Business Eminence Awards-2025: କଠିନ ପରିଶ୍ରମୀ ଉଦ୍ୟୋଗୀ ହେଲେ ପୁରସ୍କୃତ

ଭୁବନେଶ୍ୱର,୫।୪: ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ମିଳିତ ଆନୁକୂଲ୍ୟରେ ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ହୋଇଥିବା ବିଜ୍‌ନେସ ଏମିନେନ୍ସ ଆଓ୍ବାର୍ଡ-୨୦୨୫ ଉଦ୍‌ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଗିଜ୍‌ ବର୍ଗରର ପ୍ରତିଷ୍ଠାତା ବିରଜା ରାଉତ ଯୋଗ ଦେଇଥିଲେ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗ ଦେଇ ବିରଜା ରାଉତଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ। କେବଳ ଏତିକି ନୁହେଁ ସମସ୍ତ ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କୁ ବ୍ୟବସାୟ ଏବଂ ଉଦ୍ୟୋଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଭିନନ୍ଦନ ଜଣାଇଥିଲେ। ଏହାସହ ସାମ୍ବାଦିକତା କ୍ଷେତ୍ରରେ ଧରିତ୍ରୀ ୫୧ ବର୍ଷ ପୂରଣ କରିଥିବାରୁ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଏବଂ ସମ୍ପାଦକ ତଥାଗତ ସତପଥୀଙ୍କୁ ପ୍ରଶଂସା କରିଥିଲେ । ଏବଂ ଡିଜିଟାଲ ଯୁଗରେ ଧରିତ୍ରୀ ପ୍ରଥମ ଓ୍ବେବ ପୋର୍ଟାଲ ଭାବେ ୧୯୯୭ ମସିହାରେ ପାଦ ଥାପିଥିଲା, ଯାହା ପ୍ରଥମ ଓଡ଼ିଆ ଖବର ପୋର୍ଟାଲ ଥିଲା ବୋଲି କହିଛନ୍ତି ସିଂଦେଓ। ଏହାସହ ସିଂଦେଓ ସମସ୍ତ ପୁରସ୍କାର ବିଜେତାଙ୍କୁ ବ୍ୟବସାୟ ଏବଂ ଉଦ୍ୟୋଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଭିନନ୍ଦନ ଜଣାଇଥିଲେ।

 

ମୁଖ୍ୟବକ୍ତା ଭାବେ ବିମର ବ୍ରାଣ୍ଡସ୍‌ ତଥା ବିଗିଜ୍‌ ବର୍ଗରର ପ୍ରତିଷ୍ଠାତା ବିରଜା ରାଉତ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଦ୍ୱାରା ଆୟୋଜିତ ବିଜ୍‌ନେସ ଏମିନେନ୍ସ ଆଓ୍ବାଡର୍ସ ଏମିତି ଏକ ପ୍ଲାଟଫର୍ମ ଯେଉଁଠି କଠିନ ପରିଶ୍ରମ କରି ସଫଳତା ପାଇଥିବା ବ୍ୟବସାୟୀମାନଙ୍କୁ ସମ୍ମାନିତ କରାଯାଏ । ୨୦୧୧ରେ ଓଡ଼ିଶା ଏବଂ ଭାରତରେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ କରିବା ଭଳି କୌଣସି ପ୍ଲାଟଫର୍ମ ନ ଥିଲା। ବର୍ତ୍ତମାନ ପରିସ୍ଥିତିରେ ଏଥିରେ ପରିବର୍ତ୍ତନ ଆସିଛି । ବ୍ୟବସାୟକୁ ଅର୍ଥନୀତି ନିର୍ମାଣର ଏକ ମାଧ୍ୟମ ଭାବେ ବିବେଚନା କରାଯାଉଛି ବୋଲି ବିରଜା କହିଥିଲେ ।

କାର୍ଯ୍ୟକ୍ରମରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଏବଂ ସମ୍ପାଦକ ତଥାଗତ ସତପଥୀ, ଯୋଗ ଦେଇଥିବା ସମସ୍ତ ବ୍ୟବସାୟୀ ତଥା ଶିଳ୍ପପତିଙ୍କୁ ସ୍ବାଗତ ଜଣାଇଥିଲେ। କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ସମସ୍ତଙ୍କୁ ସ୍ବାଗତ କରି କହିଥିଲେ ଯେ, ଆମେ ସମସ୍ତ ଓଡ଼ିଆ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜନ କରିଛୁ। ଏହାଦ୍ୱାରା ସେମାନେ ଆହୁରି ଆଗକୁ ଯାଇପାରିବେ।

ବିଜ୍‌ନେସ ଏମିନେନ୍ସ ଆୱାଡର୍‌ସ ବିଷୟରେ କହିବା ସମୟରେ ସେ ଉଲ୍ଲେଖ କରିଥିଲେ, ଏହା ୨୦୨୧ରେ ଆରମ୍ଭ ହୋଇଥିଲା, ଯେତେବେଳେ କୋଭିଡ୍‌ ସଙ୍କଟ ଚରମ ସୀମାରେ ଥିଲା। ସେହି ସମୟରେ ଆମେ ଦେଖିଲୁ ଯେ, ଅନେକ ବ୍ୟବସାୟ ସଂଘର୍ଷ କରୁଛି। କେତେକ କଷ୍ଟେମଷ୍ଟେ ତିଷ୍ଠି ରହିଥିଲେ, ଆଉ କେତେକ ବନ୍ଦ ହୋଇଯାଉଥିଲା। କିନ୍ତୁ ସେହି ସମୟରେ କେତେକ ବ୍ୟବସାୟୀ ଏବଂ ଉଦ୍ୟୋଗୀ ଥିଲେ, ଯେଉଁମାନେ ବଞ୍ଚିବା ପାଇଁ ଲଢ଼ିଥିଲେ। ସେମାନେ ନିଜ କର୍ମଚାରୀମାନଙ୍କୁ ଧରି ରଖିଥିଲେ ଏବଂ ଦରମା ଦେବା ଜାରି ରଖିଥିଲେ। ସବୁଠାରୁ କଠିନ ସମୟରେ ବ୍ୟବସାୟକୁ ଜୀବନ୍ତ ରଖିବାର ସେହି ଉଦ୍ୟୋଗୀଙ୍କୁ ସ୍ବୀକୃତି ଦେବାର ଆବଶ୍ୟକତା ଥିଲା।

ଆମର ଲକ୍ଷ୍ୟ ଥିଲା ବ୍ୟବସାୟୀ ଓ ଉଦ୍ୟୋଗୀମାନଙ୍କୁ ସମ୍ମାନ ଦେବା କେବଳ ସେମାନଙ୍କ ବ୍ୟକ୍ତିଗତ ସଫଳତା ପାଇଁ ନୁହେଁ, ବରଂ ନିଯୁକ୍ତି ସୃଷ୍ଟିକାରୀ ଏବଂ ଅର୍ଥନୀତିରେ ଯୋଗଦାନକାରୀ ଭାବେ ସେମାନଙ୍କ ଭୂମିକା ପାଇଁ। ସେମାନେ ରୋଜଗାରର ସୁଯୋଗ ପ୍ରଦାନ କରନ୍ତି, ଅନ୍ୟମାନଙ୍କ ଜୀବିକାର ମାଧ୍ୟମ ହୋଇଥାନ୍ତି। ଆମେ ପ୍ରତ୍ୟେକ ବଡ଼ ଓ ଛୋଟ ଉଦ୍ୟୋଗରେ ଲାଗିଥିବା ଅବଦାନ, ତ୍ୟାଗ, କଠିନ ପରିଶ୍ରମ ଏବଂ ଶ୍ରମକୁ ସ୍ବୀକାର କରିବା ଉଚିତ ବୋଲି ସେ କହିଛନ୍ତି।

 

ଶେଷରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ବିଜ୍‌ନେସ ଏମିନେନନ୍ସ ଆଓ୍ବାଡର୍‌ସ ୫ମ ସଂସ୍କରଣ ପାଇଁ ଏହି ପୁରସ୍କାର ଦେଉଛୁ। ଯେଉଁମାନେ କରୋନା ମହାମାରୀ ପରଠାରୁ ନିଜ ଉଦ୍ୟମରେ ଠିଆ ହୋଇ ବ୍ୟବସାୟ ଜାରି ରଖିଛନ୍ତି, ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଆମେ ଏହି ପୁରସ୍କାରର ଆୟୋଜନ କରିଛୁ।

ଏହି କାର୍ଯ୍ୟକ୍ରମର ଆରମ୍ଭ ଦିନକୁ ମନେ ପକାଇ ତଥାଗତ ସତପଥୀ କହିଥିଲେ ଯେ, କୋଭିଡ୍‌ ମହାମାରୀ ସମୟରେ ଛାପା ଗଣମାଧ୍ୟମ ଶିଳ୍ପ ନିଜେ ଗୁରୁତର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିଲା। ଭୁବନେଶ୍ୱରର ଅନେକ ଆବାସିକ କଲୋନୀରେ ଖବରକାଗଜ ବିକ୍ରେତାମାନଙ୍କୁ ପ୍ରବେଶ ନିଷେଧ କରାଯାଇଥିଲା, ସେମାନଙ୍କୁ ପ୍ରାୟ ଅସ୍ପୃଶ୍ୟ ଭଳି ବ୍ୟବହାର କରାଯାଉଥିଲା। ସେହି ପରୀକ୍ଷାର ସମୟରେ ଆମେ ସ୍ଥିର ରହିବାକୁ ନିଷ୍ପତ୍ତି ନେଇଥିଲୁ। ଯେଉଁମାନେ ନିଜ ବ୍ୟବସାୟକୁ ଜୀବନ୍ତ ରଖିବା ପାଇଁ ଲଢ଼ିଥିଲେ, ସେମାନଙ୍କୁ ସମ୍ମାନ ଦେବାକୁ ଆମେ ନିଷ୍ପତ୍ତି ନେଇଥିଲୁ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦ଜଣ ଉଦ୍ୟୋଗୀଙ୍କୁ ‘ବିଜ୍‌ନେସ ଏମିନେନ୍ସ ଆଓ୍ବାର୍ଡ ୨୦୨୫’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶୋଭନା ମିଶ୍ର ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ଏମ୍‌ଜିଏମ୍‌ ମିନେରାଲ୍ସ ଲିମିଟେଡ୍‌, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର,ଏମ୍‌ସିଏଲ୍‌, ଏମ୍‌/ଏନ୍‌ଏସ୍‌ ଇଣ୍ଡିଆ, ପାରାଦୀପ ଫସ୍ଫେଟସ୍‌ ଲିମିଟେଡ, ବେଦାନ୍ତ, ଏସ୍‌ଏସ୍‌ଟି ଡେପଲପରର୍ସ, ଇମ୍ଫା, ଜିନ୍ଦଲ ଷ୍ଟେନଲେସ ଲିମିଟେଡ୍‌, ସିଭି ରମଣ ଗ୍ଲୋବାଲ ୟୁନିଭରସିଟି, ନାରାୟଣୀ ମୋଟର୍ସ, ଡ୍ରିମ୍ସ ୟୁନିଭରସିଟି, ନାଲ୍‌କୋ, ଏସ୍‌ବିଆଇ, ସାଇ ସବୁରି ହସ୍ପିଟାଲ, ଚିରାଗ ଇଣ୍ଡଷ୍ଟ୍ରିଜ୍‌, ଓ୍ବିଫି ଇଣ୍ଟରନେଟ, ଅଜନ୍ତା ଆଡଭାଟାଇଜର୍ସ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?