ସନ୍ତାନ ଜନ୍ମ ପାଇଁ ଲୋନ୍‌ ଦେଉଛନ୍ତି ସରକାର…

ବେଜିଂ, ୨୫।୧୨: ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଚାଇନାରେ ଏବେ ସଙ୍କଟ ଦେଖାଦେଇଛି। ଏହାର ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଜନସଂଖ୍ୟା ବୃଦ୍ଧି ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଲୋକମାନଙ୍କୁ ଗୋଟିଏ ଶିଶୁ ଜନ୍ମ ଆଇନରୁ ସରକାର ମୁକ୍ତ କରିଛନ୍ତି। ଏହା ସହିତ କେତେକ ପ୍ରଦେଶରେ ଜନସଂଖ୍ୟା କମିବା ସହିତ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବଢୁଥିବାରୁ ସରକାର ଚିନ୍ତାରେ ପଡ଼ିଛନ୍ତି।

ଉତ୍ତର-ପୂର୍ବ ଚାଇନାର ଜିଲିନ ପ୍ରଦେଶରେ ସରକାର ବିବାହିତ ଦମ୍ପତିଙ୍କୁ ୨୦୦,୦୦୦ ୟୁଆନ ପ୍ରଦାନ କରୁଛନ୍ତି। ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୨୩ ଲକ୍ଷ ୫୦ ହଜାର ଟଙ୍କା ହେବ। ଏହାକୁ ବିବାହ ଏବଂ ଜନ୍ମ ଋଣ କୁହାଯାଉଛି। ଏହାକୁ ପ୍ରଦାନ କରିବାରେ ବ୍ୟାଙ୍କଗୁଡିକ ସହାୟତା କରିବେ ବୋଲି ସରକାରୀ ନିର୍ଦ୍ଦେଶ ଜାରି ହୋଇଛି।

ଗତ ୪୩ ବର୍ଷ ମଧ୍ୟରେ ଚାଇନାର ଜନ୍ମ ହାର ସର୍ବନିମ୍ନ ସ୍ତରରେ ପହଞ୍ଚିଥିବାରୁ ଜନସଂଖ୍ୟାକୁ କିପରି ପୁଣି ବୃଦ୍ଧି କରାଯିବ ସେ ନେଇ ସରକାର ଚିନ୍ତାରେ ରହିଛନ୍ତି। ବ୍ୟବସାୟ ଆରମ୍ଭ କରିବା ଉପରେ ଏଭଳି ଦମ୍ପତିଙ୍କୁ ସରକାରଙ୍କ ପକ୍ଷରୁ ଟିକସ ଛାଡ କରାଯିବ ବୋଲି ଘୋଷଣା କରାଯାଇଛି।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଯଦି ଦୁଇ କିମ୍ବା ତିନି ପିଲା ଥିବା ଦମ୍ପତି ଏକ ଛୋଟ ବ୍ୟବସାୟ ଆରମ୍ଭ କରନ୍ତି, ତେବେ ସେମାନଙ୍କୁ ଟିକସ ଛାଡ କରାଯିବ। ବିଗତ ଏକ ଦଶନ୍ଧି ଧରି ଜିଲିନ ପ୍ରଦେଶ ଜନସଂଖ୍ୟା ହ୍ରାସ ଏବଂ ଅର୍ଥନୈତିକ ଅଭିବୃଦ୍ଧିର ସମ୍ମୁଖୀନ ହୋଇଛି । ୧୯୭୮ ପରଠାରୁ ଚାଇନାର ଜନ୍ମ ହାର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଫଳରେ ସରକାର ଜନସଂଖ୍ୟା ସଙ୍କଟ ଦୂର କରିବାକୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି।

ଚାଇନାର ସରକାରୀ ବିଭାଗ, ନ୍ୟାଶନାଲ ଷ୍ଟାଟିଷ୍ଟିକ୍ସ ବ୍ୟୁରୋର ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୨୦୨୦ ରେ ଜନ୍ମ ହାର ପ୍ରତି ହଜାରେ ଲୋକରେ ୮.୫ ପ୍ରତିଶତ ରେକର୍ଡ କରାଯାଇଛି। ଏହା ୧୯୭୮ ପରଠାରୁ ସର୍ବନିମ୍ନ ।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ପିନ୍ଧିବାକୁ ଯାତ୍ରୀ ମନା କରିବାରୁ ଅଧ ବାଟରୁ ଫେରିଲା ଫ୍ଲାଇଟ୍‌

ଓ୍ବାଶିଂଟନ,୨୧।୧: ଜଣେ ଯାତ୍ରୀ କୋଭିଡ୍‌ ମାସ୍କ ପିନ୍ଧିବାକୁ ମନା କରି ଦେବାରୁ ମିଆମିରୁ ଲଣ୍ଡନ ଯାଉଥିବା ଆମେରିକାନ ଏୟାରଲାଇନ ଜେଟଲାଇନର ଏକ ବିମାନ ଅଧ ବାଟରୁ...

କରୋନା ପରେ ବାଲ୍ୟ ବିବାହ ବୃଦ୍ଧି ପାଇବା ଆଶଙ୍କା: ଜାତିସଂଘ

ଜେନେଭା,୨୧।୪: କରୋନା ସଂକ୍ରମଣର ତାଣ୍ଡବ ଯୋଗୁ ପୃଥିବୀର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। କରୋନା ପରବର୍ତ୍ତୀ ପୃଥିବୀରେ ବହୁ ପରିବର୍ତ୍ତନ ଆସିବା ସହିତ ଆପରାଧୀକ...

ଖୋଲା ଗଲା ୨,୫୦୦ ବର୍ଷ ପୁରୁଣା ମମି

କାଏରୋ, ୭।୧୦: ମିଶରରେ ଏକ ୨,୫୦୦ ବର୍ଷ ପୁରୁଣା ମମିକୁ ଖୋଲା ଯାଇଛି। ସ୍ଥାନୀୟ ପର୍ଯ୍ୟଟନ ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ପୁରାତନ ମମିକୁ ଖୋଲା...

ଆମେରିକା ଦୂତାବାସ ଉପରେ ଆକ୍ରମଣକୁ ପୂରିଲା ୨୪ ବର୍ଷ

ୱାଶିଂଟନ,୮ ।୮: ପୂର୍ବ ଆଫ୍ରିକାରେ ଆମେରିକା ଦୂତାବାସ ଉପରେ ୧୯୯୮ରେ ହୋଇଥିବା ବୋମାମାଡ ଘଟଣାକୁ ୨୪ ବର୍ଷ ପୂରଣ ହୋଇଛି । ଏହାକୁ ନେଇ ଆମେରିକା...

ଥରିଲା ପିଓକେ

ଇସ୍‌ଲାମାବାଦ,୬।୧୦: ପିଓକେ ବା ପାକ୍‌ ଅଧିକୃତ କଶ୍ମୀରରେ ରବିବାର ଏକ ଭୂକମ୍ପ ଅନୁଭୁତ ହୋଇଥିଲା। ଯଦିଓ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିଲା ତେବେବି...

କଶ୍ମୀର ଉପରେ ଚର୍ଚ୍ଚା ପାଇଁ ରିୟାଧ ଡାକିଲା ଆଇଓସି ବୈଠକ: ଭାରତକୁ ସୌଦି ଝଟକା

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୩୦।୧୨: ପାକିସ୍ତାନକୁ ଖୁସି କରିବା ପାଇଁ ଇସ୍‌ଲାମିକ ସହଯୋଗ ସଙ୍ଗଠନ (ଆଇଓସି)ର ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକ ଡାକିବାକୁ ରାଜି ହୋଇଯାଇଛି ସୌଦି ଆରବ। ଏହି ବୈଠକ...

କରୋନା ସଙ୍କଟ: ସ୍ବଦେଶକୁ ଫେରିବା ପାଇଁ ୩୨ହଜାର ଭାରତୀୟ ୟୁଏଇରେ କଲେ ରେଜିଷ୍ଟ୍ରେଶନ

ଆବୁଧାବି,୧।୫: କରୋନା ଭାଇରସ୍‌ ମହାସଙ୍କଟ କେବଳ ଭାରତ ନୁହେଁ ବରଂ ବିଶ୍ୱର ବିଭିନ୍ନ ଦେଶରେ ଦେଖିବାକୁ ମିଳିଛି। ଅନ୍ୟ ଦେଶକୁ ରୋଜଗାର ବା ଅନ୍ୟ କାର୍ଯ୍ୟ...

ମଙ୍ଗଳ ମାଟିରେ ରୋଭର

ଓ୍ବାଶିଂଟନ୍‌, ୨୦ା୨: ଲୋହିତ ଗ୍ରହରେ ଜୀବସତ୍ତା ସନ୍ଧାନ ଦିଗରେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା(ନ୍ୟାଶନାଲ ଏରୋନଟିକ୍ସ ସ୍ପେଶ୍‌ ଆଡମିନିଷ୍ଟ୍ରେଶନ)କୁ ମିଳିଛି ଐତିହାସିକ ସଫଳତା। ନାସା...

Advertisement
Archives

Model This Week