ତୁ ସମାନ ଭାବରେ ଏହା କାମ କରି ନ ପାରେ। ଏହି କାରଣରୁ ଆମକୁ ପ୍ରଥମ ନୀତିକୁ ଫେରିଯିବାକୁ ହେବ। ଭାରତର ବାହ୍ୟ ନୀତି ବିଷୟରେ ମନମୋହନ ସିଂ କ’ଣ କହିଥିଲେ, ଏବଂ କେଉଁ କାରଣ ପାଇଁ ଏହା କ’ଣ ହାସଲ କରିବାକୁ ଉଦ୍ଦିଷ୍ଟ ଥିଲା ତାହା ଉପରେ ପୁନଃବିଚାର କରିବା ଏକ ସକାରାତ୍ମକ ପଦକ୍ଷେପ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?