ରେଳଯାତ୍ରୀଙ୍କୁ Indian Railwayର ବଡ଼ ଉପହାର! ଏହାର ଦାମ୍‌ କମାଇଲା…         

ନୂଆଦିଲ୍ଲୀ,୨୨।୧: ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ଏକ ଛୋଟ କିନ୍ତୁ ମହତ୍ତ୍ୱପୂର୍ଣ୍ଣ ଉପହାର ଦେଇଛି। ଏବେ ଟ୍ରେନ ଓ ରେଳଷ୍ଟେଶନରେ ମିଳୁଥିବା ପ୍ୟାକେଜ୍ଡ ପାଣି ବୋତଲ (ରେଲ ନୀର)ର ମୂଲ୍ୟ କମାଇ ଦିଆଯାଇଛି। ଏହାଦ୍ୱାରା ଯାତ୍ରୀଙ୍କ ପକେଟ ଉପରେ ବୋଝ କମିବ ଏବଂ ଯାତ୍ରା ଆହୁରି ସୁଗମ ହେବ। ସୋସିଆଲ ମିଡିଆରେ ଏହାକୁ ବ୍ୟାପକ ସ୍ବାଗତ କରାଯାଉଛି ଏବଂ ଯାତ୍ରୀଙ୍କ ଅଭିଯୋଗ ସମାଧାନ ପାଇଁ ନିୟମଗୁଡ଼ିକୁ ସ୍ପଷ୍ଟ କରାଯାଇଛି।
ରେଳବୋର୍ଡ ତରଫରୁ ସମସ୍ତ ଜୋନାଲ ରେଳବାଇ, ଷ୍ଟେସନ ଓ ଟ୍ରେନ୍‌ରେ ବିକ୍ରି ହେଉଥିବା ପ୍ୟାକେଜ୍ଡ ଡ୍ରିଙ୍କିଙ୍ଗ ୱାଟରର ମୂଲ୍ୟ ସଂଶୋଧନ କରାଯାଇଛି। ଏବେ ୧ ଲିଟର ବୋତଲ ୧୪ ଟଙ୍କାରେ ମିଳିବ, ଯାହା ପୂର୍ବରୁ ୧୫ ଟଙ୍କା ଥିଲା। ସେହିପରି ୫୦୦ ମିଲି (ଅର୍ଦ୍ଧ ଲିଟର) ବୋତଲର ମୂଲ୍ୟ ୯ ଟଙ୍କା ହୋଇଛି, ଯାହା ପୂର୍ବରୁ ୧୦ ଟଙ୍କା ଥିଲା। ଏହି ପରିବର୍ତ୍ତନ ୨୨ ସେପ୍ଟେମ୍ବର ୨୦୨୫ରୁ କାର୍ଯ୍ୟକାରୀ ହୋଇଛି।
ରେଲ ନୀର କ’ଣ?
ରେଲ ନୀର ହେଉଛି ଭାରତୀୟ ରେଳବାଇ ଓ ଆଇଆରସିଟିସି (Indian Railway Catering and Tourism Corporation)ର ନିଜସ୍ବ ବ୍ରାଣ୍ଡର ପ୍ୟାକେଜ୍ଡ ପାଣି। ଯାତ୍ରୀଙ୍କ ସୁବିଧା ପାଇଁ ଏହାକୁ ବିଶେଷ ଭାବେ ଅଣାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ସୁରକ୍ଷିତ, ଶୁଦ୍ଧ ଓ ଯୁକ୍ତିଯୁକ୍ତ ମୂଲ୍ୟରେ ପାଣି ଯୋଗାଇବା, ଯାହାଦ୍ୱାରା ଯାତ୍ରୀମାନଙ୍କୁ ବାହାରୁ ମହଙ୍ଗା ପାଣି କିଣିବାକୁ ପଡ଼ିବ ନାହିଁ।
ମୂଲ୍ୟ କାହିଁକି କମିଲା?
ମୂଲ୍ୟ ହ୍ରାସର ମୁଖ୍ୟ କାରଣ ହେଉଛି GST (Goods and Services Tax)ରେ ହ୍ରାସ। GST ଦର ସଂଶୋଧନ ପରେ ରେଳବାଇ ନିଷ୍ପତ୍ତି ନେଇଛି ଯେ ଏହି ଲାଭ ସିଧାସଳଖ ଯାତ୍ରୀଙ୍କୁ ମିଳିବ। ତେଣୁ ବୋତଲର Maximum Retail Price (MRP) କମାଇ ଦିଆଯାଇଛି।
ଅନ୍ୟ ବ୍ରାଣ୍ଡର ପାଣି ମଧ୍ୟ ସେହି ଦରରେ
ନୂଆ ନିର୍ଦ୍ଦେଶ ଅନୁଯାୟୀ, ଯଦି ରେଲ ନୀର ଉପଲବ୍ଧ ନ ଥାଏ ତେବେ ବିକ୍ରେତାମାନେ କେବଳ IRCTC ଅନୁମୋଦିତ ଅନ୍ୟ ବ୍ରାଣ୍ଡ (ଯଥା Bisleri, Kinley ଆଦି) ବିକ୍ରି କରିପାରିବେ। କିନ୍ତୁ ସେମାନଙ୍କର ମୂଲ୍ୟ ମଧ୍ୟ ରେଲ ନୀର ସହ ସମାନ ଅର୍ଥାତ ୧୪ ଟଙ୍କା ଓ ୯ ଟଙ୍କା ରହିବ। ଏହାଦ୍ୱାରା ବିସ୍ଲେରୀ କିମ୍ବା କିନ୍ଲେ ଭଳି ବ୍ରାଣ୍ଡ ମଧ୍ୟ ଶସ୍ତାରେ ମିଳିବ।
ପୂର୍ବରୁ ପ୍ରାୟତଃ ଟ୍ରେନ୍‌ରେ ଲୋକେ  ରେଲ ନୀର ଶେଷ ହୋଇଗଲେ୨୦ଟଙ୍କାରୁ-୩୦ ଟଙ୍କା ପର୍ଯ୍ୟନ୍ତ ପାଣି ବୋତଲ କିଣୁଥିଲେ। କିନ୍ତୁ ଏବେ ଏହା ଭୁଲ ଓ ଅବୈଧ। ଯଦି କୌଣସି ବିକ୍ରେତା ୧୪ଟଙ୍କାରୁ ଅଧିକ ନେବେ, ତେବେ ଯାତ୍ରୀମାନେ ରେଳବାଇ ହେଲ୍ପଲାଇନ ୧୩୯ରେ ଅଭିଯୋଗ କରିପାରିବେ। ଏଭଳି କ୍ଷେତ୍ରରେ ରେଳ କର୍ମଚାରୀ ଓ ବିକ୍ରେତାଙ୍କୁ ଜରିମାନା ମଧ୍ୟ ଲଗାଯାଇପାରିବ। ଏହି ପଦକ୍ଷେପକୁ ସକାରାତ୍ମକ ସଙ୍କେତ ଭାବେ ଦେଖାଯାଉଛି। ଗରିବ ଓ ମଧ୍ୟବର୍ଗୀୟ ଯାତ୍ରୀଙ୍କ ପାଇଁ ମଧ୍ୟ ଏହା ବହୁତ ଉପକାରୀ ହେବ।
ମହଙ୍ଗା ମିଳିଲେ କ’ଣ କରିବେ?

ଯଦି କେବେ ଷ୍ଟେଶନ କିମ୍ବା ଟ୍ରେନ୍ରେ ପାଣିର ସଠିକ ମୂଲ୍ୟ ନ କୁହାଯାଏ କିମ୍ବା ଅଧିକ ନିଆଯାଏ, ତେବେ ଯାତ୍ରୀମାନେ Rail Madad App କିମ୍ବା ହେଲ୍ପଲାଇନ ୧୩୯ରେ ତୁରନ୍ତ ଅଭିଯୋଗ କରନ୍ତୁ। ଏହାଦ୍ୱାରା ରେଳ ଅଧିକାରୀଙ୍କୁ ତୁରନ୍ତ ସୂଚନା ମିଳିବ ଏବଂ ବିକ୍ରେତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?