Posted inଖେଳ

ରୋଟେଶନରେ ଖେଳିପାରନ୍ତି ବୁମ୍‌ରା, ସାମି

ନୂଆଦିଲ୍ଲୀ, ୧୯।୧୧(ପି.ଟି.)- ଭାରତର ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମି ଅଷ୍ଟ୍ରେଲିଆ ବିପକ୍ଷରେ ସମସ୍ତ ୬ଟିଯାକ ସୀମିତ ଓଭର କ୍ରିକେଟ ମ୍ୟାଚ ଖେଳିବା ସମ୍ଭାବନା କମ୍‌। ଟିମ୍‌ ମ୍ୟାନେଜମେଣ୍ଟ ସେମାନଙ୍କୁ ରୋଟେଶନ ଭିତ୍ତିରେ ଖେଳାଇ ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଯାଉଥିବା ଟେଷ୍ଟ ସିରିଜ ଲଢ଼େଇ ପାଇଁ ପ୍ରସ୍ତୁତ ରଖିବାକୁ ଚିନ୍ତା କରୁଛି। ଅଷ୍ଟ୍ରେଲିଆ ଗସ୍ତ ପ୍ରାରମ୍ଭରେ ଭାରତ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ ଖେଳିବ। ଏହି ମ୍ୟାଚଗୁଡ଼ିକ ନଭେମ୍ବର ୨୭ରୁ ଡିସେମ୍ବର ୮ ମଧ୍ୟରେ ସିଡ୍‌ନୀ ଓ କାନ୍‌ବେରାରେ ଅନୁଷ୍ଠିତ ହେବ। ଟେଷ୍ଟ ସିରିଜ ପାଇଁ ରେଡ୍‌ ବଲ୍‌ ଓ୍ବାର୍ମଅପ୍‌ ଗେମ୍‌ ଦ୍ରୁମୋନି ଓଭାଲଠାରେ ଡିସେମ୍ବର ୬ରୁ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମୟରେ ଟି୨୦ କ୍ରିକେଟ ସିରିଜ ଚାଲିଥିବ। ଈଶାନ୍ତ ଶର୍ମା ଯଦି ପ୍ରଥମ ଟେଷ୍ଟ ପାଇଁ ଉପଲବ୍ଧ ନ ହୁଅନ୍ତି ତେବେ ବୁମ୍‌ରା ଓ ସାମିଙ୍କ ଉପରେ ଅଧିକ କାର୍ଯ୍ୟଭାର ପଡ଼ିବ ବୋଲି କୋଚ୍‌ ରବି ଶାସ୍ତ୍ରୀ ଓ ବୋଲିଂ କୋଚ୍‌ ଭରତ ଅରୁଣ ଅନୁଭବ କରୁଛନ୍ତି। ଏହାଛଡ଼ା ସେମାନେ ଓ୍ବାର୍ମଅପ୍‌ ଗେମ୍‌ ମଧ୍ୟ ଖେଳିବା ଆବଶ୍ୟକ ରହିଛି। ଏ କ୍ଷେତ୍ରରେ ଶାସ୍ତ୍ରୀ, ଅରୁଣ ଓ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଟିମ୍‌ ମ୍ୟାନେଜମେଣ୍ଟ ୧୨ ଦିନ ମଧ୍ୟରେ ସେମାନଙ୍କୁ କେବେହେଲେ ୬ ମ୍ୟାଚ ଖେଳାଇ ରିସ୍କ ନେବାକୁ ଚାହିଁବେ ନାହିଁ। ଯଦି ଉଭୟ ବୁମ୍‌ରା ଓ ସାମି ଡିସେମ୍ବର ୪, ୬ ଓ ୮ରେ ଟି୨୦ ସିରିଜ ଖେଳନ୍ତି ତେବେ ଗୋଟିଏ ଓ୍ବାର୍ମଅପ୍‌ ମ୍ୟାଚ ଖେଳି ପାରିବେ ନାହିଁ। ଏହା ଟିମ୍‌ ମ୍ୟାନେଜମେଣ୍ଟ କେବେ ଚାହିଁବାପରି ଲାଗୁନାହିଁ ବୋଲି ବିସିସିଆଇର ଏକ ସୂତ୍ରରୁ ପ୍ରକାଶ କରାଯାଇଛି। ତେଣୁ ବୁମ୍‌ରା ଓ ସାମି ରୋଟେଶନ ଭିତ୍ତିରେ ଦିନିକିଆ ଓ ଟି୨୦ ସିରିଜରେ ଖେଳିବା ସମ୍ଭାବନା ରହିଛି।
ସାମି ନେଟ୍ସ ସେସନରେ ପିଙ୍କ୍‌ ଓ ରେଡ୍‌ ବଲ୍‌ରେ ବୋଲିଂ କରୁଥିବା ପରିଲକ୍ଷିତ ହୋଇଛି। ତେଣୁ ମ୍ୟାନେଜମେଣ୍ଟ କେଉଁ ସିରିଜକୁ ଅଧିକ ଗୁରୁତ୍ୱ ଦେଉଛି ତାହା ସୂଚନା ମିଳୁଛି। ଏପରି ହୋଇପାରେ ଯେ ବୁମ୍‌ରା ଏବଂ ସାମି କେବଳ ଦିନିକିଆ ସିରିଜ ଖେଳି ସେମାନଙ୍କ ୧୦ ଓଭର କୋଟା ପୂରଣ କରିବେ। ଏହାପରେ ସେମାନେ ଓ୍ବାର୍ମଅପ୍‌ ମ୍ୟାଚ ଖେଳି ଟେଷ୍ଟ ସିରିଜ ଉପରେ ଫୋକସ କରିବେ। ଡିସେମ୍ବର ୧୧ରୁ ୧୩ ସିଡ୍‌ନୀରେ ଦିବାରାତ୍ର ଓ୍ବାର୍ମଅପ୍‌ ମ୍ୟାଚ ଖେଳାଯିବ ଏଥିରେ ଭାରତ ଏହାର ଚୂଡ଼ାନ୍ତ ଟେଷ୍ଟ ଦଳକୁ ଖେଳାଇ ଡ୍ରେସ୍‌ ରିହର୍ସାଲ କରିପାରେ। ଏହା ହେଲେ ଟିମ୍‌ ଇଣ୍ଡିଆ ଆଡିଲେଡ୍‌ରେ ଦିବାରାତ୍ର ଟେଷ୍ଟରେ ଖେଳିବା ସହଜ ହୋଇପାରିବ। ଏହା ହେଲେ ଟି୨୦ ସିରିଜରେ ଦୀପକ ଚହର, ଟି. ନଟରାଜନ, ନବଦୀପ ସଇନୀ ଦ୍ରୁତ ବୋଲିଂ ବିଭାଗ ଏବଂ ୟୁଜବେନ୍ଦ୍ର ଚହଲ, ରବୀନ୍ଦ୍ର ଜାଡେଜା ଓ ଓ୍ବାଶିଂଟନ ସୁନ୍ଦର ସ୍ପିନ ବିଭାଗ ଚ୍ୟାଲେଞ୍ଜ୍‌ ସମ୍ଭାଳିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri