ପ୍ରସ୍ତାବିତ ନୂଆ ବସଷ୍ଟାଣ୍ଡକୁ ଯିବନି ବସ୍‌

ଢେଙ୍କାନାଳ ଅଫିସ,୩୦।୬: ପ୍ରାୟ ସାଢ଼େ ୮କୋଟି ଟଙ୍କାରେ ପ୍ରସ୍ତାବିତ ଢେଙ୍କାନାଳ ସହରସ୍ଥିତ ପୁରୁଣା ବସ୍‌ଷ୍ଟାଣ୍ଡ ଉନ୍ନତୀକରଣ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଏଠାକୁ କିଛିଦିନ ବସ୍‌ ଚଳାଚଳ ବନ୍ଦ ରହିବ। ପୁରୁଣା ବସଷ୍ଟାଣ୍ଡ୍‌ କାମ ଶେଷ ହେବା ପର୍ଯ୍ୟନ୍ତ ମହିଷାପାଟସ୍ଥିତ ପ୍ରସ୍ତାବିତ ନୂତନ ବସ୍‌ଷ୍ଟାଣ୍ଡରେ ବସ୍‌ ରହଣି ଲାଗି ଓଏସ୍‌ଆରଟିସି ପକ୍ଷରୁ ପ୍ରଶାସନକୁ ପତ୍ର ଲେଖାଯାଇଥିଲା। ତେବେ ଏକାଧିକ ସମସ୍ୟା ଦୃଷ୍ଟିରୁ ଏହି ନିଷ୍ପତ୍ତିରେ ରାଜି ହୋଇନାହିଁ ବସ୍‌ ମାଲିକ ସଂଘ। ଏ ସମ୍ପର୍କରେ ସଂଘ ପକ୍ଷରୁ ପ୍ରଶାସନକୁ ଅବଗତ କରାଯାଇଛି ା
ବସ୍‌ ମାଲିକ ସଂଘର କହିବା କଥା, ପୁରୁଣା ବସଷ୍ଟାଣ୍ଡ୍‌ ଉନ୍ନତୀକରଣ କାମ ଶେଷ ହେବା ପର୍ଯ୍ୟନ୍ତ ବସ୍‌ଗୁଡିକ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖ ଓଏସ୍‌ଆରଟିସିର ପୁରୁଣା ବସ୍‌ ଗ୍ୟାରେଜ କିମ୍ବା ତହସିଲ କାର୍ଯ୍ୟାଳୟ ସମ୍ମୁଖ ସରକାରୀ ପଡ଼ିଆରେ ରହଣି କରିବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ମହିଷାପାଟସ୍ଥିତ ପ୍ରସ୍ତାବିତ ନୂତନ ବସ୍‌ଷ୍ଟାଣ୍ଡକୁ ବସ୍‌ ଗଲେ ଯାତ୍ରୀମାନେ ସମସ୍ୟାରେ ପଡ଼ିବେ। ଜନଗହଳି ରାସ୍ତା ହୋଇଥିବାରୁ ଟ୍ରାଫିକ୍‌ ସମସ୍ୟା ଜଟିଳ ହେବ। ସହରଠାରୁ ଦୂର ହୋଇଥିବାରୁ ଯାତ୍ରୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହୋଇ ଅଟୋରିକ୍ସା କରି ଯିବାକୁ ପଡ଼ିବ। ତେଣୁ ଓଏସ୍‌ଆର୍‌ଟିସିର ପୁରୁଣା ବସ ଗ୍ୟାରେଜ୍‌ କିମ୍ବା ତହସିଲ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ସାମୟିକ ଭାବେ ବସ୍‌ ରହଣି ନିମନ୍ତେ ବ୍ୟବସ୍ଥା କରିବାକୁ ସଂଘ ସଭାପତି ପ୍ରଭାକର ବେହେରା, ଯୁଗ୍ମ ସମ୍ପାଦକ ରୁଦ୍ରନାରାୟଣ ତ୍ରିପାଠୀ, ଆଇନ ଉପଦେଷ୍ଟା ପ୍ରଦୀପ୍ତ ନାଥ, ପ୍ରକାଶ ଦାସ ପ୍ରମୁଖ ପ୍ରଶାସନ ସହ ଆଲୋଚନା କରିଛନ୍ତି।
ସୂଚନାଯୋଗ୍ୟ, ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ଦେଇ ୧୪୦ ଛୋଟବଡ଼ ଗାଡ଼ି ଚାଲୁଥିବାବେଳେ ଏବେ ଏହା ୧୦୦କୁ ଖସିଆସିଛି। ତନ୍ମଧ୍ୟରୁ ୬୦ଟି ବସ୍‌ ଢେଙ୍କାନାଳ ଦେଇ କଟକ, ଅନୁଗୋଳ, ତାଳଚେରକୁ ଚଳାଚଳ କରୁଛି। ସେହିପରି ଆନ୍ତଃ ଜିଲା ଯାତ୍ରୀ ପରିବହନରେ ୪୦ ବସ୍‌ ନିୟୋଜିତ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri