ବସ-ବାଇକ ମୁହାଁମୁହିଁ ଧକ୍କା: ୩ ମୃତ

ହେମଗିର,୧୪।୧୨(ଡି.ଏନ.ଏ.): ସୁନ୍ଦରଗଡ ଜିଲା ଅନ୍ତର୍ଗତ ହେମଗିର ଥାନା ସ୍ଥିତ ତୁମୁଲିଆ ଠାରେ ବସ ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ତୁମୁଲିଆ ଠାରୁ ବେଲପାହାଡ ଅଭିମୁଖେ ଯାଉଥିବା ଏକ ବସ ସହିତ ଏକ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ବାଇକରେ ଥିବା ତିନି ଆରୋହୀ ରାହୁଲ ପାଣ୍ଡେ, ଶ୍ୟାମ ଗିଦିଲି ଓ ଓମ ଭୈଷାଲ ଗୁରୁତର ଭାବେ ଆହତ ହୋଇଥିଲେ। ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ ସେଠାରେ ରାହୁଲ ଓ ଶ୍ୟମଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଓମଙ୍କୁ ଅଧିକ ଚିକିତ୍ସା ପାଇ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ଓମଙ୍କୁ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ହେମଗିର ପୋଲିସ ଘଟଣସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ରାହୁଲ, ଶ୍ୟାମ ଏବଂ ଓମ ବାଇକ ଯୋଗେ କନିକାକୁ ଫୁଟବଲ ମ୍ୟାଚ ଦେଖିବାକୁ ଆସୁଥିବା ସମୟରେ ତୁମୁଲିଆଠାରେ ବସ ସହିତ ଧକ୍କା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡାକ ବିଭାଗର ଅତ୍ୟାବଶ୍ୟକୀୟ ସେବା: ବିଭିନ୍ନ ହସ୍ପିଟାଲକୁ ପଠାଗଲା ଡାଏଲିସିସ୍‌ କିଟ୍‌

କଟକ ଅଫିସ,୧୧।୪: ମହାମାରୀ କରୋନା କାୟାରେ ଆଜି ସାରା ବିଶ୍ୱ କବଳିତ। ଏନେଇ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ସବୁ ଲୋକ ଘରେ ରହି...

ରଥକାଠ ପାଇଁ ଗଛ କଟା ଅନୁକୂଳ: ଜାନୁୟାରୀ ୬ରେ ନୟାଗଡ଼ ଯିବେ ୫ ଜଣିଆ ଟିମ୍‌

ପୁରୀ ଅଫିସ, ୨୫ା୧୨:ଆସନ୍ତା ରଥଯାତ୍ରା ପାଇଁ ସଜବାଜ ହେଲାଣି ଶ୍ରୀମନ୍ଦିର। ପରମ୍ପରା ଅନୁଯାୟୀ, ଗଣିଆର ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ଏବଂ ହୋମଯଜ୍ଞ ପରେ ରଥ...

ମଞ୍ଚେଶ୍ୱର ଥାନାଞ୍ଚଳ ପାଲଟିଛି ଲୁଟେରାଙ୍କ ସୁରକ୍ଷିତ ଜୋନ୍‌:୧୬ ଘଣ୍ଟାରେ ୩ ବଡ଼ ଲୁଟ୍‌, ଡକାୟତି

ରାଜଧାନୀରେ ପୁଣି ମାତିଲେ ଲୁଟେରା। ଏଥର ମଞ୍ଚେଶ୍ୱର ଥାନାଞ୍ଚଳରେ ଦିନ ତମାମ ଖେଳାଇଛନ୍ତି ଆତଙ୍କ। କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ କରି ୧୬ ଘଣ୍ଟାରେ ଘଟାଇଛନ୍ତି ୩...

ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା,ରୁପା ଚୋରି

ବ୍ରହ୍ମପୁର ଅଫିସ,୧୨ା୨: ନିମଖଣ୍ଡି ଥାନା ଅନ୍ତର୍ଗତ ଭାବିନିପୁର ନରସିଂହ ମନ୍ଦିରରୁ ଲକ୍ଷାଧିକ ଟଙ୍କା ସହ ଅଧା କେଜି ରୁପା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ...

ସୁରଟରୁ ୩ ବସ ଆସିକାରେ ପହଁଚିଲା: କ୍ୱାରାଣ୍ଟାଇନରେ ୧୧୪

ଆସିକା,୧ା୫(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ସ୍ଥିତିରେ ସୁରଟରେ ଫସି ରହିଥିବା ପ୍ରବାସୀ ଓଡିଆଙ୍କ ଘର ବାହୁଡାର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ବିଳମ୍ବିତ ରାତିରେ ୩ ବସ୍‌ରେ ପ୍ରବାସୀ ଓଡିଆ...

ଓଡ଼ିଶା ବନ୍ଦ ଡାକରା: ବାଲେଶ୍ୱର ପ୍ରଭାବିତ

ବାଲେଶ୍ୱର ଅଫିସ, ୧୫।୨- କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ସୋମବାର କଂଗ୍ରସ ପକ୍ଷରୁ ରାଜ୍ୟବ୍ୟାପୀ ‘ଓଡିଶା ବନ୍ଦ’ ଡାକରା ଦିଆଯାଇଛି। କେଦ୍ରସରକାର ପ୍ରେଟ୍ରୋଲ, ଡିଜେଲ...

ବେଦାନ୍ତ ସୁରକ୍ଷା ଅଧିକାରୀଙ୍କ ନାମରେ ଅପହରଣ ମାମଲା

ଝାରସୁଗୁଡା ଅଫିସ୍‌,୧୫।୯: ଝାରସୁଗଡ଼ା ଭୂର୍କାମୁଣ୍ଡା ସ୍ଥିତ ବେଦାନ୍ତ କମ୍ପାନୀର କିଛି ସିକ୍ୟୁରିଟି ଅଧିକାରୀ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ଅପହରଣ କରି ୧୫ ଦିନ ପ୍ରକଳ୍ପ ପରିସରରେ...

୨ ଦୋକାନରୁ ଚୋରି

ବନ୍ତ,୮।୮(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡା ଥାନା କଳାପାହାଡ ଛକରୁ ବୁଧବାର ବିଳମ୍ବିତ ରାତିରେ ୨ଟି ଦୋକାନରୁ ଚୋରି ହୋଇଥିବା ଜଣାପଡ଼ିଛି। ଉକ୍ତ ଗାଁର ନିଲୁ ରଞ୍ଜନ...

Advertisement
Archives

Model This Week