Posted inଖେଳ

ରୋଟେଶନରେ ଖେଳିପାରନ୍ତି ବୁମ୍‌ରା, ସାମି

ନୂଆଦିଲ୍ଲୀ, ୧୯।୧୧(ପି.ଟି.)- ଭାରତର ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମି ଅଷ୍ଟ୍ରେଲିଆ ବିପକ୍ଷରେ ସମସ୍ତ ୬ଟିଯାକ ସୀମିତ ଓଭର କ୍ରିକେଟ ମ୍ୟାଚ ଖେଳିବା ସମ୍ଭାବନା କମ୍‌। ଟିମ୍‌ ମ୍ୟାନେଜମେଣ୍ଟ ସେମାନଙ୍କୁ ରୋଟେଶନ ଭିତ୍ତିରେ ଖେଳାଇ ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଯାଉଥିବା ଟେଷ୍ଟ ସିରିଜ ଲଢ଼େଇ ପାଇଁ ପ୍ରସ୍ତୁତ ରଖିବାକୁ ଚିନ୍ତା କରୁଛି। ଅଷ୍ଟ୍ରେଲିଆ ଗସ୍ତ ପ୍ରାରମ୍ଭରେ ଭାରତ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ ଖେଳିବ। ଏହି ମ୍ୟାଚଗୁଡ଼ିକ ନଭେମ୍ବର ୨୭ରୁ ଡିସେମ୍ବର ୮ ମଧ୍ୟରେ ସିଡ୍‌ନୀ ଓ କାନ୍‌ବେରାରେ ଅନୁଷ୍ଠିତ ହେବ। ଟେଷ୍ଟ ସିରିଜ ପାଇଁ ରେଡ୍‌ ବଲ୍‌ ଓ୍ବାର୍ମଅପ୍‌ ଗେମ୍‌ ଦ୍ରୁମୋନି ଓଭାଲଠାରେ ଡିସେମ୍ବର ୬ରୁ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମୟରେ ଟି୨୦ କ୍ରିକେଟ ସିରିଜ ଚାଲିଥିବ। ଈଶାନ୍ତ ଶର୍ମା ଯଦି ପ୍ରଥମ ଟେଷ୍ଟ ପାଇଁ ଉପଲବ୍ଧ ନ ହୁଅନ୍ତି ତେବେ ବୁମ୍‌ରା ଓ ସାମିଙ୍କ ଉପରେ ଅଧିକ କାର୍ଯ୍ୟଭାର ପଡ଼ିବ ବୋଲି କୋଚ୍‌ ରବି ଶାସ୍ତ୍ରୀ ଓ ବୋଲିଂ କୋଚ୍‌ ଭରତ ଅରୁଣ ଅନୁଭବ କରୁଛନ୍ତି। ଏହାଛଡ଼ା ସେମାନେ ଓ୍ବାର୍ମଅପ୍‌ ଗେମ୍‌ ମଧ୍ୟ ଖେଳିବା ଆବଶ୍ୟକ ରହିଛି। ଏ କ୍ଷେତ୍ରରେ ଶାସ୍ତ୍ରୀ, ଅରୁଣ ଓ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଟିମ୍‌ ମ୍ୟାନେଜମେଣ୍ଟ ୧୨ ଦିନ ମଧ୍ୟରେ ସେମାନଙ୍କୁ କେବେହେଲେ ୬ ମ୍ୟାଚ ଖେଳାଇ ରିସ୍କ ନେବାକୁ ଚାହିଁବେ ନାହିଁ। ଯଦି ଉଭୟ ବୁମ୍‌ରା ଓ ସାମି ଡିସେମ୍ବର ୪, ୬ ଓ ୮ରେ ଟି୨୦ ସିରିଜ ଖେଳନ୍ତି ତେବେ ଗୋଟିଏ ଓ୍ବାର୍ମଅପ୍‌ ମ୍ୟାଚ ଖେଳି ପାରିବେ ନାହିଁ। ଏହା ଟିମ୍‌ ମ୍ୟାନେଜମେଣ୍ଟ କେବେ ଚାହିଁବାପରି ଲାଗୁନାହିଁ ବୋଲି ବିସିସିଆଇର ଏକ ସୂତ୍ରରୁ ପ୍ରକାଶ କରାଯାଇଛି। ତେଣୁ ବୁମ୍‌ରା ଓ ସାମି ରୋଟେଶନ ଭିତ୍ତିରେ ଦିନିକିଆ ଓ ଟି୨୦ ସିରିଜରେ ଖେଳିବା ସମ୍ଭାବନା ରହିଛି।
ସାମି ନେଟ୍ସ ସେସନରେ ପିଙ୍କ୍‌ ଓ ରେଡ୍‌ ବଲ୍‌ରେ ବୋଲିଂ କରୁଥିବା ପରିଲକ୍ଷିତ ହୋଇଛି। ତେଣୁ ମ୍ୟାନେଜମେଣ୍ଟ କେଉଁ ସିରିଜକୁ ଅଧିକ ଗୁରୁତ୍ୱ ଦେଉଛି ତାହା ସୂଚନା ମିଳୁଛି। ଏପରି ହୋଇପାରେ ଯେ ବୁମ୍‌ରା ଏବଂ ସାମି କେବଳ ଦିନିକିଆ ସିରିଜ ଖେଳି ସେମାନଙ୍କ ୧୦ ଓଭର କୋଟା ପୂରଣ କରିବେ। ଏହାପରେ ସେମାନେ ଓ୍ବାର୍ମଅପ୍‌ ମ୍ୟାଚ ଖେଳି ଟେଷ୍ଟ ସିରିଜ ଉପରେ ଫୋକସ କରିବେ। ଡିସେମ୍ବର ୧୧ରୁ ୧୩ ସିଡ୍‌ନୀରେ ଦିବାରାତ୍ର ଓ୍ବାର୍ମଅପ୍‌ ମ୍ୟାଚ ଖେଳାଯିବ ଏଥିରେ ଭାରତ ଏହାର ଚୂଡ଼ାନ୍ତ ଟେଷ୍ଟ ଦଳକୁ ଖେଳାଇ ଡ୍ରେସ୍‌ ରିହର୍ସାଲ କରିପାରେ। ଏହା ହେଲେ ଟିମ୍‌ ଇଣ୍ଡିଆ ଆଡିଲେଡ୍‌ରେ ଦିବାରାତ୍ର ଟେଷ୍ଟରେ ଖେଳିବା ସହଜ ହୋଇପାରିବ। ଏହା ହେଲେ ଟି୨୦ ସିରିଜରେ ଦୀପକ ଚହର, ଟି. ନଟରାଜନ, ନବଦୀପ ସଇନୀ ଦ୍ରୁତ ବୋଲିଂ ବିଭାଗ ଏବଂ ୟୁଜବେନ୍ଦ୍ର ଚହଲ, ରବୀନ୍ଦ୍ର ଜାଡେଜା ଓ ଓ୍ବାଶିଂଟନ ସୁନ୍ଦର ସ୍ପିନ ବିଭାଗ ଚ୍ୟାଲେଞ୍ଜ୍‌ ସମ୍ଭାଳିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri