Posted inଜାତୀୟ

ଘରୁ ଜବତ ହେଲା ବିଡ଼ା ବିଡ଼ା ନୋଟ୍‌…

କାନପୁର, ୨୫।୧୨: ଉତ୍ତରପ୍ରଦେଶରେ କେବଳ ଜଣେ ବ୍ୟକ୍ତିଙ୍କ ଘରୁ ବିପୁଳ ପରିମାଣର ନଗଦ ଜବତ ହୋଇଛି। ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରୁ ଆୟକର ଚଢ଼ାଉ ସମୟରେ ବିଡ଼ା ବିଡ଼ା ନଗଦ ୧୮୦ କୋଟି ଟଙ୍କା ଜବତ ହୋଇଛି। ଏହାକୁ ୮୦ଟି ବାକ୍ସ୍‌ରେ ଭର୍ତ୍ତି କରି ବୋହି ନିଆଯାଇଛି।ଜବତ ହୋଇଥିବା ଟଙ୍କା ୨୦୨୦ ସରକାରୀ ରିପୋର୍ଟ ଅନୁସାରେ ଦେଶର ପ୍ରାୟ ୧୨୩୫୫ ଲୋକଙ୍କ ମୁଣ୍ଡପିଛା ରୋଜଗାର ହେବ ବୋଲି କୁହାଯାଉଛି। ଆୟକର ବିଭାଗ ତାଙ୍କ ଘରୁ ନୋଟରେ ପରିପୂର୍ଣ୍ଣ ଏକ ଆଲମାରୀ ମଧ୍ୟ ପାଇଥିବା ଜଣାଯାଇଛି। କେବଳ ଏତିକି ନୁହେଁ, ତାଙ୍କ ଘରେ ଏକ ବେସମେଣ୍ଟ ବିଷୟରେ ମଧ୍ୟ ଖବର ମିଳିଛି।

ପୀୟୂଷଙ୍କ ମୁମ୍ବାଇ, କନୌଜ, ଗୁଜରାଟ ଏବଂ କାନପୁରରେ ଥିବା ଘରେ ଏକାଦିକ୍ରମେ ଚଢ଼ାଉ ଜାରି ରହିଛି। ତାଙ୍କ ଘରେ ଆୟକର ଚଢ଼ାଉ ୟୁପି ନିର୍ବାଚନ ସହ ଜଡିତ ଥିବା ନେଇ ଚର୍ଚ୍ଚା ହେଉଛି। ଏହା କୁହାଯାଉଛି ଯେ ପୀୟୁଷ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ନିକଟତମ। ଆୟକର ବିଭାଗର ଚଢ଼ାଉରେ ଜବତ ହୋଇଥିବା ଟଙ୍କା ଆରବିଆଇକୁ ହସ୍ତାନ୍ତର କରାଯିବ।

ଜବତ ହୋଇଥିବା ଟଙ୍କା ଗଣିବା ଲାଗି ୧୯ଟି ମେସିନ ଦ୍ୱାରା ମଧ୍ୟ ସମ୍ଭବ ହୋଇ ନ ଥିବା ଆୟକର ଅଧିକାରୀମାନେ କହିଛନ୍ତି। ଗତ ୩୬ ଘଣ୍ଟା ଧରି ନୋଟ ଗଣନା ଚାଲିଥିଲା। ୨୭ ଜଣ ଆୟକର ଅଧିକାରୀ ଚଢ଼ାଉରେ ନିୟୋଜିତ ଥିଲେ। ଟଙ୍କା ଗଣିବା ପାଇଁ ପ୍ରଥମେ ୬ ଟି ମେସିନ ଆସିଥିଲା। ପରେ ଆଉ ୧୩ ମେସିନ ଅଣାଯାଇଥିଲା। ପୀୟୂଷ ପ୍ରାୟ ୪୦ ଟି କମ୍ପାନୀର ମାଲିକ।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ଉଦ୍ୟମବେଳେ ହତ୍ୟା କଲେ ଯୁବତି

ଚେନ୍ନାଇ,୬।୧- ତାମିଲନାଡୁର ତିରୁଭାଲୁର ଜିଲାର ଶୋଲାଭରମ ଥାନା ଅଞ୍ଚଳରେ ଜଣେ ଯୁବତି ଆତ୍ମରକ୍ଷା ପାଇଁ ୨୬ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି। ତିରୁଭାଲୁରରେ...

ହସ୍ପିଟାଲରେ ସ୍ଥାନର ଅଭାବ ଯୋଗୁ ଚିକିତ୍ସା ପାଇଁ ଆସିଥିବା ୧୦୦ ଶିଶୁଙ୍କୁ ନିଜ ବଙ୍ଗଳାକୁ ନେଲେ ଜିଲାପାଳ

ଭୋପାଳ,୧୮।୭: ମଧ୍ୟପ୍ରଦେଶରେ ଜଣେ ଜିଲାପାଳ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ସେ ହେଉଛନ୍ତି ଅଭିଷେକ ସିଂ। ସ୍ଥାନୀୟ ସିହାଓ୍ବଲ ଅଞ୍ଚଳରେ ଥିବା ଏକ...

ଜଷ୍ଟିସ ଲୋକୁର ଫିଜି ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ,୧୭।୫(ପି.ଟି.):ଅବସରପ୍ରାପ୍ତ ବିଚାରପତି ମଦନ ବି. ଲୋକୁର ଫିଜି ସୁପ୍ରିମକୋର୍ଟର ଅଣଆବାସିକ ପ୍ୟାନେଲ୍‌ରେ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ସେ ୨୦୧୮ ଡିସେମ୍ବର ୩୧ରେ ସୁପ୍ରିମକୋର୍ଟରୁ ଅବସର...

ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜ୍‌…

ନୂଆଦିଲ୍ଲୀ,୮।୯: କରୋନା ମହାମାରୀରୁ କରୋନା ଯୋଦ୍ଧାଙ୍କୁ ସୁରକ୍ଷା ଦେବା ପାଇଁ ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ନିଷ୍ପତ୍ତିି ଗ୍ରହଣ କରିବେ। ଏହି ଯୋଜନା ଅନ୍ତର୍ଗତ ଦେଶର...

ଥମୁନି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୬।୭: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪,୮୩୦...

ବନ୍ଦ ହେଲା ଅମୃତସର-ଲାହୋର ବସ୍‌ ସେବା

ନୂଆଦିଲ୍ଲୀ/ଇସଲାମାବାଦ,୧୦।୮: ବିଚଳିତ ପାକିସ୍ତାନ ଏବେ ଭାରତକୁ ନେଇ ଆଉ ଏକ ବଡ ନିଷ୍ପତ୍ତି ନେଇଛି। ପ୍ରଥମେ କୁଟନୈତିକ ସମ୍ପର୍କ, ପରେ ଟ୍ରେନ୍‌ ସେବା ବନ୍ଦ କରିଥିବା...

କରୋନା ସଂକ୍ରମଣରେ ୨୭ ବର୍ଷ ଯୁବକଙ୍କ ମୃତ୍ୟୁ

ପୁଣେ,୧୦।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ଅଣାୟତ ହେବାରେ ଲାଗିଛି। ଶୁକ୍ରବାର ପୁଣେରେ କରୋନା ପଜିଟିଭ ଥିବା ଜଣେ ୨୭ ବର୍ଷ ବୟସର ଯୁବକଙ୍କ...

ବଜେଟ ଅଧିବେଶନ ଅବଧି କମ୍‌ କରିବାକୁ ଦାବି

ନୂଆଦିଲ୍ଲୀ,୮।୩: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ନେଇ ବିରୋଧି ଦଳଙ୍କ ପକ୍ଷରୁ...

Advertisement
Archives

Model This Week