ଆମେରିକା ଉପରେ ଭୟଙ୍କର ଆକ୍ରମଣ କଲା ଇରାନ, ସବୁ ଛାରଖାର…

ତେହରାନ୍‌/ଓ୍ୱାଶିଂଟନ୍‌,୧୫ା୩:(ଏ.ପି./ରଏଟର୍ସ) ମଧ୍ୟପ୍ରାଚ୍ୟ ଯୁଦ୍ଧ ଶନିବାର ତୃତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଇରାନ୍‌ର ମୁଖ୍ୟ ତୈଳ ରପ୍ତାନି କେନ୍ଦ୍ର ଖାର୍ଗ ଦ୍ୱୀପରେ ଆମେରିକା ଆକ୍ରମଣ କରିଛି। ‘କ୍ରାଉନ୍‌ ଜୁଏଲ୍‌’ ନାମରେ ପରିଚିତ ଏହି ଦ୍ୱୀପ ଉପରେ ଆମେରିକୀୟ ବାୟୁସେନା ପକ୍ଷରୁ ଆକାଶର୍ମାଗରୁ ବୋମା ବର୍ଷଣ କରାଯାଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆକ୍ରମଣରେ ଖାର୍ଗ ଦ୍ୱୀପରେ ଥିବା ସେନାଘାଟି ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଥିବାବେଳେ ପରବର୍ତ୍ତୀ ଟାର୍ଗେଟରେ ଏହାର ତୈଳ ଭିତ୍ତିଭୂମି ରହିଥିବା ଟ୍ରମ୍ପ୍‌ ଚେତାବନୀ ଦେଇଛନ୍ତି। ଇରାନ୍‌ରୁ ବିଶ୍ୱର ବିଭିନ୍ନ ଭାଗକୁ ରପ୍ତାନି କରାଯାଉଥିବା ପ୍ରାୟ ୯୦% ଅଶୋଧିତ ତୈଳ ଖାର୍ଗ ଦ୍ୱୀପରେ ଗଚ୍ଛିତ ରଖାଯାଇଥାଏ। ତେଣୁ ଉଭୟ ଆର୍ଥିକ ଓ ରଣନୈତିକ ଦୃଷ୍ଟିରୁ ଇରାନ୍‌ ପାଇଁ ବିଶେଷ ଗୁରୁତ୍ୱ ବହନ କରୁଥିବା ଏହି ଦ୍ୱୀପ ବର୍ତ୍ତମାନ ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଛି। ଅନ୍ୟପକ୍ଷେ ତେହରାନ୍‌ ଖାର୍ଗ ଦ୍ୱୀପର ତୈଳ ଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କହିବା ସହ ଆମେରିକାକୁ ପ୍ରତିଶୋଧର ଧମକ ଦେଇଛି। ଏପରି କି ତୁରନ୍ତ ଜବାବ ଦେବାକୁ ଯାଇ ୟୁଏଇର ଫୁଜାରିଆ ପୋର୍ଟ ଅଏଲ୍‌ ଟର୍ମିନାଲ ଏବଂ ବାଗ୍‌ଦାଦସ୍ଥିତ ଆମେରିକୀୟ ଦୂତାବାସକୁ ତେହରାନ୍‌ ଆକ୍ରମଣ କରିଛି। ଆଗକୁ ଆମେରିକା ଓ ଇସ୍ରାଏଲ୍‌ ମିଳିତ ଆକ୍ରମଣ କରି ୩୦ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ଧାରଣ କ୍ଷମତା ବିଶିଷ୍ଟ ଖାର୍ଗ ଦ୍ୱୀପର ଅଏଲ୍‌ ଇନ୍‌ଫ୍ରାଷ୍ଟକ୍ଚରକୁ ନଷ୍ଟ କରିଦେଲେ ବିଶ୍ୱର ତୈଳ ବଜାରରେ ନିଅଁା ଲାଗିବ। ଏଭଳି ସ୍ଥିତିରେ ତୈଳ ପରିବହନକାରୀ ଜାହାଜଗୁଡ଼ିକୁ ସୁରକ୍ଷିତ ଭାବେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଅତିକ୍ରମ କରାଇବା ଲାଗି ଟ୍ରମ୍ପ୍‌ ବ୍ରିଟେନ୍‌ ସମେତ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଅନୁରୋଧ କରିଛନ୍ତି।

ଦିନକୁ ଦିନ ଅଧିକ ସଙ୍ଗିନ ହେବାରେ ଲାଗିଛି ଆମେରିକା ଓ ଇସ୍ରାଏଲ୍‌ର ଇରାନ୍‌ ବିରୋଧୀ ଯୁଦ୍ଧ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତେହରାନ୍‌କୁ ନିଃସର୍ତ୍ତ ଆତ୍ମସମର୍ପଣ ଦାବି କରିଥିବାବେଳେ ନୂଆ ସୁପ୍ରିମ ଲିଡର ମୋଜତବା ଅଲୀ ଖାମେନେଇ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଓଲଟା ଇରାନ୍‌ର ଶକ୍ତିଶାଳୀ ଇସ୍‌ଲାମିକ୍‌ ରିଭୋଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ସେନାଘାଟିଗୁଡ଼ିକୁ ଟାର୍ଗେଟ କରୁଛି। ଏହି ଆକ୍ରମଣରେ ଜର୍ଜରିତ ଆମେରିକା ଶନିବାର ଇରାନ୍‌ର ଆର୍ଥିକ ଓ ସାମରିକ ଶକ୍ତିକୁ ଦୋହଲାଇଦେବା ଭଳି କାର୍ଯ୍ୟାନୁଷ୍ଠାନ ନେଇଛି। ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ସଂଲଗ୍ନ ଖାର୍ଗ ଦ୍ୱୀପରେ ଆମେରିକା ବୋମାବର୍ଷା କରିଛି। ଏଥିରେ ଉକ୍ତ ଦ୍ୱୀପରେ ଥିବା ଇରାନୀୟ ସାମରିକ ଘାଟି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଟ୍ରମ୍ପ୍‌ ଦାବି କରିଛନ୍ତି। ୨୦ ବର୍ଗ କି.ମି. ଅଞ୍ଚଳ ଉପରେ ଅବସ୍ଥିତ ଖାର୍ଗ ଦ୍ୱୀପରୁ ଇରାନ୍‌ର ୯୦% ତୈଳ ପ୍ରକ୍ରିୟାକରଣ ସହ ରପ୍ତାନି କରାଯାଇଥାଏ। ପାରସ୍ୟ ଉପସାଗର ଉତ୍ତରରେ ତଥା ମୁଖ୍ୟ ଭୂଖଣ୍ଡର ବୁଶେହର ପ୍ରଦେଶଠାରୁ ୨୮ କି.ମି. ଦୂରରେ ଅବସ୍ଥିତ ଏହି ପଥୁରିଆ ଦ୍ୱୀପର ଲମ୍ୱ ୮ କି.ମି. ଓ ଓସାର ୫ କି.ମି.। ଟ୍ରମ୍ପ୍‌ ଏକଦା ଏହାକୁ
‘କ୍ରାଉନ୍‌ ଜୁଏଲ୍‌’ ବୋଲି କହିଥିଲେ। ଅନ୍ୟପକ୍ଷେ ଇରାନ୍‌ ମିଲିଟାରି କମାଣ୍ଡ୍‌ ଆମେରିକାର ତୈଳ ଓ ଶକ୍ତି ଫାସିଲିଟିଗୁଡ଼ିକ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି। କେବଳ ଏତିକି ନୁହେଁ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଫୁଜାରିଆ ପୋର୍ଟ ଅଏଲ୍‌ ଟର୍ମିନାଲକୁ ଇରାନ୍‌ ଆକ୍ରମଣ କରିଛି। ଏପରି କି ତୁରନ୍ତ ଦୁବାଇ ଓ ଆବୁଧାବି ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ସେଠାକାର ବାସିନ୍ଦାଙ୍କୁ ତେହରାନ୍‌ ଚେତାବନୀ ଦେଇଛି। ଇରାନ୍‌ ଫୁଜାରିଆ ବନ୍ଦର, ଦୁବାଇର ଜେବେଲ୍‌ ଅଲୀ ପୋର୍ଟ ଏବଂ ଆବୁଧାବିର ଖଲିଫା ବନ୍ଦର ଉପରେ ଖୁବ୍‌ଶୀଘ୍ର ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି। ୟୁଏଇ ଗୃହ ମନ୍ତ୍ରଣାଳୟ ସୋସିଆଲ ମିଡିଆରେ କୌଣସି ଗୁଜବ ସୃଷ୍ଟିକାରୀ ଫଟୋ ଓ ଭିଡିଓ ପୋଷ୍ଟ ନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛି। ଏଭଳି ସ୍ଥିତିରେ ୟଏଇରେ ବସବାସ କରୁଥିବା ପ୍ରାୟ ୪୩ ଲକ୍ଷ ଭାରତୀୟଙ୍କ ସୁରକ୍ଷା ଚିନ୍ତା ବଢ଼ିଯାଇଛି।
ସେପଟେ ଟ୍ରମ୍ପ୍‌ କହିଛନ୍ତି, ଆମେରିକା ଓ ଇସ୍ରାଏଲ୍‌ ସେନାର ସାମରିକ କାର୍ଯ୍ୟାନୁଷ୍ଠାନରେ ଇରାନ୍‌ ପରାଜିତ ହୋଇସାରିଛି। ଏଥିଯୋଗୁ ତେହରାନ୍‌ ଆମେରିକା ସହ ଡିଲ୍‌ ଚାହୁଁଛି। କିନ୍ତୁ ସେ ଉକ୍ତ ଡିଲ୍‌କୁ ଗ୍ରହଣ କରିବେ ନାହିଁ।
ହର୍ମୁଜ ପ୍ରଣାଳୀ ଦେଇ ଅତିକ୍ରମ କରିବାକୁ ଥିବା ତୈଳ ଓ ପ୍ରାକୃତିକ ବାଷ୍ପ ପରିବହନକାରୀ ଜାହାଜଗୁଡ଼ିକୁ ଆମେରିକା ନୌସେନା ଖୁବ୍‌ଶୀଘ୍ର ସୁରକ୍ଷା ପ୍ରଦାନ କରିବାକୁ ଯାଉଛି। ପେଣ୍ଟାଗନ୍‌ ମଧ୍ୟ ଅତିରିକ୍ତ ୨,୫୦୦ ମରିନ୍‌ଙ୍କୁ ପଶ୍ଚିମ ଏସିଆରେ ମୁତୟନ କରିବାକୁ ଯାଉଛି। ଇତିମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୱେଲ ମାକ୍‌ରଁ ପ୍ୟାରିସ୍‌ରେ ଇସ୍ରାଏଲ୍‌ ଓ ଲେବାନନ୍‌ ମଧ୍ୟରେ ପ୍ରତ୍ୟକ୍ଷ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ଘଟଣାକ୍ରମ ଭିତରେ ଇରାନ୍‌ ଇସ୍ରାଏଲ୍‌କୁ ପୁଣି ଆକ୍ରମଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯(ବନ୍ଦନା ସେଠୀ): ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?