Posted inଜାତୀୟ

ଆନ୍ଧ୍ରପ୍ରଦେଶ୍ ବସ୍ ଅଗ୍ନିକାଣ୍ଡ: ବସ୍ ବ୍ୟାଟେରୀରୁ ବ୍ୟାପିଥିଲା ନିଆଁ, ସ୍ମାର୍ଟଫୋନ୍ ଯୋଗୁଁ ଭୟାବହ ହୋଇଥିଲା ଅବସ୍ଥା

ଆନ୍ଧ୍ରପ୍ରଦେଶ୍,୨୬ା୧୦: କୁର୍ଣ୍ଣୁଲ୍ ଠାରେ ବାଇକ୍କୁ ଧକ୍କା ଦେଇ ଜଳିଯାଇଥିବା ମର୍ମନ୍ତୁଦ ବସ୍ ଅଗ୍ନିକାଣ୍ଡ ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ପୋଲିସ ଓ ଫରେନ୍ସିକ୍ ତଦନ୍ତରୁ ଜଣାପଡ଼ିଛି ଯେ ବସରେ ଥିବା ଦୁଇଟି ୧୨ KV ବ୍ୟାଟେରୀର ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଥିଲା, କିନ୍ତୁ ବହୁ ପରିମାଣରେ ଥିବା ସ୍ମାର୍ଟଫୋନ୍ ଯୋଗୁଁ ଅଗ୍ନିକାଣ୍ଡର ଭୟାବହତା ବୃଦ୍ଧି ପାଇଥିଲା।

ପୋଲିସ ଅନୁଯାୟୀ, ବାଇକ୍ ଟି ରାସ୍ତାରେ ପଡିଯିବା ପରେ ବସ ତାହାକୁ ମାଡି ଯାଇଥିଲା। ଫଳରେ ବାଇକ୍ ଫୁଏଲ୍ ଟାଙ୍କି ଫାଟିଯାଇଥିଲା, ଯାହାକି ବସ୍‌ର ମୁଖ୍ୟ ବାହାରିବା ଦ୍ୱାର ନିକଟରେ ଥିବା ଦୁଇଟି ୧୨ KV ବ୍ୟାଟେରୀ ଉପରେ ପ୍ରଭାବ ପକାଇ ବିସ୍ଫୋରଣ ଘଟାଇଥିଲା।

ଫରେନ୍ସିକ୍ ବିଶେଷଜ୍ଞଙ୍କ ମତରେ, ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ଏହି ଘରୋଇ ସ୍ଲିପର୍ ବସ୍‌ରେ ପ୍ରାୟ ୪୬ ଲକ୍ଷ ଟଙ୍କାର ୨୩୪ ଟି ସ୍ମାର୍ଟଫୋନ୍ ଥିଲା। ଏହି ଡିଭାଇସ୍‌ରେ ଥିବା ଲିଥିୟମ୍-ଆୟନ୍ ବ୍ୟାଟେରୀ ନିଆଁ ଲାଗିବା ପରେ ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ଯାତ୍ରୀ କ୍ୟାବିନ୍‌ରେ ଅଗ୍ନିଶିଖା ଦ୍ରୁତ ଗତିରେ ବ୍ୟାପିଯାଇଥିଲା। କୁର୍ଣ୍ଣୁଲ୍ ଡିଆଇଜି (DIG) କୋୟା ପ୍ରବୀଣ କହିଛନ୍ତି ଯେ ବସ୍‌ରେ ଥିବା ଅତ୍ୟଧିକ ଦହନଶୀଳ ପଦାର୍ଥ (metallic paint ସମେତ) ଅଗ୍ନିକାଣ୍ଡକୁ ଆହୁରି ଜଟିଳ କରିଥିଲା। ଏହି ଦୁର୍ଘଟଣାରେ ୧୯ ଜଣ ବସ୍ ଯାତ୍ରୀ ଏବଂ ବାଇକ୍ ଚାଳକ ଶିବଶଙ୍କରଙ୍କ ସମେତ ମୋଟ୍ ୨୦ ଜଣଙ୍କର ମୃତ୍ୟୁ ହୋଇଛି।

ବସ୍ ଡ୍ରାଇଭର୍ ମିରିୟାଲା ଲକ୍ଷ୍ମାୟା ଏବଂ ସହଯୋଗୀ ଡ୍ରାଇଭର୍ ଶିବ ନାରାୟଣଙ୍କୁ ପୋଲିସ୍ ହେପାଜତକୁ ନିଆଯାଇଛି। ବସ୍ ଚଳାଉଥିବା ସମୟରେ ଘଟିଥିବାରୁ ଲକ୍ଷ୍ମାୟାଙ୍କ ବିରୋଧରେ ଅବହେଳା ଓ ଦ୍ରୁତ ଗତିରେ ଗାଡ଼ି ଚାଳନା ଅଭିଯୋଗରେ (BNS Actର ଧାରା ୧୨୫(a) ଓ ୧୦୬(1) ମାମଲା ରୁଜୁ କରାଯାଇଛି। ଲକ୍ଷ୍ମାୟା ଯାତ୍ରୀ ଦ୍ୱାର ଦେଇ ବାହାରକୁ ଡେଇଁ ପଳାଇ ଯାଇଥିଲେ।

ପୂର୍ବରୁ ବାଇକ୍ ଚାଳକ ଶିବଶଙ୍କର (ମୃତ) ଓ ସହଯାତ୍ରୀ ଏରିସ୍ୱାମୀ ମଦ୍ୟପାନ କରିଥିବା ନିଶ୍ଚିତ ହେବା ପରେ ଶିବଶଙ୍କରଙ୍କ ବିରୋଧରେ ବେପରୁଆ ଡ୍ରାଇଭିଂ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଟର ପିଛା ମାତ୍ର ୨୫ ଟଙ୍କାରେ ଚାଲିବ କାର୍‌; ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ, ଅକ୍ଟୋବରରୁ…

ନୂଆଦିଲ୍‌ଲୀ,୨୭।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଇଥାନଲକୁ ନେଇ ଏକ ନୂଆ ସ୍ୱପ୍ନ ଦେଖାଇଛନ୍ତି। ତାଙ୍କ କହିବା କଥା ହେଉଛି, ଅକ୍ଟୋବର ମାସରୁ ହିଁ…

ହର୍ମୁଜକୁ ନେଇ ବଡ଼ ଦାବି କଲେ ଟ୍ରମ୍ପ, କହିଲେ ‘କାଙ୍ଗାଳ ହୋଇଗଲାଣି ଇରାନ’

ଓ୍ବାଶିଂଟନ,୨୭।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ଡି.ସି. ଠାରେ ହର୍ମୁଜ ପ୍ରଣାଳୀ (Strait of Hormuz) ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଟ୍ରମ୍ପ ଦାବି…

ପାଣିପାଗ ବିଭାଗର ବଡ଼ ଚେତାବନୀ: ବଙ୍ଗୋପସାଗରରେ ନୂଆ ଲଘୁଚାପ ବଳୟ! ଏସବୁ ଜିଲାରେ…

ଭୁବନେଶ୍ୱର, ୨୭ା୯: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ମିଆଁମାର ଉପକୂଳ ଉପରେ ଆଜି ଏକ ଲଘୁଚାପ…

PM Modi Mann Ki Baat: ୧୩୮ତମ ସଂସ୍କରଣରେ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ଉଲ୍ଲେଖ କଲେ ମୋଦି

ନୂଆଦିଲ୍ଲୀ,୨୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୨୭ ସେପ୍ଟେମ୍ବର) ନିଜର ‘ମନ କି ବାତ’ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମର ୧୩୮ତମ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

ହୀରାକୁଦର ୨୦ ଗେଟ୍‌ ଖୋଲିଲା: ବୈତରଣୀରେ ୮, ସାଳନ୍ଦୀରେ ୬ ବନ୍ୟା

ଭୁବନେଶ୍ୱର, ୨୭ା୯ (ବନ୍ଦନା ସେଠୀ): ଲଗାଣ ବର୍ଷା ଯୋଗୁ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟାସ୍ଥିତି ଗମ୍ଭୀର ହୋଇଚାଲିଛି। ଦକ୍ଷିଣ ଓଡ଼ିଶାରେ ଦୁଇଦିନ ଧରି କେତେକ ନଦୀରେ ବନ୍ୟା…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ବୈଠକ: CEC ଓ ଦୁଇ କମିଶନରଙ୍କ ଉପସ୍ଥିତିରେ ନେଲେ ବଡ଼ ନିଷ୍ପତ୍ତି!

ନୂଆଦିଲ୍‌ଲୀ,୨୬।୯: ଦେଶର ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ନିର୍ୱାଚନ ଆୟୋଗ ଶନିବାର (୨୬ ସେପ୍ଟେମ୍ୱର, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?