Posted inଜାତୀୟ

୨୦୫୦ ସୁଦ୍ଧା ଖାଉଟି ସାମଗ୍ରୀ ଦର ୩ ଗୁଣା ବଢ଼ିବ

ନୂଆଦିଲ୍ଲୀ,୫।୧(ପି.ଟି.): ଜଳବାୟୁ ପରିବର୍ତ୍ତନର ବହୁଳ ପ୍ରଭାବ ଖାଉଟି ବଜାର ଉପରେ ପଡ଼ିବାକୁ ଯାଉଛି। ମହତ୍ତ୍ୱାକାଂକ୍ଷୀ ଜଳବାୟୁ ନୀତି ସତ୍ତ୍ୱେ ନିମ୍ନ ଆୟକାରୀ ଦେଶଗୁଡ଼ିକରେ ୨୦୫୦ ସୁଦ୍ଧା ଖାଉଟି ଖାଦ୍ୟସାମଗ୍ରୀ ମୂଲ୍ୟ ୨.୪୫ ଗୁଣ ବଢ଼ିବାକୁ ଥିବାବେଳେ ଉତ୍ପାଦନ ଖର୍ଚ୍ଚ ୩.୩ ଗୁଣା ହେବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି।
ନିମ୍ନ ଆୟକାରୀ ଦେଶଗୁଡ଼ିକରେ ଖାଉଟି ମୂଲ୍ୟ ବୃଦ୍ଧି ଚାଷୀମାନଙ୍କ ପାଇଁ କମ୍‌ ଜଣାପଡ଼ୁଥିଲେ ମଧ୍ୟ ଏହି ରାଷ୍ଟ୍ରଗୁଡ଼ିକର ଲୋକଙ୍କୁ ପର୍ଯ୍ୟାପ୍ତ ଏବଂ ସ୍ବାସ୍ଥ୍ୟକର ଖାଦ୍ୟ ଯୋଗାଇବା କଷ୍ଟକର ହୋଇପଡ଼ିବ ବୋଲି ଜର୍ମାନୀର ପଟ୍ସଡାମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ କ୍ଲାଇମେଟ୍‌ ଇମ୍ପାକ୍ଟ ରିସର୍ଚ୍ଚ (ପିଆଇକେ)ର ଗବେଷକମାନେ କହିଛନ୍ତି। ଆମେରିକା କିମ୍ବା ଜର୍ମାନୀ ଭଳି ଉଚ୍ଚ ଆୟକାରୀ ଦେଶରେ ଚାଷୀମାନେ ଖାଦ୍ୟ ପାଇଁ ଏକ-ଚତୁର୍ଥାଂଶରୁ କମ୍‌ ଖର୍ଚ୍ଚ କରିଥାନ୍ତି, ଯେତେବେଳେ କି ସବ୍‌-ସାହାରାନ୍‌ ଆଫ୍ରିକାରେ ଏହି ଖର୍ଚ୍ଚ ପରିମାଣ ୭୦ ପ୍ରତିଶତରୁ ଅଧିକ। ସେଠାରେ କୃଷି ଖର୍ଚ୍ଚ ଖାଦ୍ୟ ମୂଲ୍ୟର ଏକ ବଡ଼ ଭାଗ ବୋଲି ପିଆଇକେ ବୈଜ୍ଞାନିକ ଡାଭିଡ୍‌ ମେଙ୍ଗ-ଚୁଏନ୍‌ ଚେନ୍‌ କହିଛନ୍ତି। ଏହି ଅଧ୍ୟୟନ ନେଚର ଫୁଡ୍‌ ପତ୍ରିକାରେ ପ୍ରକାଶ ପାଇଛି।
ଗବେଷକମାନେ ପରିସଂଖ୍ୟାନ ଏବଂ ପ୍ରକ୍ରିୟାଭିତ୍ତିକ ମଡେଲ ବ୍ୟବହାର କରି ୧୩୬ ଦେଶ ଓ ୧୧ ଖାଦ୍ୟ ଗ୍ରୁପ୍‌ରୁ ଖାଦ୍ୟ ମୂଲ୍ୟ ଆକଳନ କରିଥିଲେ। ସମ୍ପୂର୍ଣ୍ଣ ଖାଦ୍ୟ ମୂଲ୍ୟ ଶୃଙ୍ଖଳକୁ ବିଶ୍ଳେଷଣ ପରେ ଉପଭୋକ୍ତାଙ୍କ ଉପରେ ସବୁଜ ଗୃହ ବାଷ୍ପ ପ୍ରଭାବ ହ୍ରାସ ଲକ୍ଷ୍ୟରେ କିଭଳି ନୀତି ଆପଣାଯିବା ଆବଶ୍ୟକ, ତାହା ଗବେଷକମାନେ ଜାଣିବାକୁ ପାଇଥିଲେ। କୃଷି ଉପରେ ଉତ୍ସର୍ଜନର ପ୍ରଭାବ କମାଇବା ଲକ୍ଷ୍ୟରେ ଜଳବାୟୁ ନୀତି ପ୍ରସ୍ତୁତ ହେଉଥିବାବେଳେ ଖାଦ୍ୟ ମୂଲ୍ୟବୃଦ୍ଧିକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି। ଜଳବାୟୁ ନୀତି ଗରିବ ଗ୍ରାହକଙ୍କ ଉପରେ ଭିନ୍ନ ପ୍ରଭାବ ପକାଉଥିବା ଗବେଷକ କହିଛନ୍ତି। କ୍ଲାଇମେଟ୍‌ ପଲିସି ସହ ଧନୀ ରାଷ୍ଟ୍ରଗୁଡ଼ିକରେ ଖାଉଟି ଖାଦ୍ୟ ଦର ୨୦୫୦ ସୁଦ୍ଧା ୧.୨୫ ଗୁଣ ବଢ଼ିବାକୁ ଥିବାବେଳେ ଉତ୍ପାଦକ ମୂଲ୍ୟ ୨.୭୩ ଗୁଣ ବଢ଼ିବ ବୋଲି ଗବେଷକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri