ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ ପ୍ରଶ୍ନ ଉଠୁଛି ସେହି ଲକ୍ଷ୍ୟ ହାସଲ ଦିଗରେ ଦେଶବାସୀଙ୍କୁ କେତେ ମାତ୍ରାରେ ପ୍ରସ୍ତୁତ କରାଯାଉଛି। ଏହା ପୂର୍ବରୁ ପ୍ରଶ୍ନ ହେଉଛି ପ୍ରତ୍ୟେକ ନାଗରିକ ପାଇଁ ‘ବିକଶିତ’ ଶବ୍ଦର ଅର୍ଥ କେଉଁ ପ୍ରକାର ବୁଝାପଡ଼ିବ। ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଯୁବଶକ୍ତିକୁ ନିଯୁକ୍ତି ସୁଯୋଗ ଦେବା, ଯୋଜନା ଓ ନୀତିକୁ ଜନମଙ୍ଗଳ ଦିଗରେ ଅଭିପ୍ରେତ କରାଇବା ସହିତ ଜନଗଣଙ୍କୁ ସମଦୃଷ୍ଟିରେ ଦେଖି ସମସ୍ତଙ୍କ ଜୀବନକୁ ସୁରକ୍ଷିତ ରଖିବାର ସରକାରୀ ପ୍ରଚେଷ୍ଟାର ସଫଳତା ବିକଶିତ ଆଡ଼କୁ ଅଗ୍ରସର ହୋଇଥାଏ। ଭୋଟ ରାଜନୀତିକୁ ଦେଖି ବିଭାଜନ ସୃଷ୍ଟିକାରୀ ପ୍ରସଙ୍ଗ ଉଠାଇଲେ ବା କାର୍ଯ୍ୟ କଲେ ତାହା ରାଷ୍ଟ୍ରର ଗତିକୁ ପଶ୍ଚାତ୍‌ପଦ କରେ। କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ସରକାର ବହୁ କଥାରେ ଅତୀତ ଓ ଅତୀତର ବ୍ୟକ୍ତିବିଶେଷଙ୍କୁ ଆକ୍ଷେପ କରିଆସୁଛି। ଏଭଳି ଅନେକ ପ୍ରସଙ୍ଗ ମଧ୍ୟରୁ ଭାରତର ବିଭାଜନକୁ ନେଇ ଗୋଟେ ବଡ଼ ବର୍ଗ ଓକିଲାତି କରିଥାଏ। ଭାରତ ଓ ପାକିସ୍ତାନ ବିଭାଜିତ ହୋଇ ନ ଥିଲେ ଆମ ଦେଶ ବିଶାଳ ରୂପ ଧାରଣ କରିଥାଆନ୍ତା ବୋଲି କହିଥାଆନ୍ତି। ଆଉ ଥୋକେ ‘ଅଖଣ୍ଡ ଭାରତ’ କଥା ଉଠାଇ ଏବେ ମଧ୍ୟ ସେହି ସ୍ବପ୍ନକୁ ସାକାର କରିବାକୁ ଚେଷ୍ଟିତ। ଏଠି ପ୍ରଶ୍ନ କରାଯାଇପାରେ ଆଜିର ଭୂରାଜନୈତିକ ସ୍ଥିତିରେ ବିକଶିତ ଭାରତ ନା ଅଖଣ୍ଡ ଭାରତ କେଉଁଟି ଆଗ ଦରକାର। ପ୍ରକୃତ କାର୍ଯ୍ୟରେ ବିକଶିତ ହେବା ଦିଗରେ ନିଜକୁ ପ୍ରସ୍ତୁତ କରିପାରିଲେ ଦେଶ ଆଗକୁ ବଢ଼ିପାରିବ। ଅନ୍ୟପକ୍ଷରେ ଅଖଣ୍ଡ ଭାରତ ଚିନ୍ତା ରହିଲେ ତାହା ସମଗ୍ର ଦେଶକୁ କୋରି ଖାଇବାର ସବୁ ସଙ୍କେତ ଏଠି ବିଦ୍ୟମାନ। ଏ ବିଷୟରେ ବିସ୍ତୃତ ଅଲୋଚନା କରିବା ପୂର୍ବରୁ ‘ଅଖଣ୍ଡ ଭାରତର’ର ସ୍ବରୂପ ଉପରେ ଦୃଷ୍ଟିପାତ କରିବା। ଅଖଣ୍ଡ ଅର୍ଥାତ୍‌ ଅବିଭକ୍ତ ଭାରତ ବୋଇଲେ ଦକ୍ଷିଣ-ପୂର୍ବ ଏସିଆର କିଛି ଅଂଶ ସହିତ ଏକ ବୃହତ୍‌ ଏକୀକୃତ ଭାରତର ପରିକଳ୍ପନା। ଆଜିର ଆଫଗାନିସ୍ତାନ, ବାଂଲାଦେଶ, ପାକିସ୍ତାନ, ଭୁଟାନ, ମାଳଦ୍ୱୀପ, ମ୍ୟାନ୍‌ମାର, ନେପାଳ, ଶ୍ରୀଲଙ୍କା, ତିବ୍ବତ ଓ ଭାରତକୁ ଏକାଠି ମିଶାଇ ଯେଉଁ ଭୂଖଣ୍ଡ ହେବ ତାହା ‘ଅଖଣ୍ଡ ଭାରତ’କୁ ବୁଝାଇବ।
ମନେରଖିବାକୁ ହେବ ଯେ, ଏହି ଅଖଣ୍ଡ ଭାରତ ମାନଚିତ୍ରକୁ ପ୍ରଥମେ ବ୍ରିଟିଶ ଶାସକ ସୃଷ୍ଟି କରିଥିଲେ। ଜଣେ ବ୍ୟକ୍ତି ଭାଇସ୍‌ରାଏ ପଦବୀରେ ରହି ଏହି ସମଗ୍ର ଅଞ୍ଚଳକୁ ଶାସନ କରୁଥିଲେ ବୋଲି ଏହାକୁ ଅଖଣ୍ଡ ଭାରତର ଆଖ୍ୟା ଦିଆଯାଉଛି। ବ୍ରିଟିଶ ଶାସନ ପୂର୍ବର ମୋଗଲ, ଆଫ୍‌ଗାନ କିମ୍ବା ହିନ୍ଦୁ ରାଜାମାନଙ୍କ ରାଜତ୍ୱ ଦେଖିଲେ ଏହି ବିରାଟକାୟ ଅଞ୍ଚଳ କେହି ଦଖଲ କରିପାରି ନ ଥିଲେ। ତେଣୁ ଅଖଣ୍ଡ ଭାରତର ମାନଚିତ୍ରକୁ କୌଣସି ଭାରତୀୟ ସୃଷ୍ଟି କରି ନ ଥିଲେ। ଭାରତର ସ୍ବାଧୀନତା ଆନ୍ଦୋଳନ ବେଳେ ବିଶିଷ୍ଟ ଜନନାୟକ କେ.ଏମ୍‌. ମୁନ୍‌ସୀ ‘ଅଖଣ୍ଡ ଭାରତ ବା ଅଖଣ୍ଡ ହିନ୍ଦୁସ୍ଥାନ’ କଥା ଉଠାଇଥିଲେ। ଇଂଲିଶ୍‌ମାନଙ୍କୁ ତଡ଼ିବା ଲାଗି ସମ୍ଭବତଃ ସେହି ସମୟରେ ଏଭଳି ଏକ ଚିନ୍ତନ ଆସିଥିବ। ହେଲେ ଆଜିର ସ୍ଥିତିକୁ ଦେଖିଲେ ତାହା ଭାରତ ପାଇଁ ବୁମେରାଂ ହେବା ଥୟ। ବିଭାଜନକୁ ନେଇ ବହୁ ସମୟରେ ମହାତ୍ମା ଗାନ୍ଧୀ, କଂଗ୍ରେସ, ମହମ୍ମଦ ଅଲ୍ଲୀ ଜିନ୍ନା ଓ ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ ଅନେକେ ଦାୟୀ କରିଆସୁଛନ୍ତି। କିନ୍ତୁ ଗଭୀରକୁ ଯାଇ ଚିନ୍ତା କରାଗଲେ ଅତୀତର ନିଷ୍ପତ୍ତି ଯାହା ହୋଇଯାଇଛି ତାହାକୁ ଗ୍ରହଣ କରାଯିବା ବୁଦ୍ଧିମାନର କାର୍ଯ୍ୟ। ଆଜିର ସ୍ଥିତିକୁ ଦେଖିଲେ ଏପରି ମନ୍ତବ୍ୟକୁ ଖୁଣି ହେବ ନାହିଁ। କାରଣ ପଡ଼ୋଶୀ ପାକିସ୍ତାନ ଅଲଗା ହୋଇଥିଲେ ମଧ୍ୟ ଭାରତ ସହ ଶତ୍ରୁତା ସୀମା ନିକଟରେ ବେଶି ଅନୁଭୂତ ହେଉଛି। ସାଥୀରେ ସେହି ମୁସଲମାନ ଜନସଂଖ୍ୟା ରହିଥିଲେ ଦେଶ ଭିତରେ ପ୍ରତି ମୁହୂର୍ତ୍ତରେ ଅରାଜକତା ସୃଷ୍ଟି ହୋଇଥାଆନ୍ତା। ଯଦି ପରିସଂଖ୍ୟାନକୁ ଦେଖିବା ଏବେ ଭାରତରେ ପ୍ରାୟ ୧୫୦ କୋଟି ଲୋକ ଅଛନ୍ତି ବୋଲି ଆକଳନ କରାଯାଇଛି । ଏମାନଙ୍କ ମଧ୍ୟରେ ମୁସଲମାନଙ୍କ ସଂଖ୍ୟା ୨୩ କୋଟି କୁହାଯାଉଛି। ପାକିସ୍ତାନରେ ୨୪ କୋଟିରୁ ଊର୍ଦ୍ଧ୍ୱ ମୁସଲମାନ ଅଛନ୍ତି। ସେହିପରି ବାଂଲାଦେଶରେ ଏମାନଙ୍କ ସଂଖ୍ୟା ୧୫ କୋଟିରୁ ଅଧିକ ଥିବା ବେଳେ ଆଫଗାନିସ୍ତାନରେ ୩ କୋଟି ୮୦ ଲକ୍ଷ, ମାଳଦ୍ୱୀପରେ ୩ ଲକ୍ଷ ୭୫ ହଜାର, ମ୍ୟାନମାରରେ ୧୪ ଲକ୍ଷ ରୋହିଙ୍ଗ୍ୟା, ନେପାଳରେ ୧୪ ଲକ୍ଷରୁ ଊର୍ଦ୍ଧ୍ୱ ମୁସଲମାନ, ଶ୍ରୀଲଙ୍କାରେ ୧୯ ଲକ୍ଷରୁ ଅଧିକ ଓ ଭୁଟାନରେ ୨,୦୦୦ ମୁସଲମାନ ରହିଛନ୍ତି। ଭାରତର ମୁସଲମାନଙ୍କ ସହ ଉପରଲିଖିତ ଦେଶର ମୁସଲମାନଙ୍କ ସଂଖ୍ୟାକୁ ଏକତ୍ର କଲେ ପ୍ରାୟ ୬୬ କୋଟିରୁ ଅଧିକ ହେବେ। ଏମାନେ ସମସ୍ତେ ଭାରତରେ ରହିଲେ ସେମାନେ ସ୍ବତନ୍ତ୍ର ଅଧିକାର ଦାବି କରି ସ୍ଥଳବିଶେଷରେ ଅରାଜକତା ସୃଷ୍ଟି କରିବା ବିଷୟକୁ ଏଡ଼ାଇ ଦିଆଯାଇ ନ ପାରେ। ଏଠାରେ ସବୁ ମୁସଲମାନଙ୍କ ସ୍ବାଭାବକୁ ନୁହେଁ, ବରଂ ସଂଖ୍ୟାତ୍ମକ ଦୃଷ୍ଟିକୁ ହିସାବକୁ ନେଲେ ଏପରି ଆଶଙ୍କା ଉପୁଜିବା ସ୍ବାଭାବିକ। ସେହିସବୁ ଦେଶର ଅନ୍ୟାନ୍ୟ ଧର୍ମ ବା ସମ୍ପ୍ରଦାୟକୁ ମିଶାଇ ଦେଲେ ଅଖଣ୍ଡ ଭାରତର ଜନସଂଖ୍ୟା କାହିଁରେ କେତେ ବଢ଼ିଯିବ। ସେଥିପାଇଁ ଯେଉଁମାନେ ଗାନ୍ଧୀଙ୍କୁ ‘ବିଭାଜନକାରୀ’ ଭାବେ ଆଖ୍ୟା ଦେଉଛନ୍ତି ଓ ତାଙ୍କୁ ଗାଳି ଦେଲା ଭଳି କହୁଛନ୍ତି; କାରଣ ସେମାନଙ୍କର ଏହି ମୌଳିକ ଜ୍ଞାନର ଅଭାବ ରହିଛି। ଏହା ସତ୍ୟ ଯେ, ଭାରତର ବିଭାଜନରେ ଗାନ୍ଧୀଙ୍କ ସକ୍ରିୟ ଭୂମିକା ରହିଥିଲା। ତାଙ୍କୁ ସେଥିପାଇଁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ମଧ୍ୟ ଅର୍ପଣ କରିବା ଦରକାର। କାରଣ ତାଙ୍କ ଯୋଗୁ ଆଜି ଆମେ ଏକପ୍ରକାର ଶାନ୍ତିରେ ରହିପାରୁଛେ। ଗାନ୍ଧିଜୀ ଦେଶବାସୀଙ୍କ ନାଡ଼ି ଚିପି ଥିବାରୁ ଅଳ୍ପ ଅଶାନ୍ତିରେ ବିଭାଜନ ସମ୍ଭବ ହୋଇଥିଲା। କୁହାଯାଇଥାଏ-ଅଣ୍ଟିରେ ନିଆଁକୁ ଢାଙ୍କି ରଖିଲେ ତାହା ନିଜକୁ ଜାଳିଦିଏ। ବରଂ ଭଲ ସେହି ନିଆଁକୁ ଦୂରେଇ ଦେଇ ପ୍ରଶ୍ୱାସ ନେବା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡରୁ ଆସିଲା ଦୁଃଖଦ ଖବର: ପରଲୋକରେ ଲୋକପ୍ରିୟ ଅଭିନେତା

ମୁମ୍ବାଇ: ଲୋକପ୍ରିୟ ଅଭିନେତା ପ୍ରଦୀପ ରାୱତଙ୍କର ୭୪ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ଦେହାନ୍ତ ସମ୍ବନ୍ଧୀୟ ସୂଚନା ଅଭିନେତା ଯଶପାଳ ଶର୍ମା ସୋସିଆଲ ମିଡିଆରେ ପୋଷ୍ଟ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି: ଉଷ୍ମ ପସ୍ରବଣର ଗନ୍ଧକଯୁକ୍ତ ପାଣିରେ ସ୍ନାନ, ମା’ କନ୍ଧୁଣି ଦେବୀଙ୍କୁ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି…

ପୁଅର ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଷ୍ଟାଲିନ, କହିଲେ ଅହଙ୍କାରରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କାଜାଗମ୍ (ଡିଏମକେ) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ଗିରଫଦାରୀକୁ ନେଇ ରାଜ୍ୟର ରାଜନୈତିକ ପାରା ଚରମ ସୀମାରେ ପହଞ୍ଚିଛି।…

ଉପନିର୍ବାଚନରେ ପରାଜୟ ପରେ BJPର କଡ଼ା ପଦକ୍ଷେପ, ଏହି ନେତାଙ୍କୁ ମିଳିବ ଶାସ୍ତି!

ନୂଆଦିଲ୍ଲୀ,୪।୮: ମଧ୍ୟପ୍ରଦେଶର ଦତିଆ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ପରାଜୟ ଭାରତୀୟ ଜନତା ପାର୍ଟି (BJP) ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ବଡ଼ ପରାଜୟ ପରେ…

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri