ମଦ ପିଇ ମାତାଲ୍‌ ହେଲେ ମଇଁଷି, ମାଲିକ ଗିରଫ…

ଅହମଦାବାଦ୍‌,୮।୭: ଗୁହାଳରେ ରଖାଯାଇଥିବା ମଦ ପିଇ ମଇଁଷିମାନେ ମାତାଲ ହୋଇ ସର୍ବସାଧାରଣ ରାସ୍ତାରେ ଭଙ୍ଗାରୁଜା କରିଥିଲେ। ଏଭଳି ଅଭାବନୀୟ ଘଟଣା ଗୁଜରାଟର ଗାନ୍ଧିନଗରରେ ଘଟିଛି। ଖବର ପାଇ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମଇଁଷିଙ୍କୁ ଆୟତ୍ତ କରିଥିଲେ। ଏହା ପରେ ମାଲିକଙ୍କୁ ଖୋଜା ପଡ଼ିଥିଲା। ଗୁହାଳଘରେ ପୋଲିସ ଟିମ୍‌ ପହଞ୍ଚି ମାଲିକ ଲୁଚାଇ ରଖିଥିବା ୧୦୧ ବୋତଲ ମଦ ଜବତ କରିଛନ୍ତି। ରାଜ୍ୟରେ ମଦ ପିଇବା ଉପରେ କଟକଣା ଲଗାଯାଇଛି। ତେଣୁ ପୋଲିସ ସମ୍ପୃକ୍ତ ମଇଁଷି ମାଲିକ ଦିନେଶ ଠାକେରା, ଅମ୍ବରମ୍‌ ଠାକୋର ଏବଂ ରବି ଠାକୋରଙ୍କୁ ଗିରଫ କରିଛନ୍ତି। ମଇଁଷି କୁଣ୍ଡରେ ମାଲିକ ମଦ ବୋତଲ ରଖିଥିଲେ। ଅସାବଧାନତା ଯୋଗୁ ମଦ ବୋତଲ ଠିପି ଖୋଲି ଯାଇ ମଦ କୁଣ୍ଡ ପାଣିରେ ମିଶି ଯାଇଥିଲା। ମଇଁଷି ଏହାକୁ ପିଇବା ପରେ ମାତାଲ ହୋଇ ଯାଇଥିଲେ। ଗୁହାଳରୁ ଫିଟି ରାସ୍ତାକୁ ଆସି ଦୌଡ଼ାଦୌଡ଼ି କରିବା ଆରମ୍ଭ କରିଥିଲେ। ମାଲିକ ଏନେଇ ଡାକ୍ତରଙ୍କ ଖବର ଦେଇଥିଲେ। ଡାକ୍ତର ଯାଞ୍ଚ୍‌ କରିଥିଲେ। ମାତ୍ର କାହିଁକି ମଇଁଷିମାନେ ଏଭଳି ହେଉଛନ୍ତି ତାହା ଜାଣି ପାରି ନ ଥିଲେ। ଶେଷରେ ସେ ମଇଁଷି କୁଣ୍ଡ ପରୀକ୍ଷା କରିଥିଲେ। କୁଣ୍ଡର ପାଣିର ରଙ୍ଗ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିରେ ମଦ ମିଶିଥିବା ସେ କହିଥିଲେ। ଶେଷରେ କୁଣ୍ଡରେ ଲୁଚାଯାଇଥିବା ମଦ ବୋତଲ ମିଳିଥିଲା। ଜବତ ମଦର ଦାମ ୩୫ ହଜାର ଟଙ୍କା ହେବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଦଙ୍ଗାରେ ନଷ୍ଟ ହୋଇଥିବା ସ୍କୁଲକୁ ମିଳିବ ସରକାରୀ ସହାୟତା

ନୂଆଦିଲ୍ଲୀ,୬।୩: ଗତ ସପ୍ତାହରେ ଦିଲ୍ଲୀରେ ଉପୁଜିଥିବା ଦଙ୍ଗାରେ ବହୁ ଧନ ଜୀବନ ନଷ୍ଟ ହୋଇଛି। ଏବେ ସେଠାରେ ପରିସ୍ଥିତି ସ୍ବାଭାବିକ ହେବାରେ ଲାଗିଥିବା ବେଳେ ଭାଙ୍ଗିରୁଜି...

ଭାଜପା ବିଧାୟକଙ୍କ ମାନସିକ ସନ୍ତୁଳନ ଠିକ୍‌ ନାହିଁ, ସହରରେ ଲାଗିଲା ପୋଷ୍ଟର: ପଛରେ ରହିଛି ଏମିତି କାରଣ

ଜୟପୁର,୧୭।୩: ଭାଜପା ଓ କଂଗ୍ରେସ ମଧ୍ୟରେ ରାଜନୀତି ଚରମ ସୀମାରେ ରହିଛି। ପ୍ରତିଦିନ ନୂଆ ବିବାଦ ସାମ୍ନାକୁ ଆସୁଛି। ନିଜଟରେ ରାଜସ୍ଥାନରେ ଭାଜପାର ରାମଗଞ୍ଜମାଣ୍ଡି ବିଧାୟକ...

ଆଜି ମକର: ନିଆରା ଗଣପର୍ବ

ସକଳ ଶକ୍ତିର ଆଧାର ସୂର୍ଯ୍ୟ। ସୂର୍ଯ୍ୟଦେବଙ୍କୁ ଆରାଧନାର ପବିତ୍ର ଦିନ ଭାବେ ବିବେଚିତ ମକର ସଂକ୍ରାନ୍ତି। ମୟୂରଭଞ୍ଜ ଜିଲାରେ ଏକ ନିଆରା ଢଙ୍ଗରେ ପାଳିତ ହୋଇଥାଏ...

ମେଶିନରେ ସାନିଟାଇଜ୍‌ ହେବ ଟଙ୍କା

ଲକ୍ଷ୍ନୌ: ଆଜିକାଲି ମେଶିନରେ ଖୁବଶୀଘ୍ର ଟଙ୍କା ଗଣିବା କାମ କରିହେଉଛି। କିନ୍ତୁ ଟଙ୍କା ଗଣିବା ସହିତ ଏହାକୁ ସାନିଟାଇଜ୍‌ ବି କରିହେବ। ଏଭଳି ଏକ ଭିନ୍ନ...

ଭାଜପା ପାଇଁ ବଢିଲା ଅଡୁଆ

ଚଣ୍ଡିଗଡ,୧୮।୧୨: ପଞ୍ଜାବ ଏବଂ ହରିୟାଣା ସମେତ ଅନେକ ରାଜ୍ୟର କୃଷକମାନେ କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରୁଛନ୍ତି। ଏଭଳି ପରିସ୍ଥିତିରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର...

୧୦ ହଜାର ଶିକ୍ଷକଙ୍କୁ ପିଅନ, ମାଳି କରାଇବାକୁ ଚାହୁଁଛନ୍ତି ଏହି ରାଜ୍ୟ ସରକାର

ଅଗରତାଲା,୨୯।୭: ତ୍ରିପୁରା ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ପିଟିଶନରେ ୧୦ ହଜାରର ପୋଷ୍ଟ ଗ୍ରାଜୁଏଟ, ଗ୍ରାଜୁଏଟ ଏବଂ ଅଣ୍ଡର ଗ୍ରାଜୁଏଟ୍‌ ଶିକ୍ଷକଙ୍କୁ...

ହିଲ୍‌ ଷ୍ଟେଶନ୍‌ ଓଲିରେ ରାଜକୀୟ ବିବାହ: ଅତିଥିଙ୍କୁ ନେବା ଆଣିବାରେ ନିୟୋଜିତ ହେବ ୨ଶହ ହେଲିକପ୍ଟର

ଡେରାଡୁନ୍‌, ୧୦।୬: ଉତ୍ତରାଖଣ୍ଡ ହିଲ୍‌ ଷ୍ଟେଶନ୍‌ ଓଲିରେ ଗୁପ୍ତା ବଦର୍ସଙ୍କ ପୁଅ ବିବାହ ମହାଆଡମ୍ବରରେ ଆୟୋଜିତ ହେଉଛି। ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।...

ମାଟି ତଳୁ ମିଳିଲା ୧୧ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା…

ଜେରୁଜେଲମ୍‌, ୨୫।୮: ମାଟି ତଳୁ ୧୧ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା ମିଳିଛି। ଇସ୍ରାଏଲ୍‌ର ୟବନେ ସହରରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖନନ ଜାରି ରହିଥିବାବେଳେ...

Advertisement
Archives

Model This Week